'ପ୍ରେମ ନୁହେଁ ଦେହ ଦେହୁ ଭୋଗ ଅନ୍ଵେଷଣ
ପ୍ରେମ ଏକ ଆତ୍ମା ପ୍ରତି ଅନ୍ୟର ବନ୍ଧନ।' - ମାୟାଧର ମାନସିଂହ
ସତରେ ପ୍ରେମ ବୋଲି ଯେଉଁ ଅଢ଼େଇ ଅକ୍ଷର ଶବ୍ଦ ତାକୁ କୌଣସି ନିର୍ଦ୍ଦିଷ୍ଟ ସଂଜ୍ଞା ଭିତରେ ବନ୍ଦୀ କରାଯାଇ ନପାରେ; କେବଳ ତାକୁ ହୃଦୟରେ ଅନୁଭବ କରାଯାଇପାରେ । ଜୀବନର ଲମ୍ବା ଚଳାପଥରେ ପ୍ରେମାନୁଭବ ନିଶ୍ଚୟ ଆମେ କେବେ ନା କେବେ ପାଇଛେ, ତାକୁ ଯଥେଷ୍ଟ ନ ହେଲେବି କିଞ୍ଚିତ ଭାବେ ବୁଝିଛେ । ତେବେ ଆସନ୍ତୁ ନା ଆମେ କେଉଁ ରୂପରେ ଆଉ କେତେ ପରିମାଣରେ ପ୍ରେମକୁ ବୁଝିଛେ ପ୍ରକାଶ କରିବା କିଛି କବିତା ବା କାହାଣୀ ମାଧ୍ୟମରେ ।
ବିଗତ ବର୍ଷ ଫେବୃଆରୀ ମାସରେ ଆୟୋଜିତ 'ପ୍ରେମ ପର୍ବ'ର ଅଭୂତପୂର୍ବ ସଫଳତା ପରେ ଆମେ ଏହାକୁ ଏକ ନୂଆ ରୂପରେ ଆପଣଙ୍କ ଆଗରେ ପ୍ରସ୍ତୁତ କରିଛୁ 'ପ୍ରେମ ପ୍ରେମ' ଭାବରେ । ତେବେ ଏହି ପ୍ରେମର ମାସ ଫେବୃଆରୀକୁ ଆଉଟିକେ ପ୍ରେମମୟ କରିବାର ଲକ୍ଷ୍ୟରେ ଷ୍ଟୋରୀମିରର୍ ଆପଣମାନଙ୍କୁ ଏକ ଅଭିନବ ଲିଖନ ପ୍ରତିଯୋଗିତା ନିମନ୍ତେ ଆମନ୍ତ୍ରଣ କରୁଛି ।
ଏହା ଆପଣଙ୍କ ହୃଦୟର ଗଚ୍ଛିତ ପ୍ରେମ, ଛଳନା, ବିଚ୍ଛେଦ, ସ୍ମୃତି ଆଦି ପ୍ରେମ ସହ ଓତଃପ୍ରୋତ ଭାବେ ଜଡ଼ିତ ଭାବନା ସବୁକୁ ସର୍ଜନର ରୂପ ଦେଇପାରିଲେ ଆମ ଉଦ୍ଦେଶ୍ୟ ଚରିତାର୍ଥ ହେଲା ବୋଲି ଅନୁଭବ କରିବୁ । ତେବେ ଆଉ ଡେରି କାହିଁକି ଅସନ୍ତୁ ଏହି ପ୍ରେମର ମାସରେ ଟିକିଏ ପ୍ରେମମୟ ହେବା, ଅତୀତର କିଛି ସ୍ମୃତିଚାରଣ କରିବା, କିଛି ଛଳନାର ଧାରୁଆ ଛୁରୀରେ କ୍ଷତାକ୍ତ ହେବା, ଆଉ ଥରେ ପ୍ରେମରେ ପଡ଼ିବା - ବାସ୍ ପ୍ରେମରେ ବଞ୍ଚିବା ଆଉ କିଛି ମୁହୂର୍ତ୍ତ ।
ପ୍ରସ୍ତାବନା :
ବିଗତ ସଂସ୍କରଣ ପରି ଚଳିତ ସଂସ୍କରଣରେ ମଧ୍ୟ ଆମେ ସମୁଦାୟ ଚାରୋଟି ପର୍ବ ରଖିଛୁ । ଏହି ଚାରି ପର୍ବକୁ ପ୍ରେମ ସହ ଜଡ଼ିତ ଚାରୋଟି ଭାବନା ବା ବିଷୟକୁ ନେଇ ଚାରୋଟି ପର୍ବରେ ବିଭକ୍ତ କରାଯାଇଛି । ଯଥା -
ସର୍ତ୍ତାବଳୀ :
ପୁରସ୍କାର :
ବିଭାଗ : କାହାଣୀ | କବିତା
ଭାଷା : ଓଡ଼ିଆ
ସମୟସୀମା :
ଆରମ୍ଭ - ଫେବୃଆରୀ ୦୨, ୨୦୨୨
ଶେଷ - ମାର୍ଚ୍ଚ ୦୨, ୨୦୨୨
ଫଳାଫଳ - ଅପ୍ରେଲ ୨୦୨୨
କୃତଜ୍ଞତା :
ଉକ୍ତ ପ୍ରତିଯୋଗିତାରେ ସହଯୋଗର ହାତ ବଢ଼େଇଥିବା 'କବିତା ମିନାର ସାହିତ୍ୟ ଘର'ର ପ୍ରତିଷ୍ଠାତା ସମ୍ପାଦକ ମୃତ୍ୟୁଞ୍ଜୟ ସାହୁ ମହୋଦୟଙ୍କୁ ଆମ ପରିବାର ତରଫରୁ ଅଜସ୍ର ଧନ୍ୟବାଦ ଓ କୃତଜ୍ଞତା ଅର୍ପଣ କରୁଛୁ ।
ଯୋଗାଯୋଗ:
ଇ-ମେଲ୍ : odia@storymirror.com / pallabini@storymirror.com
ଫୋନ୍ ନମ୍ବର : +91 8637256608 / 91106 62845