Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#ସପନର ଦୁନିଆ

SEE WINNERS

Share with friends

କୁହାଯାଏ ଯେ ସ୍ୱପ୍ନର ଦୁନିଆ ସବୁଠାରୁ ଭିନ୍ନ ଏବଂ ଅନନ୍ୟ, ଏଠାରେ ଆମେ ନିଜର ଭବିଷ୍ୟତ, ବର୍ତ୍ତମାନ, ଅତୀତର ଚିନ୍ତା ଶୋଇଯାଉ ମୃତବତ୍ । ମାତ୍ର ବନ୍ଦ ହୋଇଯାଇଥିବା ଆଖିର ବ୍ରହ୍ମାଣ୍ଡରେ ଘଟୁଥାଏ ଅନେକ ଘଟଣାଗୁଡ଼ିଏ । ଯାହା ଆମେ ଦେଖୁ ଏବଂ ଅନୁଭବ କରୁ ଯାହା କେବେ ସତ ହୁଏ ନାହିଁ, ମାତ୍ର ତାହା ଆମକୁ ବିଚଳିତ, ବିହ୍ୱଳିତ ଏବଂ ଆନ୍ଦୋଳିତ କରିଥାଏ । କିଛି ଆଶ୍ଚର୍ଯ୍ୟଜନକ, କିଛି ଚିନ୍ତାଜନକ କିଛି ସୁଖଜନକ ହୋଇଥାଏ ସ୍ୱପ୍ନ ସବୁ । କେବଳ ଏତିକି ନୁହେଁ, କିଛି ସ୍ୱପ୍ନ ଆମର ଦୈନନ୍ଦିନ ଜୀବନ ସହିତ ଜଡ଼ିତ ହୋଇଥାଏ ଆମେ ଦେଖୁଥିବା ସ୍ୱପ୍ନସବୁ।


ଆମ ସମସ୍ତେ ନିଶ୍ଚୟ କିଛି ବା ଅନ୍ୟ ସ୍ୱପ୍ନ ଦେଖିଥିବେ, ଭଲ କି ଖରାପ କିମ୍ବା ସବୁଠୁ ଅନନ୍ୟ, ତେବେ ଆସନ୍ତୁ ସ୍ୱପ୍ନକୁ ଶବ୍ଦରେ ସଜାଇବା? ସ୍ୱପ୍ନ ସହିତ ନିଜର ଅଭିଜ୍ଞତା ଏବଂ ସ୍ପର୍ଶକାତର କିମ୍ବା ଚିତ୍ତାକର୍ଷକ ଏମିତି ଅନେକ ଭାବନାତ୍ମକ କାହାଣୀ ଓ କବିତା ଲେଖିବା । ଯାହା ଆମ ସ୍ୱପ୍ନର ଏକ ଭାଗ ସାଜିଥାଏ । ତେବେ ଏହି ✍️ "ସପନର ଦୁନିଆ" ପ୍ରତିଯୋଗିତା ମାଧ୍ୟମରେ ଆସନ୍ତୁ ନିଜ ସ୍ୱପ୍ନ ଦୁନିଆକୁ ଜୀବନ୍ତ କରିବାକୁ ପ୍ରୟାସ କରିବା । ନିସ୍ତବ୍ଧ ରାତିରେ ଅବା ନିର୍ଜନ ବେଳାରେ ଦେଖିଥିବା ସ୍ୱପ୍ନକୁ ନିଜ ଗଳ୍ପ ଓ କବିତା ମାଧ୍ୟମରେ ଦେବା ଶବ୍ଦର ରୂପ ।


 


ନିୟମ: -


  • ଏହି ପ୍ରତିଯୋଗିତା ସବୁ ବୟସର ସୃଷ୍ଟିକର୍ତ୍ତାଙ୍କ ପାଇଁ, କୌଣସି ବୟସ ସୀମା ନାହି>
  • ଏହି ପ୍ରତିଯୋଗିତାରେ କେବଳ ଏବଂ କେବଳ ଗଳ୍ପ ଓ କବିତା ଗ୍ରହଣୀୟ। ଗଳ୍ପର ଶବ୍ଦ 
  •  ପ୍ରତିଯୋଗୀ ପ୍ରତିଯୋଗୀତା ପାଇଁ କେବଳ ଗୋଟିଏ ରଚନା ପଠାଇ ପାରିବେ ।
  • ଏଣ୍ଟ୍ରି ପଠାଇବା ପାଇଁ ୬ମେ' ୨୦୨୩ରୁ ୧୫ ଜୁନ ୨୦୨୩ ଧାର୍ଯ୍ୟ ସମୟ ରହିଛି, ଏହା ପରେ ପଠାଯାଇଥିବା ଲେଖା ଗ୍ରହଣୀୟ ହେବ ନାହିଁ।
  • ନିଜର ଲେଖା ନିଜର ନିଜସ୍ୱ ଲିଖିତ, ମୂଳ ରଚନା ହେବା ଆବଶ୍ୟକ ।
  • ଆପଣଙ୍କର ସୃଷ୍ଟି କୌଣସି ଧର୍ମ, ଜାତି, ସମ୍ପ୍ରଦାୟ, ଲିଙ୍ଗ କିମ୍ବା ଅଞ୍ଚଳ ପ୍ରତି ଘୃଣ୍ୟ କିମ୍ବା କ୍ଷତିକାରକ ଶବ୍ଦ ଧାରଣ କରିବା ଉଚିତ୍ ନୁହେଁ । କୌଣସି ପ୍ରକାର ବିବାଦ ହେଲେ, ସମସ୍ତ ଦାୟିତ୍ୱ ନିଜେ ଅଂଶଗ୍ରହଣକାରୀଙ୍କ ଉପରେ ରହିବ।
  • ଲେଖା ପଠାଇବା ପୂର୍ବରୁ ଦୟାକରି ରଚନାରେ ବ୍ୟାକରଣ ଏବଂ ବନାନ ତ୍ରୁଟି ଯାଞ୍ଚ କରନ୍ତୁ।
  • କାହାଣୀ/କବିତା ପ୍ରତିଯୋଗିତା ଲିଙ୍କ୍ ମାଧ୍ୟମରେ ହିଁ ଦାଖଲ କରିବାକୁ ହେବ ।
  • କବିତାଟି (୧୦୦ ଶବ୍ଦ) ଓ କାହାଣୀ (୨୦୦ ଶବ୍ଦ)ରୁ ଅଧିକ ହୋଇଥିବ ।
  • ପ୍ରତିଯୋଗିତାରେ ନିଜର ମୌଳିକ କାହାଣୀ ଓ କବିତା ଦାଖଲ କରିବା ଗ୍ରହଣୀୟ ହେବ ।
  • କାହାଣୀ/କବିତା ଦାଖଲ କରିବାର ସଂଖ୍ୟା ଉପରେ କୌଣସି ସୀମା ନାହିଁ ।
  • ମଞ୍ଚରେ ପୂର୍ବରୁ ଉପଲବ୍ଧ କାହାଣୀ ଓ କବିତା ଆଦିକୁ ପୁନଃଦାଖଲ କରିବା ଗ୍ରହଣୀୟ ହେବ ନାହିଁ ।
  • ବିଚାରକ ମଣ୍ଡଳୀଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ନିର୍ଣ୍ଣୟ ହିଁ ଅନ୍ତିମ ଓ ବାଧ୍ୟତାମୂଳକ ନିର୍ଣ୍ଣୟ ଅଟେ ।


ପୁରସ୍କାର :


୫ କାହାଣୀ ଓ ୫ କବିତା ବିଭାଗର ବିଜୟୀ ବିଜେତାଙ୍କୁ ଷ୍ଟୋରିମିରରରୁ ୧୫୦ ଟଙ୍କା ଉପହାର ଭାଉଚର ସହିତ ଏକ ଡିଜିଟାଲ୍ ସାର୍ଟିଫିକେଟ୍ ଦିଆଯିବ।

ସମସ୍ତଙ୍କୁ ଅଂଶଗ୍ରହଣ ଇ-ମାନପତ୍ର ପ୍ରଦାନ କରାଯିବ ।


ବିଭାଗ : କାହାଣୀ | କବିତା

ଭାଷା : ଓଡ଼ିଆ

ଫଳାଫଳ - ଅଗଷ୍ଟ ୨୦୨୩

କୃତଜ୍ଞତା : ଉକ୍ତ ପ୍ରତିଯୋଗିତାରେ ସହଯୋଗର ହାତ ବଢ଼େଇଥିବା ମେଘାସନୀ ସାହିତ୍ୟ ସଂସ୍କୃତି ପରିଷଦର ପ୍ରତିଷ୍ଠାତା/ସମ୍ପାଦକ:-ଅକ୍ଷୟ କୁମାର ବେହେରା, ସହ ସମ୍ପାଦିକା:-କମଳିନୀ ପାଣିଗ୍ରାହୀ(ପୁରୀ), ସଭାପତି:-ଭବାନୀ ଶଙ୍କର ମିଶ୍ର(ମୟୂରଭଞ୍ଜ), ଉପ ସଭାପତି:-ବଳରାମ ଜେନା(ଖୋର୍ଦ୍ଧା), ସମୀକ୍ଷକ:-ଗଙ୍ଗାଧର ପ୍ରଧାନ(ପୁରୀ), ସମୀକ୍ଷିକା:-ରାଜେଶ୍ବରୀ ପଣ୍ଡା(ବାଲେଶ୍ବର), ସଂଯୋଜିକା:-ସସ୍ମିତା ବେହେରା(କଟକ), ଉପଦେଷ୍ଟା:-ଦୁର୍ଯ୍ୟୋଧନ ବାରିକ(ବାଲେଶ୍ବର), ମାର୍ଗଦର୍ଶକ:-ବୃନ୍ଦାବନ ଦାଶ(ମୟୂରଭଞ୍ଜ)ଙ୍କୁ ଆମ ପରିବାର ତରଫରୁ କୃତଜ୍ଞତା ।  

 

ଯୋଗାଯୋଗ:

ଇ-ମେଲ୍ : odia@storymirror.com / pallabini@storymirror.com

ଫୋନ୍ ନମ୍ବର : +91 8637256608 / 91106 62845