STORYMIRROR

#ଶବ୍ଦ ସାଗର ତୀରେ

SEE WINNERS

Share with friends

ଯେମିତି ଏକ କ୍ଷୁଦ୍ର ଜଳ ଧାର ଚିର ପ୍ରବାମାନତା ଭିତରେ ଏକ ଚିରସ୍ରୋତା ନଈର ସମ୍ବବନା ଜଡ଼ିତ ହୋଇରହିଥାଏ; ସେମିତି ନିରନ୍ତର ଲେଖିବାର ପ୍ରୟାସ ହିଁ ଜଣେ ଲେଖକକୁ ବଳିଷ୍ଠ ଲିଖନ ଦକ୍ଷତା ହାସଲ କରିବାର ଉପାଦାନମାନ ଯୋଗେଇଦେବାରେ ବିଶେଷ ଭୂମିକା ନିର୍ବାହ କରିଥାଏ । ସେହି ଦୃଷ୍ଟିରୁ ଷ୍ଟୋରିମିରର୍ ବିଭିନ୍ନ ସମୟରେ ସମସ୍ତ ଲେଖକ ଲେଖିକାମାନଙ୍କ ପାଇଁ ଧାରାବାହିକ ଲିଖନ ପ୍ରତିଯୋଗିତାର ଆୟୋଜନ ପୂର୍ବକ ସମସ୍ତ ଲେଖକ ଲେଖିକାମାନଙ୍କୁ ଏକ ବାହାନା ଯୋଗାଏ ।

ତେବେ ଆସନ୍ତୁ ନା ଏ ନୂତନ ବର୍ଷର ପ୍ରଥମ ପାହାଚରୁ ନିଜକୁ ଟିକେ ଶବ୍ଦମନସ୍କ କରିବା, ଟିକେ ସୃଜନମନସ୍କ କରିବା । ଆପଣଙ୍କ ଶକ୍ତିଶାଳୀ ଲେଖନୀକୁ କିଛି ନୂଆ ଶବ୍ଦର ସମର୍ପି ଦେଇ ସବୁଥର ପରି ଆମେ ପହଞ୍ଚି ଯାଇଛୁ #ଶବ୍ଦ ସାଗର ତୀରେ ନାମକ ନୂତନ ପ୍ରତିଯୋଗିତା ସହ ।

ପ୍ରସ୍ତାବନା :

ନିମ୍ନରେ ସମୁଦାୟ ୩୦ଟି ଶବ୍ଦର ଉଲ୍ଲେଖ କରାଗଲା ଯାହାକୁ ନେଇ ଆପଣ ନିଜର ସୃଜନର ପରିପ୍ରକାଶ କରିବେ ।

ନିୟମ ଓ ସର୍ତ୍ତାବଳୀ :

  • ଆପଣଙ୍କ ଲେଖା ଦିଆଯାଇଥିବା ଶବ୍ଦର ଭାବବସ୍ତୁ ଆଧାରିତ ହେବା ନିତାନ୍ତ ଆବଶ୍ୟକ । ଅଥବା ଆପଣ ସିଧାସଳଖ ଶବ୍ଦକୁ ବ୍ୟବହାର କରି ମଧ୍ୟ ନିଜର ଲେଖା ପ୍ରସ୍ତୁତ କରିପାରିବେ ।
  • ପ୍ରସ୍ତୁତ କରାଯାଇଥିବା ଶବ୍ଦକୁ ଶୀର୍ଷକ ଭାବେ ରଖିବା ବାଧ୍ୟତାମୂଳକ ନୁହେଁ । ଆପଣ ନିଜସ୍ୱ ଶୀର୍ଷକ ଦେଇପାରନ୍ତି ।
  • ଏହି ପ୍ରତିଯୋଗିତା ତିନୋଟି ମାରାଥନ ଅନ୍ତର୍ଗତ ।
  • ୧. ଶବ୍ଦ ସାଗର : ତିରିଶରୁ ଊର୍ଦ୍ଧ୍ଵ
  • ୨. ଶବ୍ଦ ସରିତ : କୋଡ଼ିଏରୁ ଊର୍ଦ୍ଧ୍ଵ
  • ୩. ଶବ୍ଦ କାସାର : ଦଶରୁ ଊର୍ଦ୍ଧ୍ଵ  
  • ଆପଣ ପ୍ରତିଯୋଗିତା ଅବଧିର ଯେକୌଣସି ସମୟରେ, ଯେକୌଣସି ଦିନରେ, ଯେକୌଣସି ବିଷୟରେ ଲେଖା ଦାଖଲ କରିପାରିବେ । କିନ୍ତୁ ଆପଣଙ୍କୁ ମାରାଥନ୍ ଅନୁଯାୟୀ ପ୍ରସ୍ତୁତ ଶବ୍ଦ ଅନୁଯାୟୀ ସମୁଦାୟ ୩୦ଟି କିମ୍ବା ୧୫ଟି କିମ୍ବା ୧୦ଟି ଲେଖା ଦାଖଲ କରିବାକୁ ହେବ । ଅବଶ୍ୟ ଏ କ୍ଷେତ୍ରରେ ଆପଣ ସ୍ୱାଧୀନ ।
  • କେବଳ କବିତା (୧୫୦ ଶବ୍ଦରୁ ଊର୍ଦ୍ଧ୍ଵ) ଓ କାହାଣୀ ୨୫୦ ଶବ୍ଦରୁ ଊର୍ଦ୍ଧ୍ଵ) ଗ୍ରହଣୀୟ ।
  • ଅଂଶଗ୍ରହଣକାରୀମାନେ ସେମାନଙ୍କର ମୂଳ ଲେଖା ଦାଖଲ କରିବାକୁ ହେବ ।
  • ଆପଣ ଦାଖଲ କରୁଥିବା ଲେଖା ସଂଖ୍ୟାରେ କୌଣସି ସୀମା ନାହିଁ ।
  • ଲେଖା ଦାଖଲ ସମୟରେ ଏହାର ବ୍ୟାକରଣଗତ ତ୍ରୁଟି ଓ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବେ ।
  • ପ୍ରବନ୍ଧ ଗ୍ରହଣୀୟ ନୁହେଁ ।

ଶ୍ରେଣୀଗୁଡିକ :

  • କାହାଣୀ
  • କବିତା

ଭାଷା: ଓଡ଼ିଆ

ପୁରସ୍କାର :

  • ଯେଉଁମାନେ ସଫଳତାର ସହ 'ଶବ୍ଦ ସାଗର : ତିରିଶରୁ ଊର୍ଦ୍ଧ୍ଵ' ମାରାଥନ ସମାପନ କରିବେ ତାଙ୍କର ଏକ ଇ-ପୁସ୍ତକ ପ୍ରକାଶ କରାଯିବା ସହ 'ଶବ୍ଦ ସାଗର' ଶୀର୍ଷକ ସ୍ୱତନ୍ତ୍ର ମାନପତ୍ର ପ୍ରଦାନ କରାଯିବ ।
  • ଯେଉଁମାନେ ସଫଳତାର ସହ 'ଶବ୍ଦ ସରିତ : କୋଡ଼ିଏରୁ ଊର୍ଦ୍ଧ୍ଵ' ମାରାଥନ ସମାପନ କରିବେ ତାଙ୍କୁ INR 150 ସପ୍ ଭାଉଚର ସହ 'ଶବ୍ଦ ସରିତ'ର ସ୍ୱତନ୍ତ୍ର ମାନପତ୍ର ପ୍ରଦାନ କରାଯିବ ।
  • ଯେଉଁମାନେ ସଫଳତାର ସହ 'ଶବ୍ଦ କାସାର : ଦଶରୁ ଊର୍ଦ୍ଧ୍ଵ' ମାରାଥନ ସମାପନ କରିବେ ତାଙ୍କୁ INR 100 ସପ୍ ଭାଉଚର ସହ 'ଶବ୍ଦ କାସାର'ର ସ୍ୱତନ୍ତ୍ର ମାନପତ୍ର ପ୍ରଦାନ କରାଯିବ ।
  • ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯିବ ।

ଦାଖଲ ଅବଧି : ଜାନୁଆରୀ ୦୧ ରୁ ଜାନୁଆରୀ ୩୦, ୨୦୨୨

ଫଳାଫଳ : ଫେବୃଆରୀ ୨୮, ୨୦୨୨

ଯୋଗାଯୋଗ:

ଇ-ମେଲ୍ : odia@storymirror.com / pallabini@storymirror.com

ଫୋନ୍ ନମ୍ବର : +91 8637256608 / 91106 62845

କୃତଜ୍ଞତା : ଏହି ପ୍ରତିଯୋଗିତାରେ ସହଯୋଗର ହାତ ବଢ଼େଇଥିବା 'ଉତ୍ପନ୍ନା ସାହିତ୍ୟ ସଂସଦ'ର ପ୍ରତିଷ୍ଠାତା ଆୟୁଷ୍ମାନ ତ୍ରିପାଠୀ ତଥା ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କୁ ଆମ ପରିବାର ତରଫରୁ କୃତଜ୍ଞତା ଜ୍ଞାପନ କରୁଛୁ ।