STORYMIRROR

#ଓଡ଼ିଆ ସାହିତ୍ୟ ମହୋତ୍ସବ ( ଦ୍ଵିତୀୟ ସଂସ୍କରଣ )

SEE WINNERS

Share with friends

"ବର୍ଷାନାଂ ଭାରତ ଶ୍ରେଷ୍ଠ, ଦେଶାନଂ ଉତ୍କଳ ଶୃତ

ଉତ୍କଳସ୍ୟ ସମଦେଶ, ଦେଶ ନାସ୍ତି ମହୀତଳେ ।"

ଉତ୍କଳ ଜନନୀ ସଦାରାଧ୍ୟା । ଯାହାର ଯଶ, ଖ୍ୟାତି ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ । ଯାହାର ସଂସ୍କୃତି, ପରମ୍ପରା, ଐତିହ୍ୟର ମୁକସାକ୍ଷୀ ଭାବେ ଆଜି ମଧ୍ୟ ଦଣ୍ଡାୟମାନ ବିଶ୍ଵ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର, ଧଉଳିଗିରି, ଲଳିତଗିରି, ଶାନ୍ତିସ୍ତୁପ, ଲିଙ୍ଗରାଜ ମନ୍ଦିର, ନରସିଂହନାଥ ମନ୍ଦିର ଏମିତି ଅନେକ କିଛି, ଯାହାର କଳନା କରିବା ମଧ୍ୟ ଅସମ୍ଭବ । ଏ ମାଟିର ରେଣୁ ରେଣୁରେ ରହିଛି ପ୍ରୟାଗ ତୀର୍ଥ । ଯେଉଁ ମାଟିର ଭାଷା ପ୍ରାଚୀନରୁ ସମ୍ପ୍ରତି ଏକ ସୁବିସ୍ତୃତ ପରିସର ଦେଇ ବଜାୟ ରହିଆସିଛି । ଯେଉଁ ମାଟିରେ ମାଟିର ମହାକବି ସାରଳା ଦାସ, ଭକ୍ତକବି ବଳରାମ, ଅତିବଡୀ ଜଗନ୍ନାଥ ଦାସ, ଅଚ୍ୟୁତ, ଅନନ୍ତ ଯଶୋବନ୍ତ, କବି ସମ୍ରାଟ ଉପେନ୍ଦ୍ର, କବିସୂର୍ଯ୍ୟ ବଳଦେବ, କବିବର ରାଧାନାଥ , ବ୍ୟାସକବି ଫକୀର ମୋହନ, ପ୍ରକୃତି କବି ଗଙ୍ଗାଧର ଆଦି ମହା କବିଙ୍କର ଜନ୍ମ । ଯେଉଁମାଟିରେ ବୀର ସୁବାସ, ବକ୍ସି ଜଗବନ୍ଧୁ, ଜୟୀରାଜ ଗୁରୁ, ସୁରେନ୍ଦ୍ର ସାଏ, ବିର୍ଷାମୁଣ୍ଡା, ଧରମା, ବାଜିରାଉତ ପରି ବୀରଙ୍କ ଜନ୍ମ । ସେହି ମୋର ପୁଣ୍ୟ ଭୂମି ଉତ୍କଳ ।

ତେବେ ଆସନ୍ତୁ ଏ ମାଟି, ଏ ପାଣି, ଏ ପବନ ସହ ନିଜକୁ ଏକୀଭୂତ କରିଦେବା । ଆଜି ହଜିଯିବା ଆ'ରି କୋଳରେ । ଏ ପୁଣ୍ୟ ମାଟିର ପୁଣ୍ୟ ଐତିହ୍ୟ, ପରମ୍ପରା, ସଂସ୍କୃତି, ମହାମନିଷୀ, ପର୍ବପର୍ବାଣି, ନୃତ୍ୟ-ଗୀତ, କଳା, ଭାଷା, ସାହିତ୍ୟ, ପ୍ରସିଦ୍ଧ ସ୍ଥାନ ଆଦି ପ୍ରତିଟି ବିଷୟକୁ ନେଇ ନିଜ ମାଟି ମା' ପାଇଁ ନିଜ ହୃଦୟ ଅନ୍ତରୁ ବାଢ଼ି ଦେବା ସ୍ନେହ, ପ୍ରେମ ଆଉ ଭଲପାଇବା । ଆପଣମାନେ ପ୍ରସ୍ତୁତ ତ ?

ପ୍ରସ୍ଥାବନା :

ବନ୍ଧୁଗଣ ! ଓଡ଼ିଆ ସାହିତ୍ୟ ମହୋତ୍ସବ (ପ୍ରଥମ ସଂସ୍କରଣ)ର ଅଭୂତପୂର୍ବ ସଫଳତାକୁ ଦୃଷ୍ଟିରେ ରଖି ଏହାର ଦ୍ଵିତୀୟ ସଂସ୍କରଣ ନିମନ୍ତେ ଆପଣମାନଙ୍କ ଦୃଷ୍ଟି ଆକର୍ଷଣ କରୁଛୁ । ତେବେ କହିବା ବାହୁଲ୍ୟ ଉପକ୍ରମଣିକାରେ ଆମେ କିଛି ନୂଆ କହିନାହୁଁ । ଏହାର ପ୍ରଥମ ସଂସ୍କରଣରେ ଯାହା କହିଥିଲୁ ସେୟା ହିଁ କହିଛୁ । ତେବେ ଆପଣଙ୍କ ସର୍ଜନରେ କିଛି ନୂଆ ପଢ଼ିବାର ଆଶାରେ ଅପେକ୍ଷା କରିରହିଲୁ ।

ଆସନ୍ତୁ ଜଣେ ପ୍ରକୃତ ଓଡ଼ିଆ ଭାବେ ଏ ମାଟିର ଗୁଣ ଗରୀମାକୁ ସମଗ୍ର ବିଶ୍ୱରେ ପହଞ୍ଚେଇଦେବା । ସେ ବୀରତ୍ବର ଗାଥାକୁ ପୁଣିଥରେ ସ୍ମୃତି ରୋମନ୍ଥନ କରିବା ନିଜ କବିତା ମାଧ୍ୟମରେ । ଆଉ ସର୍ବୋପରି ନିଜକୁ ଜଣେ ଓଡ଼ିଆ ଭାବେ ଗର୍ବ କରିବା ।

ନୀତିନିୟମ :

୧. ଓଡ଼ିଶାର ଐତିହ୍ୟ, ପରମ୍ପରା, ସଂସ୍କୃତି, ପ୍ରସିଦ୍ଧ ସ୍ଥାନ, ଭାଷା, ସାହିତ୍ୟ, ମହାପୁରୁଷ, ନାଚ-ଗୀତ, କଳା ଆଦି ଓଡ଼ିଶା ସହ ସମ୍ପର୍କିତ ଯେକୌଣସି ବିଷୟ ଉପରେ ଲେଖା ପ୍ରଦାନ କରିପାରିବେ ।

୨.କେବଳ କବିତା (୧୫୦ ଶବ୍ଦରୁ ଊର୍ଦ୍ଧ୍ବ) ହିଁ ଗ୍ରହଣୀୟ ।

୨. ଅଂଶଗ୍ରହଣକାରୀମାନେ ସେମାନଙ୍କର ମୂଳ କବିତା ଦାଖଲ କରିବା ବାଞ୍ଛନୀୟ ।

୩. ଦାଖଲ ହେବାକୁ ଥିବା କବିତା ସଂଖ୍ୟା ଉପରେ କୌଣସି ସୀମା ନାହିଁ, ଆପଣ ନିଜ ଇଚ୍ଛା ଅନୁସାରେ କବିତା ଲେଖିପାରିବେ ।

୪. ଷ୍ଟୋରୀମିରର୍ ର ନିଷ୍ପତ୍ତି ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ଚୂଡ଼ାନ୍ତ ଏବଂ ବାଧ୍ୟତାମୂଳକ ହେବ ।

୫. ପ୍ରବନ୍ଧ / ରଚନା ଗୁଡିକ ଦାଖଲ ପାଇଁ ଅନୁମତିପ୍ରାପ୍ତ ନୁହେଁ ।

ପୁରସ୍କାର :

୧. ପ୍ରଥମତଃ ଏହା କୌଣସି ପ୍ରତିଯୋଗିତା ନୁହେଁ । ଏହା ନିଜ ମାଟି ପ୍ରତି, ନିଜ ଉତ୍କଳ ଜନନୀ ପ୍ରତି ସ୍ନେହ, ଶ୍ରଦ୍ଧା ଓ ଭକ୍ତି ରୂପକ ଏକ ଅର୍ଘ୍ୟ ମାତ୍ର । ଏଇଠୁ ଆମେ ପ୍ରମାଣିତ କରିପାରିବା ଆମେ ନିଜ ମାତୃଭୂମିକୁ କେତେ ଭଲ ପାଉଛେ, କେତେ ଚିହ୍ନିଛେ !

୨. ସର୍ବାଧିକ କବିତା ଦାଖଲ କରିଥିବା ଶ୍ରେଷ୍ଠ ତିନି କବିଙ୍କୁ ସ୍ୱତନ୍ତ୍ର ମାନପତ୍ର ସହ INR 150ର ଷ୍ଟୋରିମିରର୍ ସପ୍ ଭାଉଚର୍ ପ୍ରଦାନ କରାଯିବ ।

୩. ଶ୍ରେଷ୍ଠ ୨୦ଟି କବିତାକୁ ନେଇ ଏକ ଇ-ପୁସ୍ତକ ପ୍ରକାଶ କରାଯିବ ।

୪. ସମସ୍ତଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯିବ ।

ଲେଖା ଗ୍ରହଣର ସମୟ ଅବଧି : ମେ' ୦୧, ୨୦୨୧ ରୁ ମେ' ୩୧, ୨୦୨୧ ପର୍ଯ୍ୟନ୍ତ ଚାଲୁରହିବ ।

ଫଳାଫଳ : ଜୁନ୍ ୨୦୨୧

ଭାଷା : ଓଡ଼ିଆ

ଲେଖା ପ୍ରକାର : କବିତା

କୃତଜ୍ଞତା : ଏହି ପ୍ରତିଯୋଗିତାରେ ସହଯୋଗର ହାତ ବଢେଇଥିବା #କବିତା ଝଙ୍କାର ସାହିତ୍ୟ ସଂଘର ପ୍ରତିଷ୍ଠାତା ଶିବାତ୍ମକ ପଣ୍ଡା, ମାର୍ଗଦର୍ଶିକା ସୁମିତ୍ରା ପୁରୋହିତ, ମୁଖ୍ୟ ଉପଦେଷ୍ଟା ରବିଚନ୍ଦ୍ର ପସାୟତ, ସଭାପତି କୃଷ୍ଣଚନ୍ଦ୍ର ବାରିକ, ଉପସଭାପତି ଦେବେନ୍ଦ୍ର ନାୟକ, ସମ୍ପାଦକ ଅବିନାଶ ରାଏ, ସହ-ସମ୍ପାଦକ ପବିତ୍ର ବେହେରା, ମୁଖ୍ୟ ସଂଯୋଜକ ଶେଖ ମହଜିଦ ମହତାବ, ସହ-ସମ୍ପାଦକ ରୂପେନ୍ଦ୍ର ସୁନାନୀ, ଉପଦେଷ୍ଟା ଶୁଭମ ନନ୍ଦ,

ପରିଚାଳନା ସମ୍ପାଦିକା ସବିତା ତ୍ରିପାଠୀ, ଇ-ସମ୍ପାଦକ ଟୋନିସ ରୋହିଦାସ, ସହ-ସଂଯୋଜକ ପୀତବାସ ଦେବତା ତଥା କବିତା ଝଙ୍କାରର ସମସ୍ତ ସଦସ୍ୟ ସଦସ୍ୟାଙ୍କୁ ଆମ ଅନୁଷ୍ଠାନ ପକ୍ଷରୁ କୃତଜ୍ଞତା ଜଣାଉଛୁ ।

ଯୋଗାଯୋଗ : pallabini@storymirror.com

ଯୋଗାଯୋଗ ନମ୍ବର - +91 8637256608