ପ୍ରସ୍ତାବନା:
ଗୁରୁବ୍ରହ୍ମା ଗୁରୁବିଷ୍ଣୁଃ ଗୁରୁଦେବ ମହେଶ୍ୱରଃ,
ଗୁରୁଃ ସାକ୍ଷାତ ପରଂବ୍ରହ୍ମ ତସ୍ମେଶ୍ରୀ ଗୁରବେ ନମଃ ||
ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଗୁରୁଙ୍କ ସ୍ଥାନ ସର୍ବାଗ୍ରେ । ଏକ ସମୃଦ୍ଧ ସମାଜ, ରାଷ୍ଟ୍ର ଗଢ଼ିବାରେ ଗୁରୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଭକ୍ତି, ସ୍ପୃହା, ସାହସ, ସାଧନା ଗୁରୁଙ୍କ କୃପା ବିନା ଅସମ୍ଭବ । ଭଗବାନ ମଧ୍ୟ ଗୁରୁଙ୍କ ଶରଣାପନ୍ନ । ବେଦ, ବେଦାନ୍ତ, ଉପନିଷଦ, ପୁରାଣ ସବୁଠି ଗୁରୁଙ୍କ ମହିମା ମଣ୍ଡନ କରାଯାଇଛି। ଗୁରୁ ଶିଷ୍ୟକୁ ପ୍ରଦାନ କରନ୍ତି ଦିବ୍ୟଜ୍ଞାନ, ସୃଜନ ଶକ୍ତିକୁ ବିକଶିତ କରନ୍ତି ଦିଅନ୍ତି ନବଦିଗନ୍ତ, ନୂତନ ଜନ୍ମ । ଗୁରୁଙ୍କ ପାଖରେ ଥାଏ ଜ୍ଞାନ ସହ ଚରିତ୍ରକୁ ପରିମାର୍ଜିତ କରିବାର ଅଲୌକିକ ଗୁଣ ।
ଗୁରୁଙ୍କ ପାଇଁ କୌଣସି ଉପମା ନାହିଁ । ତିନି ଲୋକ ସ୍ୱର୍ଗ, ପୃଥିବୀ ଏବଂ ପାତାଳରେ ଜ୍ଞାନ ପ୍ରଦାନ କରିବା ଦିବ୍ୟ ଶକ୍ତି ଥାଏ କେବଳ ସେଇ ଗୁରୁଙ୍କ ପାଖରେ। ଜ୍ଞାନ, ଭକ୍ତିର ଅସରନ୍ତି ସାଗର ଗୁରୁବର । ଗୁରୁଙ୍କ ଆଶୀର୍ବାଦକୁ ପ୍ରାପ୍ତ କରି ଜୀବନ ପଥରେ ଅଜ୍ଞାନ ରୂପକ ଅନ୍ଧକାରକୁ ଦୁରେଇ ଆଲୋକ ପ୍ରାପ୍ତି ହୋଇପାରେ । ଗୁରୁ ମନୋବିଜ୍ଞାନୀ, ଗୁରୁ ମହାଜ୍ଞାନୀ, ଗୁରୁ ବ୍ରହ୍ମଜ୍ଞାନୀ, ଗୁରୁ ସର୍ବ ବିଦ୍ୟାର ଭଣ୍ଡାର ।
ବଶିଷ୍ଠ, ବିଶ୍ୱାମିତ୍ର, ସନ୍ଦିପନି, ଭୀଷ୍ମ, ଦ୍ରୋଣ, ଚାଣକ୍ୟ, ରାମକୃଷ୍ଣ ପରମହଂସ ଅନେକ ମହାନ, ଦିବ୍ୟ ଗୁରୁଙ୍କ ସୁଦକ୍ଷ କଥା, କାହାଣୀ ଆମେ ଶୁଣିଛେ। ସ୍ୱଂୟ ଭଗବାନ କୃଷ୍ଣ, ରାମ, ଏକଲବ୍ୟ, ଅର୍ଜୁନ, ଆରୁଣି, ଉପମନ୍ୟୁ, ସ୍ୱାମୀ, ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, ସ୍ୱାମୀ ବିବେକାନନ୍ଦଙ୍କ ଭଳି ଶିଷ୍ୟଙ୍କ ନାମ ମଧ୍ୟ ଅମର ହୋଇ ରହିଛି ।
ଏହି ଗୁରୁ ଦିବସରେ ଯେଉଁ ଗୁରୁମାନଙ୍କ ଆଶିଷ ଓ ମାର୍ଗଦର୍ଶନ ଦ୍ୱାରା ଆମେ ନିଜ ଜୀବନକୁ ଗଢ଼ି ତୋଳି ସରସ ସୁନ୍ଦର କରିଛନ୍ତି , ସେହି ସମସ୍ତ ଗୁରୁଙ୍କ ପ୍ରତି ନିଜ କୃତଜ୍ଞତା ସହ ଭକ୍ତି ନୈବେଦ୍ୟ ଅର୍ପଣ କରିବା ନିଜ କବିତା ଓ କାହାଣୀ ମାଧ୍ୟମରେ । ତେବେ ଆସନ୍ତୁ ପାଇଁ ନିଜ ସୃଜନତାକୁ #ଗୁରୁଦେବାୟ ନମଃ ମାଧ୍ୟମରେ ନିଜକୁ ସେଇ ଗୁରୁଙ୍କ ଚରଣାବିନ୍ଦରେ ସମର୍ପି ଦେଇ ଗୁରୁମୟ ହୋଇଯିବା ।
ନୀତିନିୟମ :
* ଲେଖାଟିରେ ଗୁରୁଙ୍କ ଉପରେ ଆଧାରିତ ହେବା ନିତାନ୍ତ ଆବଶ୍ୟକ ।
* ଏହି ପ୍ରତିଯୋଗିତା କେବଳ ଗଳ୍ପ, କବିତା ନିମନ୍ତେ ।
* ଦୈନିକ ଭାବେ ଆପଣ ଗଳ୍ପ, କବିତା ଯେକୌଣସି ବିଭାଗରେ ନିଜର କୃତି ଦାଖଲ କରିପାରିବେ ।
* ଦୈନିକ ଭାବେ ଉପରୋକ୍ତ ଦୁଇଟି ବିଭାଗରେ ଦାଖଲ କରିବା ବାଧ୍ୟତାମୂଳକ ନୁହେଁ ।
* ଆପଣଙ୍କ ଲେଖା ପ୍ରସ୍ତୁତି ପାଇଁ ବ୍ୟବହାର କରୁଥିବା ଶବ୍ଦକୁ ନିହାତି ଟ୍ୟାଗ୍ ରେ ଯୋଡ଼ନ୍ତୁ ।
* ଗଳ୍ପରେ ଶବ୍ଦ ସଂଖ୍ୟା ୧୫୦ରୁ କମ୍ ହେବା ଉଚିତ ନୁହେଁ । ସେହିପରି କବିତାରେ ଶବ୍ଦ ସଂଖ୍ୟା ୫୦ ରୁ କମ୍ ହେବା ଉଚିତ ନୁହେଁ ।
* ଗଳ୍ପ, କବିତା ଦାଖଲ ସଂଖ୍ୟାରେ କୌଣସି ସୀମା ନାହିଁ ।
* ଲେଖା ପରିସରରେ ଲେଖକ ନିଜ ନାମ, ଠିକଣା, ଶୀର୍ଷକ ଆଦି ଲେଖିବେ ନାହିଁ ।
* ପୂର୍ବରୁ ପ୍ରସ୍ତୁତ ହୋଇଥିବା ଲେଖା ବୈଧ ନୁହଁ ।
* ଲେଖା ଦାଖଲ ସମୟରେ ଏହାର ବ୍ୟାକରଣଗତ ତ୍ରୁଟି ଓ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବେ ।
ବିଭାଗ :
କାହାଣୀ
କବିତା
ଭାଷା: ଓଡ଼ିଆ
ପୁରସ୍କାର :
* ଗଳ୍ପ, କବିତା ଦୁଇଟି ବିଭାଗରେ ସର୍ବାଧିକ ଦାଖଲ କରିଥିବା ପ୍ରତ୍ୟେକ ବିଭାଗର ତିନି ଜଣ ଗାଳ୍ପିକ, କବି, ଲେଖକଙ୍କୁ ସ୍ଵତନ୍ତ୍ର ମାନପତ୍ର ସହ INR 150ର ସପ୍ ଭାଉଚର ପ୍ରଦାନ କରାଯିବ ।
* ସମସ୍ତଙ୍କୁ ଅଂଶଗ୍ରହଣ ମାନପତ୍ର ପ୍ରଦାନ କରାଯିବ ।
* * ବିଜେତା ସ୍ରଷ୍ଟାଙ୍କର ୩୦ଟି କବିତା ଓ ୨୦ଟି ଗଳ୍ପ ସମ୍ବଳିତ ଏକ ଇ-ପୁସ୍ତକ ପ୍ରଦାନ କରାଯିବ।
ଦାଖଲ ଅବଧି: ସେପ୍ଟେମ୍ବର ୧ ରୁ ସେପ୍ଟେମ୍ବର ୧୫, ୨୦୨୨
ଫଳାଫଳ: ଅକ୍ଟୋବର ୨୦୨୦
କୃତଜ୍ଞତା: ଏହି ପ୍ରତିଯୋଗିତା ନିମନ୍ତେ ଆମକୁ ସହଯୋଗର ହାତ ବଢ଼ାଇଥିବାରୁ ମନୋରମା ମହାନ୍ତି, ପ୍ରସନ୍ନ କୁମାର ନାୟକ, ପ୍ରବୋଧ ଚନ୍ଦ୍ର ମୁଦ୍ରା, ନୀଳକଣ୍ଠ ଦାଶ, ସୁଦେଷ୍ଣା ପ୍ରଧାନ, ବିଶ୍ୱଜିତା ବରାଳ, କୃଷ୍ଣ ଚନ୍ଦ୍ର ଲେଙ୍କା, ଦେବାଶିଷ ମିଶ୍ର, ରାମଣିକାନ୍ତ ସାହୁ, ଡ଼. ମୃତ୍ୟୁଞ୍ଜୟ ସାହୁ, ଗୀତାଞ୍ଜଳି ପୃଷ୍ଟି, କ୍ଷିତୀଶ ଜେନା, ଅଭିନବ ପଟ୍ଟନାୟକ, ରତିନାରାୟଣ ରଉତ, ଯୁଧିଷ୍ଠିର ଖମାରୀଙ୍କୁ ଆମ ତରଫରୁ ଅଶେଷ ଧନ୍ୟବାଦ ।
ଯୋଗାଯୋଗ:
8637256608
+91 91106 62845
ବି.ଦ୍ର: ପ୍ରତିଯୋଗିତା ସମ୍ପର୍କରେ ଯେକୌଣସି ପରାମର୍ଶ କିମ୍ବା ଅସୁବିଧା ପାଇଁ ଆମକୁ ଉପରୋକ୍ତ ଯୋଗାଯୋଗ ଠିକଣାରେ ଯୋଗାଯୋଗ କରନ୍ତୁ ।