Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#ରାକ୍ଷୀ ରହିଲା ସାକ୍ଷୀ

SEE WINNERS

Share with friends

ଋତୁ ଚକ୍ରରେ ଆସେ ପବିତ୍ର ଶ୍ରାବଣ ମାସ। ମାସର ଶୁକ୍ଲ ପକ୍ଷ ପୂର୍ଣ୍ଣିମାରେ ପଡ଼େ ସ୍ନେହ, ପ୍ରେମ, ରକ୍ଷାର ପବିତ୍ର ପର୍ବ; ରକ୍ଷାବନ୍ଧନ, ରାଖୀ ପୂର୍ଣ୍ଣିମା । ଏଉତ୍ସବ ଭାଇ-ଭଉଣୀ ପାଇଁ ଅଦ୍ଭୁତ, ଅମୂଲ୍ୟ, ଅନନ୍ତ ପ୍ରେମର ପର୍ବ । ରକ୍ଷା ବନ୍ଧନର ଶାବ୍ଦିକ ଅର୍ଥ ରକ୍ଷା କରିବାର ବନ୍ଧନ । ଏରାକ୍ଷୀ ଭଉଣୀର ରକ୍ଷା କବଚ ।ଭାଇ ହାତରେ ଭଉଣୀ ବାନ୍ଧି ଦିଏ ସ୍ନେହ, ପ୍ରେମ ମାୟା ,ମମତାର ଏକ ଅତୁଟ ଡୋରିକୁ । ଭାଇ ପାଇଁ ମନାସେ ସୁଖମୟ, ନିରାମୟ, ପ୍ରେମମୟ ଜୀବନ । ବଦଳରେ ଭାଇ ପାଖରୁ ଭଉଣୀ ମାଗିନିଏ ପ୍ରତିରକ୍ଷାର ନିଶ୍ଚିତ ପ୍ରତିଶ୍ରୁତି ଓ ଭାଇ କରେ ସୁରକ୍ଷାର ସ୍ପଷ୍ଟ ସଂକଳ୍ପ । ରାଖୀ ଆସିଲେ ଖୁସି ଆମେ, ମିଠା ଆସେ; ପିଠାପଣାର ବାସ୍ନା ମହମହ ବାସେ । ଚନ୍ଦନ, କୁଙ୍କୁମ, ଅରୁଆ ଚାଉଳ, ଦୀପ, ପୁଷ୍ପରେ ଭାଇକୁ ପୂଜା କରି ଭଉଣୀ ବାନ୍ଧେ ରେଶମ ଡୋରିଟିଏ। ଖାଲି ଡୋରି ନୁହେଁ ତ ରକ୍ଷା ଡୋରି । ସୁରକ୍ଷାର ସ୍ନେହମିଶା ଧାଗା। ତେବେ ଏହି ରାକ୍ଷୀରେ ଆସନ୍ତୁ ନିଜ ଅନୁଭୂତି, ଅନୁଭବକୁ ଶବ୍ଦରେ ନିଜର ସର୍ଜନା ଶକ୍ତିରେ କବିତା ମାଧ୍ୟମରେ ପ୍ରତିଫଳିତ କରିବା । 


ତେବେ ଏହି ସୁଯୋଗ ଆପଣଙ୍କ ପାଇଁ । ଷ୍ଟୋରିମିରର୍ ନେଇ ଆସିଛି “ ରାକ୍ଷୀ ରହିଲା ସାକ୍ଷୀ” ସ୍ମୃତିରେ କବିତା, ରଚନା ଧାରା । ଏହା ଦ୍ଵାରା ଆପଣଙ୍କ ସୃଜନଶୀଳତା କଳାକୁ ଆହୁରି ଉନ୍ନତ ଓ ପରିମାର୍ଜିତ କରିପାରିବେ । ଆସନ୍ତୁ ରାକ୍ଷୀକୁ ନେଇ କିଛି କବିତା ଲେଖି ନୂଆ-ପୁରୁଣା ରାକ୍ଷୀ ସ୍ମୃତିକୁ ତାଜା କରିବା ।



ଆପଣଙ୍କ ପାଇଁ ନିୟମ:


  • ଏହି ପ୍ରତିଯୋଗିତା କେବଳ କବିତା ନିମନ୍ତେ ।
  • ଦୈନିକ ଭାବେ ଆପଣ କବିତା ଯେକୌଣସି ବିଭାଗରେ ନିଜର କୃତି ଦାଖଲ କରିପାରିବେ ।
  • କବିତାରେ ଶବ୍ଦ ସଂଖ୍ୟା ୫୦ ରୁ କମ୍ ହେବା ଉଚିତ ନୁହେଁ ।
  • ବିଜୟୀ ଚୟନ ବେଳେ ସମ୍ପାଦକଙ୍କ ମୂଲ୍ୟାଙ୍କନକୁ ମଧ୍ୟ ଧ୍ୟାନ ଦିଆଯିବ ।
  • କବିତା ଦାଖଲ ସଂଖ୍ୟାରେ କୌଣସି ସୀମା ନାହିଁ ।
  • ଲେଖା ପରିସରରେ ଲେଖକ ନିଜ ନାମ, ଠିକଣା, ଶୀର୍ଷକ ଆଦି ଲେଖିବେ ନାହିଁ ।
  • ପୂର୍ବରୁ ପ୍ରସ୍ତୁତ ହୋଇଥିବା ଲେଖା ବୈଧ ନୁହଁ ।
  • ପ୍ରବନ୍ଧ, ଗଳ୍ପ କିମ୍ବା ରଚନା ଗ୍ରହଣୀୟ ନୁହେଁ ।

ପୁରସ୍କାର :

  • କବିତା ବିଭାଗର ସର୍ବାଧିକ ଦାଖଲ କରିଥିବା ୩ଜଣ କବିଙ୍କୁ ସ୍ଵତନ୍ତ୍ର ମାନପତ୍ର ସହ ୨୦୦/ଟଙ୍କାର ସପ୍ ଭାଉଚର ପ୍ରଦାନ କରାଯିବ ।
  • କବିତା ବିଭାଗରେ ସମ୍ପାଦକୀୟ ମୂଲ୍ୟାଙ୍କନ ଆଧାରରେ ୩ଜଣ କବିଙ୍କୁ ସ୍ଵତନ୍ତ୍ର ମାନପତ୍ର ସହ ୧୫୦/ଟଙ୍କାର ସପ୍ ଭାଉଚର ପ୍ରଦାନ କରାଯିବ ।
  • ସମସ୍ତଙ୍କୁ ଅଂଶଗ୍ରହଣ ମାନପତ୍ର ପ୍ରଦାନ କରାଯିବ । 

ବିଭାଗ : କବିତା 

ଭାଷା : ଓଡ଼ିଆ

ଅବଧି: ଅଗଷ୍ଟ ୧୫,୨୦୨୩ ରୁ ସେପ୍ଟେମ୍ବର ୧୫,୨୦୨୩

ଫଳାଫଳ: ନଭେମ୍ବର ୨୦୨୩

ଯୋଗାଯୋଗ:

8637256608

+91 91106 62845

pallabini@storymirror.com

ବି.ଦ୍ର: ପ୍ରତିଯୋଗିତା ସମ୍ପର୍କରେ ଯେକୌଣସି ପରାମର୍ଶ କିମ୍ବା ଅସୁବିଧା ପାଇଁ ଆମକୁ ଉପରୋକ୍ତ ଯୋଗାଯୋଗ ଠିକଣାରେ ଯୋଗାଯୋଗ କରନ୍ତୁ ।