Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#ଦୀପାଳି

SEE WINNERS

Share with friends

ଅମାବାସ୍ୟାର ରାତି ହେଲେ ତ କଣ ହେଲା । ପ୍ରତ୍ୟେକ ଘରେ ଆଲୋକର ମାଳା । ପ୍ରତ୍ୟେକ କୋଣ ଦୀପରେ ସଜ୍ଜିତ । ଦୀପାଳିର ଆଲୋକରେ ଚେହେରା ଖୁସିରେ ପରିପୂର୍ଣ୍ଣ । ଆଲୋକର ପର୍ବ, ପ୍ରତ୍ୟେକ ମୁହଁରେ ହସ ସୁଖ ଏବଂ ସମୃଦ୍ଧିର ବସନ୍ତ । ଆଲୋକ ଓ ଆନନ୍ଦର ପର୍ବ ଦୀପାବଳିକୁ ଧୁମଧାମରେ ହେଉଛି ପାଳିତ । ଗୃହେ ଗୃହେ ଦୀପ ଜଳେ । ପିଠାପଣା ସହ ହସଖୁସିରେ ଉତ୍ସବମୁଖରିତ ହୁଏ ଘର। ଆନନ୍ଦ ଓ ଉଲ୍ଲାସ ନେଇ ଆସେ । ଦୀପାବଳି। ଚାରିଆଡ଼େ ଏହି ଆଲୋକର ପର୍ବ ଅବସରରେ ଷ୍ଟୋରୀମିରର୍ ନେଇ ଆସିଛି “ଦୀପାଳି” ପ୍ରତିଯୋଗିତା ମାଧ୍ୟମରେ କବିତା ଲିଖନ ଧାରା । ଏହା ଦ୍ଵାରା ଆପଣଙ୍କ ସୃଜନଶୀଳତା କଳାକୁ ଆହୁରି ଉନ୍ନତ ଓ ପରିମାର୍ଜିତ କରିପାରିବେ । ଆସନ୍ତୁ କିଛି କବିତା ଲେଖି ନିଜର ଆଲୋକର ପର୍ବ "ଦୀପାଳି"ର ନୂଆ-ପୁରୁଣା ଖୁସିର ସ୍ମୃତିକୁ ତାଜା କରିବା ।


ଏହି ପ୍ରତିଯୋଗିତା ମାଧ୍ୟମରେ ନିଜ ଜୀବନରେ ପିଲାଦିନ ଠାରୁ ଆରମ୍ଭ କରି ଅଦ୍ୟବଧି ନିଜର ଅଭୁଲା, ଉତ୍ସବମୟ , ଖୁସିର ଦୀପାବଳି କବିତା ମାଧ୍ୟମରେ ପରିପ୍ରକାଶ କରିପାରିବେ ।


ଆପଣଙ୍କ ପାଇଁ ନିୟମ:


* ଏହି ପ୍ରତିଯୋଗିତା କେବଳ କବିତା ନିମନ୍ତେ ।


* ଦୈନିକ ଭାବେ ଆପଣ କବିତା ବିଭାଗରେ ନିଜର କୃତି ଦାଖଲ କରିପାରିବେ ।


* ଆପଣଙ୍କ ଲେଖା ପ୍ରସ୍ତୁତି ପାଇଁ ବ୍ୟବହାର କରୁଥିବା ଶବ୍ଦକୁ ନିହାତି ଟ୍ୟାଗ୍ ରେ ଯୋଡ଼ନ୍ତୁ ।


* କବିତାରେ ଶବ୍ଦ ସଂଖ୍ୟା ୫୦ ରୁ କମ୍ ହେବା ଉଚିତ ନୁହେଁ ।


* ବିଜୟୀ ଚୟନ ବେଳେ ସମ୍ପାଦକଙ୍କ ମୂଲ୍ୟାଙ୍କନକୁ ମଧ୍ୟ ଧ୍ୟାନ ଦିଆଯିବ ।


* କବିତା ଦାଖଲ ସଂଖ୍ୟାରେ କୌଣସି ସୀମା ନାହିଁ ।


* ଲେଖା ପରିସରରେ ଲେଖକ ନିଜ ନାମ, ଠିକଣା, ଶୀର୍ଷକ ଆଦି ଲେଖିବେ ନାହିଁ ।


* ପୂର୍ବରୁ ପ୍ରସ୍ତୁତ ହୋଇଥିବା ଲେଖା ବୈଧ ନୁହଁ ।


* ପ୍ରବନ୍ଧ, ଗଳ୍ପ କିମ୍ବା ରଚନା ଗ୍ରହଣୀୟ ନୁହେଁ ।


ପୁରସ୍କାର :

* ୧୫ ଜଣ କବିଙ୍କୁ ସ୍ଵତନ୍ତ୍ର ମାନପତ୍ର ସହ INR 100ର ସପ୍ ଭାଉଚର ପ୍ରଦାନ କରାଯିବ ।

* ସମସ୍ତଙ୍କୁ ଅଂଶଗ୍ରହଣ ମାନପତ୍ର ପ୍ରଦାନ କରାଯିବ । 


ବିଭାଗ : କବିତା 

ଭାଷା : ଓଡ଼ିଆ

ପ୍ରତିଯୋଗିତାର ସମୟ ଅବଧି:


ନଭେମ୍ବର ୩ ରୁ ନଭେମ୍ବର ୩୦ ନଭେମ୍ବର ,୨୦୨୩


ଫଳାଫଳ: ଜାନୁଆରୀ ୨୦୨୪


କୃତଜ୍ଞତା: ଏହି ପ୍ରତିଯୋଗିତା ନିମନ୍ତେ ଆମକୁ ସହଯୋଗ କରିଥିବା ‘ଉତ୍କଳ ସାହିତ୍ୟ ସଂସଦର'ପ୍ରତିଷ୍ଠାତା/ ସଭାପତି ମନୋଜ କୁମାର ପଟ୍ଟନାୟକ, ସମ୍ପାଦକ, ପ୍ରବୀଣ ଦଳାଇ, ସହ ସଭାପତି - ପ୍ରିୟଙ୍କା ପଟ୍ଟନାୟକ, ସହ ସମ୍ପାଦକ - ପ୍ରିୟଙ୍କା ଜେନା -ଗାୟତ୍ରୀ ଚୌଧୁରୀ, ଅଙ୍କିତା ଓ ଅର୍ଚ୍ଚନା ସାବତ ଙ୍କୁ ଆମ ତରଫରୁ ଅଶେଷ ଧନ୍ୟବାଦ ।


ଯୋଗାଯୋଗ:

8637256608

+91 91106 62845

pallabini@storymirror.com


ବି.ଦ୍ର: ପ୍ରତିଯୋଗିତା ସମ୍ପର୍କରେ ଯେକୌଣସି ପରାମର୍ଶ କିମ୍ବା ଅସୁବିଧା ପାଇଁ ଆମକୁ ଉପରୋକ୍ତ ଯୋଗାଯୋଗ ଠିକଣାରେ ଯୋଗାଯୋଗ କରନ୍ତୁ ।