Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#ମୋ ଦେଶ

SEE WINNERS

Share with friends

ପ୍ରସ୍ତାବନା:


ବିଶ୍ୱେ ଭାରତ ସର୍ବଶ୍ରେଷ୍ଟ । ଚିର ବନ୍ଦନୀୟ ଏମାଟି, ସର୍ବତ୍ର ପୂଜିତ । ଚାରିଆଡ଼େ ଉଡ଼େ ଯଶ, କୀର୍ତ୍ତିର ବୈଜୟନ୍ତୀ ଧ୍ୱଜା । ଏରାଷ୍ଟ୍ର କଳା ଓ ଭାସ୍କର୍ଯ୍ୟର ଦେଶ। କାଶ୍ମୀରରୁ କନ୍ୟାକୁମାରୀ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷର ସଭିଁଏ ମହାଆଡ଼ମ୍ବରରେ ପାଳନ୍ତି ଏ ଦେଶର ଗଣ ଉତ୍ସବ ପବିତ୍ର, ପୂଣ୍ୟମୟ, ଗୌରବଶାଳୀ ଦିବସ; ସ୍ୱାଧୀନତା ଦିବସ । ଜାତୀୟ ସଙ୍ଗୀତ ଧ୍ୱନି ଜନ ଗଣ ମନ ଅଧିନାୟକ ଜୟହେ, ଭାରତ ଭାଗ୍ୟ ବିଧାତା…ରେ ପ୍ରକମ୍ପିତ ହୋଇଉଠେ ଗଗନ ପବନ, ଫର ଫର ଉଡ଼େ ଏଦେଶର ପରିଚୟ ତ୍ରିରଙ୍ଗା ପତାକା । ଏକତା, ଅଖଣ୍ଡତା ଓ ବିବିଧତାର ଭରା ସୁନାର ଚଢ଼େଇ ଏ ରାଷ୍ଟ୍ର ଅମର, ଚିର ଅମର, ଚିର ସୁନ୍ଦର, ଏରାଷ୍ଟ୍ର ଏ ମୋର ପ୍ରିୟ ଦେଶ । ଦେଶ ପ୍ରେମର ସ୍ମୃତିରେ ଆପଣଙ୍କ ପାଇଁ ସ୍ୱାଧୀନତା ଦିବସ ଉପଲକ୍ଷେ ଆମର ଏ କବିତା ରଚନା ଧାରା 'ମୋ ଦେଶ' ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ ଭାଗ ନେଇ ନିଜ ଦେଶପ୍ରେମର ଭାବନାକୁ ଜାଗ୍ରତ କରି ଏହାକୁ ଶବ୍ଦରେ ସଜାନ୍ତୁ ଏବଂ ରଚନା କରନ୍ତୁ ନବ ଦେଶପ୍ରେମ ଲିଖନ ।


ଆପଣଙ୍କ ପାଇଁ ନିୟମ:


* ଏହି ପ୍ରତିଯୋଗିତା କେବଳ କବିତା ନିମନ୍ତେ ।


* ଦୈନିକ ଭାବେ ଆପଣ କବିତା ବିଭାଗରେ ନିଜର କୃତି ଦାଖଲ କରିପାରିବେ ।


* କବିତାରେ ଶବ୍ଦ ସଂଖ୍ୟା ୫୦ରୁ କମ୍ ହେବା ଉଚିତ ନୁହେଁ ।


* ବିଜୟୀ ଚୟନ ବେଳେ ସମ୍ପାଦକଙ୍କ ମୂଲ୍ୟାଙ୍କନକୁ ମଧ୍ୟ ଧ୍ୟାନ ଦିଆଯିବ ।


* କବିତା ଦାଖଲ ସଂଖ୍ୟାରେ କୌଣସି ସୀମା ନାହିଁ ।


* ଲେଖା ପରିସରରେ ଲେଖକ ନିଜ ନାମ, ଠିକଣା, ଶୀର୍ଷକ ଆଦି ଲେଖିବେ ନାହିଁ ।


* ପୂର୍ବରୁ ପ୍ରସ୍ତୁତ ହୋଇଥିବା ଲେଖା ବୈଧ ନୁହଁ ।


* ପ୍ରବନ୍ଧ, ଗଳ୍ପ କିମ୍ବା ରଚନା ଗ୍ରହଣୀୟ ନୁହେଁ ।


ପୁରସ୍କାର :

* କବିତାରେ ସର୍ବାଧିକ ଦାଖଲ କରିଥିବା ୫ ଜଣ କବିଙ୍କୁ ସ୍ଵତନ୍ତ୍ର ମାନପତ୍ର ସହ INR ୧୫୦ର ସପ୍ ଭାଉଚର ପ୍ରଦାନ କରାଯିବ ।

* କବିତା ବିଭାଗରେ ସମ୍ପାଦକଙ୍କ ମୂଲ୍ୟାଙ୍କନ ଆଧାରରେ ୫ ଜଣ କବିଙ୍କୁ ସ୍ଵତନ୍ତ୍ର ମାନପତ୍ର ସହ INR ୧୫୦ର ସପ୍ ଭାଉଚର ପ୍ରଦାନ କରାଯିବ ।

* ସମସ୍ତଙ୍କୁ ଅଂଶଗ୍ରହଣ ମାନପତ୍ର ପ୍ରଦାନ କରାଯିବ । 

ବିଭାଗ : କବିତା 

ଭାଷା : ଓଡ଼ିଆ

ପ୍ରତିଯୋଗିତାର ସମୟ ଅବଧି:

ଅଗଷ୍ଟ ୧ରୁ୨୦୨୩ ରୁ ଅଗଷ୍ଟ ୩୧,୨୦୨୩ 

ଫଳାଫଳ: ନଭେମ୍ବର ୨୦୨୩ 

କୃତଜ୍ଞତା: ଏହି ପ୍ରତିଯୋଗିତା ନିମନ୍ତେ ଆମକୁ ସହଯୋଗ କରିଥିବା ‘ ଅର୍ପିତା ସାହିତ୍ୟ ସଂସଦ ପରିବାରର’ ସଭାପତି କୈଳାଶ ଚନ୍ଦ୍ର ବେହେରା, ମୁଖ୍ୟ ସମ୍ପାଦକ କୁଞ୍ଜ ବିହାରୀ ଦଳାଇ, କାର୍ଯ୍ୟକାରୀ ସମ୍ପାଦକ, ଭରତବନ୍ଧୁ ବିଶ୍ୱାଳ, ଉପଦେଷ୍ଟା ମୃତ୍ୟୁଞ୍ଜୟ ସାହୁ ଓ ସଂଚାଳକ ଅଜୟ କୁମାର ସାହୁଙ୍କୁ ଆମ ତରଫରୁ ଅଶେଷ ଧନ୍ୟବାଦ ।

ଯୋଗାଯୋଗ:

8637256608

+91 91106 62845

pallabini@storymirror.com

ବି.ଦ୍ର: ପ୍ରତିଯୋଗିତା ସମ୍ପର୍କରେ ଯେକୌଣସି ପରାମର୍ଶ କିମ୍ବା ଅସୁବିଧା ପାଇଁ ଆମକୁ ଉପରୋକ୍ତ ଯୋଗାଯୋଗ ଠିକଣାରେ ଯୋଗାଯୋଗ କରନ୍ତୁ ।