Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#ଟ୍ରେନରେ ଦିନେ

SEE WINNERS

Share with friends

ଟ୍ରେନରେ ଦିନେ


ଟ୍ରେନ୍ ସମୟ ସହିତ ମାନବ ଜୀବନ ଏବଂ ସ୍ମୃତିକୁ ବ୍ୟାପକ ଭାବରେ ପ୍ରଭାବିତ କରିଛି ଏବଂ ଏହାର ଅଭିବ୍ୟକ୍ତି କବିତା ଓ କାହାଣୀ ମଧ୍ୟ ଦେଖିବାକୁ ମିଳିଛି । ଯେଉଁଠାରେ ଜୀବନ ନିଜେ ଏକ ଯାତ୍ରା ଭାବରେ ଦେଖାଯାଏ, ଭ୍ରମଣର ଏହି ମାଧ୍ୟମ ନୈସର୍ଗିକ ଭାବରେ କବିତା ଓ କାହାଣ ମାଧ୍ୟମ ହୋଇଯାଏ । ଛୁକ୍-ଛୁକ୍ ଶବ୍ଦ, ଛାଡ଼ି ଯାଉଥିବା ପଛ ଷ୍ଟେସନ୍, ଗାଁ ଗଣ୍ଡା, ବିଲ ବାଡ଼ିକୁ ପଛରେ ପକାଇ ଆଗକୁ ମାଡ଼ି ଯାଉଥିବା ବାଷ୍ପୀୟ ଶକଟ, ଅଟକି ରହିଥିବା ସ୍ମୃତି, ପ୍ଲାଟଫର୍ମରେ ପ୍ରତୀକ୍ଷା ଇତ୍ୟାଦି ରେଳ କବିତାର ଅଭିବ୍ୟକ୍ତିକୁ ଅନେକାଂଶରେ ସମୃଦ୍ଧ କରିପାରିଛି । ନିଜ ନିଜ ସମୟର, ନିଜ ନିଜ ବର୍ତ୍ତମାନ ଓ ଅତୀତରେ ରେଳ ଯାତ୍ରାରେ ସୁଖଦ, ଭାବବିହ୍ୱଳିତ ସ୍ମୃତି ସବୁ ରହିଥାଏ । ଏହି ପ୍ରତିଯୋଗିତାର ଚୟନରେ ରେଳ ସମ୍ବନ୍ଧୀୟ, କାହାଣୀ କବିତାର ଏକ ଅନନ୍ୟ ସଂଗ୍ରହ ରୂପରକୁ ପରିଭାଷିତ କରିବା । ତେବେ ଆସନ୍ତୁ ସ୍ମୃତି ବିଜଡ଼ିତ ରେଳ ଯାତ୍ରାକୁ ନେଇ ଲେଖନୀ ଚାଳନା କରିବା । 



କିଛି ବିଷୟ


  • ଗାଁକୁ ଫେରୁଥିବା ଶେଷ ଟ୍ରେନ
  • ପ୍ଲାଟଫର୍ମ ନମ୍ବର-ଏକ
  • ଶେଷ ପ୍ଲାଟଫର୍ମ
  • ଜେନେରାଲ ବଗି
  • ଟ୍ରେନ ଓ ବୁଲା ବିକାଳି
  • ରାଜଧାନୀ ଏକ୍ସପ୍ରେସ
  • ଯାତ୍ରୀ ମାନେ ଦୟାକରି ଧ୍ୟାନ ଦିଅନ୍ତୁ
  • ଗାଡ଼ି ନମ୍ବର
  • ସ୍ଲିପର କୋଚ
  • ଜହ୍ନରାତିରେ ରେଳ ଯାତ୍ରା
  • ଫ୍ଲାଟଫର୍ମର ଶେଷ ବେଞ୍ଚ
  • ମାଲଗାଡ଼ି
  • ଘରକୁ ଫେରୁଥିବା ସେଇ ଟ୍ରେନ
  • ଟ୍ରେନରେ ଅନ୍ତାକ୍ଷରୀ
  • ବିନା ଟିକେଟରେ ଯାତ୍ରା କରୁଥିବା ଝିଅଟିଏ
  • ଲୌହଦାନବର ରଡ଼ି
  • ଲେବଲ କ୍ରସିଂ
  • ଟ୍ରେନର ଝରକା
  • ରେଳଗାଡ଼ି
  • ୱେଟିଂ ଲିଷ୍ଟ
  • ଦଲକାଏ ପବନ ଓ ଝରକା ପାଖ ସିଟ
  • ଦୂରବିଦେଶ ଯାତ୍ରା
  • ଟ୍ରେନ ଡବାରେ ଏକୁଟିଆ ଯାତ୍ରୀ
  • ସର୍ତ୍ତାବଳୀ
  • ଏକ ଟ୍ରେନ ଦୁର୍ଘଟଣା
  • ପ୍ଲାଟଫର୍ମରେ ଜୀବନ
  • ଟିକେଟ କ୍ୟାନସଲ
  • ଭିଡ଼
  • ଝାଲମୁଢ଼ି ବିକୁଥିବା ବୁଢ଼ା 

ସର୍ତ୍ତାବଳୀ

  1. କେବଳ ଟ୍ରେନ ସ୍ମୃତି, ଅନୁଭୂତି ଅନୁସାରେ ଲେଖିବାକୁ ପଡ଼ିବ।
  2. ଆପଣ ଯେକୌଣସି କବିତା ଓ କାହାଣୀକୁ ଯଥାସମ୍ଭବ ଶବ୍ଦରେ ଲେଖିପାରିବେ । ଏବଂ କବିତା ୧୫୦ ଓ ଗଳ୍ପ ଅତିକମରେ ୩୦୦ ଶବ୍ଦରେ ହେବା ଉଚିତ୍ । 
  3. ଆପଣଙ୍କର ସୃଷ୍ଟି ମୂଳ ଏବଂ ସ୍ୱତଃ ପ୍ରବୃତ୍ତ ହେବା ଉଚିତ୍ । ଯଦି କୌଣସି ସ୍ଥାନରୁ କପି ମିଳିଲା, ତେବେ ଆପଣଙ୍କୁ ବାରଣ କରାଯିବ, ସେହିପରି କାହାଣୀ ବିଲୋପ ହେବ ।
  4. ମନେରଖନ୍ତୁ ଯଦି ଆପଣଙ୍କର କବିତା, କାହାଣୀ ପୂର୍ବରୁ ଷ୍ଟୋରିମିରର୍ ରେ ଅଛି ତେବେ ଆପଣ ଏହାକୁ ରିପୋଷ୍ଟ କରିପାରିବେ ନାହିଁ ।
  5. ଯଦି ଆପଣଙ୍କର କବିତା, କାହାଣୀ ଅନ୍ୟତ୍ର ପ୍ରକାଶିତ ହୋଇସାରିଛି କିନ୍ତୁ ଏପର୍ଯ୍ୟନ୍ତ ଷ୍ଟୋରିମିରରରେ ଦାଖଲ ହୋଇନାହିଁ, ଆପଣ ଏହାକୁ ଏହି ପ୍ରତିଯୋଗିତାରେ ଦାଖଲ କରିପାରିବେ ।
  6. ବ୍ୟାକରଣ ଏବଂ ଶବ୍ଦ ଗଠନରେ ତ୍ରୁଟି ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଏହା ଆପଣଙ୍କ ସାହିତ୍ୟିକ ଜୀବନର ଯାତ୍ରା ତଥା ଆପଣଙ୍କ ପାଠକମାନଙ୍କ ପାଇଁ ମଧ୍ୟ ଆବଶ୍ୟକ ।
  7. ଆପଣଙ୍କୁ କେବଳ ପ୍ରତିଯୋଗିତାର ଲିଙ୍କ୍ ପରିଦର୍ଶନ କରି ଆପଣଙ୍କ କାହାଣୀ ପଠାଇବାକୁ ପଡ଼ିବ, କେବଳ ସେତେବେଳେ ଏହା ପ୍ରତିଯୋଗିତାରେ ବୈଧ ହେବ।
  8. ଯେକୌଣସି ପ୍ରକାରର PDF ଫାଇଲ୍ ଇତ୍ୟାଦି ଗ୍ରହଣୀୟ ନୁହେଁ । ତୁମର ଲେଖାକୁ କେବଳ ପାଠ୍ୟ ଫର୍ମାଟରେ ପଠାନ୍ତୁ ।
  9. ଜଣେ ସ୍ରଷ୍ଟା ଯେକୌଣସି ସଂଖ୍ୟକ କାହାଣୀ ଓ କବିତା ପଠାଇପାରେ ।

ପୁରସ୍କାର

  1. ପ୍ରତିଯୋଗିତାରେ ଦାଖଲ ହୋଇଥିବା କାହାଣୀ ମଧ୍ୟରୁ ଟି ୧୦ କାହାଣୀ ଓ ୧୦ଟି କବିତାକୁ ନେଇ ସମ୍ପାଦକୀୟ ସ୍କୋର ଅନୁଯାୟୀ ବିଜେତା ଘୋଷିତ ହେବେ। 
  2. ସେହିପରି ସର୍ବାଧିକ ଲେଖା ଦାଖଲ କରିଥିବା କବିତା ଓ ଗଳ୍ପ ବିଭାଗରେ ୫ଜଣଙ୍କୁ ବିଜେତା ଘୋଷଣା କରାଯିବ।
  3. ଏକ ସ୍ୱତନ୍ତ୍ର ଡିଜିଟାଲ ବିଜେତା ପ୍ରମାଣ ପତ୍ର ସହ କାହାଣୀ ସବୁକୁ ନେଇ ଟ୍ରେନରେ ଦିନେ ଇ-ବୁକ ପ୍ରକାଶିତ କରାଯିବ ।
  4. ଏହା ବ୍ୟତୀତ ବିଜେତାମାନଙ୍କ ପୋଷ୍ଟର ପ୍ରସ୍ତୁତ ହୋଇ ଷ୍ଟୋରିମିରର ଓଡ଼ିଆ ଫେସବୁକ ଏବଂ ଇନଷ୍ଟାଗ୍ରାମ ପୃଷ୍ଠାରେ ପୋଷ୍ଟ କରାଯିବ ।
  5. ସମସ୍ତ ଅଂଶଗ୍ରହଣକାରୀଙ୍କୁ ଡିଜିଟାଲ୍ ଅଂଶଗ୍ରହଣ ପ୍ରମାଣପତ୍ର ଦିଆଯିବ ।

ବିଭାଗ : କାହାଣୀ/ କବିତା

ଭାଷା : ଓଡ଼ିଆ

ଅବଧି: ୨୦ ଜୁଲାଇ ୨୦୨୩ ରୁ ୨୦ ସେପ୍ଟେମ୍ବର ୨୦୨୩ 

ଫଳାଫଳ - ଡିସେମ୍ବର ୨୦୨୩

କୃତଜ୍ଞତା : ଉକ୍ତ ପ୍ରତିଯୋଗିତାରେ ସହଯୋଗର ହାତ ବଢ଼ାଇଥିବା ଆକାଂକ୍ଷା ସାହିତ୍ୟ ସଂସଦର ପରିଚାଳନା, ନିର୍ଦ୍ଦେଶିକା, ମିନା କୁମାରୀ ଟହଲଙ୍କୁ ଆମ ପରିବାର ତରଫରୁ କୃତଜ୍ଞତା ।  

 ଯୋଗାଯୋଗ:

ଇ-ମେଲ୍ : odia@storymirror.com / pallabini@storymirror.com

ଫୋନ୍ ନମ୍ବର : +91 8637256608 / 91106 62845