STORYMIRROR

# ମୁଁ ବି ଅନୁପ୍ରେରିତ

SEE WINNERS

Share with friends

 

ପ୍ରତିଯୋଗିତା ନିମନ୍ତେ ଥିମ୍ : ଆପଣଙ୍କ ଭିତରେଥିବା ଲେଖକକୁ ଉତ୍ସାହିତ କରିବା ନିମନ୍ତେ ପ୍ରତି ୪୮ ଘଣ୍ଟାରେ ପ୍ରମ୍ପଟ୍ ଲିଖନ ନିମନ୍ତେ ଏକ ଛବି ଉପସ୍ଥାପିତ କରାଯିବ । ଆପଣଙ୍କ ପାଇଁ ଏ ହେଉଛି ଥିମ୍ #୮

ଉପକ୍ରମ

 

ସମସ୍ତ ଲେଖକ ମାନଙ୍କ ପାଇଁ ଯେଉଁମାନେ ପ୍ରେରଣାପ୍ରଦ କାହାଣୀ ଲେଖିବାକୁ ପସନ୍ଦ କରନ୍ତି, ଷ୍ଟୋରିମିରର୍ ଆପଣ ଅପ୍ରକାଶିତ କୃତିକୁ ଏକ ଭୌତିକ ପୁସ୍ତକ ଆକାରରେ ସମସ୍ତଙ୍କ ପାଖକୁ ପହଞ୍ଚେଇବାର ଏକ ରୋମାଞ୍ଚକର ଅଧ୍ୟାୟ ସହ ଆପଣଙ୍କ ପାଖରେ ନିଜକୁ ପୁନଃ ପ୍ରସ୍ତୁତ କରୁଅଛି ! ଉପଯୁକ୍ତ ପ୍ରେରଣାପ୍ରଦ କାହାଣୀ ଲେଖନ୍ତୁ ଯାହା ଦ୍ୱାରା ଆପଣଙ୍କୁ ଅନୁଭବ ହେଉଥିବ ଯେ, ସେହି କାହାଣୀ ଦ୍ୱାରା ପାଠକଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିପାରିବ ଏବଂ ପ୍ରକାଶିତ ହେବାର ସୁବର୍ଣ୍ଣ ସୁଯୋଗ ଲାଭ କରିପାରିବ ।

ଷ୍ଟୋରିମିରର୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜର ଭାବନାର ଶବ୍ଦ ସବୁକୁ ଛପେଇବାର ସୁଯୋଗ ପ୍ରାପ୍ତ କରନ୍ତୁ । ବିଜୟୀ କାହାଣୀ ସମୂହକୁ ଷ୍ଟୋରିମିରର୍ ଦ୍ୱାରା ଏକ ବିଶେଷ ଚୟନିକା ମାଧ୍ୟମରେ ଅତି ଉଚ୍ଚମାନରେ ପ୍ରକାଶିତ କରାଯିବ ଏବଂ ଏଥିରେ ଆପଣ ମଧ୍ୟ ସ୍ଥାନ ପାଇପାରନ୍ତି ।

 

ପ୍ରତିଯୋଗିତା ନିମନ୍ତେ ନିୟମ -

  • ସମସ୍ତ କାହାଣୀ ପ୍ରେରଣାଦାୟକ ଶୈଳୀରେ ଲେଖା ହେବା ଉଚିତ ।
  • କାହାଣୀ ଇଂରାଜୀ, ହିନ୍ଦୀ, ଗୁଜରାଟୀ, ମରାଠୀ, ଓଡ଼ିଆ କିମ୍ବା ବଙ୍ଗାଳୀ ଭାଷାରେ ପ୍ରସ୍ତୁତ କରାଯାଇପାରିବ ।
  • କାହାଣୀ ନିମନ୍ତେ ଶବ୍ଦ ସୀମା : ସର୍ବନିମ୍ନ ୧୫୦୦ ଶବ୍ଦ ରୁ ସର୍ବାଧିକ ୨୫୦୦ ଶବ୍ଦ ।
  • କେବଳ ପ୍ରତିଯୋଗିତା ଲିଙ୍କ ମଧ୍ୟମରେ ଜମା କରାଯାଇଥିବା କାହାଣୀ ହିଁ ଗ୍ରହଣୀୟ ହେବ ।
  • ସଂପାଦକଙ୍କ ସ୍କୋର ସହ ପସନ୍ଦ, ଟିପ୍ପଣୀ, ରେଟିଙ୍ଗ ଏବଂ କାହାଣୀ ପ୍ରତି ପାଠକଙ୍କ ଏଙ୍ଗେଜମେଣ୍ଟ ଆଦି ଆଧାରରେ ବିଜେତା ନିର୍ଣ୍ଣୟ କରାଯିବ ।
  • ଷ୍ଟୋରିମିରର୍ ଦ୍ୱାରା ଗ୍ରହଣ କରାଯାଇଥିବା ନିର୍ଣ୍ଣୟ ଅନ୍ତିମ ଓ ବାଧ୍ୟତାମୂଳକ ନିର୍ଣ୍ଣୟ ହେବ ।
  • ପ୍ରତିଯୋଗୀ ନିଜର ମୌଳିକ କାହାଣୀ ପ୍ରସ୍ତୁତ କରିବା ଆବଶ୍ୟକ ।
  • ପ୍ରତିଯୋଗିତାରେ ନିଜର କାହାଣୀ ପ୍ରସ୍ତୁତ କରିବାର କୌଣସି ସଂଖ୍ୟା ଗତ ସୀମା ରଖାଯାଇ ନାହିଁ ।
  • ନିବନ୍ଧ / ଅନୁଛେଦ ପ୍ରସ୍ତୁତ କରିବାର ଅନୁମତି ନାହିଁ ।
  • ଏହି ପ୍ରତିଯୋଗିତା ଦ୍ୱାରା ପ୍ରସ୍ତୁତ କାହାଣୀ ଥରେ ଦାଖଲ କରିସାରିଲା ପରେ ଷ୍ଟୋରିମିରର୍ ପ୍ଲାଟଫର୍ମରୁ ପୁନଃ କାଢ଼ି ନେଇ ପାରିବେ ନାହିଁ ।

 

ଚୟନପ୍ରକ୍ରିୟା ନିମନ୍ତେ ନିୟମ -

  • ଏହି ପ୍ରତିଯୋଗିତାରେ ଭାଗ ନେବା ଦ୍ୱାରା, ଲେଖକ ଚୟନପ୍ରକ୍ରିୟା ମାଧ୍ୟମରେ ନିଜ କୃତିକୁ ପ୍ରକାଶିତ କରିବା ନିମନ୍ତେ ଷ୍ଟୋରିମିରର୍ କୁ ବିଶେଷ ଅଧିକାର ପ୍ରଦାନ କରିଥାନ୍ତି ।
  • ଷ୍ଟୋରିମିରର୍ ଲେଖକଙ୍କୁ ଉଚିତ ଶ୍ରେୟ ଦେବା ସହ ଲେଖକଙ୍କ ସଂକ୍ଷିପ୍ତ ପରିଚୟ ପୁସ୍ତକରେ ସାମିଲ କରାଯିବ ।
  • ଚୟନ କରାଯାଇଥିବା କୃତି ବା କାହାଣୀ କୌଣସି ଅନ୍ୟ ଡିଜିଟାଲ ପ୍ଲେଟଫର୍ମ କିମ୍ବା ଭୌତିକ ରୂପରେ ପ୍ରକାଶିତ ନ ହେବା ଉଚିତ ।
  • ଏହି ପୁସ୍ତକର ବିକ୍ରିରେ କୌଣସି ରାୟଲ୍ଟି ( Royalties) ପ୍ରଦାନ କରାଯିବ ନାହିଁ । କାହିଁକି ନା ଏହା ପ୍ରଥମରୁ ହିଁ ଷ୍ଟୋରିମିରର୍ ରେ ମୁକ୍ତରେ ଉପଲବ୍ଧ ଅଛି ।
  • ପୁସ୍ତକ  https://shop.storymirror.comଏବଂ https://amazon.in ରେ ଅନଲାଇନ ବିକ୍ରୟ କରାଯିବ । ଅନ୍ୟ କୌଣସି ଚ୍ୟାନେଲରେ ଏହାର ବିତରଣ ଆଦି ପ୍ରକାଶକଙ୍କ ଉପରେ ନିର୍ଭରଶୀଳ ।
  • ଏହି ନୀତିନିୟମର କୌଣସି ବିଖଣ୍ଡନ ହେବ ନାହିଁ ଏବଂ ଥରେ ପ୍ରକାଶିତ ହେବାକୁଥିବା କୃତି ବା କାହାଣୀକୁ ଚୟନିକାରୁ ବାଦ ଦିଆଯିବ ନାହିଁ ।
  • ପ୍ରତ୍ୟକ ଲେଖକ, ଯେଉଁମାନଙ୍କର କୃତି ବା କାହାଣୀ ଏହି ଚୟନିକା ମଧ୍ୟମରେ ଛପାଯିବ ତାଙ୍କୁ ଖଣ୍ଡିଏ ପୁସ୍ତକ ବିନାମୂଲ୍ୟରେ ପ୍ରଦାନ କରାଯିବ ।

 

ପୁରସ୍କାର -

  • ପ୍ରତି ଭାଷାର ସର୍ବଶ୍ରେଷ୍ଠ ୨୦ଟି କାହାଣୀକୁ ଏକ ଭୌତିକ ପୁସ୍ତକ ରୂପରେ ପ୍ରକାଶିତ କରାଯିବ ।
  • ପ୍ରତି ଭାଷାର ଅନ୍ୟ ୩୦ଟି ସର୍ବଶ୍ରେଷ୍ଠ କାହାଣୀକୁ ନେଇ ଏକ ଇ-ପୁସ୍ତକ ରୂପରେ ପ୍ରକାଶିତ କରାଯିବ ।
  • ସମସ୍ତଙ୍କୁ ଅଂଶଗ୍ରହଣ ନିମନ୍ତେ ପ୍ରମାଣପତ୍ର ପ୍ରଦାନ କରାଯିବ ।

 

ଯୋଗ୍ୟତା -

ପ୍ରତିଯୋଗିତାର ସମୟ ସୀମା - ୯ ଅକ୍ଟୋବର, ୨୦୧୯ ରୁ ୩୧ ଅକ୍ଟୋବର, ୨୦୧୯

ଶବ୍ଦ ସୀମା - ୧୫୦୦ -୨୫୦୦ ଶବ୍ଦ

ଫଳାଫଳ - ୨୦ ନଭେମ୍ବର, ୨୦୧୯

 

ଭାଷା : ଇଂରାଜୀ, ହିନ୍ଦୀ, ଗୁଜରାଟୀ, ମରାଠୀ, ଓଡ଼ିଆ, ବଙ୍ଗାଳୀ

ବିଷୟ-ପ୍ରକାର : କାହାଣୀ ( ଶବ୍ଦ ସୀମା : ୧୫୦୦ ଶବ୍ଦ ରୁ ୨୫୦୦ ଶବ୍ଦ ମଧ୍ୟରେ )

 

ସମ୍ପର୍କ କରନ୍ତୁ - marketing@storymirror.com / 022-49243888 / 022-49240082