ଜୀବନରେ ଗୋଟିଏ ନିୟମ ରଖ - ସିଧା କଥା କୁହ , ସତ୍ୟ କୁହ , ମୁହଁ ଉପରେ କୁହ ଯିଏ ନିଜର ହୋଇଥିବ ସେ ଭଲସେ ବୁଝିଯିବ ଆଉ ଯିଏ ନାମକୁ ମାତ୍ର ଥିବେ ସେ ଦୁରେଇ ଯିବେ !
ଯେଉଁ ବ୍ୟକ୍ତି ତୁମ କୁ ଶତ୍ରୁ ଭାବୁଛି ସେ ତୁମ କୁ କେବେ ତାର ଘନିଷ୍ଠ ମିତ୍ର ଭାବି ନପାରେ ତା ଜୀବନ କାଳ ଭିତରେ ହଁ ଫୋର୍ମଲିଟି ମେଣ୍ଟେ ନ କରି ପାରେ ଉପରେଉପରେ ଭିତରେ ଗୋଛିମଧ୍ୟ କାଟିପରେ ଗୁପ୍ତ ଶତ୍ରୁ ହୋଇ ।
ମଣିଷ ର ପ୍ରକୃତି ନିଜେ ଚାହିଁଲେ ବଦଳି ପାରିବ ମାତ୍ର ବିଛୁଆତି ଦୁଇପତ୍ର ରୁ କୁଣ୍ଡେଇ ହେଲା ପରି ସେ ତାର ପ୍ରାଥମିକ ଗୁଣ କେବେ ଛାଡି ପାରିବ ନାହିଁ। କଥା ରେ ଅଛି ଗୁଷୁରୀ ପଙ୍କେଲୋଟେ ମଣିଷ ପ୍ରକୃତି ମଲେ ତୁଟେ ।
ଗୋଟେ ମିଛ କୁ ଲୁଚାଇବା ପାଇଁ ଶହେ ଟି ମିଛ ବି କାଫି ନୁହେଁ ମାତ୍ର ହଜାରେ ମିଛ ଉପରେ ଗୋଟେ ସତ ଭାରିପଡ଼ିଯାଏ କାରଣ ସତ୍ୟ ର ସବୁ ବେଳେ ଜୟ ହୁଏ ।
ମରୁଭୂମିରେ ମରୀଚିକା ପଛ ରେ ଗୋଡ଼ାଇବା ଯେମିତି ସମ୍ପର୍କ ର ମୂଲ୍ୟ ବୁଝୁ ନଥିବା ବ୍ୟକ୍ତି ପଛେରେ ଗୋଡ଼ାଇବା ସେମିତି ଏକ ଭ୍ରମ!!
ମରୁଭୂମିରେ ମରୀଚିକା ପଛ ରେ ଗୋଡ଼ାଇବା ଯେମିତି ସମ୍ପର୍କ ର ମୂଲ୍ୟ ବୁଝୁ ନଥିବା ବ୍ୟକ୍ତି ପଛେରେ ଗୋଡ଼ାଇବା ସେମିତି ଏକ ଭ୍ରମ!!
ମୁଁ ଲୋକ ମାନଙ୍କର କଥା ର ସମ୍ମାନ କରେ ତା ମାନେ ନୁହେଁ ଯେ ମତେ ପ୍ରତିଉତ୍ତର ଦେଇ ଆସେନି ଭଲ ଭାବେ ଆସେ ମାତ୍ର ମୁଁ ରହିଯାଏ କାରଣ ମୋ ସଂସ୍କାର ମତେ ରୋକିଦିଏ ।
ସତ ଏମିତି ଏକ ଜିନିଷ ଯାହା କାହାର ହଜମ ହୁଏନି ସିଏ ଯିଏ ବି ହେଉନା କାହିଁକି ?? ନିଜ ଆତ୍ମା ର ସାଧୁତା ମଧ୍ୟ ବାଧ୍ୟ ହୋଇ ଭଙ୍ଗା ଯାଏ ନିଜ ଅହଂ କୁ ବଞ୍ଚାଇବା ପାଇଁ !!!