ବନ୍ଧୁଗଣ ! ସାହିତ୍ୟର ପ୍ରଚାରପ୍ରସାର ପାଇଁ ବ୍ୟକ୍ତିଗତ ଭାବେ ସବୁବେଳେ ଚେଷ୍ଟାରତ କବି ଓ ଲେଖକ ନୀଳକଣ୍ଠ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ '#ଅକ୍ଷରା : ନୀଳକଣ୍ଠ ଦାଶ' ଶୀର୍ଷକ ଏହି ପ୍ରତିଯୋଗିତା ଆୟୋଜିତ । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ପ୍ରାନ୍ତୀୟ କ୍ଷେତ୍ରରେ ସାହିତ୍ୟର ପ୍ରଚାର ଓ ପ୍ରସାର ସାଧନ ସହ ସବୁ କ୍ଷେତ୍ରର ଲେଖକ ଓ କବିମାନଙ୍କୁ ଏକ ସୁଯୋଗ ପ୍ରଦାନ କରିବା ।
ତେବେ ଆସନ୍ତୁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ ସହ ଏହାକୁ ସଫଳ କରିବା ।
ସର୍ତ୍ତାବଳୀ :
- କେବଳ କବିତା ଓ କାହାଣୀ ହିଁ ଗ୍ରହଣୀୟ ।
- ପ୍ରଦତ୍ତ ପ୍ରତିଯୋଗିତା ଫର୍ମରେ ନିଜ ଜିଲ୍ଲାର ନାମ ଓ ନିଜ ଯୋଗାଯୋଗ ନମ୍ବର ନିଶ୍ଚୟ ପ୍ରଦାନ କରନ୍ତୁ ।
- ବିଷୟ ମୁକ୍ତ । ଆପଣ ଯେକୌଣସି ପ୍ରକାର ଲେଖା ଦାଖଲ କରିପାରିବେ ।
- ଲେଖା ସମ୍ପୂର୍ଣ୍ଣ ଭାବରେ ନିଜସ୍ୱ ହୋଇଥିବା ଆବଶ୍ୟକ ।
- କବିତାଟି (୧୦୦ ଶବ୍ଦ) ଓ କାହାଣୀ (୨୦୦ ଶବ୍ଦ)ରୁ ଅଧିକ ହୋଇଥିବ ।
- ଲେଖା ସଂଖ୍ୟାରେ କୌଣସି ସୀମା ନାହିଁ ।
- ଲେଖା ଏହି ଅଂଶଗ୍ରହଣ ଲିଙ୍କ୍ ମାଧ୍ୟମରେ ହିଁ ଗ୍ରହଣୀୟ ।
- ଲେଖା ଦାଖଲ ସମୟରେ ଏହାର ସାଧାରଣ ତ୍ରୁଟିବିଚ୍ୟୁତି ଉପରେ ଧ୍ୟାନ ଦେବେ । ବ୍ଯାକରଣଗତ ତ୍ରୁଟିବିଚ୍ୟୁତି, ଲେଖାରେ ପରିଚ୍ଛନ୍ନତା ଆଦି ଉପରେ ବିଶେଷ ଧ୍ୟାନ ଦେବାକୁ ଅନୁରୋଧ ।
- ଅଂଶଗ୍ରହଣ ପୂର୍ବରୁ ନିଜ ପ୍ରୋଫାଇଲ ଫଟୋ, ଯୋଗାଯୋଗ ଆଦି ତଥ୍ୟ ନିଶ୍ଚୟ ଉପଲବ୍ଧ କରନ୍ତୁ ।
- ଷ୍ଟୋରିମିରର୍ ର ନିଷ୍ପତ୍ତି ସମସ୍ତଙ୍କ ପାଇଁ ଅନ୍ତିମ ନିଷ୍ପତ୍ତି ହେବ ।
- ପ୍ରବନ୍ଧ ଗ୍ରହଣୀୟ ନୁହଁ ।
ପୁରସ୍କାର :
- କବିତା ଓ କାହାଣୀ କ୍ଷେତ୍ରରେ ଶ୍ରେଷ୍ଠ ତିନି ସ୍ରଷ୍ଟାଙ୍କୁ ସ୍ୱତନ୍ତ୍ର ମାନପତ୍ର ସହ ୧୫୦/- ଷ୍ଟୋରିମିରର୍ ସପ ଭାଉଚର ପ୍ରଦାନ କରାଯିବ ।
- ସର୍ବାଧିକ ଲେଖା (ସର୍ବନିମ୍ନ ୧୦ରୁ ଊର୍ଦ୍ଧ୍ଵ ହୋଇଥିବା ଆବଶ୍ୟକ) ଦାଖଲ କରିଥିବା ଲେଖକଙ୍କୁ ସ୍ଵତନ୍ତ୍ର ମାନପତ୍ର ପ୍ରଦାନ କରାଯିବା ସହ ୧୦୦/- ଷ୍ଟୋରିମିରର୍ ସପ ଭାଉଚର ପ୍ରଦାନ କରାଯିବ ।
- ସମସ୍ତଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯିବ ।
ଲେଖା ଗ୍ରହଣ ଅବଧି :
ଡିସେମ୍ବର ୨୩ , ୨୦୨୧ ରୁ ଜାନୁଆରୀ ୧୫, ୨୦୨୨
ଫଳାଫଳ: ଜାନୁଆରୀ ୩୦, ୨୦୨୨
ଭାଷା : ଓଡ଼ିଆ
ବିଭାଗ : କବିତା ଓ କାହାଣୀ
କୃତଜ୍ଞତା : ଏହି ପ୍ରତିଯୋଗିତାରେ ଆମକୁ ସାହାଯ୍ୟର ହାତ ବଢେଇ ଥିବା ନୀଳକଣ୍ଠ ଦାଶଙ୍କୁ ଆମ ତରଫରୁ ଅଶେଷ କୃତଜ୍ଞତା ଓ ଧନ୍ୟବାଦ ।
ଯୋଗାଯୋଗ :
ଇ-ମେଲ : pallabini@storymirror.com
ମୋବାଇଲ ନମ୍ବର : +91 8637256608, +91 91106 62845