STORYMIRROR

#ରୋମାଞ୍ଚକର ଅନୁଭୂତି

SEE WINNERS

Share with friends

ଏକ ଅସାଧାରଣ ଅନୁଭୂତି ପୁଲକିତ କରେ ରୋମାଞ୍ଚିତ କରେ । କେତେବେଳେ ହର୍ଷ, ଉଲ୍ଲାସ ଓ ସାହସ ବଢ଼ିଯାଏ, ତ କେତେବେଳେ ଅବିଶ୍ୱସନୀୟ ଖୁସି ଓ ଆନନ୍ଦ ଅନୁଭବ ହୁଏ । ଛାତି ଧଡ୍ ଧଡ଼ ହୋଇଯାଏ, ମନ ଭିତରେ ସତର୍କ ଘଣ୍ଟିର ବିକଟାଳ ରଡ଼ିଘାତ ଧ୍ୱିନିତ ହୁଏ ଅବା କୌତୁହଳରେ ଉତ୍ସାହ ଦ୍ୱିଗୁଣିତ ହୋଇଯାଏ । ସେ ଅନୁଭବକୁ ଅନୁମାନ କରିହୁଏ, ଆଖି ଆଗରେ ନାଚିଯାଏ, ଦେଖିଲା ପରି ଅନୁଭୂତି ହୁଏ । ଆମେ ସମସ୍ତ ଏଭଳି ରୋମାଞ୍ଚିତ ଶିହରିତ କରିବା ଭଳି କାହାଣୀ ଶୁଣିଛେ, ଅଙ୍ଗେନିଭାଇଛେ। ଯାହା ଆମକୁ ନିର୍ଭୀକତା ପ୍ରଦାନ କରିଥାଏ, ସାବଧାନ, ହୁସିଆର କରିଦେଇଥାଏ । ଭୟବିହ୍ୱଳ, ହୃତ୍‌ସ୍ପନ୍ଦନକୁ ତ୍ୱିରିତ କରୁଥିବା ଆପଣଙ୍କ ଜୀବନରେ, ମନରେ ଗଭୀର ରେଖାପାତ କରିଥିବା ଘଟଣାମାନକୁ ଗଳ୍ପ ଓ କବିତାରେ ବର୍ଣ୍ଣନା କରିବା ପାଇଁ ଏଥର ଆମେ ନେଇ ଆସିଛୁ ଏକ ନୂଆ ଧରଣର ଲିଖନ ପ୍ରତିଯୋଗିତା ।

ଯେଉଁଠି ଆପଣଙ୍କ କାହାଣୀ, କବିତା ମାଧ୍ୟମରେ ପାଠକ କେତେବେଳେ ସ୍ତମ୍ଭୀଭୂତ ହେଇଯାଉଥିବ ତ କେତେବେଳେ ବିସ୍ମିତ ହୋଇ ଡରି ଯାଉଥିବ । କେତେବେଳେ ଏଭଳି ବିକଟସ୍ଥିତିରୁ ଆପଣ କେମିତି ମୁକୁଳିଲେ ତାକୁ ପଢ଼ି ସାହସ ଜୁଟାଇ ଶାନ୍ତ ଓ ସତେଜ ହେଇଯାଉଥିବ । ତେବେ ସେହିସବୁ ରହସ୍ୟ, ରୋମାଞ୍ଚଭରା ଅନୁଭୂତିକୁ ନେଇ # ରୋମାଞ୍ଚକର ଅନୁଭୂତି…ଗଳ୍ପ ଓ କବିତା ଲିଖନ ପ୍ରତିଯୋଗିତା ।

କିଛି ବିଷୟ...

  • ପୁରୁଖା ଲୋକଙ୍କ ପୁରୁଣା କାହାଣୀ
  • ଅଜଣାସ୍ଥାନରେ ଅପ୍ରତ୍ୟାଶିତ ଅନୁଭୂତି
  • ଗାଁ/ସହରରେ ନିଜେ ଅଙ୍ଗେନିଭାଇଥିବା ଘଟଣା
  • କିଛି ଭୟାତୁର ଆତ୍ମାନୁଭୂତି
  • ଏକାକୀ ବେଳାର ମନର ଭୟ
  • ନିଛାଟିଆ ଆତଙ୍କିତ ପରିବେଶ
  • ପିଲାବେଳର ଆଈ ମା' କାହାଣୀ
  • ଭ୍ରମଣର ଭୟପ୍ରଦ କାହାଣୀ
  • ଅବିଶ୍ୱାସ ହେଲେ ବିଶ୍ୱାସ କରୁଥିବା ଘଟଣା
  • ଅନ୍ଧବିଶ୍ୱାସର ଅନ୍ଧାର ଗଳିରୁ ମୁକୁଳିବା
  • ନିର୍ଜନ ଦ୍ୱିପ୍ରହର
  • ଧୀରେ ଧୀରେ ଆସୁଥିବା ଛାଇ
  • ରାତିର ସ୍ୱର
  • ଡରାଉଥିବା ମୁହୂର୍ତ୍ତ
  • ସହରୀ ଡାହାଣୀ
  • ଅନ୍ଧାର ରାସ୍ତା

ସର୍ତ୍ତାବଳୀ :

ଆପଣଙ୍କ ଲେଖା ଦିଆଯାଇଥିବା ବିଷୟବସ୍ତୁ ଭିତ୍ତିକ ଅଥବା ନିଜର ଲେଖା ପ୍ରସ୍ତୁତ କରିପାରିବେ ।

ପ୍ରସ୍ତୁତ କରାଯାଇଥିବା ବିଷୟବସ୍ତୁ ଉପରେ ଲେଖିବା ବାଧ୍ୟତାମୂଳକ ନୁହେଁ ।

* ଏହି ପ୍ରତିଯୋଗିତା ଦୀର୍ଘ ଦୁଇମାସବ୍ୟାପୀ ଚାଲୁରହିବ ।

* ଏହି ପ୍ରତିଯୋଗିତା କେବଳ ଗଳ୍ପ, କବିତା ନିମନ୍ତେ ।

* ଦୈନିକ ଭାବେ ଆପଣ ଗଳ୍ପ, କବିତା ଯେକୌଣସି ବିଭାଗରେ ନିଜର କୃତି ଦାଖଲ କରିପାରିବେ ।

* ଦୈନିକ ଭାବେ ଉପରୋକ୍ତ ଦୁଇଟି ବିଭାଗରେ ଦାଖଲ କରିବା ବାଧ୍ୟତାମୂଳକ ନୁହେଁ ।

* ଆପଣଙ୍କ ଲେଖା ପ୍ରସ୍ତୁତି ପାଇଁ ବ୍ୟବହାର କରୁଥିବା ଶବ୍ଦକୁ ନିହାତି ଟ୍ୟାଗ୍ ରେ ଯୋଡ଼ନ୍ତୁ ।

* ଗଳ୍ପରେ ଶବ୍ଦ ସଂଖ୍ୟା ୧୫୦ରୁ କମ୍ ହେବା ଉଚିତ ନୁହେଁ । ସେହିପରି କବିତାରେ ଶବ୍ଦ ସଂଖ୍ୟା ୫୦ ରୁ କମ୍ ହେବା ଉଚିତ ନୁହେଁ ।

* ବିଜୟୀ ଚୟନ ବେଳେ ସମ୍ପାଦକଙ୍କ ମୂଲ୍ୟାଙ୍କନକୁ ମଧ୍ୟ ଧ୍ୟାନ ଦିଆଯିବ ।

* ଗଳ୍ପ, କବିତା ଦାଖଲ ସଂଖ୍ୟାରେ କୌଣସି ସୀମା ନାହିଁ ।

* ଲେଖା ପରିସରରେ ଲେଖକ ନିଜ ନାମ, ଠିକଣା, ଶୀର୍ଷକ ଆଦି ଲେଖିବେ ନାହିଁ ।

* ପୂର୍ବରୁ ପ୍ରସ୍ତୁତ ହୋଇଥିବା ଲେଖା ବୈଧ ନୁହଁ ।

* ପ୍ରବନ୍ଧ କିମ୍ବା ରଚନା ଗ୍ରହଣୀୟ ନୁହେଁ ।

ପୁରସ୍କାର :

* ଗଳ୍ପ, କବିତା ଦୁଇଟି ବିଭାଗରେ ସର୍ବାଧିକ ଦାଖଲ କରିଥିବା ପ୍ରତ୍ୟେକ ବିଭାଗର ଜଣେ ଗାଳ୍ପିକ, କବିଙ୍କୁ ଟ୍ରଫି ଓ ମାନପତ୍ର ଓ ଅନ୍ୟ ପ୍ରତ୍ୟେକ ବିଭାଗର ଦୁଇ ଜଣଙ୍କୁ ୧୫୦ଟଙ୍କାର ସପ୍ ଭାଉଚର ଓ ମାନପତ୍ର ପ୍ରଦାନ କରାଯିବ।

* ସମସ୍ତଙ୍କୁ ଅଂଶଗ୍ରହଣ ମାନପତ୍ର ପ୍ରଦାନ କରାଯିବ ।

* ବିଜେତା ସ୍ରଷ୍ଟାଙ୍କର ୩୦ଟି କବିତା ଓ ୨୦ଟି ଗଳ୍ପ ସମ୍ବଳିତ ଏକ ଇ-ପୁସ୍ତକ ପ୍ରଦାନ କରାଯିବ।

ବିଭାଗ : ଗଳ୍ପ । କବିତା

ଭାଷା : ଓଡ଼ିଆ

ପ୍ରତିଯୋଗିତାର ସମୟ ଅବଧି:

ସେପ୍ଟେମ୍ବର ୭ ରୁ ନଭେମ୍ବର ୭ ,୨୦୨୨

ଫଳାଫଳ: ଜାନୁଆରୀ ୨୦୨୩

କୃତଜ୍ଞତା: ଏହି ପ୍ରତିଯୋଗିତା ନିମନ୍ତେ ଆମକୁ ସହଯୋଗ କରିଥିବାରୁ ‘ସୃଷ୍ଟି ସମ୍ଭାର’ ପରିବାରର ପରିଚାଳକ ତପନ କୁମାର ସାହୁ ଓ ମୁଖ୍ୟ ସମ୍ପାଦକ କାହ୍ନୁ ଚରଣ ସାହୁଙ୍କୁ ଆମ ତରଫରୁ ଅଶେଷ ଧନ୍ୟବାଦ ।

ଯୋଗାଯୋଗ:

8637256608

+91 91106 62845

pallabini@storymirror.com

ବି.ଦ୍ର: ପ୍ରତିଯୋଗିତା ସମ୍ପର୍କରେ ଯେକୌଣସି ପରାମର୍ଶ କିମ୍ବା ଅସୁବିଧା ପାଇଁ ଆମକୁ ଉପରୋକ୍ତ ଯୋଗାଯୋଗ ଠିକଣାରେ ଯୋଗାଯୋଗ କରନ୍ତୁ ।