STORYMIRROR

#ହେ ଦେବୀ

ವಿಜೇತರನ್ನು ನೋಡಿ

ಸ್ನೇಹಿತರೊಂದಿಗೆ ಹಂಚಿಕೊಳ್ಳಿ

ପାର୍ବଣ ପୂଜା; iଇ-ପତ୍ରିକା

"ହେ ଦେବୀ"



ଉପସ୍ଥାପନା :


ପାର୍ବଣ, ପବିତ୍ର ଓ ପରିତ୍ରାଣର ଋତୁ । ଧରାବତରଣ କରନ୍ତି ମା' କଲ୍ୟାଣମୟୀ, ଜଗତଜନନୀ ଦଶଭୂଜା ଦୁର୍ଗା। ମା'ଙ୍କ ପଦଯୁଗଳ ସ୍ପର୍ଶ ପାଇଁ ଧରା ସରସ ସୁନ୍ଦର, ଧରାବାସୀ ଆନନ୍ଦିତ, ଉନ୍ମାଦିତ। ଅଖଣ୍ଡ ମହାଶକ୍ତି, ବ୍ରହ୍ମମୟୀ, ପରମବୈଷ୍ଣବୀ, ଶକ୍ତି ସ୍ୱରୂପିଣୀ, ଦଶଭୂଜା ଦେବୀ ଦୁର୍ଗା ସିଂହ ବାହାନରେ ଆସି ଜନଗଣଙ୍କ ଦୁର୍ଗତି ନାଶିବେ। ପୂଜାପୀଠରେ ଆଶ୍ୱିନ ଶୁକ୍ଲପକ୍ଷ ଷଷ୍ଠୀଦିନଠାରୁ ଦଶମୀ ପର୍ଯ୍ୟନ୍ତ ଦେବୀସ୍ତବରେ ପ୍ରକମ୍ପିତ ହୁଏ ଗଗନପବନ। ମା' ଆସିଲେ, ଗାଁଠୁ ସହର ଚଳଚଞ୍ଚଳ, ମନରେ ଜାଗରିତ ଅପାର ଆନନ୍ଦ। ଭକ୍ତିରେ ଭକ୍ତ ଭାବବିହ୍ୱଳ। ଯା' ଦେବୀ ସର୍ବଭୂତେଷୁ ଶ୍ଲୋକରେ ପ୍ରକମ୍ପିତ ହେବ ପୂଜା ମଣ୍ଡପ, ଚଣ୍ଡିପାଠରେ ମୁଖରିତ ହେବ ଶକ୍ତିପୀଠ। ଷୋଡ଼ଶୋପଚାରରେ ପୂଜା ପାଆନ୍ତି ମା' ଦୁର୍ଗା ଜଗତଜନନୀ।


ସେହି ସୃଷ୍ଟିର ପାଳନକର୍ତ୍ତ୍ରୀ, ଦୁଷ୍ଟ ସଂହାରିଣୀ, ସୃଷ୍ଟିର ମଙ୍ଗଳକାରିଣୀ, ଶାନ୍ତି, ମୁକ୍ତି ପ୍ରଦାୟିନୀ,ଅଭୟବର ଦାୟିନୀ ଦେବୀଙ୍କୁ ଭକ୍ତି, ସ୍ତବ, ସ୍ତୁତି ନୈବେଦ୍ୟ ଅର୍ପଣ କରିବା ନିଜ ଲେଖା ମାଧ୍ୟମରେ । ତେବେ ଆସନ୍ତୁ ଏହି ଶୁଭଅବସରରେ ମା'ଙ୍କ ଚରଣାଗତ ହୋଇ ନିଜ ସୃଜନତାକୁ "ହେ ଦେବୀ" ମାଧ୍ୟମରେ ପରିପ୍ରକାଶ କରି ସଦବୁଦ୍ଧି, ସଦଜ୍ଞାନ, ସଦପ୍ରେରଣା, ସଦଭାବନା ପ୍ରାପ୍ତ ପାଇଁ ମା'ଙ୍କୁ ସମର୍ପି ଦେବା ନିଜ ଗଳ୍ପ/ କବିତା ସୃଷ୍ଟିକୁ ।


'ପାର୍ବଣ'ରେ ପାଠକ ଓ ଲେଖକଙ୍କୁ ସୃଜନମନସ୍କ କରିବା ପାଇଁ ଷ୍ଟୋରିମିରରର 'ପାର୍ବଣ' ପୂଜା ଇ-ପତ୍ରିକା 'ହେ ଦେବୀ' ଯାହା ସ୍ୱତନ୍ତ୍ର ଭାବେ କବିତା ଓ କାହାଣୀକୁ ନେଇ ଦୁଇଟି ଭାଗରେ ପ୍ରକାଶିତ ହେବ । ତେଣୁ ଆଜିଠୁ ହିଁ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତୁ ନିଜର ସର୍ବୋଚ୍ଚ ସୃଜନ ଦକ୍ଷତା ପ୍ରଦର୍ଶନ କରିବା ନିମିତ୍ତ ।


ନୀତିନିୟମ :


  • କେବଳ କବିତା ଓ କାହାଣୀ ହିଁ ଗ୍ରହଣୀୟ ।
  • ଲେଖା ପ୍ରସ୍ତୁତ ପାଇଁ କୌଣସି ସ୍ୱତନ୍ତ୍ର ଶୈଳୀ ବା ବିଷୟ ବାଧ୍ୟତାମୂଳକ ନୁହଁ । ଆପଣ ନିଜ ଇଚ୍ଛା ଅନୁସାରେ ଲେଖା ଦାଖଲ କରିପାରିବେ ।
  • ଲେଖା ସମ୍ପୂର୍ଣ୍ଣ ଭାବରେ ନିଜସ୍ୱ ହୋଇଥିବା ଆବଶ୍ୟକ ।
  • କବିତାଟି ୧୫୦-୨୫୦ ଶବ୍ଦ ମଧ୍ୟରେ କିମ୍ବା ଅଧିକ ହୋଇଥିବା ଅବଶ୍ୟକ ।
  • କାହାଣୀଟି ୩୦୦-୫୦୦ ଶବ୍ଦ ମଧ୍ୟରେ କିମ୍ବା ଅଧିକ ହୋଇଥିବା ଅବଶ୍ୟକ ।
  • ଯେ କୌଣସି ଲେଖା ଆପଣ ପ୍ରଦାନ କରିପାରିବେ ।
  • ଲେଖା ସଂଖ୍ୟାରେ କୌଣସି ସୀମା ନାହିଁ ।
  • ସମ୍ପାଦକଙ୍କ ମୂଲ୍ୟାଙ୍କନ ନମ୍ବରକୁ ଆଧାର କରି ଲେଖାଟି ଇ-ପତ୍ରିକା ପାଇଁ ନିର୍ବାଚିତ ହେବ ।
  • ଯଦି ଜଣେ ଲେଖକଙ୍କ କାହାଣୀ ପତ୍ରିକା ପାଇଁ ସ୍ୱତଃ ନିର୍ବାଚିତ ହୋଇ ନ ଥିବ କିନ୍ତୁ ସେ ୨୦ରୁ ଅଧିକ ଲେଖା ଦାଖଲ ଓ କବିତା ୫୦ରୁ ଅଧିକ ଲେଖା ଦାଖଲ କରିଥିବେ କରିଥିବେ ତେବେ ତାଙ୍କ ସର୍ଜନ ଦକ୍ଷତାକୁ ସମ୍ମାନ ଜଣେଇ ତାଙ୍କ ଦ୍ୱାରା ଦାଖଲ ହୋଇଥିବା ଯେକୌଣସି ଏକ ଲେଖାକୁ ଆମେ ପତ୍ରିକାରେ ସ୍ଥାନ ଦେବୁ ।
  • ଲେଖା ଦାଖଲ ସମୟରେ ଏହାର ସାଧାରଣ ତ୍ରୁଟିବିଚ୍ୟୁତି ଉପରେ ଧ୍ୟାନ ଦେବେ ।
  • ଷ୍ଟୋରିମିରର୍ ର ନିଷ୍ପତ୍ତି ସମସ୍ତଙ୍କ ପାଇଁ ଅନ୍ତିମ ନିଷ୍ପତ୍ତି ହେବ ।


ବିଭାଗ : କାହାଣୀ || କବିତା

ଭାଷା: ଓଡ଼ିଆ

ଅବଧି : ଜୁଲାଇ ୧୨ , ୨୦୨୩ ରୁ ସେପ୍ଟେମ୍ବର ୩୦ , ୨୦୨

ଫଳାଫଳ : ଅକ୍ଟୋବର ୨୦୨୩  

ପୁରସ୍କାର :

କାହାଣୀ : 

  1. ନିର୍ବାଚିତ ଶ୍ରେଷ୍ଠ ୩୦ଟି କାହାଣୀକୁ 'ପାର୍ବଣ' ପୂଜା ଇ-ପତ୍ରିକାରେ ସ୍ଥାନିତ କରାଯିବ ।
  2. ସମସ୍ତ ନିର୍ବାଚିତ ସ୍ରଷ୍ଟାଙ୍କୁ ଏକ ସ୍ୱତନ୍ତ୍ର ମାନପତ୍ର ପ୍ରଦାନ କରାଯିବ ।
  3. ସମସ୍ତଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯିବ ।

କବିତା : 

  1. ନିର୍ବାଚିତ ଶ୍ରେଷ୍ଠ ୫୦ଟି କବିତାକୁ 'ପାର୍ବଣ' ପୂଜା ଇ-ପତ୍ରିକାରେ ସ୍ଥାନିତ କରାଯିବ ।
  2. ସମସ୍ତ ନିର୍ବାଚିତ ସ୍ରଷ୍ଟାଙ୍କୁ ଏକ ସ୍ୱତନ୍ତ୍ର ମାନପତ୍ର ପ୍ରଦାନ କରାଯିବ ।
  3. ସମସ୍ତଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯିବ ।

ଯୋଗାଯୋଗ:

8637256608

+91 91106 62845

pallabini@storymirror.com

ବି.ଦ୍ର: ପ୍ରତିଯୋଗିତା ସମ୍ପର୍କରେ ଯେକୌଣସି ପରାମର୍ଶ କିମ୍ବା ଅସୁବିଧା ପାଇଁ ଆମକୁ ଉପରୋକ୍ତ ଯୋଗାଯୋଗ ଠିକଣାରେ ଯୋଗାଯୋଗ କରନ୍ତୁ ।