Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#ପିଲାଦିନ

SEE WINNERS

Share with friends

ପିଲାଦିନର ସେହି ଦିନଗୁଡ଼ିକ ଅତ୍ୟନ୍ତ ମନୋରମ ଥିଲା । କୌଣସି ଚିନ୍ତା ନଥିଲା କି ସମସ୍ୟା ପ୍ରତି ଧ୍ୟାନ ନଥିଲା , କି ଦାୟିତ୍ୱର ବୋଝ ଭାରାକ୍ରାନ୍ତ କରୁଥିଲା । ସକାଳ ଏବଂ ସନ୍ଧ୍ୟାରେ ଖେଳ ଓ ଖେଳନା ସହ ସମୟ କଟୁଥିଲା। ରୁଷି ଗଲେ ମନେଇବାକୁ କେହିଜଣେ ଥିଲେ, ଜିଦ୍ ସବୁ ପୁରଣ ହୋଇଯାଏ । ଘର ଅଗଣା, ଗାଁ ଦାଣ୍ଡ ସବୁ ସ୍ଥାନରେ ସୁଖ ବିସ୍ତାର କରିଥିଲା । ପିଲାଦିନ ଥିଲା

ଯେଉଁଥିରେ ସୁଖର ଭଣ୍ଡାର ଥିଲା । ଚାନ୍ଦ ପାଇବାକୁ ଚାହୁଁଥିଲେ, ପ୍ରଜାପତି , କଙ୍କି ଧରିବାକୁ ପାଗଳ ହେଉଥିଲେ । ଗନ୍ତବ୍ୟ ସ୍ଥଳ ବିଦ୍ୟାଳୟରୁ ଘର, ସଂଧ୍ୟାରେ ଆଈ ମା କାହାଣୀ ଶୁଣି ଶୋଇବାର ବେଳ । ବର୍ଷାରେ କାଗଜ ଡଙ୍ଗା ଥିଲା ପିଲାଦିନ, ମା’ର କୋଳ ଅଧିକ ସୁନ୍ଦର ଥିଲା । ପିଲାଦିନର, ସେହି ଡିଆଁଡେଇଁ, ଲୁଚକାଳି, ବୋହୂଚୋରି, ପୁଚି ଖେଳ । ଗାଁ ବିଲ ମାଳରେ ଗୁଡ଼ି ଉଡ଼ାଇବା, ବାଟି, ନଟୁ ଖେଳିବା, ପୋଖରୀ ଡିଆଁ, ସ୍କୁଲ ନଯିବାର ବାହାନା, ସାଙ୍ଗମାନଙ୍କ ସହିତ ଝଗଡା, ସେହି ମଧୁର ପିଲାଦିନର ଅନେକ ଏମିତି କାହାଣୀ ଆମ ମାନସପଟ୍ଟରେ ଉଜ୍ଜୀବିତ ହୋଇ ରହିଛି । ତେବେ ପିଲାଦିନର ସେହି ସ୍ମୃତିରେ ପରିପୂର୍ଣ୍ଣ ଘଟଣାବଳୀକୁ ଆସନ୍ତୁ ଗଳ୍ପ ଓ କବିତାର ରୂପ ଦେବା ଏହି 'ପିଲାଦିନ' ପ୍ରତିଯୋଗିତା ମାଧ୍ୟମରେ ।


କିଛି ବିଷୟ

ପିଲାଦିନର ସଞ୍ଜ, ସକାଳ

ପିଲାଦିନର ଆଈ ମା କାହାଣୀ

ପିଲାଦିନର ଗାଁ

ପିଲାଦିନର ଫଟୋ

ପିଲାଦିନ ସ୍କୁଲ ସ୍ମୃତି

ପିଲାଦିନର ଝଗଡ଼ା

ପିଲାଦିନର ଖେଳ

ପିଲାଦିନର ସଂଘର୍ଷ

ପିଲାରୁ ବଡ଼

ପିଲାଦିନ ମାମୁଁଘର

ପ୍ରଥମ ଶ୍ରେଣୀ

ପିଲାଦିନେ ମା' ଗାଳି

ସ୍କୁଲର ପରୀକ୍ଷା

ଖରାଛୁଟି

ଖେଳସମୟ



ଆପଣଙ୍କ ପାଇଁ ନିୟମ:

  1. ଏହି ପ୍ରତିଯୋଗିତା କେବଳ ଗଳ୍ପ ଓ କବିତା ନିମନ୍ତେ ।
  2. ଦୈନିକ ଭାବେ ଆପଣ କବିତା ଯେକୌଣସି ବିଭାଗରେ ନିଜର କୃତି ଦାଖଲ କରିପାରିବେ ।
  3. କବିତାରେ ଶବ୍ଦ ସଂଖ୍ୟା ୫୦ ରୁ ଓ ଗଳ୍ପରେ ୧୫୦ରୁ କମ୍ ହେବା ଉଚିତ ନୁହେଁ ।
  4. ବିଜୟୀ ଚୟନ ବେଳେ ସମ୍ପାଦକଙ୍କ ମୂଲ୍ୟାଙ୍କନକୁ ମଧ୍ୟ ଧ୍ୟାନ ଦିଆଯିବ ।
  5. ଲେଖା ଦାଖଲ ସଂଖ୍ୟାରେ କୌଣସି ସୀମା ନାହିଁ ।
  6. ଲେଖା ପରିସରରେ ଲେଖକ ନିଜ ନାମ, ଠିକଣା, ଶୀର୍ଷକ ଆଦି ଲେଖିବେ ନାହିଁ ।
  7. ପୂର୍ବରୁ ପ୍ରସ୍ତୁତ ହୋଇଥିବା ଲେଖା ବୈଧ ନୁହଁ ।
  8. ପ୍ରବନ୍ଧ କିମ୍ବା ରଚନା ଗ୍ରହଣୀୟ ନୁହେଁ ।



ପୁରସ୍କାର :


  1. କବିତା ଓ ଗଳ୍ପ ବିଭାଗର ସର୍ବାଧିକ ଦାଖଲ କରିଥିବା ୩ ଜଣ ସ୍ରଷ୍ଟାଙ୍କୁ ସ୍ଵତନ୍ତ୍ର ମାନପତ୍ର ସହ ୧୫୦/ଟଙ୍କାର ସପ୍ ଭାଉଚର ପ୍ରଦାନ କରାଯିବ ।
  2. ସମ୍ପାଦକୀୟ ମୂଲ୍ୟାଙ୍କନ ଆଧାରର ଦୁଇ ବିଭାଗର ୫ଜଣ ସ୍ରଷ୍ଟାଙ୍କୁ ସ୍ଵତନ୍ତ୍ର ମାନପତ୍ର ସହ ୧୦୦/ଟଙ୍କାର ସପ୍ ଭାଉଚର ପ୍ରଦାନ କରାଯିବ ।
  3. ସମସ୍ତଙ୍କୁ ଅଂଶଗ୍ରହଣ ମାନପତ୍ର ପ୍ରଦାନ କରାଯିବ । 


ବିଭାଗ : କବିତା/ କାହାଣୀ

ଭାଷା : ଓଡ଼ିଆ

ଅବଧି: ଅଗଷ୍ଟ ୨୧ ,୨୦୨୩ ରୁ ସେପ୍ଟେମ୍ବର ୩୦ ,୨୦୨୩

ଫଳାଫଳ: ଡିସେମ୍ବର୨୦୨୩


କୃତଜ୍ଞତା: ଏହି ପ୍ରତିଯୋଗିତା ନିମନ୍ତେ ଆମକୁ ସହଯୋଗ କରିଥିବା ‘ ମା' ବୀଣାପାଣି ସାହିତ୍ୟ କୁଟୀର' ଦୋଳପଦୀ, ବନ୍ତ, ଭଦ୍ରକର ପରିବାରର’ ସମ୍ପାଦକ ଶ୍ରୀ ଭାଗବତ ସାହୁଙ୍କୁ ଆମ ତରଫରୁ ଅଶେଷ ଧନ୍ୟବାଦ ।

ଯୋଗାଯୋଗ:

8637256608

+91 91106 62845

pallabini@storymirror.com

ବି.ଦ୍ର: ପ୍ରତିଯୋଗିତା ସମ୍ପର୍କରେ ଯେକୌଣସି ପରାମର୍ଶ କିମ୍ବା ଅସୁବିଧା ପାଇଁ ଆମକୁ ଉପରୋକ୍ତ ଯୋଗାଯୋଗ ଠିକଣାରେ ଯୋଗାଯୋଗ କରନ୍ତୁ ।