ଗୁରୁଦେବାୟ ନମଃ
ପରିଚୟ :
ଗୁରୁବ୍ରହ୍ମା ଗୁରୁବିଷ୍ଣୁଃ ଗୁରୁଦେବ ମହେଶ୍ୱରଃ,
ଗୁରୁଃ ସାକ୍ଷାତ ପରଂବ୍ରହ୍ମ ତସ୍ମେଶ୍ରୀ ଗୁରବେ ନମଃ ।
ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଗୁରୁଙ୍କ ସ୍ଥାନ ସର୍ବାଗ୍ରେ । ଆବହମାନ କାଳରୁ ଅଦ୍ୟାବଧି ଆମ ସମାଜରେ ଗୁରୁ ଶିଷ୍ୟର ମହାନ ପରମ୍ପରା ପ୍ରଚଳିତ ହୋଇଆସୁଛି । ଯାହା ଦର୍ଶାଏ ଆମ ପ୍ରାଚୀନ ସାମାଜିକ ମୂଲ୍ୟବୋଧର ଗୁରୁତ୍ୱ ଏବଂ ମହାନତା ।
ମଣିଷ ଜନ୍ମହେବାଠୁ ମୃତ୍ୟୁ ପର୍ଯ୍ୟନ୍ତ ନିଜ ଆତ୍ମୀୟ, ସମାଜ ଓ ପ୍ରକୃତିରୁ ଶିକ୍ଷା ଲାଭ କରେ । ସେ ଜ୍ଞାନ ଅର୍ଜନ ପୂର୍ବକ ଜୀବନର ମୂଲ୍ୟବୋଧକୁ ବୁଝେ । ତେବେ କେବଳ ସମାଜ ନୁହଁ; ଇତର ପ୍ରାଣୀ, ପ୍ରକୃତି, ନିର୍ଜୀବ ସତ୍ତାବି ଆମ ମାନସିକ ଚେତନା ସ୍ତରକୁ ପ୍ରଭାବିତ କରିଥାଏ । ତେଣୁ ସେ ସମସ୍ତେ ଆମ ଗୁରୁ । ଯାହାର ପ୍ରକୃଷ୍ଟ ଉଦାହରଣ ଭାବେ ନିଆଯାଇପାରେ ଅତିବଡୀ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତର ଏକାଦଶ ସ୍କନ୍ଦରେ ବର୍ଣ୍ଣିତ ଅବଧୂତଙ୍କ ଚବିଶ ଗୁରୁ ପ୍ରସଙ୍ଗ ।
ତେବେ ଆସନ୍ତୁ ଏହି ଗୁରୁ ଦିବସରେ ଯେଉଁ ଗୁରୁମାନଙ୍କ ଆଶିଷ ଓ ଦିଗଦର୍ଶନ ଦ୍ୱାରା ଆମେ ନିଜ ଗୋଡ଼ରେ ଠିଆ ହେବା ସହ ଦୁନିଆରେ ବଞ୍ଚିବାର ମାଧ୍ୟମ ଖୋଜିପାଇଛେ, ସେହି ସମସ୍ତ ଗୁରୁଙ୍କ ପ୍ରତି ନିଜ କୃତଜ୍ଞତା ସହ ଭକ୍ତି ନୈବେଦ୍ୟ ଅର୍ପଣ କରିବା ନିଜ କବିତା ଓ କାହାଣୀ ମାଧ୍ୟମରେ ।
ଏହି ପ୍ରତିଯୋଗିତାରେ ଆମକୁ ସାହାଯ୍ୟର ହାତ ବଢ଼େଇଥିବା 'ନବରଙ୍ଗପୁର ସାହିତ୍ୟ ମଞ୍ଚ'ର ସଂଚାଳକ ପ୍ରଭଞ୍ଜନ ତ୍ରିପାଠୀ ଏବଂ 'ସିଦ୍ଧାର୍ଥ ସାହିତ୍ୟ ସଂସଦ, ବଉଦ'ର ସଂଚାଳକ ଅଭିନଭ ପଟ୍ଟନାୟକଙ୍କୁ ଅଶେଷ ଧନ୍ୟବାଦ ।
ନୀତିନିୟମ :
ଶ୍ରେଣୀଗୁଡିକ :
କାହାଣୀ
କବିତା
ଭାଷା: ଓଡ଼ିଆ
ପୁରସ୍କାର :
ଶ୍ରେଷ୍ଠ ୩ ଟି କାହାଣୀ ଏବଂ କବିତାକୁ ଯଥାକ୍ରମେ ଷ୍ଟୋରୀମିରର୍ INR 250 ସପ୍ ଭାଉଚର ସହ ଉତ୍କର୍ଷତାର ପ୍ରମାଣପତ୍ର ପ୍ରଦାନ କରାଯିବ ।
ସମସ୍ତ ଅଂଶଗ୍ରହଣକାରୀ INR 100 ର ସପ୍ ଭାଉଚର ସହ ଏକ ଅଂଶଗ୍ରହଣ ପ୍ରମାଣପତ୍ର ପାଇବେ ।
ଦାଖଲ ଅବଧି: ଅଗଷ୍ଟ ୨୫ ରୁ ସେପ୍ଟେମ୍ବର ୧୦, ୨୦୨୦
ଫଳାଫଳ: ଅକ୍ଟୋବର ୨୦୨୦
ଯୋଗାଯୋଗ:
ଇମେଲ୍: odia@storymirror.com
ଫୋନ୍ ନମ୍ବର: +91 8637256608