Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#କବିତା ଝଙ୍କାର

SEE WINNERS

Share with friends

କ୍ଷଣଭଙ୍ଗୁର ଜୀବନ ଭିତରେ କେତେ ସୁର ମଣିଷକୁ ଆଚ୍ଛନ୍ନ କରେ । ଏ ସୁର ଭିତରେ ହିଁ କଅଁଳୁଥାଏ ମଣିଷର ଜୀବନ । ନିଜର ସମସ୍ତ ସ୍ଥିତି-ଦୁଃସ୍ଥିତି, ହସ-ଲୁହ, ଉଠିବା-ପଡିବା ଭିତରେ ମଣିଷ ଛାତିରେ କେତେ ସୁର ମୂର୍ଚ୍ଛନା ତୋଳି ସ୍ବର ଭଙ୍ଗ ହୁଏ ସେ ହିସାବ କ'ଣ କିଏ ରଖିପାରିଛି ଆଜିଯାଏ ! ପ୍ରେମ ଆଉ ପ୍ରତାରଣର ଦୁନିଆରେ ସମସ୍ତେ ନିଜ ନିଜ ବାଟରେ ନିଜ ହୃଦୟର ସଙ୍ଗୀତରେ ବନ୍ଧା, ଔ କାହାକୁ ଶୁଣିବାକୁ ଧୈର୍ଯ୍ୟ କାହିଁ ! ଛାଡନ୍ତୁ । ଆଜି କିନ୍ତୁ ଆପଣ ଆଉ ନିରାଶ ହେବେନି । ଆମେ ଅଛୁ ଆପଣଙ୍କୁ ଶୁଣିବାକୁ, ବୁଝିବାକୁ । ଆଉ ଆମ ସହ ଅଛନ୍ତି ଅଗଣିତ ପାଠକ-ପାଠିକା ! 

ତେବେ ଆପଣ ପ୍ରସ୍ତୁତ ତ ଆପଣଙ୍କ #କବିତା ଝଙ୍କାର ମାଧ୍ୟମରେ ହୃଦୟର ସେଇ ରାଗିଣୀକୁ ଆମ ସହ ବାଣ୍ଟିବାକୁ । ଭାବୁଛନ୍ତି କ'ଣ ଯେ ଆରମ୍ଭ କରନ୍ତୁ ! 

ପରବର୍ତ୍ତୀ ପୃଷ୍ଠାରେ ଆପଣଙ୍କ ଭାବନକୁ ଶାଣିତ କରିବା ପାଇଁ କିଛି ଶବ୍ଦ ପ୍ରଦାନ କରାଗଲା । ଯାହାକୁ ଆପଣ ନିଜ ଭାବନା ସହ ଯୋଡିପରିବେ । 

ସର୍ତ୍ତାବଳୀ :

  • ପର ପୃଷ୍ଠାରେ ପ୍ରଦତ୍ତ ବିଷୟକୁ ନେଇ ଅଥବା ନିଜସ୍ବ ଶୈଳୀରେ କବିତା ଓ ଗଳ୍ପ ରଚନା କରାଯାଇ ପାରିବ ।
  • ଶୈଳୀ ଉପରେ କୌଣସି ପ୍ରତିବନ୍ଧକ ନାହିଁ ।
  • କାହାଣୀ/କବିତା ପ୍ରତିଯୋଗିତା ଲିଙ୍କ୍ ମାଧ୍ୟମରେ ହିଁ ଦାଖଲ କରିବାକୁ ହେବ ।
  • କବିତାଟି (୧୦୦ ଶବ୍ଦ) ଓ କାହାଣୀ (୨୦୦ ଶବ୍ଦ)ରୁ ଅଧିକ ହୋଇଥିବ ।
  • ପ୍ରତିଯୋଗିତାରେ ନିଜର ମୌଳିକ କାହାଣୀ ଓ କବିତା ଦାଖଲ କରିବା ଗ୍ରହଣୀୟ ହେବ ।
  • କାହାଣୀ/କବିତା ଦାଖଲ କରିବାର ସଂଖ୍ୟା ଉପରେ କୌଣସି ସୀମା ନାହିଁ ।
  • ମଞ୍ଚରେ ପୂର୍ବରୁ ଉପଲବ୍ଧ କାହାଣୀ ଓ କବିତା ଆଦିକୁ ପୁନଃଦାଖଲ କରିବା ଗ୍ରହଣୀୟ ହେବ ନାହିଁ ।
  • ବିଚାରକ ମଣ୍ଡଳୀଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ନିର୍ଣ୍ଣୟ ହିଁ ଅନ୍ତିମ ଓ ବାଧ୍ୟତାମୂଳକ ନିର୍ଣ୍ଣୟ ଅଟେ ।
  • ପ୍ରବନ୍ଧ/ରଚନା ଆଦି ଦାଖଲ କରିବା ଗ୍ରହଣୀୟ ହେବ ନାହିଁ।