'ପ୍ରେମ ନୁହେଁ ଦେହ ଦେହୁ ଭୋଗ ଅନ୍ଵେଷଣ
ପ୍ରେମ ଏକ ଆତ୍ମା ପ୍ରତି ଅନ୍ୟର ବନ୍ଧନ।' - ମାୟାଧର ମାନସିଂହ
ସତରେ ପ୍ରେମ ବୋଲି ଯେଉଁ ଅଢ଼େଇ ଅକ୍ଷର ଶବ୍ଦ ତାକୁ କୌଣସି ନିର୍ଦ୍ଦିଷ୍ଟ ସଂଜ୍ଞା ଭିତରେ ବନ୍ଦୀ କରାଯାଇ ନପାରେ; କେବଳ ତାକୁ ହୃଦୟରେ ଅନୁଭବ କରାଯାଇପାରେ । ଜୀବନର ଲମ୍ବା ଚଳାପଥରେ ପ୍ରେମାନୁଭବ ନିଶ୍ଚୟ ଆମେ କେବେ ନା କେବେ ପାଇଛେ, ତାକୁ ଯଥେଷ୍ଟ ନ ହେଲେବି କିଞ୍ଚିତ ଭାବେ ବୁଝିଛେ । ତେବେ ଆସନ୍ତୁ ନା ଆମେ କେଉଁ ରୂପରେ ଆଉ କେତେ ପରିମାଣରେ ପ୍ରେମକୁ ବୁଝିଛେ ପ୍ରକାଶ କରିବା କିଛି କବିତା ବା କାହାଣୀ ମାଧ୍ୟମରେ ।
ବିଗତ ବର୍ଷ ଫେବୃଆରୀ ମାସରେ ଆୟୋଜିତ ପ୍ରେମର 'ଅନେକ ରଙ୍ଗ'ର ଅଭୂତପୂର୍ବ ସଫଳତା ପରେ ଆମେ ଏହାକୁ ଏକ ନୂଆ ରୂପରେ ଆପଣଙ୍କ ଆଗରେ ପ୍ରସ୍ତୁତ କରିଛୁ 'ପ୍ରେମ ପର୍ବ' ଭାବରେ । ତେବେ ଏହି ପ୍ରେମର ମାସ ଫେବୃଆରୀକୁ ଆଉଟିକେ ପ୍ରେମମୟ କରିବାର ଲକ୍ଷ୍ୟରେ ଷ୍ଟୋରୀମିରର୍ ଆପଣମାନଙ୍କୁ ଏକ ଅଭିନବ ଲିଖନ ପ୍ରତିଯୋଗିତା ନିମନ୍ତେ ଆମନ୍ତ୍ରଣ କରୁଛି ।
ଏହା ଆପଣଙ୍କ ହୃଦୟର ଗଚ୍ଛିତ ପ୍ରେମ, ଛଳନା, ବିଚ୍ଛେଦ, ସ୍ମୃତି ଆଦି ପ୍ରେମ ସହ ଓତଃପ୍ରୋତ ଭାବେ ଜଡ଼ିତ ଭାବନା ସବୁକୁ ସର୍ଜନର ରୂପ ଦେଇପାରିଲେ ଆମ ଉଦ୍ଦେଶ୍ୟ ଚରିତାର୍ଥ ହେଲା ବୋଲି ଅନୁଭବ କରିବୁ । ତେବେ ଆଉ ଡେରି କାହିଁକି ଅସନ୍ତୁ ଏହି ପ୍ରେମର ମାସରେ ଟିକିଏ ପ୍ରେମମୟ ହେବା, ଅତୀତର କିଛି ସ୍ମୃତିଚାରଣ କରିବା, କିଛି ଛଳନାର ଧାରୁଆ ଛୁରୀରେ କ୍ଷତାକ୍ତ ହେବା, ଆଉ ଥରେ ପ୍ରେମରେ ପଡ଼ିବା - ବାସ୍ ପ୍ରେମରେ ବଞ୍ଚିବା ଆଉ କିଛି ମୁହୂର୍ତ୍ତ ।
ପ୍ରସ୍ତାବନା :
ବିଗତ ସଂସ୍କରଣ ପରି ଚଳିତ ସଂସ୍କରଣରେ ମଧ୍ୟ ଆମେ ସମୁଦାୟ ଚାରୋଟି ପର୍ବ ରଖିଛୁ । ଏହି ଚାରି ପର୍ବକୁ ପ୍ରେମ ସହ ଜଡ଼ିତ ଚାରୋଟି ଭାବନା ବା ବିଷୟକୁ ନେଇ ଚାରୋଟି ପର୍ବରେ ବିଭକ୍ତ କରାଯାଇଛି । ଯଥା -
ପ୍ରଥମ ପର୍ବ : ପ୍ରେମ ପୁଲକ - ୮ ରୁ ୧୪ ପର୍ଯ୍ୟନ୍ତ
ଦ୍ଵିତୀୟ ପର୍ବ : ଛଳନା - ୧୫ ରୁ ୨୧ ପର୍ଯ୍ୟନ୍ତ
ତୃତୀୟ ପର୍ବ : ବିଚ୍ଛେଦ - ୨୨ ରୁ ୨୮ ପର୍ଯ୍ୟନ୍ତ
ଚତୁର୍ଥ ପର୍ବ : ସ୍ମୃତି - ୧ ରୁ ୭ ପର୍ଯ୍ୟନ୍ତ
ସର୍ତ୍ତାବଳୀ :
୧ । ଉପର ପ୍ରଦତ୍ତ ଚାରୋଟି ପର୍ବର ବିଷୟକୁ ନେଇ ଆପଣ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ନିଜର ଲେଖା ଦାଖଲ କରିପାରିବେ । ଅବଶ୍ୟ ସମୟସୀମା ମଧ୍ୟରେ ଦାଖଲ କରିବା ବାଧ୍ୟତାମୂଳକ ନୁହେଁ । ଏକ ସ୍ବତନ୍ତ ଅନୁଭବ ପାଇଁ ଆମେ ଏ ଯୋଜନା କରିଛୁ । ଆପଣ ଯେକୌଣସି ସମୟରେ ଉପର ବିଷୟାନୁସାରେ ନିଜର ଲେଖା ଦାଖଲ କରିପାରିବେ ।
୨ । ଲେଖାଟି ପ୍ରଦତ୍ତ ବିଷୟ ଉପରେ ପର୍ଯ୍ୟବେସିତ ହେବା ନିତାନ୍ତ ଆବଶ୍ୟକ ।
୩ । ପ୍ରତି ବିଷୟ ନିମନ୍ତେ ଲେଖା ପ୍ରଦାନର ସଂଖ୍ୟା ଉପରେ ପ୍ରତିବନ୍ଧକ ନାହିଁ ।
୪ । ଶୈଳୀ ଉପରେ କୌଣସି ପ୍ରତିବନ୍ଧକ ନାହିଁ ।
୫ । କାହାଣୀ | କବିତା ପ୍ରତିଯୋଗିତା ଲିଙ୍କ୍ ମାଧ୍ୟମରେ ହିଁ ଦାଖଲ କରିବାକୁ ହେବ ।
୬ । ପ୍ରତିଯୋଗିତାରେ ନିଜର ମୌଳିକ କାହାଣୀ | କବିତା ଦାଖଲ କରିବା ଗ୍ରହଣୀୟ ହେବ ।
୭ । କାହାଣୀ | କବିତା ଦାଖଲ କରିବାର ସଂଖ୍ୟା ଉପରେ କୌଣସି ସୀମା ନାହିଁ ।
୮ । ମଞ୍ଚରେ ପୂର୍ବରୁ ଉପଲବ୍ଧ କାହାଣୀ | କବିତା ଆଦିକୁ ପୁନଃଦାଖଲ କରିବା ଗ୍ରହଣୀୟ ହେବ ନାହିଁ ।
୯ । ବିଚାରକ ମଣ୍ଡଳୀଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ନିର୍ଣ୍ଣୟ ହିଁ ଅନ୍ତିମ ଓ ବାଧ୍ୟତାମୂଳକ ନିର୍ଣ୍ଣୟ ଅଟେ ।
୧୦ । ପ୍ରବନ୍ଧ | ରଚନା ଆଦି ଦାଖଲ କରିବା ଗ୍ରହଣୀୟ ହେବ ନାହିଁ ।
ପୁରସ୍କାର :
୧ | ପ୍ରତି ବିଭାଗର ଶ୍ରେଷ୍ଠ ତିନୋଟି କୃତିକୁ ଇ-ମାନପତ୍ର ସହ ଷ୍ଟୋରୀମିରର୍ ପ୍ରକାଶିତ ଏକ ପୁସ୍ତକ ପ୍ରଦାନ କରାଯିବ ।
୧ । ସାମଗ୍ରିକ ଭାବେ ୩୦ରୁ ଅଧିକ ସଂଖ୍ୟକ କୃତି ଦାଖଲ କରିଥିବା ତଥା ଉଚ୍ଚମାନର ସର୍ଜନ ଶକ୍ତି ପ୍ରଦର୍ଶନ କରିଥିବା ତିନି ଜଣ ସ୍ରଷ୍ଟାଙ୍କୁ ପ୍ରେମ ପର୍ବର ସ୍ୱତନ୍ତ୍ର ଇ-ମାନପତ୍ର ସହ INR 200ର ସପ୍ ଭାଉଚର୍ ପ୍ରଦାନ କରାଯିବ ।
୨ । ସାମଗ୍ରିକ ଭାବେ ୧୫ରୁ ଅଧିକ ସଂଖ୍ୟକ କୃତି ଦାଖଲ କରିଥିବା ତଥା ଉଚ୍ଚମାନର ସୃଜନଶକ୍ତି ପ୍ରଦର୍ଶନ କରିଥିବା କେଖକଙ୍କୁ ସ୍ୱତନ୍ତ୍ର ଇ-ମାନପତ୍ର ସହ INR 100ର ସପ୍ ଭାଉଚାର୍ ପ୍ରଦାନ କରାଯିବ ।
୩ । ସମସ୍ତଙ୍କୁ ଅଂଶଗ୍ରହଣ ଇ-ମାନପତ୍ର ପ୍ରଦାନ କରାଯିବ ।
ବିଭାଗ : କାହାଣୀ | କବିତା
ଭାଷା : ଓଡ଼ିଆ
ସମୟସୀମା :
ଆରମ୍ଭ - ଫେବୃଆରୀ ୦୮, ୨୦୨୧
ଶେଷ - ମାର୍ଚ୍ଚ ୦୭, ୨୦୨୧
ଫଳାଫଳ - ଅପ୍ରେଲ ୨୦୨୧
କୃତଜ୍ଞତା :
ଉକ୍ତ ପ୍ରତିଯୋଗିତାରେ ସହଯୋଗର ହାତ ବଢ଼େଇଥିବା 'ଶୁଭଦୃଷ୍ଟି' ସାହିତ୍ୟ ସଂଗଠନର ପ୍ରତିଷ୍ଠାତା ସମ୍ପାଦକ ଏ ପି ଶୁଭକାନ୍ତ ସାମଲ, ସମ୍ପାଦିକା ଅଭିଲିପ୍ସା ପାଢୀ ଏବଂ ସମ୍ପାଦକ ପ୍ରଭାତ କୁମାର ବଳ ମହୋଦୟଙ୍କୁ ଆମ ପରିବାର ତରଫରୁ ଅଜସ୍ର ଧନ୍ୟବାଦ ଓ କୃତଜ୍ଞତା ଅର୍ପଣ କରୁଛୁ ।
ଯୋଗାଯୋଗ -
E-Mail - odia@storymirror.com
Ph. No - +91 8637256608