STORYMIRROR

#ଚିତ୍ର ଚରିତ

SEE WINNERS

Share with friends

ସମୟ ବଦଳିବା ସହ ବଦଳୁଛି ଆମ ଜୀବନ ଶୈଳୀ । ଆଜକୁ ୧୦୦ ବର୍ଷ ପୂର୍ବରୁ ମଣିଷର ଜୀବନ ଶୈଳୀ ଯାହାଥିଲା, ତା'ଠୁ ଢେର ପରିବର୍ତ୍ତନ ଘଟିସାରିଛି । ଆଜିର ମଣିଷ ବିଜ୍ଞାନ ଯୁଗର ମଣିଷ । ବିଭିନ୍ନ ଜ୍ଞାନ କୌଶଳର ପ୍ରୟୋଗ ପୂର୍ବକ ଆଜି ମଣିଷ ଅନେକ କିଛି ନୂତନ ଆବିଷ୍କାର କରିବା ସହ ନିଜ ଜୀବନ ପ୍ରବାହକୁ ସୌଖିନ ଭାବେ ଗଢ଼ିତୋଳିଛି । ଯାହା ତା' ପାରମ୍ପରିକ ଜୀବନ ପ୍ରବାହରେ ବିଶେଷ ପରିବର୍ତ୍ତନର ସୂତ୍ରପାତକରିଛି । ସେହିପରି ଏସବୁର ପ୍ରଭାବ ଆମେ ସାହିତ୍ୟରେ ବି ଲକ୍ଷ୍ୟ କରିପାରିବା । ଫେସବୁକ, ହ୍ଵାଟ୍ସଆପ ଆଦି ଭଳି ସାମାଜିକ ଗଣମାଧ୍ୟମ ବର୍ତ୍ତମାନ ସମୟରେ ଏହିସବୁ ପାଇଁ ଏକ ଏକ ବଡ଼ ଆକର୍ଷଣ ହୋଇସାରିଛି ।

ତେବେ ସେହିସବୁକୁ ବିଚାର ପୂର୍ବକ ଷ୍ଟୋରିମିରର୍ ଆୟୋଜନ କରୁଛି ଏକ ଅଭିନବ ପ୍ରତିଯୋଗିତା 'ଚିତ୍ର ଚରିତ' । ଯେଉଁଥିରେ ଆପଣଙ୍କ ଜୀବନର ବିଭିନ୍ନ ମୁହୂର୍ତ୍ତର ଚିତ୍ରକୁ ନେଇ ଆପଣ ତାହାକୁ ଏକ କାହାଣୀ କିମ୍ବା କବିତା କିମ୍ବା କୋଟ୍ କିମ୍ବା ଅଡ଼ିଓ ଭାବେ ପରିପ୍ରକାଶ କରିପାରିବେ । ଯାହା ଏକ ଅନନ୍ୟ ଅନୁଭୂତି ଆଣିବ ଉଭୟ ପାଠକ ଓ ଲେଖକଙ୍କୁ ବୋଲି ଆମ ଆଶା ।

ଏହି ପ୍ରତିଯୋଗିତାରେ ଆମକୁ ସହଯୋଗର ହାତ ବଢ଼େଇଥିବା 'ସାହିତ୍ୟ ସୃଜନୀ ଜଗତସିଂହପୁର' ସାହିତ୍ୟ ସଂଘର ସମ୍ପାଦକ ସନାତନ ଦାସ, ଇଲା କାନୁନଗୋ ମହାପାତ୍ର, ରାଜଶ୍ରୀ ଶତପଥୀ ମହୋଦୟାଙ୍କୁ ଆମ ପରିବାର ତରଫରୁ ଅଶେଷ କୃତଜ୍ଞତା

ନୀତିନିୟମ -

୧. ଏହି ପ୍ରତିଯୋଗିତାରେ ଆପଣ ନିଜ ଜୀବନର ବିଭିନ୍ନ ମୁହୂର୍ତ୍ତ, ଆପଣଙ୍କ ଜୀବନର ଅଭୁଲା ଦିନ, ଆପଣଙ୍କ ସମ୍ପର୍କୀୟ, ପ୍ରିୟଜନ, ଅଭୁଲା ସ୍ଥାନ, ବସ୍ତୁ, ଉପହାର କିମ୍ବା ଆପଣଙ୍କୁ ପ୍ରଭାବିତ କରିଥିବା ଏକ ଫଟୋକୁ ନେଇ ତା'ର ଭାବକୁ ନିଜ ସୃଜନରେ ପ୍ରତିଫଳିତ କରିବାକୁ ହେବ ।

୨. ଲେଖାଟି ଷ୍ଟୋରିମିରର୍ ରେ ଦାଖଲ ହୋଇସାରିବା ପରେ ଏହାର ଲିଙ୍କ୍ କୁ ଆପଣ ଷ୍ଟୋରିମିରର୍ ଓଡ଼ିଆ ସହ ଟେଗ କରି ଫେସବୁକରେ ଦାଖଲ କରିପାରିବେ । କିମ୍ବା ଏକା ସାଙ୍ଗରେ ଷ୍ଟୋରିମିରର୍ ଓ ଫେସବୁକରେ ଏହାକୁ ଦାଖଲ କରିପାରିବେ । କିନ୍ତୁ ମନେରଖନ୍ତୁ ଲେଖାଟି ଷ୍ଟୋରିମିରର୍ ୱେବସାଇଟ୍ ରେ ଦାଖଲ ହେବା ନିତାନ୍ତ ଆବଶ୍ୟକ ।

୩. କେବଳ କବିତା , କାହାଣୀ, କୋଟ୍ ଓ ଅଡ଼ିଓ ହିଁ ଗ୍ରହଣୀୟ ।

୪. ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ମଧ୍ୟ ଆପଣ ଗ୍ରହଣ କରିପାରିବେ । ସମୁଦାୟ ୧୫ ଦିନ ମଧ୍ୟରେ ଆପଣ ସର୍ବାଧିକ ଲେଖା ପୋଷ୍ଟ କରି ବିଜୟୀ ହୋଇପାରିବେ ।

୫. ଅଂଶଗ୍ରହଣକାରୀମାନେ ସେମାନଙ୍କର ମୂଳ ଲେଖା ଦାଖଲ କରିବା ଉଚିତ୍ । 

୬. ଆପଣ ଦାଖଲ କରୁଥିବା ଲେଖା ସଂଖ୍ୟାରେ କୌଣସି ସୀମା ନାହିଁ ।

୭. କୌଣସି ଶବ୍ଦ ସୀମା ନାହିଁ ।

୮. ପ୍ରବନ୍ଧ ବା ରଚନା ଗ୍ରହଣୀୟ ନୁହେଁ ।

ପୁରସ୍କାର -

୧. ଶ୍ରେଷ୍ଠ ପାଞ୍ଚଟି କାହାଣୀ, କବିତା, କୋଟ୍ ଓ ଅଡ଼ିଓକୁ ଷ୍ଟୋରିମିରର୍ ଓଡ଼ିଆ ପେଜ ଓ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମରେ ଉପସ୍ଥାପନ କରାଯିବ ।

୨. ଶ୍ରେଷ୍ଠ ପାଞ୍ଚଟି କାହାଣୀ, କବିତା, କୋଟ୍ ଓ ଅଡ଼ିଓକୁ INR 250ର ସପ୍ ଭାଉଚର ଓ ଉତ୍କୃଷ୍ଟତାର ପ୍ରମାଣପତ୍ର ପ୍ରଦାନ କରାଯିବ ।

୩. ସର୍ବାଧିକ ଲେଖା ଦାଖଲ କରିଥିବା ପାଞ୍ଚ ଜଣ ଲେଖକଙ୍କୁ ଷ୍ଟୋରିମିରର୍ ତରଫରୁ INR 200ର ସପ୍ ଭାଉଚାର ପ୍ରଦାନ କରାଯିବ ।

୪. ସମସ୍ତଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯିବ ।

ଯୋଗ୍ୟତା : ସମସ୍ତେ ଭାଗ ନେଇପାରିବେ ।

ସମୟସୀମା - ଅକ୍ଟୋବର ୧୬ ରୁ ଅକ୍ଟୋବର ୩୧,୨୦୨୦

ଫଳାଫଳ - ନଭେମ୍ବର, ୨୦୨୦

ଭାଷା - ଓଡ଼ିଆ

ବିଭାଗ - କବିତା | କାହାଣୀ | କୋଟ୍ | ଅଡ଼ିଓ

ଯୋଗାଯୋଗ - odia@storymirror.com