Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#ଗୁରୁଦେବାୟ ନମଃ

SEE WINNERS

Share with friends

ଗୁରୁବ୍ରହ୍ମା ଗୁରୁବିଷ୍ଣୁଃ ଗୁରୁଦେବ ମହେଶ୍ୱରଃ,


ଗୁରୁଃ ସାକ୍ଷାତ ପରଂବ୍ରହ୍ମ ତସ୍ମେଶ୍ରୀ ଗୁରବେ ନମଃ ।


ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଗୁରୁଙ୍କ ସ୍ଥାନ ସର୍ବାଗ୍ରେ । ଆବହମାନ କାଳରୁ ଅଦ୍ୟାବଧି ଆମ ସମାଜରେ ଗୁରୁ ଶିଷ୍ୟର ମହାନ ପରମ୍ପରା ପ୍ରଚଳିତ ହୋଇଆସୁଛି । ଯାହା ଦର୍ଶାଏ ଆମ ପ୍ରାଚୀନ ସାମାଜିକ ମୂଲ୍ୟବୋଧର ଗୁରୁତ୍ୱ ଏବଂ ମହାନତା ।


ମଣିଷ ଜନ୍ମହେବାଠୁ ମୃତ୍ୟୁ ପର୍ଯ୍ୟନ୍ତ ନିଜ ଆତ୍ମୀୟ, ସମାଜ ଓ ପ୍ରକୃତିରୁ ଶିକ୍ଷା ଲାଭ କରେ । ସେ ଜ୍ଞାନ ଅର୍ଜନ ପୂର୍ବକ ଜୀବନର ମୂଲ୍ୟବୋଧକୁ ବୁଝେ । ତେବେ କେବଳ ସମାଜ ନୁହଁ; ଇତର ପ୍ରାଣୀ, ପ୍ରକୃତି, ନିର୍ଜୀବ ସତ୍ତାବି ଆମ ମାନସିକ ଚେତନା ସ୍ତରକୁ ପ୍ରଭାବିତ କରିଥାଏ । ତେଣୁ ସେ ସମସ୍ତେ ଆମ ଗୁରୁ । ଯାହାର ପ୍ରକୃଷ୍ଟ ଉଦାହରଣ ଭାବେ ନିଆଯାଇପାରେ ଅତିବଡୀ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତର ଏକାଦଶ ସ୍କନ୍ଦରେ ବର୍ଣ୍ଣିତ ଅବଧୂତଙ୍କ ଚବିଶ ଗୁରୁ ପ୍ରସଙ୍ଗ ।


ତେବେ ଆସନ୍ତୁ ଏହି ଗୁରୁ ଦିବସରେ ଯେଉଁ ଗୁରୁମାନଙ୍କ ଆଶିଷ ଓ ଦିଗଦର୍ଶନ ଦ୍ୱାରା ଆମେ ନିଜ ଗୋଡ଼ରେ ଠିଆ ହେବା ସହ ଦୁନିଆରେ ବଞ୍ଚିବାର ମାଧ୍ୟମ ଖୋଜିପାଇଛେ, ସେହି ସମସ୍ତ ଗୁରୁଙ୍କ ପ୍ରତି ନିଜ କୃତଜ୍ଞତା ସହ ଭକ୍ତି ନୈବେଦ୍ୟ ଅର୍ପଣ କରିବା ନିଜ କବିତା ଓ କାହାଣୀ ମାଧ୍ୟମରେ ।



ନୀତିନିୟମ :


ଲେଖାଟିରେ ଗୁରୁଙ୍କ ଉପରେ ଆଧାରିତ ହେବା ନିତାନ୍ତ ଆବଶ୍ୟକ ।

କେବଳ କବିତା ଓ କାହାଣୀ ଗ୍ରହଣୀୟ ।

ସମ୍ପାଦକୀୟ ସ୍କୋର ଏବଂ ଲେଖାଟି ଉପରେ ପାଠକ ଯୋଗଦାନ ଉପରେ ଆଧାର କରି ବିଜେତାମାନଙ୍କୁ ସ୍ଥିର କରାଯିବ ।

ଅଂଶଗ୍ରହଣକାରୀମାନେ ସେମାନଙ୍କର ମୂଳ ଲେଖା ଦାଖଲ କରିବା ଉଚିତ୍ ।

ଆପଣ ଦାଖଲ କରୁଥିବା ଲେଖା ସଂଖ୍ୟାରେ କୌଣସି ସୀମା ନାହିଁ ।

କୌଣସି ଶବ୍ଦ ସୀମା ନାହିଁ ।

ପ୍ରବନ୍ଧ ଗ୍ରହଣୀୟ ନୁହେଁ ।

 


ଶ୍ରେଣୀଗୁଡିକ :

କାହାଣୀ

କବିତା

ଭାଷା: ଓଡ଼ିଆ

ଦାଖଲ ଅବଧି: ୦୫ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୩  

ଫଳାଫଳ: ନଭେମ୍ବର ୨୦୨୩



ପୁରସ୍କାର :


ସର୍ବାଧିକ ଲେଖା ଦାଖଲ କରିଥିବା ପ୍ରତି ବିଭାଗର ୩ ଟି କାହାଣୀ ଏବଂ କବିତାକୁ ଯଥାକ୍ରମେ ଷ୍ଟୋରିମିରର୍ INR ୨୦୦ ସପ୍ ଭାଉଚର ସହ ଉତ୍କର୍ଷତାର ପ୍ରମାଣପତ୍ର ପ୍ରଦାନ କରାଯିବ । 

ସମ୍ପାଦକୀୟ ପସନ୍ଦ ଅନୁଯାୟୀ ମୋଟ ୧୦ଜଣଙ୍କୁ INR ୧୦୦ର ସପ୍ ଭାଉଚର ସହ ଉତ୍କର୍ଷତାର ପ୍ରମାଣପତ୍ର ପ୍ରଦାନ କରାଯିବ । 

ସମସ୍ତ ଅଂଶଗ୍ରହଣକାରୀଙ୍କୁ ଏକ ଅଂଶଗ୍ରହଣ ପ୍ରମାଣପତ୍ର ପାଇବେ ।


କୃତଜ୍ଞତା: ଏହି ପ୍ରତିଯୋଗିତା ନିମନ୍ତେ ଆମକୁ ସହଯୋଗ କରିଥିବା ‘ଭଦ୍ରକ ଯୁବ ସାହିତ୍ୟ ପରିଷଦର' ପରିବାରର’ ସମ୍ପାଦକ ଓ ପରିଚାଳକ ବିଚିତ୍ରା ନନ୍ଦ ଜେନାଙ୍କୁ ଆମ ତରଫରୁ ଅଶେଷ ଧନ୍ୟବାଦ ।

ଯୋଗାଯୋଗ:

ଇମେଲ୍: odia@storymirror.com

ଫୋନ୍ ନମ୍ବର: +91 8637256608