ପ୍ରତିଟି ମଣିଷର ନିଜର ଏକ ଦୁନିଆ ଥାଏ, ଯେଉଁଠି ସେ ନିଜେ ନିଜର ସର୍ବମୟକର୍ତ୍ତା । ଯଦି ଏହା ଜଣେ ଲେଖକ ବା କବିଙ୍କ କ୍ଷେତ୍ରରେ ବିଚାର କରାଯାଏ, ତେବେ ତା' ଦୁନିଆ ଯେ କେତେ ରହସ୍ୟମୟ ଆଉ ରୋମାଞ୍ଚକର ତାହା ଅନୁଭବୀ ହିଁ ଅନୁଭବ କରିପାରେ । ସେଇଥିପାଇଁ ତ ପୃଥିବୀର ପ୍ରେତ୍ୟେକ ମଣିଷଙ୍କ ଭାବନା ପ୍ରତ୍ୟେକଙ୍କ ଠାରୁ ଭିନ୍ନ । ତା' ବାହାରେ ମଧ୍ୟ ମଣିଷ ଯେ ଏକ ସାମାଜିକ ପ୍ରାଣୀ ସେ କଥା ଭୁଲିବା ଉଚିତ ନୁହେଁ । ମଣିଷ ନିଜ ଭିତରେ ଯେତେ ଦୁନିଆ ନିର୍ମାଣ କଲେ ମଧ୍ୟ ବାସ୍ତବରେ ତାକୁ ସମାଜ ମଧ୍ୟରେ ହିଁ ବଞ୍ଚିବାର ଅଛି । ତେଣୁ ସେ ନିଜ ଦୁନିଆ ଭିତରେ ସମାଜର ପ୍ରତିଛବି ଦେଖେ, ତାକୁ ପରଖେ ଆଉ ରୂପ ଦିଏ ।
କହିବା ବାହୁଲ୍ୟ ଯେ, ପ୍ରତ୍ୟେକ ମଣିଷର ଜୀବନ ସମାଜ ସହ ଜଡ଼ିତ । ତେଣୁ ସମାଜକୁ ଲଙ୍ଘି ମଣିଷ ଯଦିଓ ଆଗକୁ ଯାଇପାରେ ତଥାପି ଶେଷରେ ତାକୁ ଫେରିବାକୁ ହେବ । ଯୁଗେ ଯୁଗେ ମଣିଷର ଭାବନା ଓ କଳ୍ପନା ଭିତରେ ଏ ସମାଜର ବିବିଧ ରୂପ ରହିଛି ଓ ରହିଥିବ । ତେଣୁ ଷ୍ଟୋରିମିରର୍ ନେଇ ଆସିଛି ଏକ ଅଭିନବ ଲିଖନ ପ୍ରତିଯୋଗିତା 'ମୋ ଲେଖା ମୋ ଦୁନିଆ' ।
ତେବେ ଆସନ୍ତୁ ନିଜ ଲେଖା ମାଧ୍ୟମରେ ନିଜ ଦୁନିଆକୁ ବାସ୍ତବର ରୂପରେ ସମସ୍ତଙ୍କ ସାମ୍ନାକୁ ଆଣିବା ।
ପ୍ରସ୍ଥାବନା :
ଏହି ପ୍ରତିଯୋଗିତା ଦୀର୍ଘ ୧ ମାସ ପର୍ଯ୍ୟନ୍ତ ଚାଲୁରହିବ । ଆପଣ ନିଜର ଦୈନନ୍ଦିନ ଜୀବନର ବିଷୟ ସବୁକୁ ନେଇ କବିତା ଓ କାହାଣୀର ରୂପ ଦେଇପାରିବେ ।
କିଛି ନିୟମ :
ବିଭାଗ : କାହାଣୀ | କବିତା
ଭାଷା : ଓଡ଼ିଆ
ଯୋଗ୍ୟତା : ଯେକୌଣସି ବ୍ୟକ୍ତି ଭାଗନେଇପାରିବେ ।
ପ୍ରତିଯୋଗିତାର ସମୟସୀମା : ଏପ୍ରିଲ୍ ୦୫, ୨୦୨୧ ରୁ ମେ' ୦୫, ୨୦୨୧
ଫଳାଫଳ : ଜୁନ୍ ୨୦୨୧
ପୁରସ୍କାର :
ଶ୍ରେଷ୍ଠ ତିନିଜଣଙ୍କୁ ଟ୍ରଫି ପ୍ରଦାନ କରାଯିବ ।
ପରବର୍ତ୍ତୀ ଶ୍ରେଷ୍ଠ ପାଞ୍ଚ ଜଣଙ୍କୁ INR 250ର ସପ୍ ଭାଉଚର୍ ପ୍ରଦାନ କରାଯିବ ।
ସମସ୍ତ ଅଂଶଗ୍ରହଣକାରୀଙ୍କୁ ଇ-ମାନପତ୍ର ପ୍ରଦାନ କରାଯିବ ।
ଯୋଗାଯୋଗ :
ଇ-ମେଲ - pallabini@storymirror.com
ଫୋନ ନମ୍ବର - 8637256608
କୃତଜ୍ଞତା - ଏହି ପ୍ରତିଯୋଗିତାରେ ସାହାଯ୍ୟର ହାତ ବଢ଼େଇଥିବା ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦର ସମସ୍ତ ସଦସ୍ୟ ଓ ପରିଚାଳକ ଖୁସିରାମ ସାହୁ ମହୋଦୟଙ୍କୁ ଅଶେଷ ଧନ୍ୟବାଦ । ଏହା ବ୍ୟତୀତ ଚନ୍ଦ୍ରକାନ୍ତ ବିଶ୍ୱାଳ, ଭବାନୀ ଶଙ୍କର ନିଆଳ, ଭାରତୀ ରଥ, ଦୁର୍ଗାଶଙ୍କର ଦେ, ଅଜିତ କୁମାର ଭୋଇ, ସଂଗ୍ରାମ କେଶରୀ ସାମନ୍ତରାୟଙ୍କୁ ଆମ ପରିବାର ତରଫରୁ କୃତଜ୍ଞତା ଅର୍ପଣ କରୁଛୁ ।