STORYMIRROR

#କାହାଣୀ ବଗିଚା

SEE WINNERS

Share with friends

ପ୍ରସ୍ତାବନା :

ଜୀବନର ସ୍ମରଣୀୟ ମୁହୂର୍ତ୍ତ ସବୁକୁ ଅନ୍ୟ ଆଗରେ ବାଣ୍ଟିବାର ସହଜ ସୁନ୍ଦର ମାଧ୍ୟମ ହେଉଛି ଗଳ୍ପ । କିନ୍ତୁ ଗଳ୍ପ ଲେଖିବା କଳା ସମସ୍ତଙ୍କ ପାଖରେ ନଥାଏ । ତେବେ କହିବା ବାହୁଲ୍ୟ ନିଜ ମନର ଭାବକୁ ଗଳ୍ପ ମାଧ୍ୟମରେ ଅନ୍ୟ ଆଗରେ ଏକ ଚିତ୍ତାକର୍ଷକ ରୂପରେ ଆଙ୍କିବାକୁ ହେଲେ ଏକ ବର୍ଣ୍ଣନାବିଳାସୀ ମନର ଆବଶ୍ୟକତା ରହିଛି । କିନ୍ତୁ ଆମେ ଜାଣୁ ଯେ, ଆପଣ ଏହା କରିପାରିବେ ।

ତେବେ ଏହି ସୁଯୋଗ ଆପଣଙ୍କ ପାଇଁ । ଷ୍ଟୋରୀମିରର୍ ନେଇଆସିଛି ଏକ ଅଭିନବ ଗଳ୍ପ ଲିଖନର ଧାରା । ଏହା ଦ୍ୱାରା ଆପଣ ନିଜ ଗଳ୍ପ ଲିଖନର କଳାକୁ ଆହୁରି ଉନ୍ନତ ଓ ପ୍ରଭାବଶାଳୀ କରିପାରିବେ ।

ଅବତାରଣା :

ଏହି ଗଳ୍ପ ପ୍ରତିଯୋଗିତା ଦୀର୍ଘ ୩୦ ଦିନ ପର୍ଯ୍ୟନ୍ତ ଚାଲୁରହିବ । ଏହା ମାଧ୍ୟମରେ ଆମେ ପ୍ରତିଦିନ ତୋନୋଟି ଶବ୍ଦ ପ୍ରଦାନ କରିବୁ । ଯାହାକୁ ନିଜ ଗଳ୍ପରେ ବ୍ୟବହାର କରି କିମ୍ବା ଭାବକୁ ନେଇ ଆପଣ ନିଜ ଗଳ୍ପ ପ୍ରସ୍ତୁତ କରିପାରିବେ । ଆପଣ ଗୋଟିର ଶବ୍ଦ କିମ୍ବା ତହିଁରୁ ଅଧିକ ଶବ୍ଦ ବ୍ୟବହାର କରି ମଧ୍ୟ ନିଜ ଗଳ୍ପ ପ୍ରସ୍ତୁତ କରିପାରିବେ ।

ଏହିପରି ଭାବେ ସମୁଦାୟ ୩୦ ଦିନ ନିମନ୍ତେ ବିଷୟ ନିମ୍ନରେ ପ୍ରଦାନ କରାଗଲା ।

16.12.2020 : ପ୍ରେମ । ସଂଘର୍ଷ । ସଫଳତା

17.12.2020 : ସାବତ ମାଆ । ଭାଗ୍ୟର ବିଡମ୍ବନା । ଉଚ୍ଚ ଶିକ୍ଷିତା ଝିଅ

18.12.2020 : ଅଲିଅଳି ଝିଅ । ମାଆ । ଗର୍ବ

19.12.2020 : ବାପା । ଚା' । ପ୍ରଚଣ୍ଡ ରାଗି

20.12.2020 : ଅଭିମାନ । ଆଖି । ଲୁହ

21.12.2020 : ପୋଲିସ । ଆତଙ୍କବାଦୀ । ଶହୀଦ

22.12.2020 : କଲେଜ । ଆକର୍ଷଣ । ନିରବ ହୃଦୟ

23.12.2020 : ପରିଚୟ । ସମୟ । ଅଶାନ୍ତି

24.12.2020 : ସ୍ୱାଭିମାନ । ପ୍ରତିଶ୍ରୁତି । କିନ୍ନର

25.12.2020 : ମାଆ । ମଧୁର । ଆତ୍ମୀୟତା

26.12.2020 : ପ୍ରେରଣା । ପ୍ରଶଂସା । ଆଦର୍ଶ

27.12.2020 : ବୟସ । ଇର୍ଷା । ନିରୁତ୍ତର

28.12.2020 : ପବିତ୍ର ସମ୍ପର୍କ । ସନ୍ଦେହ । ଅଧା ଗାଢ଼ା ସ୍ୱପ୍ନ

29.12.2020 : ରୋଷେଇ । ଧୁରନ୍ଧର । ଅନୁଭୂତି

30.12.2020 : ସମଜ । ସଂସ୍କାର । ଯନ୍ତ୍ରଣା

31.12.2020 : ପୁଅ । କେନ୍ସର । ଶ୍ଵଶୁର

01.01.2021 : ପାର୍କ । ପ୍ରେମ । ସହରୀ ଜୀବନ

02.01.2021 : ଅଚିହ୍ନା ବ୍ୟକ୍ତି । ଅସୁନ୍ଦର । ଭୟଙ୍କର

03.01.2021 : ନବ ବଧୂ । ସ୍ଵଳ୍ପଶିକ୍ଷିତା । ବିଦେଶ ଚାକିରୀଆ ପୁଅ

04.01.2021 : ବାପା । ପାଠ । ସ୍ୱପ୍ନ

05.01.2021 : ସ୍ନେହି ପୁଅ । ଶବ । କ୍ରିୟା କର୍ମ

06.01.2021 : ସଂସ୍କାର । ଅହଂକାର । ଛାଡପତ୍ର

07.01.2021 : ମଦ । ସିଗାରେଟ୍ ଧୂଆଁ । ଚାକିରୀରୁ ବହିଷ୍କାର

08.01.2021 : ଶୀତ । ଚାଷ । କୁହୁଡି

09.01.2021 : ଫୋନକଲ । ଦୁର୍ଘଟଣା । ହସ୍ପିଟାଲରେ

10.01.2021 : ଝିଅ । ଅଳି । କାର

11.01.2021 : ବଡ଼ ଘରର ବୋହୂ । ଡାକ୍ତର । ଅଭିଶପ୍ତ ଦର୍ପଣ

12.01.2021 : ଦଶ ବର୍ଷ ପରେ । ଟ୍ରେନ ଧକ୍କା । ମାନବିକତା

13.01.2021 : ବିରତ୍ୱ । ପ୍ରେମର ପରିଭାଷା । ଖୁସି

14.01.2021 : ନାସ୍ତିକ । ମୃତ୍ୟୁ । ଟ୍ରେନ୍


ଆପଣଙ୍କ ପାଇଁ କିଛି ନିୟମ :

  • ଏହି ପ୍ରତିଯୋଗିତା କେବଳ ଗଳ୍ପ ନିମନ୍ତେ ।
  • ଦୈନିକ ଭାବେ ପ୍ରଦତ୍ତ ତିନୋଟି ଶବ୍ଦ ମଧ୍ୟରୁ ଗୋଟିଏ, ଦୁଇଟି କିମ୍ବା ତହିଁରୁ ଅଧିକ ଶବ୍ଦକୁ ନେଇ ଅଥବା ତାହାର ଭାବକୁ ନେଇ ଆପଣଙ୍କ ଗଳ୍ପ ପ୍ରସ୍ତୁତ କରିବାକୁ ପଡ଼ିବ ।
  • ଦୈନିକ ଗଳ୍ପ ଦାଖଲ କରିବା ବାଧ୍ୟତାମୂଳକ ନୁହେଁ ।
  • ଆପଣ ଗଳ୍ପ ପ୍ରସ୍ତୁତି ପାଇଁ ବ୍ୟବହାର କରୁଥିବା ଶବ୍ଦକୁ ନିହାତି ଟେଗ୍ ରେ ଯୋଡ଼ନ୍ତୁ ।
  • ବିଜୟୀ ଚୟନ ବେଳେ ସମ୍ପାଦକଙ୍କ ମୂଲ୍ୟାଙ୍କନକୁ ମଧ୍ୟ ଧ୍ୟାନ ଦିଆଯିବ ।
  • ଗଳ୍ପ ଦାଖଲ ସଂଖ୍ୟାରେ କୌଣସି ସୀମା ନାହିଁ ।
  • ଗଳ୍ପରେ ଶବ୍ଦ ସଂଖ୍ୟା ୧୫୦ରୁ କମ୍ ହେବା ଉଚିତ ନୁହଁ ।
  • ପୂର୍ବରୁ ପ୍ରସ୍ତୁତ ହୋଇଥିବା ଲେଖା ବୈଧ ନୁହଁ ।
  • ପ୍ରବନ୍ଧ କିମ୍ବା ରଚନା ଗ୍ରହଣୀୟ ନୁହଁ ।

ପୁରସ୍କାର :

  • କୋଡ଼ିଏ କିମ୍ବା ତା'ଠୁ ଅଧିକ ସଂଖ୍ୟକ ଗଳ୍ପ ଦାଖଲ କରିଥିବା ପାଞ୍ଚ ଜଣ ଗାଳ୍ପିକ ଗାଳ୍ପିକାଙ୍କୁ ସ୍ୱତନ୍ତ୍ର ମାନପତ୍ର ସହ INR 250ର ସପ୍ ଭାଉଚର୍ ପ୍ରଦାନ କରାଯିବ ।
  • ଯେଉଁ ଗାଳ୍ପିକ ଗାଳ୍ପିକାମାନେ ଦଶ କିମ୍ବା ତା'ଠୁ ଅଧିକ ଗଳ୍ପ ଦାଖଲ କରିଥିବେ ତାଙ୍କୁ ଉତ୍କୃଷ୍ଟତାର ମାନପତ୍ର ସହ INR 150ର ସପ୍ ଭାଉଚର୍ ପ୍ରଦାନ କରାଯିବ ।
  • ସମସ୍ତଙ୍କୁ ଅଂଶଗ୍ରହଣ ମାନପତ୍ର ପ୍ରଦାନ କରାଯିବ ।

ବିଭାଗ : ଗଳ୍ପ

ଭାଷା : ଓଡ଼ିଆ

ପ୍ରତିଯୋଗିତାର ସମୟ ଅବଧି :

ଡିସେମ୍ବର ୧୬, ୨୦୨୦ ରୁ ଜାନୁଆରୀ ୧୪, ୨୦୨୧

ଫଳାଫଳ: ମାର୍ଚ୍ଚ ୨୦୨୦

କୃତଜ୍ଞତା :

ଏହି ପ୍ରତିଯୋଗିତା ନିମନ୍ତେ ଆମକୁ ସହଯୋଗ କରିଥିବାରୁ ସାହିତ୍ୟ ଜୀବନ ପରିବାରର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ପବିତ୍ର ବେହେରା, ସମ୍ପାଦକ ଯୋଗେଶ୍ୱର ଲୁହା, ସହ ସମ୍ପାଦକ କ୍ଷମାନିଧି ବେହେରା, ପରିଚାଳନା ସମ୍ପାଦିକା, ରୀତା ଅପରାଜିତା ମହାନ୍ତିଙ୍କୁ ଆମ ତରଫରୁ ଅଶେଷ ଧନ୍ୟବାଦ ।

ଯୋଗାଯୋଗ -

ଇ-ମେଲ - odia@storymirror.com

ଫୋନ - 8637256608

ବି.ଦ୍ର : ପ୍ରତିଯୋଗିତା ସମ୍ପର୍କରେ ଯେକୌଣସି ପରାମର୍ଶ କିମ୍ବା ଅସୁବିଧା ପାଇଁ ଆମକୁ ଉପରୋକ୍ତ ଯୋଗାଯୋଗ ଠିକଣାରେ ଯୋଗାଯୋଗ କରନ୍ତୁ ।