" ବର୍ଷାନାଂ ଭାରତ ଶ୍ରେଷ୍ଠ, ଦେଶାନଂ ଉତ୍କଳ ଶୃତ
ଉତ୍କଳସ୍ୟ ସମଦେଶ, ଦେଶ ନାସ୍ତି ମହୀତଳେ ।"
ଉତ୍କଳ ଜନନୀ ସଦାରାଧ୍ୟା । ଯାହାର ଯଶ, ଖ୍ୟାତି ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ । ଯାହାର ସଂସ୍କୃତି, ପରମ୍ପରା, ଐତିହ୍ୟର ମୁଖ ସାକ୍ଷୀ ଭାବେ ଆଜି ମଧ୍ୟ ଦଣ୍ଡାୟମାନ ବିଶ୍ଵ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର, ଧଉଳିଗିରି, ଲଲତଗିରି, ଶାନ୍ତିସ୍ତୁପ, ଲିଙ୍ଗରାଜ ମନ୍ଦିର, ନରସିଂହନାଥ ମନ୍ଦିର ଏମିତି ଅନେକ କିଛି । ଯାହାର କଳନା କରିବା ମଧ୍ୟ ଅସମ୍ଭବ । ଏ ମାଟିର ରେଣୁ ରେଣୁରେ ରହିଛି ପ୍ରୟାଗ ତୀର୍ଥ । ଯେଉଁ ମାଟିର ଭାଷା ପ୍ରାଚୀନରୁ ସମ୍ପ୍ରତି ଏକ ସୁବିସ୍ତୃତ ପରିସର ଦେଇ ବଜାୟ ରହିଆସିଛି । ଯେଉଁ ମାଟିରେ ମାଟିର ମହାକବି ସାରଳା ଦାସ, ଭକ୍ତକବି ବଳରାମ, ଅତିବଡୀ ଜଗନ୍ନାଥ ଦାସ, ଅଚ୍ୟୁତ, ଅନନ୍ତ ଯଶୋବନ୍ତ, କବି ସମ୍ରାଟ ଉପେନ୍ଦ୍ର, କବିସୂର୍ଯ୍ୟ ବଳଦେବ, କବିବର ରାଧାନାଥ , ବ୍ୟାସକବି ଫକୀର ମୋହନ, ପ୍ରକୃତି କବି ଗସଙ୍ଗାଧର ଆଦି ମହା କବିଙ୍କର ଜନ୍ମ । ଯେଉଁମାଟିରେ ବୀର ସୁବାସ, ବକ୍ସି ଜଗବନ୍ଧୁ, ଜୟୀରାଜ ଗୁରୁ, ସୁରେନ୍ଦ୍ର ସାଏ, ବିର୍ଷାମୁଣ୍ଡା, ଧରମା, ବାଜିରାଉତ ପରି ବୀରଙ୍କ ଜନ୍ମ । ସେହି ମୋର ପୁଣ୍ୟ ଭୂମି ଉତ୍କଳ ।
ତେବେ ଆସନ୍ତୁ ଏ ମାଟି, ଏ ପାଣି, ଏ ପବନ ସହ ନିଜକୁ ଏକୀଭୂତ କରିଦେବା । ଆଜି ହଜିଯିବା ଆ'ରି କୋଳରେ । ଏ ପୁଣ୍ୟ ମାଟିର ପୁଣ୍ୟ ଐତିହ୍ୟ, ପରମ୍ପରା, ସଂସ୍କୃତି, ମହାମନିଷି, ପର୍ବପର୍ବାଣି, ନୃତ୍ୟ-ଗୀତ, କଳା, ଭାଷା, ସାହିତ୍ୟ, ପ୍ରସିଦ୍ଧ ସ୍ଥାନ ଆଦି ପ୍ରତିଟି ବିଷୟକୁ ନେଇ ନିଜ ମାଟି ମା' ପାଇଁ ନିଜ ହୃଦୟ ଅନ୍ତରୁ ବାଢ଼ି ଦେବା ସ୍ନେହ, ପ୍ରେମ ଆଉ ଭଲପାଇବା । ଆପଣମାନେ ପ୍ରସ୍ତୁତ ତ ?
ଜଣେ ପ୍ରକୃତ ଓଡ଼ିଆ ଭାବେ ଆସନ୍ତୁ ଏ ମାଟିର ଗୁଣ ଗରୀମାକୁ ସମଗ୍ର ବିଶ୍ୱରେ ପହଞ୍ଚେଇଦେବା । ସେ ବୀରତ୍ବର ଗାଥାକୁ ପୁଣିଥରେ ସ୍ମୃତି ରୋମନ୍ଥନ କରିବା ନିଜ କାହାଣୀ, କବିତା ଆଉ କୋଟ୍ ମାଧ୍ୟମରେ । ଆସନ୍ତୁ ନିଜକୁ ଜଣେ ଓଡ଼ିଆ ଭାବେ ଗର୍ବ କରିବା ।
ନୀତିନିୟମ :
୧. ଓଡ଼ିଶାର ଐତିହ୍ୟ, ପରମ୍ପରା, ସଂସ୍କୃତି, ପ୍ରସିଦ୍ଧ ସ୍ଥାନ, ଭାଷା, ସାହିତ୍ୟ, ମହାପୁରୁଷ, ନାଚ-ଗୀତ, କଳା ଆଦି ଓଡ଼ିଶା ସହ ସମ୍ପର୍କିତ ଯେକୌଣସି ବିଷୟ ଉପରେ ଲେଖା ପ୍ରଦାନ କରିପାରିବେ ।
୨. ଅଂଶଗ୍ରହଣକାରୀମାନେ ସେମାନଙ୍କର ମୂଳ କବିତା / କାହାଣୀ ଦାଖଲ କରିବା ଉଚିତ୍ |
୩. ଦାଖଲ ହେବାକୁ ଥିବା କାହାଣୀ କିମ୍ବା କବିତା ସଂଖ୍ୟା ଉପରେ କୌଣସି ସୀମା ନାହିଁ, ଆପଣ ନିଜ ଇଚ୍ଛା ଅନୁସାରେ କାହାଣୀ / କବିତା / କୋଟ୍ ଲେଖିପାରିବେ |
୪. ଷ୍ଟୋରୀମିରରର ନିଷ୍ପତ୍ତି ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ଚୂଡାନ୍ତ ଏବଂ ବାଧ୍ୟତାମୂଳକ ହେବ |
୫. ପ୍ରବନ୍ଧ / ରଚନା ଗୁଡିକ ଦାଖଲ ପାଇଁ ଅନୁମତିପ୍ରାପ୍ତ ନୁହେଁ |
ପୁରସ୍କାର:
୧. ପ୍ରଥମତଃ ଏହା କୌଣସି ପ୍ରତିଯୋଗିତା ନୁହେଁ । ଏହା ନିଜ ମାଟି ପ୍ରତି, ନିଜ ଉତ୍କଳ ଜନନୀ ପ୍ରତି ସ୍ନେହ, ଶ୍ରଦ୍ଧା ଓ ଭକ୍ତି ରୂପକ ଏକ ଅର୍ଘ୍ୟ ମାତ୍ର । ଏଇଠୁ ଆମେ ପ୍ରମାଣିତ କରିପାରିବା ଆମେ ନିଜ ମାତୃଭୂମିକୁ କେତେ ଭଲ ପାଉଛେ, କେତେ ଚିହ୍ନିଛେ !
୨. ସମସ୍ତଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯିବ ।
ଯୋଗ୍ୟତା:
ଲେଖା ଗ୍ରହଣ ସମୟ ଅବଧି : ମେ' ୨୭, ୨୦୨୦ ରୁ ଜୁନ୍ ୨୭, ୨୦୨୦ ପର୍ଯ୍ୟନ୍ତ ଚାଲିବ ।
ଭାଷା: ଓଡ଼ିଆ
ବିଷୟବସ୍ତୁ ପ୍ରକାର : କବିତା / କାହାଣୀ / କୋଟ୍
ଯୋଗାଯୋଗ ବ୍ୟକ୍ତି :
ପଲ୍ଲବିନୀ - pallabini@storymirror.com / 8637256608
ବିକେଶ - bikesh@storymirror.com / 9337166172