STORYMIRROR

##ପାର୍ବଣ ୨୦୨୧ : କବିତା

SEE WINNERS

Share with friends

ପାର୍ବଣ ପରିତ୍ରାଣର ଋତୁ । ଯାହାର ଆଗମନରେ ଧରା ହୁଏ ପବିତ୍ର, ପ୍ରକୃତି ହୁଏ ସ୍ୱଚ୍ଛ, ହୃଦୟ ହୁଏ ଭକ୍ତିରେ ଉଦ୍ଭାସିତ । ମା'ଙ୍କ ଆଗମନି ବାର୍ତ୍ତା ନେଇ ନଈ ହୁଏ ପୂର୍ଣ୍ଣଗର୍ଭା, ପବନର ତାଳେ ତାଳ ଦେଇ କାଶତଣ୍ଡୀ ହୁଏ ନୃତ୍ୟରତା, ସସାଗରା ଧରଣୀ ହୁଏ ଜ୍ୟୋତ୍ସ୍ନା ପ୍ଲାବିତା । ଗାଁଠୁ ସହର ହୋଇଉଠେ ଉତ୍ସବମୁଖର, ଯେବେ ମା' ଜଗତଜନନୀ ମଣ୍ଡପରେ ହୁଅନ୍ତି ବିରାଜିତା ।

ତେବେ ଆସନ୍ତା ପାର୍ବଣରେ ଏସବୁ ତ ନିଶ୍ଚୟ ରହିବ, ତା' ସହ ଆପଣମାନଙ୍କ ପଢ଼ା ଟେବୁଲ ଉପରେ ସ୍ଥାନ ଅଧିକାର କରିଥିବ ଷ୍ଟୋରିମିରର୍ ଦ୍ୱାରା ପ୍ରକାଶିତ 'ପାର୍ବଣ' ସ୍ୱତନ୍ତ୍ର ପୂଜା ପତ୍ରିକା । ତେବେ ଆପଣ ପରିକଳ୍ପନା କରିପାରୁଥିବେ ଆସନ୍ତା ପାର୍ବଣ ନିଶ୍ଚିତ ଟିକେ ନିଆରା ହେବ । ତେବେ ତା'ର ପୂର୍ବ ପ୍ରସ୍ତୁତି ତ ନିହାତି ଦରକାର ! ଆସନ୍ତୁ ଏବେଠୁ ହିଁ ଆରମ୍ଭ କରିଦେବା ନିଜର ହୃଦୟର ଭାବ ରାଜିକୁ କବିତାର ରୂପ ଦେବା ଏବଂ ଅଂଶଗ୍ରହଣ କରିବା 'ପାର୍ବଣ'ରେ ।

ଉପସ୍ଥାପନା :

ଆସନ୍ତା 'ପାର୍ବଣ'ରେ ପାଠକ ଓ ଲେଖକଙ୍କୁ ସୃଜନମନସ୍କ କରିବା ପାଇଁ ଆସନ୍ତା ପାର୍ବଣରୁ ଷ୍ଟୋରିମିରର୍ ଆରମ୍ଭ କରୁଛି 'ପାର୍ବଣ' ପୂଜା ପତ୍ରିକା ଯାହା ସ୍ୱତନ୍ତ୍ର ଭାବେ କବିତା ଓ କାହାଣୀକୁ ନେଇ ଦୁଇଟି ଭାଗରେ ପ୍ରକାଶିତ ହେବ ।

ତେଣୁ ଆଜିଠୁ ହିଁ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତୁ ନିଜର ସର୍ବୋଚ୍ଚ ସୃଜନ ଦକ୍ଷତା ପ୍ରଦର୍ଶନ କରିବା ନିମିତ୍ତ ।

ଲେଖା ଗ୍ରହଣ ବିଭାଗ : କବିତା

ଭାଷା : ଓଡ଼ିଆ

ସର୍ତ୍ତାବଳୀ :

  • କେବଳ କବିତା ହିଁ ଗ୍ରହଣୀୟ ।
  • ଲେଖା ପ୍ରସ୍ତୁତ ପାଇଁ କୌଣସି ସ୍ବତନ୍ତ୍ର ଶୈଳୀ ବା ବିଷୟ ବାଧ୍ୟତାମୂଳକ ନୁହଁ । ଆପଣ ନିଜ ଇଚ୍ଛା ଅନୁସାରେ ଲେଖା ଦାଖଲ କରିପାରିବେ ।
  • ଲେଖା ଅନ୍ୟ କୌଣସି ପତ୍ରିକାରେ ପ୍ରକାଶିତ ହୋଇନଥିବ ।
  • ଲେଖା ସମ୍ପୂର୍ଣ୍ଣ ଭାବରେ ନିଜସ୍ୱ ହୋଇଥିବା ଆବଶ୍ୟକ ।
  • କବିତାଟି ୧୫୦-୨୫୦ ଶବ୍ଦ ମଧ୍ୟରେ କିମ୍ବା ଅଧିକ ହୋଇଥିବା ଅବଶ୍ୟକ ।
  • ଯେ କୌଣସି ଲେଖା ଆପଣ ପ୍ରଦାନ କରିପାରିବେ ।
  • ଲେଖା ସଂଖ୍ୟାରେ କୌଣସି ସୀମା ନାହିଁ ।
  • ସମ୍ପାଦକଙ୍କ ମୂଲ୍ୟାଙ୍କନ ନମ୍ବରକୁ ଆଧାର କରି ଲେଖାଟି ପତ୍ରିକା ପାଇଁ ନିର୍ବାଚିତ ହେବ ।
  • ଯଦି ଜଣେ ଲେଖକଙ୍କ ଲେଖା ପତ୍ରିକା ପାଇଁ ସ୍ୱତଃ ନିର୍ବାଚିତ ହୋଇ ନ ଥିବ କିନ୍ତୁ ସେ ୫୦ରୁ ଅଧିକ ଲେଖା ଦାଖଲ କରିଥିବେ ତେବେ ତାଙ୍କ ସର୍ଜନ ଦକ୍ଷତାକୁ ସମ୍ମାନ ଜଣେଇ ତାଙ୍କ ଦ୍ୱାରା ଦାଖଲ ହୋଇଥିବା ଯେକୌଣସି ଏକ ଲେଖାକୁ ଆମେ ପତ୍ରିକାରେ ସ୍ଥାନ ଦେବୁ ।
  • ଲେଖା ଦାଖଲ ସମୟରେ ଏହାର ସାଧାରଣ ତ୍ରୁଟିବିଚ୍ୟୁତି ଉପରେ ଧ୍ୟାନ ଦେବେ ।
  • ଷ୍ଟୋରିମିରର୍ ର ନିଷ୍ପତ୍ତି ସମସ୍ତଙ୍କ ପାଇଁ ଅନ୍ତିମ ନିଷ୍ପତ୍ତି ହେବ ।

ପୁରସ୍କାର :

  • ନିର୍ବାଚିତ ଶ୍ରେଷ୍ଠ ୫୦ଟି କବିତାକୁ 'ପାର୍ବଣ' ପୂଜା ପତ୍ରିକାରେ ସ୍ଥାନିତ କରାଯିବ ।
  • ଏହାର ପରବର୍ତ୍ତୀ ୩୦ଟି କବିତାକୁ ଏକ ସ୍ୱତନ୍ତ୍ର ଇ-ପତ୍ରିକା ଭାବେ ପ୍ରକାଶ କରାଯିବ ।
  • ସମସ୍ତ ନିର୍ବାଚିତ ସ୍ରଷ୍ଟାଙ୍କୁ ଏକ ସ୍ୱତନ୍ତ୍ର ମାନପତ୍ର ପ୍ରଦାନ କରାଯିବ ।
  • ସମସ୍ତଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯିବ ।

ଲେଖା ଗ୍ରହଣ ଅବଧି :

ଜୁନ୍ ୧୫, ୨୦୨୧ ରୁ ଅଗଷ୍ଟ ୧୫, ୨୦୨୧

ଫଳାଫଳ : ସେପ୍ଟେମ୍ବର ୨୦୨୧

ଯୋଗାଯୋଗ :

ଇ-ମେଲ : pallabini@storymirror.com

ମୋବାଇଲ ନମ୍ବର : +91 8637256608