Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#କ୍ରମଶଃ

SEE WINNERS

Share with friends

କ୍ରମଶଃ...


ଜୀବନ ହେଉଛି ଏକ ଯାତ୍ରା, ଯେଉଁଥିରେ ଆମେ ନୂତନ ମୋଡ଼ ଆଡ଼କୁ କ୍ରମଶଃ ଗତି କରୁ, ଅଜଣା ଯାତ୍ରାକୁ ଅନୁଭବ କରୁ ଏବଂ ଶିଖୁ । ଏହା ଏକ ଅଦୃଶ୍ୟ ପଥ ଯେଉଁଥିରେ ଆମେ ଆମର ସ୍ୱପ୍ନର ସନ୍ଧାନରେ ସ୍ଥିର କରିଥାଉ ଏବଂ ଆମର ଅସୀମ ସମ୍ଭାବନାକୁ ମୁକ୍ତ କରିଥାଉ ? କ୍ରମଶଃ ଜୀବନ ଆଗକୁ ବଢ଼େ । ଅନେକ ଫଗୁଣ, ଗୋଟିଏ ପରେ ଗୋଟିଏ ଶ୍ରାବଣ, ଯୌବନର ବୈଶାଖ ପାର ହୋଇଥାଏ କ୍ରମେ କ୍ରମେ । ତେବେ ଜୀବନର ପ୍ରତି ପର୍ଯ୍ୟାୟରେ, ଆମେ ଆମ ଜୀବନକୁ ସନ୍ତୁଳିତ ଏବଂ ଆନନ୍ଦିତ ରଖିବାକୁ ଚେଷ୍ଟା କରୁ । ଭବିଷ୍ୟତ, ପରିବାର , ସ୍ୱାସ୍ଥ୍ୟ, ସମ୍ପର୍କ ସବୁକିଛି ଧୀରେ ଧୀରେ ପରିବର୍ତ୍ତନ ହୁଏ । ତେବେ କ୍ରମଶଃ ପରିବର୍ତ୍ତିତ ଜୀବନରୁ ଅନୁଭୂତିରୁ ଶିଖିବା ଏବଂ ସହଭାଗୀତାର ମହତ୍ତ୍ୱ ବୁଝି ଜୀବନ ଜୀଇଁବା ହିଁ ଏକ କଳା । ଭିନ୍ନ ଭିନ୍ନ ପରିସ୍ଥିତି , ପରିବର୍ତ୍ତନଶୀଳ ସମ୍ପର୍କ, ଆନ୍ଦୋଳିତ ଅନୁଭବ ସବୁକିଛି ଅନେକ କ୍ରମଶଃ ବଦଳିଯାଏ ଆବଶ୍ୟକତା ଓ ପ୍ରାଥମିକତା ଅନୁସାରେ । ତେବେ ଜୀବନର ଅନେକ ପରିବର୍ତ୍ତନ ଓ ଘଟଣାବହୁଳ ଉପଲବ୍ଧିକୁ ନେଇ ଏହି କ୍ରମଶଃ... ପ୍ରତିଯୋଗିତା । ଏହାକୁ ଶବ୍ଦରେ ସଜାଇ ଷ୍ଟୋରିମିରର୍ ନେଇ ଆସିଛି “କ୍ରମଶଃ... ” ପ୍ରତିଯୋଗିତା ମାଧ୍ୟମରେ ଗଳ୍ପ, କବିତା, ଲିଖନ ଧାରା। ଆସନ୍ତୁ କିଛି ଗଳ୍ପ, କବିତା ଲେଖି କ୍ରମଶଃ ଜୀବନ ପାଠକୁ ତାଜା କରିବା ।



ଆପଣଙ୍କ ପାଇଁ ନିୟମ:


* ଏହି ପ୍ରତିଯୋଗିତା କେବଳ ଗଳ୍ପ, କବିତା ନିମନ୍ତେ ।

* ଦୈନିକ ଭାବେ ଆପଣ ଗଳ୍ପ, କବିତା ଯେକୌଣସି ବିଭାଗରେ ନିଜର କୃତି ଦାଖଲ କରିପାରିବେ।

* ଦୈନିକ ଭାବେ ଉପରୋକ୍ତ ଦୁଇଟି ବିଭାଗରେ ଦାଖଲ କରିବା ବାଧ୍ୟତାମୂଳକ ନୁହେଁ ।

* ଆପଣଙ୍କ ଲେଖା ପ୍ରସ୍ତୁତି ପାଇଁ ବ୍ୟବହାର କରୁଥିବା ଶବ୍ଦକୁ ନିହାତି ଟ୍ୟାଗ୍ ରେ ଯୋଡ଼ନ୍ତୁ ।

* ଗଳ୍ପରେ ଶବ୍ଦ ସଂଖ୍ୟା ୧୫୦ରୁ କମ୍ ହେବା ଉଚିତ ନୁହେଁ । ସେହିପରି କବିତାରେ ଶବ୍ଦ ସଂଖ୍ୟା ୫୦ ରୁ କମ୍ ହେବା ଉଚିତ ନୁହେଁ ।

* ବିଜୟୀ ଚୟନ ବେଳେ ସମ୍ପାଦକଙ୍କ ମୂଲ୍ୟାଙ୍କନକୁ ମଧ୍ୟ ଧ୍ୟାନ ଦିଆଯିବ ।

* ଗଳ୍ପ, କବିତା ଦାଖଲ ସଂଖ୍ୟାରେ କୌଣସି ସୀମା ନାହିଁ ।

* ଲେଖା ପରିସରରେ ଲେଖକ ନିଜ ନାମ, ଠିକଣା, ଶୀର୍ଷକ ଆଦି ଲେଖିବେ ନାହିଁ ।

* ପୂର୍ବରୁ ପ୍ରସ୍ତୁତ ହୋଇଥିବା ଲେଖା ବୈଧ ନୁହଁ ।

* ପ୍ରବନ୍ଧ କିମ୍ବା ରଚନା ଗ୍ରହଣୀୟ ନୁହେଁ ।


ପୁରସ୍କାର :


* ପ୍ରତି ବିଭାଗରେ ସର୍ବାଧିକ ଲେଖା ଦାଖଲ କରିଥିବା ତିନି ଜଣ ଗାଳ୍ପିକ, କବି, ଲେଖକଙ୍କୁ ସ୍ଵତନ୍ତ୍ର ମାନପତ୍ର ସହ INR 150ର ସପ୍ ଭାଉଚର ପ୍ରଦାନ କରାଯିବ।

* ପ୍ରତି ବିଭାଗରେ ତିନି ଜଣ ଗାଳ୍ପିକ, କବି, ଲେଖକଙ୍କୁ ସମ୍ପାଦକୀୟ ସ୍କୋର ଅନୁସାରେ ବିଜେତା ଘୋଷଣା ସହ ସ୍ଵତନ୍ତ୍ର ମାନପତ୍ର ସହ INR 150ର ସପ୍ ଭାଉଚର ପ୍ରଦାନ କରାଯିବ।

* ସମସ୍ତଙ୍କୁ ଅଂଶଗ୍ରହଣ ଓ ବିଜେତା ମାନପତ୍ର ପ୍ରଦାନ କରାଯିବ । 


ବିଭାଗ : ଗଳ୍ପ । କବିତା 

ଭାଷା : ଓଡ଼ିଆ

ଅବଧି: ଡିସେମ୍ବର ୦୩, ୨୦୨୩ ରୁ ଜାନୁଆରୀ ୩୧, ୨୦୨୪ 

ଫଳାଫଳ: ମାର୍ଚ୍ଚ ୨୦୨୩


କୃତଜ୍ଞତା: ଏହି ପ୍ରତିଯୋଗିତା ନିମନ୍ତେ ଆମକୁ ସହଯୋଗ କରିଥିବା ‘ମୁଁ ଓଡ଼ିଆ ମୋ ଭାଷା ଓଡ଼ିଆ ସାହିତ୍ୟ ସଂସଦ ଚକ୍ରାପାଢ଼ୀ, ଭଦ୍ରକ, ଓଡ଼ିଶା'ର ପରିବାରର ପ୍ରତିଷ୍ଠାତା ଓ ସମ୍ପାଦକ, ପ୍ରହ୍ଲାଦ ସାହୁ ବୈଷୟିକ ସମ୍ପାଦକ - ମାଷ୍ଟର ନିଲେଶ ସାହୁ, ମୁଖ୍ଯ ଉପଦେଷ୍ଟା - କୁଳମଣି ବାରିକ, ସହ ସମ୍ପାଦିକା - କୁନ୍ତଳା ସାହୁ, ସଂଯୋଜକ - ପ୍ରଶାନ୍ତ ପାଣି,

ରାଜ୍ଯ ସଂଯୋଜକ - ପୂର୍ଣ୍ଣଚନ୍ଦ୍ର ମେହେରଙ୍କୁ ଆମ ତରଫରୁ ଅଶେଷ ଧନ୍ୟବାଦ ।


ଯୋଗାଯୋଗ:

8637256608

+91 91106 62845

pallabini@storymirror.com

ବି.ଦ୍ର: ପ୍ରତିଯୋଗିତା ସମ୍ପର୍କରେ ଯେକୌଣସି ପରାମର୍ଶ କିମ୍ବା ଅସୁବିଧା ପାଇଁ ଆମକୁ ଉପରୋକ୍ତ ଯୋଗାଯୋଗ ଠିକଣାରେ ଯୋଗାଯୋଗ କରନ୍ତୁ ।