Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#ରଜ ମଉଜ

SEE WINNERS

Share with friends

#ରଜ ମଉଜ

ରଜ ଦୋଳି କଟ କଟ

ଭାଇ ପିନ୍ଧିଛନ୍ତି ସୁନାମୁକୁଟ ଲୋ, ଦିଶୁଅଛି ଝଟ୍ ଝଟ୍।।

ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ଵିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ଵିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ । ଏହା ଚାଷର ଆରମ୍ଭକୁ ସୂଚାଇଥାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ଵଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । ରଜରେ ପୋଡ଼ ପିଠା ଓ ପାନ ଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ, ବାଗୁଡ଼ି ଆଦି ଖେଳି ଏହି ଦିବସଟି ପାଳନ । କରାଯାଇଥାଏ । ଗାଁ ଗଣ୍ଡରେ ରାମଦୋଳି, ଚକ୍ରଦୋଳି. ପାଟଦୋଳି, ଦାଣ୍ଡିଦୋଳି ଆଦି ନାନାଦି ଦୋଳି ପ୍ରସ୍ତୁତ ହୁଏ। କୁମାରୀ କନ୍ୟାମାନେ ନାନା ବିଷୟରେ ଗୀତ ଗାଇ ଦୋଳିରେ ଝୁଲନ୍ତି। ଓଡ଼ିଆଙ୍କ ମନ, ପ୍ରାଣକୁ ଆହ୍ଲାଦିତ, ଆମୋଦିତ କରୁଥିବା ଏହି ଗଣପର୍ବରେ ମାଟି ସହ ମେଘର, ମନ ସହ ଆନନ୍ଦର ଅପୂର୍ବ ମିଳନ ଘଟେ। ତେବେ ଓଡ଼ିଆଙ୍କ ଓଡ଼ିଶାର ଜାତୀୟ ପର୍ବର ସ୍ମୃତିକୁ ଆସନ୍ତୁ ଏହି କବିତା ପ୍ରତିଯୋଗିତା # ରଜ ମଉଜ ମାଧ୍ୟମରେ ଉପଭୋଗ କରିବା ।


ଏହି # ରଜ ମଉଜ ପ୍ରତିଯୋଗିତା ମାଧ୍ୟମରେ ଆପଣ ନିଜ ପ୍ରସ୍ତୁତ, ନୂତନ, ଆଧୁନିକ ରଜ ଦୋଳି ଗୀତ, କବିତାକୁ ଲେଖିପାରିବେ।

ନିୟମ: -

ଏହି ପ୍ରତିଯୋଗିତା ସବୁ ବୟସର ସୃଷ୍ଟିକର୍ତ୍ତାଙ୍କ ପାଇଁ, କୌଣସି ବୟସ ସୀମା ନାହିଁ।

ଏହି ପ୍ରତିଯୋଗିତାରେ କେବଳ କବିତା ଗ୍ରହଣୀୟ। 

ନିଜର ଲେଖା ନିଜର ନିଜସ୍ୱ ଲିଖିତ, ମୂଳ ରଚନା ହେବା ଆବଶ୍ୟକ ।

ଲେଖା ପଠାଇବା ପୂର୍ବରୁ ଦୟାକରି ରଚନାରେ ବ୍ୟାକରଣ ଏବଂ ବନାନ ତ୍ରୁଟି ଯାଞ୍ଚ କରନ୍ତୁ।

କବିତା ପ୍ରତିଯୋଗିତା ଲିଙ୍କ୍ ମାଧ୍ୟମରେ ହିଁ ଦାଖଲ କରିବାକୁ ହେବ ।

କବିତାଟି ୧୦୦ ଶବ୍ଜରୁ ଅଧିକ ହୋଇଥିବ ।

ପ୍ରତିଯୋଗିତାରେ ନିଜର ମୌଳି କବିତା ଦାଖଲ କରିବା ଗ୍ରହଣୀୟ ହେବ ।

କାହାଣୀ/କବିତା ଦାଖଲ କରିବାର ସଂଖ୍ୟା ଉପରେ କୌଣସି ସୀମା ନାହିଁ ।

ମଞ୍ଚରେ ପୂର୍ବରୁ ଉପଲବ୍ଧ କବିତା ଆଦିକୁ ପୁନଃଦାଖଲ କରିବା ଗ୍ରହଣୀୟ ହେବ ନାହିଁ ।

ବିଚାରକ ମଣ୍ଡଳୀଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ନିର୍ଣ୍ଣୟ ହିଁ ଅନ୍ତିମ ଓ ବାଧ୍ୟତାମୂଳକ ନିର୍ଣ୍ଣୟ ଅଟେ ।


ପୁରସ୍କାର :

୫ ସର୍ବାଧିକ ଲେଖା ଓ ୫ ସମ୍ପାଦକୀୟ ପସନ୍ଦ ବିଜୟୀ ବିଜେତାଙ୍କୁ ଷ୍ଟୋରିମିରରରୁ ୧୫୦ ଟଙ୍କା ଉପହାର ଭାଉଚର ସହିତ ଏକ ଡିଜିଟାଲ୍ ସାର୍ଟିଫିକେଟ୍ ଦିଆଯିବ।

ସମସ୍ତଙ୍କୁ ଅଂଶଗ୍ରହଣ ଇ-ମାନପତ୍ର ପ୍ରଦାନ କରାଯିବ ।

ବିଭାଗ : କବିତା

ଭାଷା : ଓଡ଼ିଆ

ଅବଧି- ୧୩ ମେ' ରୁ ଜୁନ ୩୦, ୨୦୨୩

ଫଳାଫଳ - ଅଗଷ୍ଟ ୨୦୨୩

କୃତଜ୍ଞତା : ଉକ୍ତ ପ୍ରତିଯୋଗିତାରେ ସହଯୋଗର ହାତ ବଢ଼େଇଥିବା କବିତା ଝଙ୍କାର ସାହିତ୍ୟ ସଂସଦର ପ୍ରତିଷ୍ଠାତା, ସମ୍ପାଦକ ସଞ୍ଜୟ କୁମାର ତ୍ରିପାଠୀଙ୍କୁ ଆମ ପରିବାର ତରଫରୁ କୃତଜ୍ଞତା ।  

ଯୋଗାଯୋଗ:

ଇ-ମେଲ୍ : odia@storymirror.com / pallabini@storymirror.com

ଫୋନ୍ ନମ୍ବର : +91 8637256608 / 91106 62845