STORYMIRROR

#ମନେ ପଡ଼େ, ମନ କଥା

SEE WINNERS

Share with friends

ବୟସ ବଢି଼ବା ସହ ଜୀବନ କ୍ରମଶଃ ଝାପ୍‌ସା ହୋଇଯାଏ ନିଜ ଠାରେ । ଗହଳି ଭିତରେ ହଜିଯାଏ ସ୍ମୃତି ସବୁ ଅତିସହଜରେ କେଉଁ ଆଡ଼େ । ଦାୟିତ୍ୱର ଦରିଆରେ ବହିଯାଏ ନିଜର ପରିଚୟପତ୍ର। କର୍ତ୍ତବ୍ୟର କବଚ ପିନ୍ଧିଲା ପରେ ଗୋଟେ ପରିବାର, ଚାଖଣ୍ଡେ ପେଟ ପାଇଁ ସଂଘର୍ଷ କରିବାକୁ ହୁଏ ସବୁଦିନ।ବର୍ତ୍ତମାନ, ଭବିଷ୍ୟତ, ଅତୀତର ସବୁ ସ୍ୱପ୍ନ ଆଖି ଦେଖେ, ସହି ନପାରି କାନ୍ଦି ପକାଏ, ନିଜେ ଲୁହ ପୋଛେ; ପୁଣି ହସେ ଜୀବନ ସହ ସମସ୍ୟା ସହ ମୁହାଁମୁହିଁ ହୁଏ । ସବୁଦିନ ବ୍ୟସ୍ତତାର ସହରରେ ସମୁଦ୍ର ଭଳି ବିଶାଳ ବିତିଯାଇଥିବା ଅତୀତର ସ୍ମୃତି ସବୁ ମନେ ପଡ଼େ। ନିରାଶାର ନିଆଁରେ ଅଧାପୋଡ଼ା ଶରୀରଟାକୁ ଜୀବନ୍ୟାସ ଦେବା, ଶୂନ୍ୟତାରୁ ପରିପୂର୍ଣ୍ଣ ମନ ଗଢି଼ବା, ସବୁ ମନେ ପଡ଼େ ମୋର । ଏକାକୀ ବସିଲେ ମନେ ପଡ଼େ ଅଧାପଢ଼ା ହୃଦୟଟା ପୁରା କେମିତି ପଢ଼ିହୁଏ । ମନେ ପଡି଼ଲେ ତ ହିଁ, ମନ ଚାରିପାଖେ ଫୁଲ ଲଗାଇ ବଗିଚା ସୃଷ୍ଟି କରେ ମଣିଷ ।

ତେବେ ଏଥର ଆମେ ନେଇ ଆସିଛୁ ଏକ ନୂଆ ଧରଣର ଲିଖନ ପ୍ରତିଯୋଗିତା । ଯେଉଁଠି ଆମ ଜୀବନର, ସମୟରେ ସମ୍ପର୍କର ସୁଖଦୁଃଖ, ପ୍ରେମପ୍ରତାରଣା, ହସଲୁହ ଅତୀତକୁ ମନେ ପକାଇବା ଆଉ ସେମାନଙ୍କୁ ଶବ୍ଦର ରୂପ ଦେଇ ଜୀବନ୍ତ କରିବା। ନିଜର ପୁରୁଣା ଦିନର ସ୍ମୃତି ଅନୁଭୂତିକୁ ପୁଣି ଥରେ ମନେ ପକାଇବା..ପାଇଁ ନେଇ ଆସିଛୁ #ମନେ ପଡ଼େ, ମନ କଥା…ଗଳ୍ପ ଓ କବିତା ଲିଖନ ପ୍ରତିଯୋଗିତା

ପ୍ରସ୍ତାବନା :

ସତରେ ଯଦି ମନକୁ ମନେ ନପଡ଼ନ୍ତା ସେସବୁ ଅଭୁଲା ସ୍ମୃତି ସବୁ, କଣ ହୁଅନ୍ତା ! ମନରୁ ପାସୋରି ହୋଇଯାଆନ୍ତି ଯଦି ସବୁକିଛି ଅତୀତର ଅତିପ୍ରିୟ ଦୁଃଖ, ଯନ୍ତ୍ରଣା, ସୁଖ, ଯାତନା, ଗୋପନୀୟ, ପ୍ରକାଶିତ ଦିନ ସ୍ମୃତି ଗୁଡ଼ାକ; ତେବେ କଣ ହୁଅନ୍ତା ? ଭୁଲି ଗଲେ ଭୁଲ ହୁଏ! ବାସ୍ତବରେ ମନ କଥା ମନେ ପକାଇବା ହିଁ ସ୍ଥାୟୀ ଓ ଚିରନ୍ତନ ।

ତେବେ ଆସନ୍ତୁ ଗଳ୍ପ ଓ କବିତା ଲିଖନର ଏ ମାସେବ୍ୟାପୀ ମହୋତ୍ସବରେ ନିଜକୁ ସାମିଲ କରିବା ସହ ଆମେ ଜୀବନର ସେଇ ପୁରୁଣା ଅଧ୍ୟାୟକୁ ସଂପର୍କମାନଙ୍କୁ ନିଜ କାହାଣୀରେ କହିବା, ଚରିତ୍ରରେ ଚର୍ଚ୍ଚିତ କରିବା, ସ୍ମୃତିକୁ ସାଇତିବା # #ମନେ ପଡ଼େ, ମନ କଥା… ପ୍ରତିଯୋଗିତା ମାଧ୍ୟମରେ

ସର୍ତ୍ତାବଳୀ :

  • ଏହି ପ୍ରତିଯୋଗିତା କେବଳ ଗଳ୍ପ,କବିତା ନିମନ୍ତେ ।
  • ଦୈନିକ ଭାବେ ଆପଣ ଗଳ୍ପ, କବିତା ଯେକୌଣସି ବିଭାଗରେ ନିଜର କୃତି ଦାଖଲ କରିପାରିବେ ।
  • ଦୈନିକ ଭାବେ ଉପରୋକ୍ତ ଦୁଇଟି ବିଭାଗରେ ଦାଖଲ କରିବା ବାଧ୍ୟତାମୂଳକ ନୁହେଁ ।
  • ଆପଣଙ୍କ ଲେଖା ପ୍ରସ୍ତୁତି ପାଇଁ ବ୍ୟବହାର କରୁଥିବା ଶବ୍ଦକୁ ନିହାତି ଟ୍ୟାଗ୍ ରେ ଯୋଡ଼ନ୍ତୁ ।
  • ଗଳ୍ପରେ ଶବ୍ଦ ସଂଖ୍ୟା ୧୫୦ରୁ କମ୍ ହେବା ଉଚିତ ନୁହେଁ । ସେହିପରି କବିତାରେ ଶବ୍ଦ ସଂଖ୍ୟା ୫୦ ରୁ କମ୍ ହେବା ଉଚିତ ନୁହେଁ ।
  • ବିଜୟୀ ଚୟନ ବେଳେ ସମ୍ପାଦକଙ୍କ ମୂଲ୍ୟାଙ୍କନକୁ ମଧ୍ୟ ଧ୍ୟାନ ଦିଆଯିବ ।
  • ଗଳ୍ପ, କବିତା ଦାଖଲ ସଂଖ୍ୟାରେ କୌଣସି ସୀମା ନାହିଁ ।
  • ଲେଖା ପରିସରରେ ଲେଖକ ନିଜ ନାମ, ଠିକଣା, ଶୀର୍ଷକ ଆଦି ଲେଖିବେ ନାହିଁ ।
  • ପୂର୍ବରୁ ପ୍ରସ୍ତୁତ ହୋଇଥିବା ଲେଖା ବୈଧ ନୁହଁ ।
  • ପ୍ରବନ୍ଧ କିମ୍ବା ରଚନା ଗ୍ରହଣୀୟ ନୁହେଁ ।

ପୁରସ୍କାର :

  • ଗଳ୍ପ, କବିତା ଦୁଇଟି ବିଭାଗରେ ସର୍ବାଧିକ ଦାଖଲ କରିଥିବା ପ୍ରତ୍ୟେକ ବିଭାଗର ତିନି ଜଣ ଗାଳ୍ପିକ, କବି, ଲେଖକଙ୍କୁ ସ୍ଵତନ୍ତ୍ର ମାନପତ୍ର ସହ INR 200ର ସପ୍ ଭାଉଚର ପ୍ରଦାନ କରାଯିବ ।
  • ସମସ୍ତଙ୍କୁ ଅଂଶଗ୍ରହଣ ମାନପତ୍ର ପ୍ରଦାନ କରାଯିବ ।
  • ବିଜେତା ସ୍ରଷ୍ଟାଙ୍କର ୩୦ଟି କବିତା ଓ ୨୦ଟି ଗଳ୍ପ ସମ୍ବଳିତ ଏକ ଇ-ପୁସ୍ତକ ପ୍ରଦାନ କରାଯିବ।

ବିଭାଗ: ଗଳ୍ପ । କବିତା

ଭାଷା: ଓଡ଼ିଆ

ପ୍ରତିଯୋଗିତାର ସମୟ ଅବଧି:

ଅଗଷ୍ଟ୨୦ ରୁ ଅକ୍ଟୋବର ୧୦ ,୨୦୨୨

ଫଳାଫଳ: ନଭେମ୍ବର୨୦୨୨

କୃତଜ୍ଞତା:  ଏହି ପ୍ରତିଯୋଗିତା ନିମନ୍ତେ ଆମକୁ ସହଯୋଗ କରିଥିବାରୁ ‘ସମୃଦ୍ଧ କଳ୍ପ’ ପରିବାରର ସାହିତ୍ୟ ସ୍ରଷ୍ଟା ଜିତେନ୍ଦ୍ର କୁମାର ସାହୁଙ୍କୁ ଆମ ତରଫରୁ ଅଶେଷ ଧନ୍ୟବାଦ ।

ଯୋଗାଯୋଗ:

8637256608

+91 91106 62845

pallabini@storymirror.com

ବି.ଦ୍ର: ପ୍ରତିଯୋଗିତା ସମ୍ପର୍କରେ ଯେକୌଣସି ପରାମର୍ଶ କିମ୍ବା ଅସୁବିଧା ପାଇଁ ଆମକୁ ଉପରୋକ୍ତ ଯୋଗାଯୋଗ ଠିକଣାରେ ଯୋଗାଯୋଗ କରନ୍ତୁ ।