କଦାପି ଆତ୍ମବିଶ୍ୱାସ ହରାନ୍ତୁ ନାହିଁ | ଆପଣ ଏହି ବ୍ରହ୍ମାଣ୍ଡରେ କିଛିଭୀ ହାସଲ କରିପାରିବେ | କଦାପି ଦୁର୍ବଳତାର ଶିକାର ହୁଅନ୍ତୁ ନାହିଁ | ସମସ୍ତ ଶକ୍ତି ତୁମର ଅଟେ । ✍️ ସରିତା ସାହୁ
"ସମୁଦ୍ରରେ ସ୍ନାନ କଲାବେଳେ ନଇଁ ପଡିଲେ ମାଡି ଆସୁଥିବା ଲହଡି ଆମ ଉପରଦେଇ ଚାଲି ଯାଏ ଆମର କୌଣସି କ୍ଷତି କରିପାରେନା ଠିକ୍ ସେହିପରି ଜୀବନରେ ଦୁଃଖ କଷ୍ଟ ଆସିଲେ ଧୈର୍ଯ୍ୟର ସହିତ ମଥାପାତି ସହିଗଲେ ଆମେ କୌଣସି କ୍ଷତି ହୁଏନା ।"
"କ୍ରୋଧ ଏକୁଟିଆ ଆସିଥାଏ କିନ୍ତୁ ଆମଠାରୁ ସବୁ ଭଲ ଗୁଣ ନେଇ ଯାଇଥାଏ* *ଧୈର୍ଯ୍ୟ ବି ଏକୁଟିଆ ଆସିଥାଏ କିନ୍ତୁ ସେ ଆମକୁ ସବୁ ଭଲ ଗୁଣ ଦେଇ ଯାଇଥାଏ।"
"ଜୀବନରେ ସବୁ ଶିକ୍ଷା ମଣିଷ ବହିରୁ ପାଇପାରି ନଥାଏ, ଯଦି ବି ବହିରୁ କିଛି ଶିକ୍ଷା ପାଇଥାଏ ତାହା ସେ ସମୟର ସୁଅରେ ଭୁଲିଯାଏ କିନ୍ତୁ ଯେଉଁ ଶିକ୍ଷା ମଣିଷ ଖରାପ ସମୟରୁ ପାଇଥାଏ ତାହା ମଣିଷର ମାନସ ପଟରେ ଆଜୀବନ ରହିଥାଏ l"
"ଅନ୍ୟ ଉପରେ ଦୋଷ ନ ଦେଇ ନିଜ କାମ ଓ କ୍ଷମତା ଉପରେ ଭରସା ରଖି ଆଗକୁ ବଢିବା ଦରକାର । କାହା ଉପରେ ଦୋଷ ଦେଲେ କେହି ଆମ ଉପରେ ଦୋଷ ଦେବ, ନିଜ କାମରେ ଧ୍ୟାନ ଦେଲେ ଅନ୍ୟ କେହି ଆମକୁ ସାହାଯ୍ୟର ହାତ ବଢ଼େଇବ । ତେଣୁ ସବୁବେଳେ ନିଜ କାମ ଉପରେ ଧ୍ୟାନ ଦେବା ଉଚିତ୍ ।"