ଜୀବନର ପରିସୀମା ଯଦି ନିର୍ଣ୍ଣୟ କରାଯାଏ, ତେବେ ଯେ କେହି କହିବ ଜନ୍ମରୁ ମୃତ୍ୟୁ ଯାଏଁ ଏକ ଅଙ୍କାବଙ୍କା ରାସ୍ତା । ସେ ରାସ୍ତା ହୁଏତ କାହା ପାଇଁ ଲମ୍ବା ହୋଇପାରେ ଅଥବା କାହା ପାଇଁ ସ୍ୱଳ୍ପ ଦୂରତା ବିଶିଷ୍ଟ । ତେବେ ସେ ଲମ୍ବା ହେଉ ଅବା ସ୍ୱଳ୍ପ; ପ୍ରତିଟି ଜୀବନରେ ରହିଥାଏ ସଂଘର୍ଷ, ସଂଗ୍ରାମ ଆଉ ତା' ଭିତରେ ବଞ୍ଚିବାର ଏକ ଉତ୍ତୁଙ୍ଗ କାମନା । ସେଇ ବଞ୍ଚିବାର ମୋହରେ ମଣିଷଟିଏ ତା' ସାମ୍ନାକୁ ଆସୁଥିବା ସମସ୍ତ ପ୍ରାକୃତିକ ଓ କୃତ୍ରିମ ସମସ୍ୟା ତଥା ପରିସ୍ଥିତିମାନଙ୍କ ସହ ଯୁଦ୍ଧ କରେ । କାହିଁକି ନା ସେ ଜାଣେ ସେସବୁଠୁ ମୁକୁଳିବା ଏତେ ସହଜ ନୁହେଁ । ଯାହାର ପରିଣାମ ହୁଏତ ମୃତ୍ୟୁ ହୋଇପାରେ ଅଥବା ନବଜନ୍ମ ।
ତେବେ ବର୍ତ୍ତମାନ ମଧ୍ୟ ଆମ ସାମ୍ନାରେ ସେମିତି ସମସ୍ୟା ଓ ପରିସ୍ଥିତି ସଦର୍ପେ ଦଣ୍ଡାୟମାନ । ଆମକୁ ବଞ୍ଚିବାକୁ ହେଲେ ଆମର ଏ ଯୁଦ୍ଧ ଅବ୍ୟାହତ ରଖିବା ହିଁ ଆମର ଶେଷ ଅବଲମ୍ବନ । ତେବେ ଏକା କାହିଁକି ! ଆସନ୍ତୁ ମିଳିମିଶି ଯୁଦ୍ଧ କରିବା । କଲମ ମୁନରେ ଗଳ୍ପ ଓ କବିତାର ପ୍ରତିଷେଧକ ସୃଷ୍ଟି କରି ଆଜିର ଏ ରୁଗ୍ଣ ଓ ଦୁର୍ବଳ ମାନବୀୟ ମାନସିକତାମାନଙ୍କୁ ସଶକ୍ତ କରିବା, କଲମ ମୁନରୁ ଏକ ନୂତନ ଯୁଦ୍ଧର ଆହ୍ୱାନ ଦେବା ଷ୍ଟୋରିମିରର୍ ଆୟୋଜିତ କବିତା ଓ କାହାଣୀ ଲିଖନ ପ୍ରତିଯୋଗିତା #ଜୀବନରେ ଜୀବନ ମାଧ୍ୟମରେ । ତେବେ ଆପଣମାନେ ପ୍ରସ୍ତୁତ ତ ?
ପ୍ରସ୍ଥାବନା :
ଆଜି ସମଗ୍ର ବିଶ୍ୱରେ ସମୟର କରାଳ ପଦଧ୍ଵନି । ଯଦି ଆମ ପ୍ରଦେଶ କଥା କହିବା ତେବେ ଗୋଟିଏ ପାର୍ଶ୍ୱରେ କରୋନାର ଉଗ୍ର ଲେଲିହାନ ରକ୍ତାଭ ସଂହାର ଲୀଳା ଏବଂ ଅନ୍ୟ ପାର୍ଶ୍ୱରେ ଉତ୍କଳର ଚିର ସହଚର ବନ୍ୟା ଓ ବାତ୍ୟାର ଉଗ୍ର ତାଣ୍ଡବ । ଏମିତି ଏକ ଘଡ଼ି ସନ୍ଧି ମୁହୂର୍ତ୍ତରେ ଆଜି ଆମେ ସମସ୍ତେ ନିରବ, ନିଥର, ଦର୍ଶକ ଭାବେ ସମୟର କ୍ରୁରତାର ସାଖ୍ୟ ତୁଲ୍ୟ ଅଧିଷ୍ଠିତ ।
କିନ୍ତୁ ଏ ସମୟ ନିରବୀ ଯିବାର ନୁହଁ ! ଆସନ୍ତୁ ଷ୍ଟୋରିମିରର୍ ଦ୍ୱାରା ଆୟୋଜିତ ଅଭିନବ ମାନସିକ ସଂଗ୍ରାମରେ ନିଜକୁ ସାମିଲ କରିବା । ନିଜ ଭାବନା ଓ କଳ୍ପନା ସବୁକୁ ସମସ୍ତଙ୍କ ସହ ବାଣ୍ଟି ଏକ ସକାରାତ୍ମକ ଚେତନାର ଉନ୍ମେଷ ଘଟେଇବା । ଜୀବନ ପାଇଁ ଯୁଦ୍ଧ କରିବା ।
ଆପଣଙ୍କ ଭାବକୁ ଆହୁରି ଶକ୍ତ ଭାବେ ପରିପ୍ରକାଶ କରିବା ନିମନ୍ତେ ନିମ୍ନରେ କିଛି ଶବ୍ଦ ଦିଆଗଲା :
କରୋନା | ବାତ୍ୟା | ଚାଳ ଘର | ମୁଠାଏ ଭାତ | ଭିଟାମାଟି |ଗୃହବନ୍ଦୀ | ସମ୍ପର୍କ | ଜଳବନ୍ଦୀ | ଈଶ୍ୱରଙ୍କୁ ଚିଠି | ସମୁଦ୍ର ଆସୁଛି ମାଡ଼ି | ଜୀବନ ଜୀବିକା | ଭୋକିଲା ପେଟ | ଅଭାଗା ମଣିଷ | ମୃତ୍ୟୁର କୋଳରେ | ନିରାଶ୍ରୟ
ନିୟମ ଓ ସର୍ତ୍ତାବଳୀ :
୧. ଉପରୋକ୍ତ ଶବ୍ଦକୁ କିମ୍ବା ତା'ର ଭାବକୁ ନେଇ ଆପଣ ନିଜର ଗଳ୍ପ ଓ କବିତା ପ୍ରସ୍ତୁତ କରିପାରିବେ । କିନ୍ତୁ ଲେଖାଟି ସମ୍ପ୍ରତିକ ସମସ୍ୟାମୂଳକ ହୋଇଥିବା ଉଚିତ ।
୨. କବିତା ଓ କାହାଣୀର ଶୀର୍ଷକ ଆପଣ ନିଜର ଇଚ୍ଛାମୁତାବକ ଦେଇପାରିବେ ।
୩. ଉଭୟ କବିତା (୧୫୦ ଶବ୍ଦରୁ ଊର୍ଦ୍ଧ୍ବ) ଓ କାହାଣୀ (୨୫୦ ଶବ୍ଦରୁ ଊର୍ଦ୍ଧ୍ବ) ଗ୍ରହଣୀୟ ।
୪. ଅଂଶଗ୍ରହଣକାରୀମାନେ ସେମାନଙ୍କର ମୂଳ କବିତା ଓ କାହାଣୀ ଦାଖଲ କରିବା ବାଞ୍ଛନୀୟ ।
୫. ଦାଖଲ ହେବାକୁ ଥିବା କବିତା ସଂଖ୍ୟା ଉପରେ କୌଣସି ସୀମା ନାହିଁ, ଆପଣ ନିଜ ଇଚ୍ଛା ଅନୁସାରେ ଲେଖା ଦାଖଲ କରିପାରିବେ ।
୬. ଷ୍ଟୋରୀମିରର୍ ର ନିଷ୍ପତ୍ତି ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ଚୂଡ଼ାନ୍ତ ଏବଂ ବାଧ୍ୟତାମୂଳକ ହେବ ।
୭. ପ୍ରବନ୍ଧ / ରଚନା ଗୁଡିକ ଦାଖଲ ପାଇଁ ଅନୁମତିପ୍ରାପ୍ତ ନୁହେଁ ।
ପୁରସ୍କାର :
୧. କବିତା ବିଭାଗ ପାଇଁ :
୨. କାହାଣୀ ବିଭାଗ ପାଇଁ :
୩. ସମସ୍ତଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯିବ ।
ଲେଖା ଗ୍ରହଣର ସମୟ ଅବଧି : ଜୁନ୍ ୦୧, ୨୦୨୧ ରୁ ଜୁନ୍ ୩୦, ୨୦୨୧ ପର୍ଯ୍ୟନ୍ତ ଚାଲୁରହିବ
ଫଳାଫଳ : ଜୁଲାଇ ୨୦୨୧
ଭାଷା : ଓଡ଼ିଆ
ବିଷୟବସ୍ତୁ ପ୍ରକାର : କବିତା ଓ କାହାଣୀ
ସହଯୋଗୀ ଅନୁଷ୍ଠାନ : ଅ' ପତ୍ରିକା
କୃତଜ୍ଞତା : ଏହି ପ୍ରତିଯୋଗିତାରେ ସହଯୋଗର ହାତ ବଢେଇଥିବା #ଅ' ପତ୍ରିକାର ପ୍ରତିଷ୍ଠାତା ନରେଶ କୁମାର ସାହୁ ଓ ସମ୍ପାଦକ ତପନ କୁମାର ସାହୁ ତଥା ଅ' ପତ୍ରିକାର ସମସ୍ତ ସଦସ୍ୟ ସଦସ୍ୟାଙ୍କୁ ଆମ ଅନୁଷ୍ଠାନ ପକ୍ଷରୁ କୃତଜ୍ଞତା ଜଣାଉଛୁ ।
ଯୋଗାଯୋଗ ଇ-ମେଲ : pallabini@storymirror.com
ଯୋଗାଯୋଗ ନମ୍ବର : +91 8637256608