Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#ଗ୍ରୀଷ୍ମାଗମନ

PARTICIPATE

Share with friends

ଗ୍ରୀଷ୍ମ, ଉଷ୍ମତା ଏବଂ ଜୀବନର ଋତୁ। ଆକାଶରୁ ସୂର୍ଯ୍ୟଦେବ ଜ୍ୱାଳାମୟ କିରଣ ବର୍ଷଣ । ଆମ୍ବତୋଟାରେ ପତ୍ର ଗହଳରେ କୋଇଲିର କୁହୁ କୁହୁ ତାନ ଗ୍ରୀଷ୍ମାଗମନକୁ ସ୍ମରଣ କରାଏ। ପ୍ରଚଣ୍ଡ ଉତ୍ତାପ ମଧ୍ୟରେ, ଗ୍ରୀଷ୍ମ ଦିନ ସହ ଆମର ଅନେକ ସ୍ମୃତି, ଅନୁଭୂତି ଜଡ଼ିତ ଥାଏ । ନଦୀକୂଳ, ଆମ୍ବତୋଟା, ମାମୁଁଘରରୁ ଆରମ୍ଭ କରି ଖରାଛୁଟି ଆଦି ଅନେକ କଥା ମନେପଡ଼େ, ସମୟ କଟେ । ନିତାନ୍ତ ନିଷ୍ଠୁର ନିଦାଘ କାଳର ମଧ୍ୟାହ୍ନ ଅତ୍ୟନ୍ତ ରୁକ୍ଷ ଓ କଷ୍ଟକର । ଝାଞ୍ଜିପବନ ଗ୍ରୀଷ୍ମକଷ୍ଟକୁ ଦ୍ୱିଗୁଣିତ କରେ । ଗମ୍ ଗମ୍ ବୋହି ଯାଉଥିବା ଝାଳରେ ଦ୍ୱିପ୍ରହରରେ ଗାଁ ପିଣ୍ଡାରେ ବସି ଗପ ସପ କରିବା ଠାରୁ ଆରମ୍ଭ କରି ଗଛ ଛାଇ ତଳେ ବସିବା, ପାୱାର କଟ ସାଙ୍ଗକୁ ସଂଧ୍ୟାରେ ଏକଠା ବସି ନାନାଦି କଥା ଆଲୋଚନା କରିବା ଏମିତି ଅନେକ କିଛି ଖରାଦିନର ଅନୁଭୂତି ରହିଛି ଆମର । ତେବେ ସେ ସବୁକୁ ଶବ୍ଦରେ ସଜାଇ, ଗଳ୍ପ ଓ କବିତାର ରୂପ ଦେବା ନିମନ୍ତେ ଆମର ଏ ପ୍ରୟାସ #ଗ୍ରୀଷ୍ମାଗମନ ପ୍ରତିଯୋଗିତା ମାଧ୍ୟମରେ । ତେବେ ଆସନ୍ତୁ ନିଜର ଗ୍ରୀଷ୍ମ ସ୍ମୃତିକୁ ଜୀବନ୍ତ କରିବା ଓ ମନେପକାଇବା ବିଗତ, ବର୍ତ୍ତମାନର ଗ୍ରୀଷ୍ମ ଅନୁଭୂତିକୁ ।



କିଛି ବିଷୟ


ଗ୍ରୀଷ୍ମ ଦିପହର

ମେ ମାସର ଏକ ଖରାବେଳ

ଗ୍ରୀଷ୍ମର ଏକ ସଂଧ୍ୟା

ଗାଁରେ ଖରାଦିନ

ଖରାଛୁଟି

ଜଳକଷ୍ଟ

ପାୱାରକଟ୍

କାଳବୈଶାଖୀ

ବାଟୋଇ ଓ ଛାଇ

ନିଦାଘକାଳ

ପବନ

ନଦୀକୂଳ

ସୂର୍ଯ୍ୟାସ୍ତ

ଆମ୍ବତୋଟା

କୋଇଲିର କୁହୁ କୁହୁ ତାନ

ମରୀଚିକା

ତାତି

ଝାଞ୍ଜିପବନ

ଖଣ୍ଡିଆଭୂତ

ବନାଗ୍ନି

ଓଦାଗାମୁଛା

ସହରର ଖରାଦିନ

ପର୍ବପର୍ବାଣୀ


ନିୟମ

ଉପର ପ୍ରଦତ୍ତ ଥିମ୍ କୁ ନେଇ ଆପଣ କିମ୍ବା ସ୍ୱଇଚ୍ଛା ମୁତାବକ ଥିମକୁ ନେଇ ନିଜର ଲେଖା ଦାଖଲ କରିପାରିବେ ।

ଲେଖା ପ୍ରଦାନର ସଂଖ୍ୟା ଉପରେ ପ୍ରତିବନ୍ଧକ ନାହିଁ ।

ଶୈଳୀ ଉପରେ କୌଣସି ପ୍ରତିବନ୍ଧକ ନାହିଁ ।

ପ୍ରତିଯୋଗିତାରେ ନିଜର ମୌଳିକ କାହାଣୀ / କବିତା ଦାଖଲ କରିବା ଗ୍ରହଣୀୟ ହେବ ।

କାହାଣୀ / କବିତା ଦାଖଲ କରିବାର ସଂଖ୍ୟା ଉପରେ କୌଣସି ସୀମା ନାହିଁ ।

ପୂର୍ବରୁ ଉପଲବ୍ଧ କାହାଣୀ / କବିତା ଆଦିକୁ ପୁନଃ ଦାଖଲ କରିବା ଗ୍ରହଣୀୟ ହେବ ନାହିଁ ।

ଷ୍ଟୋରିମିରର୍ ଦ୍ୱାରା ଗ୍ରହଣ କରାଯାଇ ଥିବା ନିର୍ଣ୍ଣୟ ହିଁ ଅନ୍ତିମ ଓ ବାଧ୍ୟତାମୂଳକ ନିର୍ଣ୍ଣୟ ଅଟେ ।

ପ୍ରବନ୍ଧ / ରଚନା ଆଦି ଦାଖଲ କରିବା ସ୍ୱୀକାର୍ୟ୍ଯ ହେବ ନାହିଁ ।


ପୁରସ୍କାର -

ଅଧିକ ସଂଖ୍ୟକ ଲେଖା ଦାଖଲ କରିଥିବା ପ୍ରତି ବିଭାଗର ୩ଜଣ ପ୍ରତିଭାଙ୍କୁ ବିଜୟୀ ଘୋଷଣା କରାଯିବ । ସମସ୍ତଙ୍କୁ ସ୍ୱତନ୍ତ୍ର ମାନପତ୍ର ସହ RS/୧୫୦ର ଷ୍ଟୋରୀ ମିରର ସପ ଭାଉଚର ପ୍ରଦାନ କରାଯିବ।

ଉଭୟ ବିଭାଗର ୬ ଜଣଙ୍କୁ ସମ୍ପାଦକୀୟ ପସନ୍ଦ ଅନୁଯାୟୀ RS/୧୦୦ ସପ୍ ଭାଉଚର ପ୍ରଦାନ କରାଯିବ। 

ବିଜୟୀ ଘୋଷଣା କରିବା ସମୟରେ ସମ୍ପାଦକୀୟ ମୂଲ୍ୟାଙ୍କନ ଓ ପାଠକୀୟ ପସନ୍ଦ, ଟିପ୍ପଣୀ, ରେଟିଙ୍ଗ ଆଦିକୁ ମୁଖ୍ୟ ଆଧାର ଭାବରେ ଗ୍ରହଣ କରାଯିବ ।

ସମସ୍ତ ପ୍ରତିଯୋଗୀଙ୍କୁ ଅଂଶଗ୍ରହଣ ପ୍ରମାଣ ପତ୍ର ପ୍ରଦାନ କରାଯିବ ।



ବିଭାଗ: କାହାଣୀ ଓ କବିତା

ଭାଷା: ଓଡ଼ିଆ

ପ୍ରତିଯୋଗିତାର ସମୟ ଅବଧି: ଅପ୍ରେଲ ୯ ରୁ, ମେ ୩୧, ୨୦୨୪

ଫଳାଫଳ-ଅଗଷ୍ଟ ୨୦୨୪


ଯୋଗାଯୋଗ:

8637256608

+91 91106 62845

pallabini@storymirror.com