Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#ଏଇ ମୋ ଦେଶ

SEE WINNERS

Share with friends

ଏଇ ମୋ ଦେଶ


ବିଶ୍ୱେ ଭାରତ ସର୍ବଶ୍ରେଷ୍ଟ । ଚିର ବନ୍ଦନୀୟ ଏମାଟି, ସର୍ବତ୍ର ପୂଜିତ । ଚାରିଆଡ଼େ ଉଡ଼େ ଯଶ, କୀର୍ତ୍ତିର ବୈଜୟନ୍ତୀ ଧ୍ୱଜା । ଏରାଷ୍ଟ୍ର କଳା ଓ ଭାସ୍କର୍ଯ୍ୟ। କାଶ୍ମୀରରୁ କନ୍ୟାକୁମାରୀ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷର ସଭିଁଏ ମହାଆଡ଼ମ୍ବରରେ ପାଳନ୍ତି ପବିତ୍ର, ପୂଣ୍ୟମୟ, ଗୌରବଶାଳୀ ଦିବସ; ସାଧାରଣତନ୍ତ୍ର ଦିବସ । ସକାଳୁ ସଞ୍ଜ ପଲ୍ଲୀରୁ ଦିଲ୍ଲୀ ହୋଇଯାଏ ଉତ୍ସବ ମୁଖରିତ। ଜାତୀୟ ସଙ୍ଗୀତ ଧ୍ୱନି ଜନ ଗଣ ମନ ଅଧିନାୟକ ଜୟହେ, ଭାରତ ଭାଗ୍ୟ ବିଧାତା…ରେ ପ୍ରକମ୍ପିତ ହୋଇଉଠେ ଗଗନ ପବନ, ଫର ଫର ଉଡ଼େ ଏଦେଶର ପରିଚୟ ତ୍ରିରଙ୍ଗା ପତାକା । ଏକତା, ଅଖଣ୍ଡତା ଓ ବିବିଧତାର ଭରା ସୁନାର ଚଢ଼େଇ ଏ ରାଷ୍ଟ୍ର ଅମର, ଚିର ଅମର, ଚିର ସୁନ୍ଦର, ଏରାଷ୍ଟ୍ର ଆମର ତେବେ ଏହି ସୁଯୋଗ ଆପଣଙ୍କ ପାଇଁ। ଷ୍ଟୋରିମିରର୍ ନେଇ ଆସିଛି 'ଏଇ ମୋ ଦେଶ' କବିତା ରଚନା ଧାରା। ଏହା ଦ୍ଵାରା ଆପଣଙ୍କ ସୃଜନଶୀଳତା କଳାକୁ ଆହୁରି ସମୃଦ୍ଧିଶାଳୀ ଓ ପରିମାର୍ଜିତ କରିପାରିବେ। ସାଧାରଣତନ୍ତ୍ର ଦିବସ ଓ ଦେଶ ଉପରେ ନିଜ ଭାବନାକୁ କବିତା ମାଧ୍ୟମରେ ପରିପ୍ରକାଶ କରିପାରିବେ ।


ଆପଣଙ୍କ ପାଇଁ ନିୟମ:


* ଏହି ପ୍ରତିଯୋଗିତା କେବଳ କବିତା ନିମନ୍ତେ ।

* ଦୈନିକ ଭାବେ ଆପଣ କବିତା ବିଭାଗରେ ନିଜର କୃତି ଦାଖଲ କରିପାରିବେ ।

* ଆପଣଙ୍କ ଲେଖା ପ୍ରସ୍ତୁତି ପାଇଁ ବ୍ୟବହାର କରୁଥିବା ଶବ୍ଦକୁ ନିହାତି ଟ୍ୟାଗ୍ ରେ ଯୋଡ଼ନ୍ତୁ ।

* କବିତାରେ ଶବ୍ଦ ସଂଖ୍ୟା ୫୦ରୁ କମ୍ ହେବା ଉଚିତ ନୁହେଁ ।

* ବିଜୟୀ ଚୟନ ବେଳେ ସମ୍ପାଦକଙ୍କ ମୂଲ୍ୟାଙ୍କନକୁ ମଧ୍ୟ ଧ୍ୟାନ ଦିଆଯିବ ।

* କବିତା ଦାଖଲ ସଂଖ୍ୟାରେ କୌଣସି ସୀମା ନାହିଁ ।

* ଲେଖା ପରିସରରେ ଲେଖକ ନିଜ ନାମ, ଠିକଣା, ଶୀର୍ଷକ ଆଦି ଲେଖିବେ ନାହିଁ ।

* ପୂର୍ବରୁ ପ୍ରସ୍ତୁତ ହୋଇଥିବା ଲେଖା ବୈଧ ନୁହଁ ।

* ପ୍ରବନ୍ଧ, ଗଳ୍ପ କିମ୍ବା ରଚନା ଗ୍ରହଣୀୟ ନୁହେଁ ।


ପୁରସ୍କାର :


* କବିତା ବିଭାଗରେ ସର୍ବାଧିକ ଦାଖଲ କରିଥିବା ୫ ଜଣ କବିଙ୍କୁ ସ୍ଵତନ୍ତ୍ର ମାନପତ୍ର ସହ INR ୧୫୦ର ସପ୍ ଭାଉଚର ପ୍ରଦାନ କରାଯିବ ।

* କବିତା ବିଭାଗରେ ସମ୍ପାଦକଙ୍କ ମୂଲ୍ୟାଙ୍କନ ଆଧାରରେ ୫ ଜଣ କବିଙ୍କୁ ସ୍ଵତନ୍ତ୍ର ମାନପତ୍ର ସହ INR ୧୫୦ର ସପ୍ ଭାଉଚର ପ୍ରଦାନ କରାଯିବ ।

* ସମସ୍ତଙ୍କୁ ଅଂଶଗ୍ରହଣ ମାନପତ୍ର ପ୍ରଦାନ କରାଯିବ । 


ବିଭାଗ : କବିତା 

ଭାଷା : ଓଡ଼ିଆ

ଅବଧି: ଜାନୁଆରୀ ୧୫, ୨୦୨୪ ରୁ ଜାନୁଆରୀ ୩୧, ୨୦୨୪ 

ଫଳାଫଳ: ମାର୍ଚ୍ଚ ୨୦୨୪ 


ଯୋଗାଯୋଗ:

8637256608

+91 91106 62845

pallabini@storymirror.com

ବି.ଦ୍ର: ପ୍ରତିଯୋଗିତା ସମ୍ପର୍କରେ ଯେକୌଣସି ପରାମର୍ଶ କିମ୍ବା ଅସୁବିଧା ପାଇଁ ଆମକୁ ଉପରୋକ୍ତ ଯୋଗାଯୋଗ ଠିକଣାରେ ଯୋଗାଯୋଗ କରନ୍ତୁ ।