ଗଜନନାୟ ନମଃ
ପରିଚୟ :
ନମୋ ଗଣେଶ ବିଘ୍ନେଶ ଗିରିଜା ନନ୍ଦନଂ ପ୍ରଭୋ ।
ମମ ବିଘ୍ନ ନିହତ୍ୟାଶୁ ଗଣାଧିପତୟେ ନମଃ ।।
ଆମ ସଂସ୍କୃତିରେ ପ୍ରଭୁ ଗଣେଶ ବିଦ୍ୟା ଓ ବୁଦ୍ଧିର ଅଧୀଶ୍ଵର । ଜୀବନରେ ସୁଖ ଶାନ୍ତି ସହ ସାମାଜିକ ଜୀବନ ପ୍ରବାହରେ ଆମ ଜୀବନରେ ଆସୁଥିବା ବାଧା-ବିଘ୍ନର ନିରାକରଣ ନିମନ୍ତେ ଆମେ ଗଣେଶ ଆରାଧନା କରିଥାଉ । ଯାହା ଦ୍ୱାରା ଆମ ମନରେ ସଦଭାବନାର ସଂଚାର ହୋଇଥାଏ । କେବଳ ସେତିକି ନୁହେଁ, ଏହି ପୂଜା ପାର୍ବଣ ଆମ ଭିତରେ ସାମାଜିକ ଐକ୍ୟତା ସୃଷ୍ଟି କରିବାରେ ସହାୟକ ହୋଇଥାଏ । ତେବେ ଚଳିତ ବର୍ଷ କରୋନା ପ୍ରଭାବରେ ଆବହମାନ କାଳରୁ ଚାଲି ଆସୁଥିବା ପବିତ୍ର ଗଣେଶ ପୂଜା ମଧ୍ୟ ପ୍ରଭାବିତ ହେବ । ଏଥିରେ ତିଳେ ମାତ୍ର ସନ୍ଦେହର ଅବକାଶ ନାହିଁ । ତଥାପି ଆମ ଭିତରେ ଭକ୍ତି ଅକ୍ଷୁର୍ଣ୍ଣ ରହିବ ।
ତେଣୁ ଆସନ୍ତୁ ଚଳିତ ବର୍ଷ ଗଣେଶ ପୂଜା ଷ୍ଟୋରିମିରର୍ ସହିତ ପାଳନ କରିବା । ଏହି ଗଣେଶ ପୂଜା ଉପଲକ୍ଷେ ନିଜ ହୃଦୟର ଅଖଣ୍ଡ ଭକ୍ତି ଓ ବିଶ୍ୱାସକୁ କବିତା ଓ କାହାଣୀର ରୂପ ଦେବା । ନିଜ ଜୀବନରେ ଘଟିଯାଇଥିବା ଅନୁଭବ ଓ ଅନୁଭୂତି ସବୁରେ ପ୍ରାଣ ସଂଚାର କରିବା ସହ ପ୍ରଭୁ ଗଣେଶଙ୍କ ପାଦ ପଙ୍କଜରେ ନିଜକୁ ସମର୍ପଣ କରିବା ।
ଏହି ପ୍ରତିଯୋଗିତାରେ ଆମକୁ ସହଯୋଗର ହାତ ବଢ଼େଇଛନ୍ତି ସାହିତ୍ୟିକ କବି ବନ୍ଧୁ ପରିବାର । ତାଙ୍କ ସହଯୋଗ ପାଇଁ ଅଶେଷ ଧନ୍ୟବାଦ ।
ନୀତିନିୟମ :
ଲେଖାଟି ଗଣେଶଙ୍କ ଉପରେ ଆଧାରିତ ହେବା ନିତାନ୍ତ ଆବଶ୍ୟକ ।
କେବଳ କବିତା ଓ କାହାଣୀ ଗ୍ରହଣୀୟ ।
ସମ୍ପାଦକୀୟ ସ୍କୋର୍ ଏବଂ ଲେଖାଟି ଉପରେ ପାଠକ ଯୋଗଦାନ ଉପରେ ଆଧାର କରି ବିଜେତାମାନଙ୍କୁ ସ୍ଥିର କରାଯିବ ।
ଅଂଶଗ୍ରହଣକାରୀମାନେ ସେମାନଙ୍କର ମୂଳ ଲେଖା ଦାଖଲ କରିବା ଉଚିତ୍ ।
ଆପଣ ଦାଖଲ କରୁଥିବା ଲେଖା ସଂଖ୍ୟାରେ କୌଣସି ସୀମା ନାହିଁ ।
କୌଣସି ଶବ୍ଦ ସୀମା ନାହିଁ ।
ପ୍ରବନ୍ଧ ଗ୍ରହଣୀୟ ନୁହେଁ ।
ଶ୍ରେଣୀଗୁଡିକ :
କାହାଣୀ
କବିତା
ଭାଷା: ଓଡ଼ିଆ
ପୁରସ୍କାର :
ଶ୍ରେଷ୍ଠ ୩ ଟି କାହାଣୀ ଏବଂ କବିତାକୁ ଯଥାକ୍ରମେ ଷ୍ଟୋରୀମିରର୍ INR 250 ସପ୍ ଭଉଚର ପ୍ରଦାନ କରାଯିବ ।
ସମସ୍ତ ଅଂଶଗ୍ରହଣକାରୀ INR 100 ର ସପ୍ ଭାଉଚର ସହ ଏକ ଅଂଶଗ୍ରହଣ ପ୍ରମାଣପତ୍ର ପାଇବେ ।
ଦାଖଲ ଅବଧି: ଅଗଷ୍ଟ ୨୦ ରୁ ଅଗଷ୍ଟ ୩୦, ୨୦୨୦
ଫଳାଫଳ: ସେପ୍ଟେମ୍ବର ୨୦୨୦
ଯୋଗାଯୋଗ:
ଇମେଲ୍: odia@storymirror.com
ଫୋନ୍ ନମ୍ବର: +91 8637256608