ଶବ୍ଦ ଲହରୀ
ଶବ୍ଦ ହିଁ ପରିଚୟ, ଶବ୍ଦ ହିଁ ସୃଷ୍ଟି । ଶବ୍ଦକୁ ନେଇ ସ୍ୱପ୍ନ ଦେଖେ, ଶବ୍ଦ ଘରେ ସୁଖଦୁଃଖକୁ ଆଦରି ବଞ୍ଚିଥାଏ ଶବ୍ଦକୁ ଭଲ ପାଉଥିବା ମଣିଷ । ଶବ୍ଦ ପକ୍ଷୀକୁ ଉଡ଼ାଏ ଅନନ୍ତ ଆକାଶରେ ; ପାଲଟିଯାଏ ଶବ୍ଦ ସନ୍ଥ । ସତରେ! ଶବ୍ଦ ହିଁ ତ ସ୍ରଷ୍ଟାର ଲୋଭ, ମୋହ, ମାୟା । ଆହାଃ ଏଶବ୍ଦ ମାନେ କେତେ ମନୋଜ୍ଞ, ମନୋହର, ନିଜର ନିଜର । ମନ ମହୋଦଧିରେ ଶବ୍ଦର ଲହରୀ କେବେ ଉଦ୍ଧତ ଯୌବନ ପରି କୂଳ ଲଙ୍ଘେ ତ କେବେ ମନୋଇ ପ୍ରେମିକା ପରି ଗହ୍ଲେଇ ହୁଏ। ଶବ୍ଦର ପାରାବାରରେ ଶବ୍ଦର ବଣିକ କରେ ଅମୂଲ ମୂଲ କାରବାର । ଶବ୍ଦକୁ ସଜାଇ, ସାଇତି ସମାଜ ସହ ଲଢ଼େ, ଗଢ଼େ ଆଗକୁ ବଢ଼େ ଶବ୍ଦ ସାଧକ। ସେହି ଶବ୍ଦ ସବୁକୁ ଜୀବନ୍ତ, ପ୍ରାଣବନ୍ତ କରି ନିଜ ସର୍ଜନା ମାଧ୍ୟମରେ ପରିପ୍ରକାଶ କରିବା ପାଇଁ ଆମର ଅନନ୍ୟ ପ୍ରତିଯୋଗିତା 'ଶବ୍ଦ ଲହରୀ'। ଏହି ପ୍ରତିଯୋଗିତା ସମସ୍ତ ଶବ୍ଦ ସାଧକଙ୍କୁ ଧାରାବାହିକ ଲିଖନ ପ୍ରତିଯୋଗିତାର ଭାଗ ନେବା ପାଇଁ ଏକ ବାହାନା ଯୋଗାଏ ।
ତେବେ ଆସନ୍ତୁ ଶବ୍ଦମନସ୍କ କରିବା, ଟିକେ ସୃଜନମନସ୍କ କରିବା । ଏଥି ନିମନ୍ତେ ଆପଣଙ୍କ ଶକ୍ତିଶାଳୀ ଲେଖନୀକୁ କିଛି ନୂଆ ଶବ୍ଦର ସମର୍ପି ଦେଇ ସବୁଥର ପରି ଆମେ ପହଞ୍ଚି ଯାଇଛୁ #ଶବ୍ଦ ଲହରୀ ନାମକ ନୂତନ ପ୍ରତିଯୋଗିତା ସହ ।
ପ୍ରସ୍ତାବନା :
ନିମ୍ନରେ ସମୁଦାୟ ୩୦ଟି ଶବ୍ଦର ଉଲ୍ଲେଖ କରାଗଲା ଯାହାକୁ ନେଇ ଆପଣ ନିଜର ସୃଜନର ପରିପ୍ରକାଶ କରିବେ ।
ବିଷୟବସ୍ତୁ :
ଅଗଷ୍ଟ(Aug)
୭)କାଗଜ ଡଙ୍ଗା
୮)ଶୁଖିଲା ଶ୍ରାବଣ
୯) ମୁଁ ନୁହେଁ ମୁଁ
୧୦) ଗାଁ କୂଅ
୧୧)ପ୍ରକୃତି ପ୍ରେମ
୧୨) ଦସ୍ତଖତ
୧୩) ପାଣି ଚୁଡି଼
୧୪)ଲୁହ ନଈ
୧୫) ଅନ୍ଧାର ଘର
୧୬)ଆହତ ଚଢ଼େଇ
୧୮) ଆଖି ଥାଇ ଅନ୍ଧ
୧୯)ଅଙ୍ଗାର
୨୦)ନିଖୋଜ ସମ୍ପର୍କ
୨୧)ଲୋକହସା
୨୨)ନ୍ୟାୟ-ଅନ୍ୟାୟ
୨୩)ଶେଷ ଶୃଙ୍ଗାର
୨୪)ସମର୍ପିତା ସୌଭାଗିନୀ
୨୫)କ୍ଷତାକ୍ତ ପ୍ରେମ
୨୬)ବୟସର ଆୟୁଷ
୨୭)ବୁଢ଼ା ବାପା
୨୮)ଧୂଳିଖେଳ
୨୯)ପାଗଳ
୩୦)ଦଦରା ଡଙ୍ଗା
୩୧)ବିବାହ କୁଣ୍ଡଳୀ
ସେପ୍ଟେମ୍ବର(Sep)
୧)ଦହଗଞ୍ଜ
୨)ସପନର ଶେଷ
୩)ବଡ଼ ଭଉଣୀ
୪)ଚାକିରି
୫)ରାତି ଓ ଋତୁ
୬)ଅହଙ୍କାର
୭)ବୈରାଗୀ ମନ
ନିୟମ ଓ ସର୍ତ୍ତାବଳୀ :
ଆପଣଙ୍କ ଲେଖା ଦିଆଯାଇଥିବା ଶବ୍ଦର ଭାବବସ୍ତୁ ଆଧାରିତ ହେବା ନିତାନ୍ତ ଆବଶ୍ୟକ । ଅଥବା ଆପଣ ସିଧାସଳଖ ଶବ୍ଦକୁ ବ୍ୟବହାର କରି ମଧ୍ୟ ନିଜର ଲେଖା ପ୍ରସ୍ତୁତ କରିପାରିବେ ।
ପ୍ରସ୍ତୁତ କରାଯାଇଥିବା ଶବ୍ଦକୁ ଶୀର୍ଷକ ଭାବେ ରଖିବା ବାଧ୍ୟତାମୂଳକ ନୁହେଁ । ଆପଣ ନିଜସ୍ୱ ଶୀର୍ଷକ ଦେଇପାରନ୍ତି ।
ଏହି ପ୍ରତିଯୋଗିତା ତିନୋଟି ମାରାଥନ ଅନ୍ତର୍ଗତ ।
୧. ଶବ୍ଦ ତରଙ୍ଗ : ତିରିଶରୁ ଊର୍ଦ୍ଧ୍ଵ
୨. ଶବ୍ଦ ଢେଉ : କୋଡ଼ିଏରୁ ଊର୍ଦ୍ଧ୍ଵ
୩. ଶବ୍ଦ ଉର୍ମି : ଦଶରୁ ଊର୍ଦ୍ଧ୍ଵ
ଆପଣ ପ୍ରତିଯୋଗିତା ଅବଧିର ଯେକୌଣସି ସମୟରେ, ଯେକୌଣସି ଦିନରେ, ଯେକୌଣସି ବିଷୟରେ ଲେଖା ଦାଖଲ କରିପାରିବେ । କିନ୍ତୁ ଆପଣଙ୍କୁ ମାରାଥନ୍ ଅନୁଯାୟୀ ପ୍ରସ୍ତୁତ ଶବ୍ଦ ଅନୁଯାୟୀ ସମୁଦାୟ ୩୦ଟି କିମ୍ବା ୧୫ଟି କିମ୍ବା ୧୦ଟି ଲେଖା ଦାଖଲ କରିବାକୁ ହେବ । ଅବଶ୍ୟ ଏ କ୍ଷେତ୍ରରେ ଆପଣ ସ୍ୱାଧୀନ ।
କେବଳ କବିତା (୧୫୦ ଶବ୍ଦରୁ ଊର୍ଦ୍ଧ୍ଵ) ଓ କାହାଣୀ ୨୫୦ ଶବ୍ଦରୁ ଊର୍ଦ୍ଧ୍ଵ) ଗ୍ରହଣୀୟ ।
ଅଂଶଗ୍ରହଣକାରୀମାନେ ସେମାନଙ୍କର ମୂଳ ଲେଖା ଦାଖଲ କରିବାକୁ ହେବ ।
ଆପଣ ଦାଖଲ କରୁଥିବା ଲେଖା ସଂଖ୍ୟାରେ କୌଣସି ସୀମା ନାହିଁ ।
ଲେଖା ଦାଖଲ ସମୟରେ ଏହାର ବ୍ୟାକରଣଗତ ତ୍ରୁଟି ଓ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବେ ।
ପ୍ରବନ୍ଧ ଗ୍ରହଣୀୟ ନୁହେଁ ।
ବିଭାଗ : କାହାଣୀ / କବିତା
ଭାଷା: ଓଡ଼ିଆ
ପୁରସ୍କାର :
ଯେଉଁମାନେ ସଫଳତାର ସହ 'ଶବ୍ଦ ତରଙ୍ଗ' : ତିରିଶରୁ ଊର୍ଦ୍ଧ୍ଵ' ମାରାଥନ ସମାପନ କରିବେ ତାଙ୍କର ଏକ ଇ-ପୁସ୍ତକ ପ୍ରକାଶ କରାଯିବା ସହ 'ଶବ୍ଦ ତରଙ୍ଗ' ଶୀର୍ଷକ ସ୍ୱତନ୍ତ୍ର ମାନପତ୍ର ପ୍ରଦାନ କରାଯିବ ।
ଯେଉଁମାନେ ସଫଳତାର ସହ 'ଶବ୍ଦ ଢେଉ' : କୋଡ଼ିଏରୁ ଊର୍ଦ୍ଧ୍ଵ' ମାରାଥନ ସମାପନ କରିବେ ତାଙ୍କୁ INR 150 ସପ୍ ଭାଉଚର ସହ 'ଶବ୍ଦ ଢେଉ'ର ସ୍ୱତନ୍ତ୍ର ମାନପତ୍ର ପ୍ରଦାନ କରାଯିବ ।
ଯେଉଁମାନେ ସଫଳତାର ସହ 'ଶବ୍ଦ ଉର୍ମି' : ଦଶରୁ ଊର୍ଦ୍ଧ୍ଵ' ମାରାଥନ ସମାପନ କରିବେ ତାଙ୍କୁ INR 100 ସପ୍ ଭାଉଚର ସହ 'ଶବ୍ଦ ଉର୍ମି'ର ସ୍ୱତନ୍ତ୍ର ମାନପତ୍ର ପ୍ରଦାନ କରାଯିବ ।
ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯିବ ।
ଦାଖଲ ଅବଧି : ଅଗଷ୍ଟ ୦୭ରୁ ସେପ୍ଟେମ୍ବର ୦୭, ୨୦୨୨
ଫଳାଫଳ : ନଭେମ୍ବର, ୨୦୨୨
କୃତଜ୍ଞତା : ଏହି ପ୍ରତିଯୋଗିତାରେ ସହଯୋଗର ହାତ ବଢ଼େଇଥିବା 'ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସଦର'ର ସାହିତ୍ୟିକ ସମୀର କୁମାନ ନନ୍ଦଙ୍କୁ ଆମ ପରିବାର ତରଫରୁ କୃତଜ୍ଞତା ଜ୍ଞାପନ କରୁଛୁ।
ଯୋଗାଯୋଗ:
8637256608
+91 91106 62845
ବି.ଦ୍ର: ପ୍ରତିଯୋଗିତା ସମ୍ପର୍କରେ ଯେକୌଣସି ପରାମର୍ଶ କିମ୍ବା ଅସୁବିଧା ପାଇଁ ଆମକୁ ଉପରୋକ୍ତ ଯୋଗାଯୋଗ ଠିକଣାରେ ଯୋଗାଯୋଗ କରନ୍ତୁ ।