STORYMIRROR

#ଖୁସିର ସ୍ୱର

SEE WINNERS

Share with friends

ପ୍ରସ୍ତାବନା:

କେଉଁଠାରେ ମୁଁ ଖୁସି ପାଇବି? କେଉଁଠାରେ ଖୋଜିଲେ ମୋତେ ଖୁସି ମିଳିବ? ସମଗ୍ର ପୃଥିବୀ ଖୋଜୁଥାଏ ଖୁସିଟିକିଏ। ହେଲେ ଖୁସିର କିଛି ଠିକଣା ନଥାଏ । ଖୋଜିଲେ ହୁଏତ ଖୁସି ଧରା ଦିଏନାହିଁ। ପ୍ରାସାଦରେ, ମନ୍ଦିର-ମସଜିଦରେ, ଗୀତା-କୁରାନରେ, ଦାମୀ ପୋଷାକରେ, ମୋଟର-କାରରେ ବାସ୍ତବିକ ଖୁସି ନଥାଏ । ଖୁସି ପାଇଁ ଖୁସିର ଉତ୍ସକୁ ନିଜକୁ ନିର୍ମାଣ କରିବାକୁ ପଡ଼ିଥାଏ । କାର୍ଯ୍ୟ ଯେତିକି ସରଳ, ସେତିକି ଜଟିଳ। ସରଳ ଅର୍ଥ ଛୋଟଛୋଟ ଖୁସିରି ଆନନ୍ଦିତ ହେବା, ଜଟିଳ ଅର୍ଥ ଛୋଟଛୋଟ ଖୁସିକୁ ନଜରଅନ୍ଦାଜ କରି ଆଶାକୁ ବହୁଗୁଣିତ କରିବା । ଖୁସିର ଠିକଣା ମନ, ବାସ! ସରଳ ଆଉ ସନ୍ତୋଷ ହେଇଗଲେ ଖୁସି-ତାପାଖେ ଦିନ-ରାତି ରହିଥାଏ । ନିଜର ଆନନ୍ଦାନୁଭୂତି ନିଜ ପାଖରେ ଥାଏ । ଖୁସି ପିଲାମାନଙ୍କର ହସରେ ଥାଏ, ଅତିଥି ସତ୍କାରରେ ଥାଏ, ପ୍ରେମରେ ଥାଏ, ପଡ଼ୋଶୀଙ୍କ ସହ ଆଳାପରେ ଥାଏ, ମିଠା କଥାରେ, ପ୍ରକୃତି ପ୍ରେମରେ ଏମିତି ଅନେକ କିଛି ମାଧ୍ୟମରେ ଛୋଟଛୋଟ ଖୁସିରେ ଥାଏ ଜୀବନ ଜୀଇଁବାର ସଜ୍ଞା । କାଲି ପାଇଁ ଆଜିକୁ ହଜାନ୍ତୁନି ଛୋଟଛୋଟ ଖୁସିରେ ଖୁସି ରୁହନ୍ତୁ, ଦୁଃଖୀ ହୁଅନ୍ତୁନି। ତେବେ ଆସନ୍ତୁ ନିଜର ସେ ଛୋଟଛୋଟ ଖୁସିରେ ଅନୁଭୂତି, ଅନୁଭବକୁ ଶବ୍ଦରେ ନିଜର ସର୍ଜନା ଶକ୍ତିରେ ଗଳ୍ପ, କବିତା, ମାଧ୍ୟମରେ ପ୍ରତିଫଳିତ କରିବା । 


ଷ୍ଟୋରୀମିରର୍ ନେଇ ଆସିଛି “ଖୁସିର ସ୍ୱର” ପ୍ରତିଯୋଗିତା ମାଧ୍ୟମରେ ଗଳ୍ପ, କବିତା, ଲିଖନ ଧାରା । ଏହା ଦ୍ଵାରା ଆପଣଙ୍କ ସୃଜନଶୀଳତା କଳାକୁ ଆହୁରି ଉନ୍ନତ ଓ ପରିମାର୍ଜିତ କରିପାରିବେ । ଆସନ୍ତୁ କିଛି ଗଳ୍ପ, କବିତା ଲେଖି ନୂଆ-ପୁରୁଣା ଖୁସିର ସ୍ମୃତିକୁ ତାଜା କରିବା ।


କିଛି ବିଷୟ...

  • ପିଲାଙ୍କ ହସରେ
  • ବାନ୍ଧବୀ ସହ ଚା' ପିଇବାରେ
  • ମା ବାପାଙ୍କ ଖୁସିରେ
  • ମା' ହାତ ରନ୍ଧାରେ
  • ପିଲାଙ୍କ ସଫଳତାରେ
  • ମାର ମମତାରେ
  • ନୂଆ ପୋଷାକ, ସାଇକେଲ କିଣା
  • ହୃଦୟରୁ ଭଲ ପାଉଥିବା ପ୍ରିୟ ମଣିଷର କଥା ପଦିଏ 
  • ବାପା-ମାଙ୍କୁ ନିଜ ପ୍ରଥମ ରୋଜଗାରର ଉପହାର
  • ବିବାହ 
  • ମା' ହେବାର ଖୁସି
  • କଲେଜ ଦିନର ମିଠା ଅନୁଭୂତି
  • ପିଲାବେଳ ସ୍ମୃତି
  • ଗାଁର କଟାଇଥିବା ଖୁସିର ମୁହୂର୍ତ୍ତ

ଏହି ପ୍ରତିଯୋଗିତା ମାଧ୍ୟମରେ ନିଜ ଜୀବନରେ ନିଜର ଅଭୁଲା ଛୋଟଛୋଟ ଖୁସିର କ୍ଷଣ, ଦିନକୁ ଗଳ୍ପ, କବିତା ମାଧ୍ୟମରେ ପରିପ୍ରକାଶ କରିପାରିବେ ।


ଆପଣଙ୍କ ପାଇଁ ନିୟମ:

* ଏହି ପ୍ରତିଯୋଗିତା କେବଳ ଗଳ୍ପ, କବିତା ନିମନ୍ତେ ।

* ଦୈନିକ ଭାବେ ଆପଣ ଗଳ୍ପ, କବିତା ଯେକୌଣସି ବିଭାଗରେ ନିଜର କୃତି ଦାଖଲ କରିପାରିବେ ।

* ଦୈନିକ ଭାବେ ଉପରୋକ୍ତ ଦୁଇଟି ବିଭାଗରେ ଦାଖଲ କରିବା ବାଧ୍ୟତାମୂଳକ ନୁହେଁ ।

* ଆପଣଙ୍କ ଲେଖା ପ୍ରସ୍ତୁତି ପାଇଁ ବ୍ୟବହାର କରୁଥିବା ଶବ୍ଦକୁ ନିହାତି ଟ୍ୟାଗ୍ ରେ ଯୋଡ଼ନ୍ତୁ ।

* ଗଳ୍ପରେ ଶବ୍ଦ ସଂଖ୍ୟା ୧୫୦ରୁ କମ୍ ହେବା ଉଚିତ ନୁହେଁ । ସେହିପରି କବିତାରେ ଶବ୍ଦ ସଂଖ୍ୟା ୫୦ ରୁ କମ୍ ହେବା ଉଚିତ ନୁହେଁ ।

* ବିଜୟୀ ଚୟନ ବେଳେ ସମ୍ପାଦକଙ୍କ ମୂଲ୍ୟାଙ୍କନକୁ ମଧ୍ୟ ଧ୍ୟାନ ଦିଆଯିବ ।

* ଗଳ୍ପ, କବିତା ଦାଖଲ ସଂଖ୍ୟାରେ କୌଣସି ସୀମା ନାହିଁ ।

* ଲେଖା ପରିସରରେ ଲେଖକ ନିଜ ନାମ, ଠିକଣା, ଶୀର୍ଷକ ଆଦି ଲେଖିବେ ନାହିଁ ।

* ପୂର୍ବରୁ ପ୍ରସ୍ତୁତ ହୋଇଥିବା ଲେଖା ବୈଧ ନୁହଁ ।

* ପ୍ରବନ୍ଧ କିମ୍ବା ରଚନା ଗ୍ରହଣୀୟ ନୁହେଁ ।


ପୁରସ୍କାର :

* ଗଳ୍ପ, କବିତା ଦୁଇଟି ବିଭାଗରେ ସର୍ବାଧିକ ଦାଖଲ କରିଥିବା ପ୍ରତ୍ୟେକ ବିଭାଗର ତିନି ଜଣ ଗାଳ୍ପିକ, କବି, ଲେଖକଙ୍କୁ ସ୍ଵତନ୍ତ୍ର ମାନପତ୍ର ସହ INR 200ର ସପ୍ ଭାଉଚର ପ୍ରଦାନ କରାଯିବ ।

* ସମସ୍ତଙ୍କୁ ଅଂଶଗ୍ରହଣ ମାନପତ୍ର ପ୍ରଦାନ କରାଯିବ । 

* ବିଜେତା ସ୍ରଷ୍ଟାଙ୍କର ୩୦ଟି କବିତା ଓ ୨୦ଟି ଗଳ୍ପ ସମ୍ବଳିତ ଏକ ଇ-ପୁସ୍ତକ ପ୍ରଦାନ କରାଯିବ।

ବିଭାଗ : ଗଳ୍ପ । କବିତା 

ଭାଷା : ଓଡ଼ିଆ

ପ୍ରତିଯୋଗିତାର ସମୟ ଅବଧି:

ଅକ୍ଟୋବର ୧୦ ରୁ ନଭେମ୍ବର ୩୦ ,୨୦୨୨

ଫଳାଫଳ: ଜାନୁଆରୀ ୨୦୨୩

କୃତଜ୍ଞତା: 

ଏହି ପ୍ରତିଯୋଗିତା ନିମନ୍ତେ ଆମକୁ ସହଯୋଗ କରିଥିବାରୁ ‘ମାତୃଭୂମି ଶିଶୁ ସାହିତ୍ୟ ପତ୍ରିକା’ ପରିବାରର ସହଯୋଗୀ ଗାୟତ୍ରୀ ସିଂହଙ୍କୁ ଆମ ତରଫରୁ ଅଶେଷ ଧନ୍ୟବାଦ ।

ଯୋଗାଯୋଗ:

8637256608

+91 91106 62845

pallabini@storymirror.com

ବି.ଦ୍ର: ପ୍ରତିଯୋଗିତା ସମ୍ପର୍କରେ ଯେକୌଣସି ପରାମର୍ଶ କିମ୍ବା ଅସୁବିଧା ପାଇଁ ଆମକୁ ଉପରୋକ୍ତ ଯୋଗାଯୋଗ ଠିକଣାରେ ଯୋଗାଯୋଗ କରନ୍ତୁ ।