Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#ମୁଁ କିଛି ଲୁଚାଇବିନି ତୁମକୁ

SEE WINNERS

Share with friends

ମୁଁ କିଛି ଲୁଚାଇବିନି ତୁମକୁ


ମୁଁ କିଛି ଲୁଚାଇବିନି ତୁମକୁ । ମୋର ପ୍ରେମରେ ମଧୁର ଯନ୍ତ୍ରଣା, ଅସୀମିତ ପ୍ରତୀକ୍ଷା, ସ୍ମୃତିର ଶୂନ୍ୟତା ସବୁକିଛି ବାଣ୍ଟିବି ତୁମ ସହ । ତଥାପି ପ୍ରେମରେ ସବୁ କିଛି ସରିଲା ପରେ ବି ଯଦି କିଛି ବାକି ରହିଯାଏ ତାକୁ କହି ହାଲୁକା ହୋଇଯିବି ତୁମ ଆଗରେ। ମୋ ମନକୁ ବୁଝା ବେଳା , ମୋ ନିଃସଙ୍ଗ, ଏକାକୀ ସମୟର କଥା ସବୁକିଛି ତ କହିବି ଯେତେ ସମୟ ଲାଗୁ ପଛେ । ସେତେ ସବୁ ନୀରବତା, ଲୋଡ଼ା ଅଲୋଡ଼ା, ମନଛୁଆଁ ପ୍ରେମବାର୍ତ୍ତା, ସୁଖ ଦୁଃଖ, ମୁଁ ତମକୁ ନପଚାରି କରିଥିବା ଅନେକ ଅଭିମାନ ଭରା କାମ, ମୋ ପାପ, ପୁଣ୍ୟ ସବୁକିଛି କହି ସାରିଲା ପରେ ନିଜକୁ ଏକାନ୍ତ ଭାବେ ଅନନ୍ତ କରିଦେବି । ପ୍ରେମର ଗଭୀରତାରେ ନିର୍ବାଣ ଅଭିମୁଖେ ଯାତ୍ରା କରିବି ।

ତେବେ ଫେବୃଆରୀ ମାସ ପ୍ରେମର । ସେଇ ଦୃଷ୍ଟିରୁ ଆମେ ଏହି ଅଭିନବ ପ୍ରତିଯୋଗିତାର । ଯେଉଁଠି ଆପଣ ମାନେ ମନ ଭିତରେ ଲୁଚାଇ ରଖିବା ଥିବା କଥାକୁ ନିଜର ଗଳ୍ପ, କବିତା ଆଙ୍କି ପାରିବେ । ନିଜର ଯେତେ ସବୁ ପ୍ରେମ ପୂର୍ବର, ପରର , ନିଜ ପ୍ରେମର ସାର୍ଥକତା, ସଫଳତା, ବିଫଳତାକୁ ପରିପ୍ରକାଶ କରି ପ୍ରେମିକ/ ପ୍ରେମିକା ଟିଏ ପାଲଟନ୍ତୁ। କିଛି ଲୁଚାନ୍ତୁନି ନିଜ ମନର ମଣିଷ ପାଖେ । ଆଖିରେ ଆଖି ମିଳାଇ., ହୃଦୟ ଖୋଲି କୁହନ୍ତୁ ସବୁକିଛି..ନିଜ ସାଥୀ ପାଖେ .....



ସର୍ତ୍ତାବଳୀ


  1. ଆପଣ ଯେକୌଣସି କବିକା ଓ କାହାଣୀକୁ ଯଥାସମ୍ଭବ ଶବ୍ଦରେ ଲେଖିପାରିବେ । ଏବଂ କବିତା ୧୫୦ ଓ ଗଳ୍ପ ଅତିକମରେ ୩୦୦ ଶବ୍ଦରେ ହେବା ଉଚିତ୍ । 
  2. ଆପଣଙ୍କର ସୃଷ୍ଟି ମୂଳ ଏବଂ ସ୍ୱତଃ ପ୍ରବୃତ୍ତ ହେବା ଉଚିତ୍ । ଯଦି କୌଣସି ସ୍ଥାନରୁ କପି ମିଳିଲା, ତେବେ ଆପଣଙ୍କୁ ବାରଣ କରାଯିବ, ସେହିପରି କାହାଣୀ ପ୍ରକାଶିତ ହେବ ନାହିଁ ।
  3. ମନେରଖନ୍ତୁ ଯଦି ଆପଣଙ୍କର କବିତା, କାହାଣୀ ପୂର୍ବରୁ ଷ୍ଟୋରିମିରର୍ ରେ ଅଛି ତେବେ ଆପଣ ଏହାକୁ ରିପୋଷ୍ଟ କରିପାରିବେ ନାହିଁ ।
  4. ଯଦି ଆପଣଙ୍କର କବିତା, କାହାଣୀ ଅନ୍ୟତ୍ର ପ୍ରକାଶିତ ହୋଇସାରିଛି କିନ୍ତୁ ଏପର୍ଯ୍ୟନ୍ତ ଷ୍ଟୋରିମିରରରେ ଦାଖଲ ହୋଇନାହିଁ, ଆପଣ ଏହାକୁ ଏହି ପ୍ରତିଯୋଗିତାରେ ଦାଖଲ କରିପାରିବେ ।
  5. ବ୍ୟାକରଣ ଏବଂ ଶବ୍ଦ ଗଠନରେ ତ୍ରୁଟି ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଏହା ଆପଣଙ୍କ ସାହିତ୍ୟିକ ଜୀବନର ଯାତ୍ରା ତଥା ଆପଣଙ୍କ ପାଠକମାନଙ୍କ ପାଇଁ ମଧ୍ୟ ଆବଶ୍ୟକ ।
  6. ଆପଣଙ୍କୁ କେବଳ ପ୍ରତିଯୋଗିତାର ଲିଙ୍କ୍ ପରିଦର୍ଶନ କରି ଆପଣଙ୍କ କାହାଣୀ ପଠାଇବାକୁ ପଡ଼ିବ, କେବଳ ସେତେବେଳେ ଏହା ପ୍ରତିଯୋଗିତାରେ ବୈଧ ହେବ।
  7. ଯେକୌଣସି ପ୍ରକାରର PDF ଫାଇଲ୍ ଇତ୍ୟାଦି ଗ୍ରହଣୀୟ ନୁହେଁ । ଲେଖାକୁ କେବଳ ପାଠ୍ୟ ଫର୍ମାଟରେ ପଠାନ୍ତୁ ।
  8. ଜଣେ ସ୍ରଷ୍ଟା ଯେକୌଣସି ସଂଖ୍ୟକ କାହାଣୀ ଓ କବିତା ପଠାଇପାରିବେ ।

ପୁରସ୍କାର


  1. ପ୍ରତିଯୋଗିତାରେ ଦାଖଲ ସର୍ବାଧିକ ଲେଖା ଦାଖଲ କରିଥିବା ସ୍ରଷ୍ଟାଙ୍କ ମଧ୍ୟରୁ ଟି 3 ଟି କାହାଣୀ ଓ 3ଟି କବିତା ବିଜେତା ଘୋଷଣା ହେବେ। ଏକ ସ୍ୱତନ୍ତ୍ର ଡିଜିଟାଲ ବିଜେତା ପ୍ରମାଣ ପତ୍ର ପ୍ରଦାନ କରାଯିବ । ଓ ବିଜେତାଙ୍କୁ 200 ଟଙ୍କାର ଷ୍ଟୋରିମିରର ସପ୍ ଭାଉଚର ପ୍ରଦାନ କରାଯିବ ।
  2. ଏହାସହ ସମ୍ପାଦକୀୟ ମୂଲ୍ୟାଙ୍କ ଆଧାରରେ ପ୍ରତି ବିଭାଗର 3 ଜଣଙ୍କୁ ବିଜେତା ଘୋଷଣା କରାଯାଇ, ସ୍ୱତନ୍ତ୍ର ଡିଜିଟାଲ ବିଜେତା ପ୍ରମାଣ ପତ୍ର ପ୍ରଦାନ କରାଯିବ । ଓ ବିଜେତାଙ୍କୁ 150 ଟଙ୍କାର ଷ୍ଟୋରିମିରର ସପ୍ ଭାଉଚର ପ୍ରଦାନ କରାଯିବ ।
  3. ସର୍ବାଧିକ ଲେଖା ଦାଖଲ କରିଥିବା ପ୍ରତି ବିଭାଗର ଜଣେ ଓ ସମ୍ପାଦକୀୟ ମୂଲ୍ୟାଙ୍କନ ଆଧାରରେ ଜଣେ ବିଜେତାଙ୍କୁ ସେମାନଙ୍କର ଲେଖାକୁ ସ୍ୱର ଦେଇ ପଠାଇବା ପାଇଁ କୁହାଯାଇ, ମୋଟ 3ଜଣ ସ୍ରଷ୍ଟାଙ୍କ ଭିଡିଓ ୟୁ-ଟ୍ୟୁବ ଭିଡିଓ ମାଧ୍ୟମରେ ପ୍ରକାଶ କରାଯିବ ।
  4. ସମସ୍ତ ଅଂଶଗ୍ରହଣକାରୀଙ୍କୁ ଡିଜିଟାଲ୍ ଅଂଶଗ୍ରହଣ ପ୍ରମାଣପତ୍ର ଦିଆଯିବ ।

ବିଭାଗ : କାହାଣୀ/ କବିତା

ଭାଷା : ଓଡ଼ିଆ

ଅବଧି: ୪ ଫେବୃଆରୀ ୨୦୨୪ ରୁ ୧୫ ମାର୍ଚ୍ଚ ୨୦୨୪

ଫଳାଫଳ - ମେ ୨୦୨୪

ଯୋଗାଯୋଗ:

ଇ-ମେଲ୍ : odia@storymirror.com / pallabini@storymirror.com

ଫୋନ୍ ନମ୍ବର : +91 8637256608 / 91106 62845