ଯେବେ ବର୍ଷା ଆସେ
ଯେତେବେଳେ ବର୍ଷା ଆସେ ଝରକା ଏବଂ ଛାତ ଉପରେ ବର୍ଷା ପାଣିର ଟୁପ୍ ଟାପ୍ ଲୟବଦ୍ଧ ଶବ୍ଦ ଏକ ସୁଖଦାୟକ ଧ୍ୱନି ସୃଷ୍ଟି କରେ ଯାହା ଉଭୟ ଆନନ୍ଦ ଓ ଉତ୍ସାହପ୍ରଦ ପାଲଟିଥାଏ । ଯେବେ ବର୍ଷା ଆସେ ଗୁମ୍ ମାରି ବସାରେ ବସି ରହେ ଲୋଟଣୀ ପାରା । ଯେବେ ବର୍ଷା ଆସେ ସେଇ ଗଛ ଆଉ ମୋ ଭିତରେ ନଥାଏ କିଛି ଫରକ୍ ଦୁହେଁ ନିଶ୍ଚଳ ପରି ଛିଡ଼ା ହେବା ବ୍ୟତୀତ କିଛି କରିନଥାନ୍ତି । ଯେବେ ବର୍ଷା ଆସେ ଗାଁ ଦାଣ୍ଡରେ ଗୋଳିଆ ଅଳିଆ ପାଣିରେ ଡଙ୍ଗାଟିଏ ଭସାଇ ଦେଉଥିବା ପିଲା ଏବେ ବଡ଼ ହୋଇ ଟଳମଳ ଜୀବନ ଡଙ୍ଗା ସଜାଡ଼ୁ ଥାଏ । ଯେବେ ବର୍ଷା ଆସେ ଦିନ ମଜୁରିଆ ଛାତି ଭିତରେ ଟପ୍ ଟପ୍ ହୋଇ ପୀଡ଼ାର ବର୍ଷା ଟୋପା ଅଣାୟତ୍ତ କରେ । ଯେବେ ବର୍ଷା ଆସେ ନିଜକୁ ପ୍ରସ୍ତୁତ ରଖେ ଚାଳ ଘରେ ଦୁଃଖକୁ ସ୍ୱୀକାର କରିବାକୁ ସେଇ ଅସହାୟ ଗରିବଟିଏ । ଯେବେ ବର୍ଷା ଆସେ ଅନ୍ଧାର ଘରେ ଲଣ୍ଠନ ଆଲୁଅରେ ଭବିଷ୍ୟତ ପଢ଼ୁଥାଏ କୁନି ପିଲାଟିଏ । ଯେବେ ବର୍ଷା ଆସେ କେହି କେହି ରେନକୋର୍ଟ ଖୋଜୁଥିବା ବେଳେ କେହି କେହି ଭିଜୁଥାନ୍ତୁ ନିର୍ଦ୍ଦୁମ ବର୍ଷାରେ । ବର୍ଷା ଆସିଲେ ବଢ଼ୁଥିବା ନଦୀକୁ ଦେଖି ଡରୁଥାଏ କିଏ ତ ଆଷାଢ଼ ବାଦଲ ବିହୀନ ଆକାଶକୁ ଦେଖି ଚିନ୍ତିତ ଥାଏ କିଏ । ହେ ବନ୍ଧୁ! ବର୍ଷା ବେଳଟା ଆଉ କଣ କି ଠିକ୍ ଜୀବନ ପରି ଆମ ଭିତରରେ ନୀରବ ଥିବା ଭାବନା ପରି । ତେବେ ପ୍ରିୟ ସ୍ରଷ୍ଟାଗଣ ଏହି ଉତ୍କଳୀୟ ଋତୁ ଶ୍ରେଷ୍ଠ ବର୍ଷାକୁ ନେଇ କିଛି ଅନବଦ୍ୟ ରଚନା ଉପସ୍ଥାପନା କରନ୍ତୁ ଏହି ଯେବେ ବର୍ଷା ଆସେ ପ୍ରତିଯୋଗିତା ମାଧ୍ୟମରେ ।
ସର୍ତ୍ତାବଳୀ
ଆପଣଙ୍କୁ ୭ ଜୁନ୍ ୨୦୨୪ ରୁ ୩୧ ଅଗଷ୍ଟ ୨୦୨୪ ମଧ୍ୟରେ ଆପଣଙ୍କର ଲେଖା ପଠାଇବାକୁ ପଡ଼ିବ
କେବଳ ବର୍ଷା ଥିମ ଅନୁସାରେ ଲେଖିବାକୁ ପଡ଼ିବ।
ଆପଣ ଯେକୌଣସି କବିକା ଓ କାହାଣୀକୁ ଯଥାସମ୍ଭବ ଶବ୍ଦରେ ଲେଖିପାରିବେ । ଏବଂ କବିତା ୧୫୦ ଓ ଗଳ୍ପ ଅତିକମରେ ୩୦୦ ଶବ୍ଦରେ ହେବା ଉଚିତ୍ ।
ଆପଣଙ୍କର ସୃଷ୍ଟି ମୂଳ ଏବଂ ସ୍ୱତଃ ପ୍ରବୃତ୍ତ ହେବା ଉଚିତ୍ । ଯଦି କୌଣସି ସ୍ଥାନରୁ କପି ମିଳିଲା, ତେବେ ଆପଣଙ୍କୁ ବାରଣ କରାଯିବ, ସେହିପରି କାହାଣୀ ବିଲୋପ ହେବ ।
ମନେରଖନ୍ତୁ ଯଦି ଆପଣଙ୍କର କବିତା, କାହାଣୀ ପୂର୍ବରୁ ଷ୍ଟୋରିମିରର୍ ରେ ଅଛି ତେବେ ଆପଣ ଏହାକୁ ରିପୋଷ୍ଟ କରିପାରିବେ ନାହିଁ ।
ଯଦି ଆପଣଙ୍କର କବିତା, କାହାଣୀ ଅନ୍ୟତ୍ର ପ୍ରକାଶିତ ହୋଇସାରିଛି କିନ୍ତୁ ଏପର୍ଯ୍ୟନ୍ତ ଷ୍ଟୋରିମିରରରେ ଦାଖଲ ହୋଇନାହିଁ, ଆପଣ ଏହାକୁ ଏହି ପ୍ରତିଯୋଗିତାରେ ଦାଖଲ କରିପାରିବେ ।
ବ୍ୟାକରଣ ଏବଂ ଶବ୍ଦ ଗଠନରେ ତ୍ରୁଟି ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଏହା ଆପଣଙ୍କ ସାହିତ୍ୟିକ ଜୀବନର ଯାତ୍ରା ତଥା ଆପଣଙ୍କ ପାଠକମାନଙ୍କ ପାଇଁ ମଧ୍ୟ ଆବଶ୍ୟକ ।
ଆପଣଙ୍କୁ କେବଳ ପ୍ରତିଯୋଗିତାର ଲିଙ୍କ୍ ପରିଦର୍ଶନ କରି ଆପଣଙ୍କ କାହାଣୀ ପଠାଇବାକୁ ପଡ଼ିବ, କେବଳ ସେତେବେଳେ ଏହା ପ୍ରତିଯୋଗିତାରେ ବୈଧ ହେବ।
ଯେକୌଣସି ପ୍ରକାରର PDF ଫାଇଲ୍ ଇତ୍ୟାଦି ଗ୍ରହଣୀୟ ନୁହେଁ । ତୁମର ଲେଖାକୁ କେବଳ ପାଠ୍ୟ ଫର୍ମାଟରେ ପଠାନ୍ତୁ ।
ଜଣେ ସ୍ରଷ୍ଟା ଯେକୌଣସି ସଂଖ୍ୟକ ଲେଖା ପଠାଇପାରେ ।
ପୁରସ୍କାର
ପ୍ରତିଯୋଗିତାରେ ଦାଖଲ ହୋଇଥିବା କାହାଣୀ ଓ କବିତା ମଧ୍ୟରୁ ସର୍ବଶ୍ରେଷ୍ଟ ୨୫ କାହାଣୀ ଓ ୨୫ଟି କବିତାକୁ ନେଇ ଏକ ଇ-ମାଗାଜିନ ପ୍ରଦାନ କରାଯିବ । ସମ୍ପାଦକୀୟ ସ୍କୋର ଅନୁଯାୟୀ ବିଜେତା ଘୋଷିତ ହେବେ।
ସ୍ୱତନ୍ତ୍ର ଡିଜିଟାଲ ବିଜେତା ପ୍ରମାଣ ପତ୍ର ପ୍ରଦାନ କରାଯିବ ।
ସମସ୍ତ ଅଂଶଗ୍ରହଣକାରୀଙ୍କୁ ଡିଜିଟାଲ୍ ଅଂଶଗ୍ରହଣ ପ୍ରମାଣପତ୍ର ଦିଆଯିବ ।
ବିଭାଗ : କାହାଣୀ/ କବିତା
ଭାଷା : ଓଡ଼ିଆ
ଅବଧି: ୭ ଜୁନ୍ ୨୦୨୪ ରୁ ୩୧ ଅଗଷ୍ଟ ୨୦୨୪
ଫଳାଫଳ - ନଭେମ୍ବର ୨୦୨୪
କୃତଜ୍ଞତା : ଉକ୍ତ ପ୍ରତିଯୋଗିତାରେ ସହଯୋଗର ହାତ ବଢ଼ାଇଥିବା ସିଦ୍ଧାର୍ଥ ସାହିତ୍ୟ ସଂସଦ, ବୌଦ୍ଧର ପ୍ରତିଷ୍ଠାତା ଓ ସମ୍ପାଦକ ଅଭିନବ ପଟ୍ଟନାୟକଙ୍କୁ ଆମ ପରିବାର ତରଫରୁ କୃତଜ୍ଞତା ।
ଯୋଗାଯୋଗ:
ଇ-ମେଲ୍ : odia@storymirror.com / pallabini@storymirror.com
ଫୋନ୍ ନମ୍ବର : +91 8637256608 / 91106 62845