Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#ପିଲାଏ ଗପ ଶୁଣ

SEE WINNERS

Share with friends

ଆମେ ସମସ୍ତ ପିଲାବେଳେ ପୁରୁଣା ଲୋକଙ୍କଠାରୁ କିଛି ପୁରୁଣା ଓ ରୋମାଞ୍ଚିତ ଶିହରିତ କରିବା ଭଳି କାହାଣୀ ଶୁଣିଛେ, ଅଙ୍ଗେନିଭାଇଛେ। ଯାହା ମନରେ ଭୟର ଗଭୀର ରେଖାପାତ କରିଥାଏ। ଆମେ ସଞ୍ଜ ହେଲେ ଗାଁରେ ବୁଢ଼ୀ ମା' ପାଖରେ ଜମା ହୋଇ ଏଭଳି ଅନେକ ଡରାଉଥିବା କାହାଣୀ ଶୁଣିଥିବା । ଅଦ୍ୟବଧି ବିଜ୍ଞାନ ଯୁଗରେ ମଧ୍ୟ ଆମେ ବର୍ତ୍ତମାନ ସମୟରେ ଏଭଳି ଶୁଭ, ଅଶୁଭ, ବିଶ୍ୱାସ, ଅବିଶ୍ୱାସ, ଅନ୍ଧବିଶ୍ୱାସରେ ଭରା ଭୟବିହ୍ୱଳ କାହାଣୀ ମାନ ଶୁଣୁଛନ୍ତି । ଗାଁଠାରୁ ସହର ଏମିତି ଅନେକ ଲୋକକଥା ସହ ଭୟ ପ୍ରଦର୍ଶନ କରୁଥିବା ଘଟଣାମାନ ଘଟିବା ଜାରି ରହିଛି । ଅଧିକନ୍ତୁ ବିଶ୍ୱାସ ହେଉନଥିଲେ ମଧ୍ୟ ଏଭଳି ଘଟଣା ଆମକୁ ଡରାଏ । ଏଭଳି ଭୟଯୁକ୍ତ, ଡରାଉଥିବା, ପିଲାବେଳର କାହାଣୀ ହେଉ କିମ୍ବା ବର୍ତ୍ତମାନ ସମୟର ଘଟଣା ଏହାକୁ ବର୍ଣ୍ଣନା କରିବା ପାଇଁ ଏଥର ଆମେ ନେଇ ଆସିଛୁ ଏକ ନୂଆ ଧରଣର ଲିଖନ ପ୍ରତିଯୋଗିତା ।


ଯେଉଁଠି ଆପଣଙ୍କ କାହାଣୀ ମାଧ୍ୟମରେ ପାଠକ କେତେବେଳେ ସ୍ତମ୍ଭୀଭୂତ ହେଇଯାଉଥିବ ତ କେତେବେଳେ ବିସ୍ମିତ ହୋଇ ଡରି ଯାଉଥିବ । କେତେବେଳେ ଏଭଳି ବିକଟସ୍ଥିତିରୁ ଆପଣ କେମିତି ମୁକୁଳିଲେ ତାକୁ ପଢ଼ି ସାହସ ଜୁଟାଇ ଶାନ୍ତ ଓ ସତେଜ ହେଇଯାଉଥିବ । ତେବେ ସେହିସବୁ ଘଟଣାମାନକୁ ନେଇ 'ପିଲାଏ ଗପ ଶୁଣ' ଲିଖନ ପ୍ରତିଯୋଗିତା ।




କିଛି ବିଷୟ

ଆଈ ମା'ଠାରୁ ଶୁଣିଥିବା କାହାଣୀ

ପିଲାଦିନେ ଶୁଣିଥିବା ଭୂତ କଥା

ନିଜର ଭୟାତୁର ଅନୁଭୂତ

ଭୂତ ଡର

ଭୂତ ସହ ମୁହାଁମୁହିଁ

ଅନ୍ଧାର ରାତି

ଶୂନଶାନ ସଡ଼କ ଓ ବର୍ଷା

ଜଙ୍ଗଲ ରାସ୍ତା ଓ ବାଇକରେ ଯାତ୍ରା

ବେତାଳ କାହାଣୀ

ଗାଁ ମଶାଣି 

ବୋତଲ ଭିତର ଭୂତ

ସଂଧ୍ୟା ସମୟରେ ଗାଁକୁ ଫେରୁଥିବା ରାସ୍ତା

ବର୍ଷାରାତି

ଭୂତ ବଙ୍ଗଳା

ଗାଁ ମୁଣ୍ଡ ବରଗଛ

ପଲ୍ଲୀ ଗାଁ

ବିଶ୍ୱାସ, ଅନ୍ଧବିଶ୍ୱାସରେ ଭରା କାହାଣୀ

କଥା କୁହା ଭୂତ

କଳା ବିଲେଇ



ନୀତିନିୟମ :

ଲେଖାଟିରେ ପିଲାଦିନର ଶୁଣିଥିବା କିମ୍ବା ଯେକୌଣସି ଭୟାତୁର ଘଟଣା ଉପରେ ଆଧାରିତ ହେବା ନିତାନ୍ତ ଆବଶ୍ୟକ ।

କେବଳ କାହାଣୀ ଗ୍ରହଣୀୟ ।

ସମ୍ପାଦକୀୟ ସ୍କୋର ଏବଂ ଲେଖାଟି ଉପରେ ପାଠକ ଯୋଗଦାନ ଉପରେ ଆଧାର କରି ବିଜେତାମାନଙ୍କୁ ସ୍ଥିର କରାଯିବ ।

ଅଂଶଗ୍ରହଣକାରୀମାନେ ସେମାନଙ୍କର ମୂଳ ଲେଖା ଦାଖଲ କରିବା ଉଚିତ୍ ।

ଆପଣ ଦାଖଲ କରୁଥିବା ଲେଖା ସଂଖ୍ୟାରେ କୌଣସି ସୀମା ନାହିଁ ।

କୌଣସି ଶବ୍ଦ ସୀମା ନାହିଁ ।

ପ୍ରବନ୍ଧ ଗ୍ରହଣୀୟ ନୁହେଁ ।

 ବିଭାଗ :କାହାଣୀ

ଭାଷା: ଓଡ଼ିଆ

ପୁରସ୍କାର :

୫୦ଜଣ ବିଜେତା ସ୍ରଷ୍ଟାଙ୍କ କାହାଣୀକୁ ନେଇ ଷ୍ଟୋରିମିରର୍ ଏକ ଇ-ପୁସ୍ତକ ପ୍ରଦାନ ସହ ଉତ୍କର୍ଷତାର ପ୍ରମାଣପତ୍ର ପ୍ରଦାନ କରାଯିବ 

ସମସ୍ତ ଅଂଶଗ୍ରହଣକାରୀ ଅଂଶଗ୍ରହଣ ପ୍ରମାଣପତ୍ର ପାଇବେ ।

ଦାଖଲ ଅବଧି: ୦୨ ଅକ୍ଟୋବରରୁ, ୩୦ ନଭେମ୍ବର ୨୦୨୩  

ଫଳାଫଳ: ଜାନୁଆରୀ ୨୦୨୪

କୃତଜ୍ଞତା: ଏହି ପ୍ରତିଯୋଗିତା ନିମନ୍ତେ ଆମକୁ ସହଯୋଗ କରିଥିବା ‘ଜାତୀୟ କବି ଲେଖକ ସଂଗଠନର' ଭଦ୍ରକ ଓଡ଼ିଶାର, ବୈଷୟିକ ସମ୍ପାଦକ ପ୍ରହ୍ଲାଦ ସାହୁ, ପ୍ରତିଷ୍ଠାତା ସମ୍ପାଦକ ଦିନବନ୍ଧୁ ବେଜ, 

 ରାଜ୍ୟ ସଂଯୋଜକ, ଜଗଦୀଶ ମହାନ୍ତି, କାର୍ଯ୍ୟକାରୀ ସମ୍ପାଦକ ଅନନ୍ତ କୁମାର ସାହୁ, ମୁଖ୍ୟ ସମୀକ୍ଷକ ଓ ଉପଦେଷ୍ଟା କୁଳମଣି ବାରିକଙ୍କୁ ଆମ ତରଫରୁ ଅଶେଷ ଧନ୍ୟବାଦ ।


ଯୋଗାଯୋଗ:

ଇମେଲ୍: odia@storymirror.com

ଫୋନ୍ ନମ୍ବର: +91 8637256608