କବି କବିତା ଓ ଓଡିଶା ( Whatsaap Group)
କବିତା ଓ ଗଳ୍ପ ପ୍ରତିଯୋଗିତା
ସମୟ
୦୩ ଅକ୍ଟୋବର - ୨୫ ନଭେମ୍ବର ୨୦୧୮
ବିଷୟ - ଧୋକା
ସାରସ୍ୱତ ଶୁଭେଚ୍ଛା ଓ ଶୁଭକାମନା । ଓଡ଼ିଆ ସାହିତ୍ୟର ଉନ୍ନତି ଓ ନୂତନ ଯୁବ ସାହିତ୍ୟିକ ସନ୍ଧାନ ପଥରେ ଅଗ୍ରସର ହେବା ସହିତ ନୂତନ ଆଲୋକର ସନ୍ଧାନ ପଥରେ ନିଜକୁ ଗତିଶୀଳ କରି ଅଦ୍ୟାବଧି ପଦଚାଳନା କରିଆସୁଥିବା ଷ୍ଟୋରି ମିରର ଇ ସାହିତ୍ୟ ପ୍ରତିଷ୍ଠାନ ଓ କବି କବିତା ଓ ଓଡିଶା ସାହିତ୍ୟ ସଂଗଠନର ମିଳିତ ଆନୁକୂଲ୍ୟରେ ଆରମ୍ଭ ହୋଇଯାଇଛି କବିତା ଓ ଗଳ୍ପ ପ୍ରତିଯୋଗିତା ।
ନୀତିନିୟମ
- କବିତା ଓ ଗଳ୍ପ ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀ ମାନେ ପ୍ରଥମେ www.storymirror.com ଅନଲାଇନ ପୋର୍ଟାଲରେ ନିଜକୁ ପଞ୍ଜୀକରଣ କରିବାକୁ ପଡିବ ।
- ଯେଉଁ ଲେଖା ପ୍ରତିଯୋଗିତା ନିମନ୍ତେ ଦେଉଛନ୍ତି ତାହା ଷ୍ଟୋରି ମିରର ଅନଲାଇନ ପୋର୍ଟାଲରେ ପୋଷ୍ଟ କରିବାକୁ ପଡିବ । ଯାହା ସିଧାସଳଖ ଭାବେ ନିମ୍ନ ଲିଙ୍କରୁ ପୋଷ୍ଟ କରିପାରିବେ - https://contest.storymirror.com/oriya-competitions/ongoing
- ଲେଖା ଷ୍ଟୋରିମିରର ଅନଲାଇନ ପୋର୍ଟାଲରେ ପୋଷ୍ଟ ହେବା ଅନିବାର୍ଯ୍ୟ । ନ ହେଲେ ତାହା ବିଚାର ଅନ୍ତର୍ଭୁକ୍ତ ହେବ ନାହିଁ ।
- ଲେଖାଟି ସମ୍ପୂର୍ଣ୍ଣ ଭାବରେ ନିଜସ୍ୱ ହୋଇଥିବା ଆବଶ୍ୟକ ।
ପୁରସ୍କାର
ଶ୍ରେଷ୍ଟ ତିନୋଟି କବିତା ଓ ଗଳ୍ପକୁ ଷ୍ଟୋରି ମିରର ତରଫରୁ ପୁରସ୍କାର ସ୍ୱରୂପ ଷ୍ଟୋରିମିରର ପ୍ରକାଶନର ବହୁ ଆଦୃତ ପୁସ୍ତକ ସହ ଇ - ମାନପତ୍ର ପ୍ରଦାନ କରାଯିବ ।