STORYMIRROR

#ଗୁରୁଦେବାୟ ନମଃ

SEE WINNERS

Share with friends

ଗୁରୁଦେବାୟ ନମଃ


ପରିଚୟ :

ଗୁରୁବ୍ରହ୍ମା ଗୁରୁବିଷ୍ଣୁଃ ଗୁରୁଦେବ ମହେଶ୍ୱରଃ,

ଗୁରୁଃ ସାକ୍ଷାତ ପରଂବ୍ରହ୍ମ ତସ୍ମେଶ୍ରୀ ଗୁରବେ ନମଃ ।

ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଗୁରୁଙ୍କ ସ୍ଥାନ ସର୍ବାଗ୍ରେ । ଆବହମାନ କାଳରୁ ଅଦ୍ୟାବଧି ଆମ ସମାଜରେ ଗୁରୁ ଶିଷ୍ୟର ମହାନ ପରମ୍ପରା ପ୍ରଚଳିତ ହୋଇଆସୁଛି । ଯାହା ଦର୍ଶାଏ ଆମ ପ୍ରାଚୀନ ସାମାଜିକ ମୂଲ୍ୟବୋଧର ଗୁରୁତ୍ୱ ଏବଂ ମହାନତା ।

ମଣିଷ ଜନ୍ମହେବାଠୁ ମୃତ୍ୟୁ ପର୍ଯ୍ୟନ୍ତ ନିଜ ଆତ୍ମୀୟ, ସମାଜ ଓ ପ୍ରକୃତିରୁ ଶିକ୍ଷା ଲାଭ କରେ । ସେ ଜ୍ଞାନ ଅର୍ଜନ ପୂର୍ବକ ଜୀବନର ମୂଲ୍ୟବୋଧକୁ ବୁଝେ । ତେବେ କେବଳ ସମାଜ ନୁହଁ; ଇତର ପ୍ରାଣୀ, ପ୍ରକୃତି, ନିର୍ଜୀବ ସତ୍ତାବି ଆମ ମାନସିକ ଚେତନା ସ୍ତରକୁ ପ୍ରଭାବିତ କରିଥାଏ । ତେଣୁ ସେ ସମସ୍ତେ ଆମ ଗୁରୁ । ଯାହାର ପ୍ରକୃଷ୍ଟ ଉଦାହରଣ ଭାବେ ନିଆଯାଇପାରେ ଅତିବଡୀ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତର ଏକାଦଶ ସ୍କନ୍ଦରେ ବର୍ଣ୍ଣିତ ଅବଧୂତଙ୍କ ଚବିଶ ଗୁରୁ ପ୍ରସଙ୍ଗ ।

ତେବେ ଆସନ୍ତୁ ଏହି ଗୁରୁ ଦିବସରେ ଯେଉଁ ଗୁରୁମାନଙ୍କ ଆଶିଷ ଓ ଦିଗଦର୍ଶନ ଦ୍ୱାରା ଆମେ ନିଜ ଗୋଡ଼ରେ ଠିଆ ହେବା ସହ ଦୁନିଆରେ ବଞ୍ଚିବାର ମାଧ୍ୟମ ଖୋଜିପାଇଛେ, ସେହି ସମସ୍ତ ଗୁରୁଙ୍କ ପ୍ରତି ନିଜ କୃତଜ୍ଞତା ସହ ଭକ୍ତି ନୈବେଦ୍ୟ ଅର୍ପଣ କରିବା ନିଜ କବିତା ଓ କାହାଣୀ ମାଧ୍ୟମରେ ।

ଏହି ପ୍ରତିଯୋଗିତାରେ ଆମକୁ ସାହାଯ୍ୟର ହାତ ବଢ଼େଇଥିବା 'ନବରଙ୍ଗପୁର ସାହିତ୍ୟ ମଞ୍ଚ'ର ସଂଚାଳକ ପ୍ରଭଞ୍ଜନ ତ୍ରିପାଠୀ ଏବଂ 'ସିଦ୍ଧାର୍ଥ ସାହିତ୍ୟ ସଂସଦ, ବଉଦ'ର ସଂଚାଳକ ଅଭିନଭ ପଟ୍ଟନାୟକଙ୍କୁ ଅଶେଷ ଧନ୍ୟବାଦ ।


ନୀତିନିୟମ :

  • ଲେଖାଟିରେ ଗୁରୁଙ୍କ ଉପରେ ଆଧାରିତ ହେବା ନିତାନ୍ତ ଆବଶ୍ୟକ ।
  • କେବଳ କବିତା ଓ କାହାଣୀ ଗ୍ରହଣୀୟ ।
  • ସମ୍ପାଦକୀୟ ସ୍କୋର ଏବଂ ଲେଖାଟି ଉପରେ ପାଠକ ଯୋଗଦାନ ଉପରେ ଆଧାର କରି ବିଜେତାମାନଙ୍କୁ ସ୍ଥିର କରାଯିବ ।
  • ଅଂଶଗ୍ରହଣକାରୀମାନେ ସେମାନଙ୍କର ମୂଳ ଲେଖା ଦାଖଲ କରିବା ଉଚିତ୍ ।
  • ଆପଣ ଦାଖଲ କରୁଥିବା ଲେଖା ସଂଖ୍ୟାରେ କୌଣସି ସୀମା ନାହିଁ ।
  • କୌଣସି ଶବ୍ଦ ସୀମା ନାହିଁ ।
  • ପ୍ରବନ୍ଧ ଗ୍ରହଣୀୟ ନୁହେଁ ।

 

ଶ୍ରେଣୀଗୁଡିକ :

କାହାଣୀ

କବିତା


ଭାଷା: ଓଡ଼ିଆ


ପୁରସ୍କାର :

ଶ୍ରେଷ୍ଠ ୩ ଟି କାହାଣୀ ଏବଂ କବିତାକୁ ଯଥାକ୍ରମେ ଷ୍ଟୋରୀମିରର୍ INR 250 ସପ୍ ଭାଉଚର ସହ ଉତ୍କର୍ଷତାର ପ୍ରମାଣପତ୍ର ପ୍ରଦାନ କରାଯିବ । 

ସମସ୍ତ ଅଂଶଗ୍ରହଣକାରୀ INR 100 ର ସପ୍ ଭାଉଚର ସହ ଏକ ଅଂଶଗ୍ରହଣ ପ୍ରମାଣପତ୍ର ପାଇବେ ।


ଦାଖଲ ଅବଧି: ଅଗଷ୍ଟ ୨୫ ରୁ ସେପ୍ଟେମ୍ବର ୧୦, ୨୦୨୦ 

ଫଳାଫଳ: ଅକ୍ଟୋବର ୨୦୨୦ 


ଯୋଗାଯୋଗ:

ଇମେଲ୍: odia@storymirror.com

ଫୋନ୍ ନମ୍ବର: +91 8637256608