Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#ବାପୁ

SEE WINNERS

Share with friends

ମହାତ୍ମା ଗାନ୍ଧୀଜୀଙ୍କ ଚିତ୍ର ପ୍ରତ୍ୟେକ ଭାରତୀୟଙ୍କ ମନରେ ଖୋଦିତ ହୋଇଛି । ବାପୁଙ୍କ ଜୀବନ ମୂଲ୍ୟ ଥିଲା ଭାରତୀୟ ପରମ୍ପରା । ତାଙ୍କ ଧର୍ମ ଥିଲା ନୈତିକତା ଓ ଅହିଂସା । ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ମୁଖ୍ୟ ପୁରୋଧା ଥିଲା ମହାତ୍ମା ଗାନ୍ଧୀ । ମହାତ୍ମା ଗାନ୍ଧୀଙ୍କ ଏହି ଅବଦାନ ଆଜି ମଧ୍ୟ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ଏବଂ ତାଙ୍କର ଆଦର୍ଶ ଆମକୁ ସତ୍ୟ, ଅହିଂସା ଏବଂ ଏକତା ଆଡ଼କୁ ଆଗେଇ ନେଉଛି। ସେ ଜଣେ ମହାନ ଭାରତୀୟ ଥିଲେ ଏବଂ ତାଙ୍କ ପଦାଙ୍କ ଅନୁସରଣ ପ୍ରତ୍ୟେକ ଭାରତୀୟଙ୍କ କର୍ତ୍ତବ୍ୟ ହେବା ଉଚିତ ।


ମହାତ୍ମା ଗାନ୍ଧୀଙ୍କ ମହାନତାକୁ ମନେ ପକାଇ ଆମେ ତାଙ୍କ ଆଦର୍ଶକୁ ଅନୁସରଣ କରି ଏକ ଶକ୍ତିଶାଳୀ, ସାହସୀ ଏବଂ ସହମତ ସମାଜ ଗଠନ କରିବାକୁ ସଂକଳ୍ପ କରିବା ଉଚିତ୍। ତେବେ ଆସନ୍ତୁ 'ବାପୁ' ପ୍ରତିଯୋଗିତା ମାଧ୍ୟମରେ ଗାନ୍ଧୀଙ୍କୁ ନେଇ ଆମ ମନରେ ଥିବା ଧାରଣା, ଚିନ୍ତା, କାହାଣୀ, ଗଳ୍ପ, କବିତାକୁ ଶବ୍ଦର ରୂପ ଦେବା । ଆମ ସାହିତ୍ୟ ସୃଷ୍ଟି ମାଧ୍ୟମରେ ଗାନ୍ଧୀଙ୍କୁ ଅର୍ପଣ କରିବା ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।



ଆପଣଙ୍କ ପାଇଁ ନିୟମ:

ଏହି ପ୍ରତିଯୋଗିତା କେବଳ ଗଳ୍ପ ଓ କବିତା ନିମନ୍ତେ ।

ଲେଖା ଥିମ୍ କୁ ନେଇ ଲେଖାଯିବା ଆବଶ୍ୟକ ।

ଦୈନିକ ଭାବେ ଆପଣ କବିତା ଯେକୌଣସି ବିଭାଗରେ ନିଜର କୃତି ଦାଖଲ କରିପାରିବେ ।

କବିତାରେ ଶବ୍ଦ ସଂଖ୍ୟା ୫୦ ରୁ ଓ ଗଳ୍ପରେ ୧୫୦ରୁ କମ୍ ହେବା ଉଚିତ ନୁହେଁ ।

ବିଜୟୀ ଚୟନ ବେଳେ ସମ୍ପାଦକଙ୍କ ମୂଲ୍ୟାଙ୍କନକୁ ମଧ୍ୟ ଧ୍ୟାନ ଦିଆଯିବ ।

ଲେଖା ଦାଖଲ ସଂଖ୍ୟାରେ କୌଣସି ସୀମା ନାହିଁ ।

ଲେଖା ପରିସରରେ ଲେଖକ ନିଜ ନାମ, ଠିକଣା, ଶୀର୍ଷକ ଆଦି ଲେଖିବେ ନାହିଁ ।

ପୂର୍ବରୁ ପ୍ରସ୍ତୁତ ହୋଇଥିବା ଲେଖା ବୈଧ ନୁହଁ ।

ପ୍ରବନ୍ଧ କିମ୍ବା ରଚନା ଗ୍ରହଣୀୟ ନୁହେଁ ।



ପୁରସ୍କାର :

କବିତା ଓ ଗଳ୍ପ ବିଭାଗର ସର୍ବାଧିକ ଦାଖଲ କରିଥିବା ୩ ଜଣ ସ୍ରଷ୍ଟାଙ୍କୁ ସ୍ଵତନ୍ତ୍ର ମାନପତ୍ର ସହ ୧୫୦/ଟଙ୍କାର ସପ୍ ଭାଉଚର ପ୍ରଦାନ କରାଯିବ ।

ସମ୍ପାଦକୀୟ ମୂଲ୍ୟାଙ୍କନ ଆଧାରର ୧୦ ସ୍ରଷ୍ଟାଙ୍କୁ ସ୍ଵତନ୍ତ୍ର ମାନପତ୍ର ସହ ୧୦୦/ଟଙ୍କାର ସପ୍ ଭାଉଚର ପ୍ରଦାନ କରାଯିବ ।

ସମସ୍ତଙ୍କୁ ଅଂଶଗ୍ରହଣ ମାନପତ୍ର ପ୍ରଦାନ କରାଯିବ । 


ବିଭାଗ : କବିତା/ କାହାଣୀ

ଭାଷା : ଓଡ଼ିଆ

ଅବଧି: ୨୫.୦୯. ୨୦୨୩ ରୁ ୩୧. ୧୦. ୨୦୨୩ 

ଫଳାଫଳ: ଡିସେମ୍ବର୨୦୨୩



କୃତଜ୍ଞତା: ଏହି ପ୍ରତିଯୋଗିତା ନିମନ୍ତେ ଆମକୁ ସହଯୋଗ କରିଥିବା ‘ ମା' ବୀଣାପାଣି ସାହିତ୍ୟ କୁଟୀର' ଦୋଳପଦୀ, ବନ୍ତ, ଭଦ୍ରକର ପରିବାରର’ ସମ୍ପାଦକ ଶ୍ରୀ ଭାଗବତ ସାହୁଙ୍କୁ ଆମ ତରଫରୁ ଅଶେଷ ଧନ୍ୟବାଦ ।


ଯୋଗାଯୋଗ:

8637256608

+91 91106 62845

pallabini@storymirror.com

ବି.ଦ୍ର: ପ୍ରତିଯୋଗିତା ସମ୍ପର୍କରେ ଯେକୌଣସି ପରାମର୍ଶ କିମ୍ବା ଅସୁବିଧା ପାଇଁ ଆମକୁ ଉପରୋକ୍ତ ଯୋଗାଯୋଗ ଠିକଣାରେ ଯୋଗାଯୋଗ କରନ୍ତୁ ।

--