STORYMIRROR

#ଶ୍ରୀକ୍ଷେତ୍ରେ ଶ୍ରୀଜଗନ୍ନାଥ

SEE WINNERS

Share with friends

#ଶ୍ରୀକ୍ଷେତ୍ରେ ଶ୍ରୀଜଗନ୍ନାଥ


ଶ୍ରୀକ୍ଷେତ୍ରରେ ବିରାଜିତ ଶ୍ରୀଜଗନ୍ନାଥ। ସେ ଲୀଳାମୟ, ଭାବର ପରମସତ୍ୟ। ଭାବର ସର୍ବୋଚ୍ଚ ଶକ୍ତି ସେ। ନୀଳକନ୍ଦରାନ୍ଦ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଅଖିଳ ବିଶ୍ୱବ୍ରହ୍ମାଣ୍ଡର ସର୍ବଜନ୍ୟ ବନ୍ଦ ନୀଳାଦ୍ରୀପତି ନୀଳମାଧବ ଭକ୍ତର ପ୍ରାଣବନ୍ଧୁ, ଭକ୍ତର ଦାସାନୁଦାସ। ପ୍ରଭୁଙ୍କ ପାଇଁ ଭାବ ହିଁ ପ୍ରସାଦ, ଯେ ଭାବରେ ଭକ୍ତି କରେ ସେ ପାଲଟିଯାଏ ଜଣେ ପ୍ରକୃତ ଭକ୍ତ। ଭଗବାନ କେବଳ ଭାବକୁ ନିକଟ, ଭାବ ଭକ୍ତି ରସ ପାଇଁ ଭଗବାନ ତୃଷାର୍ତ୍ତ । ସେଇ ପରିମ ସତ୍ୟ ପରମପୁରୁଷ କାଳିଆ ଠାରୁକୁ ବ୍ରହ୍ମମୟ ସ୍ୱରୂପ, ଚକାନୟକୁ ନିମିଷକେ ଭକ୍ତି, ଭାବରେ ଚାହିଁଦେଲେ ଆତ୍ମା, ପରମ ଅନୁଭବ କରେ । ଭାବରେ ଭଗବାନକୁ ଡାକିଲେ ଭଗବାନ ସକଳ, ଦୁଃଖ, କ୍ଲେଶ, ଯନ୍ତ୍ରଣୀ, ପୀଡ଼ାକୁ ଦୂରୀଭୂତ କରେ। ପରିତ୍ରାଣ ପାଇଁ ଭଗବାନଙ୍କୁ ମନାଇବାର ଏକ ମାତ୍ର ଉପାୟ ଭାବରେ ଭାବାବିଭୂତ ହେବା। ଭାବର ସମୁଦ୍ରରେ ବୁଡ଼ ପକାଇ ଭକ୍ତିର ଭାବରେ ତଲ୍ଲୀନ ହୋଇ, ନିଜକୁ ଭକ୍ତିରେ ବିଲୀନ କରି, ସୁଖ, ଶାନ୍ତି, ଆନନ୍ଦ, ମୋକ୍ଷ, ପ୍ରାପ୍ତି ହୋଇଥାଏ। ତେବେ ସର୍ବଧର୍ମର ଆରାଧ୍ୟ, ସର୍ବଶକ୍ତିର ମୂଳ, ଶ୍ରୀକ୍ଷେତ୍ର ସାଆନ୍ତେ, ନୀଳାଚଳ କ୍ଷେତ୍ରର ନୀଳମଣି, ଜଗତର ନାଥ ଜଗନ୍ନାଥଙ୍କ ପୂଜନ, ବନ୍ଦନ, କୀର୍ତ୍ତନ କରିବା ଏହି ପ୍ରତିଯୋଗିତା ମାଧ୍ୟମରେ । ମହାପ୍ରଭୁଙ୍କ ସହ ଜଡ଼ିତ, ଏଧାମ ସହିତ ଜଡ଼ିତ କବିତା, କାହାଣୀ, ନୀଳାଚଳ ବିଷୟରେ, ଜଣା, ଅଜଣା କାହାଣୀ, କ୍ଷେତ୍ରର ମହିମା, ଆଲୌକିକତା, ଇତିହାସ, ଶ୍ରୀମନ୍ଦିରର ଇତିବୃତ୍ତି ସହ ଜଡ଼ିତ ପୌରାଣିକ, ଶ୍ରୀମନ୍ଦିର ଶ୍ରୀଜଗନ୍ନାଥଙ୍କ ସହ ଜଡ଼ିତ ନିଜର ଅନୁଭବ, ଅନୁଭୂତି, ଐତିହାସିକ କଥା, ଗାଥା, ଏହି ପ୍ରତିଯୋଗିତା ମାଧ୍ୟମରେ ଉପସ୍ଥାପନା କରି ମହାପ୍ରଭୁଙ୍କ ଭାବରେ ନିଜ ଶବ୍ଦକୁ ସୃଷ୍ଟିକୁ ସମର୍ପି ଦେବା । 


ତେବେ ଆସନ୍ତୁ ପୁରୁଷୋତ୍ତମ ଧାମେ ଶ୍ରୀପୁରୁଷୋତ୍ତମଙ୍କ କଥା, ଗାଥାକୁ କବିତା, କାହାଣୀ ମାଧ୍ୟମରେ ପରିପ୍ରକାଶ କରି ମହାପ୍ରଭୁଙ୍କ ଚରଣାବିନ୍ଦରେ ଆମେ ଲେଖକ ଜୀବନର ସାର୍ଥକତାକୁ ଭାବମୟ, ଭକ୍ତିମୟ, ଶାନ୍ତିମୟ କରିବା ଏହି #ଶ୍ରୀକ୍ଷେତ୍ରେ ଶ୍ରୀଜଗନ୍ନାଥ ପ୍ରତିଯୋଗିତା ମାଧ୍ୟମରେ ।



ନିୟମ: -


  • ଏହି ପ୍ରତିଯୋଗିତା ସବୁ ବୟସର ସୃଷ୍ଟିକର୍ତ୍ତାଙ୍କ ପାଇଁ, କୌଣସି ବୟସ ସୀମା ନାହିଁ।
  • କେବେଳ ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥଙ୍କ ସମ୍ବନ୍ଧୀୟ ଲେଖା ଗ୍ରହଣୀୟ
  • ଏହି ପ୍ରତିଯୋଗିତାରେ କେବଳ ଏବଂ କେବଳ ଗଳ୍ପ ଓ କବିତା ଗ୍ରହଣୀୟ।
  • ନିଜର ଲେଖା ନିଜର ନିଜସ୍ୱ ଲିଖିତ, ମୂଳ ରଚନା ହେବା ଆବଶ୍ୟକ ।
  • ଲେଖା ପଠାଇବା ପୂର୍ବରୁ ଦୟାକରି ରଚନାରେ ବ୍ୟାକରଣ ଏବଂ ବନାନ ତ୍ରୁଟି ଯାଞ୍ଚ କରନ୍ତୁ।
  • କାହାଣୀ/କବିତା ପ୍ରତିଯୋଗିତା ଲିଙ୍କ୍ ମାଧ୍ୟମରେ ହିଁ ଦାଖଲ କରିବାକୁ ହେବ ।
  • କବିତାଟି (୧୦୦ ଶବ୍ଦ) ଓ କାହାଣୀ (୨୦୦ ଶବ୍ଦ)ରୁ ଅଧିକ ହୋଇଥିବ ।
  • ପ୍ରତିଯୋଗିତାରେ ନିଜର ମୌଳିକ କାହାଣୀ ଓ କବିତା ଦାଖଲ କରିବା ଗ୍ରହଣୀୟ ହେବ ।
  • କାହାଣୀ/କବିତା ଦାଖଲ କରିବାର ସଂଖ୍ୟା ଉପରେ କୌଣସି ସୀମା ନାହିଁ ।
  • ମଞ୍ଚରେ ପୂର୍ବରୁ ଉପଲବ୍ଧ କାହାଣୀ ଓ କବିତା ଆଦିକୁ ପୁନଃଦାଖଲ କରିବା ଗ୍ରହଣୀୟ ହେବ ନାହିଁ ।
  • ବିଚାରକ ମଣ୍ଡଳୀଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ନିର୍ଣ୍ଣୟ ହିଁ ଅନ୍ତିମ ଓ ବାଧ୍ୟତାମୂଳକ ନିର୍ଣ୍ଣୟ ଅଟେ ।



ପୁରସ୍କାର :


ଏକ ଇ-ମାଗାଜିନ ପ୍ରସ୍ତୁତ କରାଯିବ, ଏଥିରେ ୧୫ଟି ବିଜେତା ଗଳ୍ପ ଓ ୨୦ ଟି କବିତା ସ୍ଥାନ ପାଇବ । ଏକ ସ୍ୱତନ୍ତ୍ର ବିଜେତା ପ୍ରମାଣ ପତ୍ର ପ୍ରଦାନ କରାଯିବ ।

ସମସ୍ତଙ୍କୁ ଅଂଶଗ୍ରହଣ ଇ-ମାନପତ୍ର ପ୍ରଦାନ କରାଯିବ ।


ବିଭାଗ : କାହାଣୀ | କବିତା

ଭାଷା : ଓଡ଼ିଆ

ଅବଧି- ୧୫ ଜୁନରୁ ୩୧ ଜୁଲାଇ ୨୦୨୪   

ଫଳାଫଳ - ଅଗଷ୍ଟ ୨୦୨୪   


ଯୋଗାଯୋଗ:

ଇ-ମେଲ୍ : odia@storymirror.com / pallabini@storymirror.com

ଫୋନ୍ ନମ୍ବର : +91 8637256608 / 91106 62845