Bharati Prava
Literary Colonel
79
ಪೋಸ್ಟ್\u200cಗಳು
66
ಅನುಯಾಯಿಗಳು
0
ಅನುಸರಿಸಲಾಗುತ್ತಿದೆ

I'm Bharati and I love to read StoryMirror contents.

ಸ್ನೇಹಿತರೊಂದಿಗೆ ಹಂಚಿಕೊಳ್ಳಿ

ଭାଙ୍ଗି ଦିଅ ଯେତେ ବାଲିଘର ତୁମେ ଅପରାଧ ତୁମ ନାହିଁ ଭାଙ୍ଗିଲେ କାହାର ଭରସାର ବନ୍ଧ ନିସ୍ତାର ତୁମକୁ କାହିଁ?

ପ୍ରତି କ୍ଷଣ ମୋତେ କରେ ବ୍ୟତିବ୍ୟସ୍ତ ନିଜେ ନିଜର ସ୍ବାର୍ଥକୁ ଦେଖି ଛାଡ଼ି ପାରେନାହିଁ ସ୍ବାର୍ଥର ଭାବନା କାହିଁ, ରଖ ତୁହି ଚକାଆଖି ।।

ଜାଣଇ ଏତିକି ବନ୍ଧୁ ପରିଭାଷା ପରିସୀମା ତାର ନାହିଁ ଶ୍ରଦ୍ଧା ଓ ଭକ୍ତିର ଅମାପ ସାଗର କୃଷ୍ଣ ଓ ସୁଦାମା ପାଇଁ ।

ଅଭିବ୍ୟକ୍ତି ମୋର ରୁପ ନେବାପାଇଁ ଚାହୁଁ ନାହିଁ ଭାବଗ୍ରାହୀ ତୁମେତ ସର୍ବଜ୍ଞ ବୁଝି ଯାଅ ସବୁ ପାରୁନାହିଁ ଯାହା କହି !!

ଅମାନିଆ କାର ପାଦ ଧୂଳି ପାଇଁ ଆଖି ମୋର ଓଦା ହୁଏ ଅମୃତର ଧାରା, ଜଳ ନୁହେଁ ସିଏ ପାପକୁ ମୋ ଧୋଇ ନିଏ !!🙏

କଠୋର ଆଚରେ ଯିଏ ଆମ ପ୍ରତି ସିଏ ପ୍ରକୃତ ଆମର ବନ୍ଧୁ ବୁଝି ପାରିବ ଯେ ପାଇବ ଠିକଣା କାହିଁ ଅମୃତର ମହା ସିନ୍ଧୁ !!

କାହିଁକି ମନ ତୁ କରୁଅଛୁ ଆଶା କି ସୁଖ ପାଇବୁ ଚାହିଁ ସବୁ ମାୟା ଏଠି କିଛି ନାହିଁ ତୋର ନିଜର କହିବା ପାଇଁ !!

ମନର ଯନ୍ତ୍ରଣା ମନ ଏକା ଜାଣେ ସାଥୀ ତା'ର ନାହିଁ କେହି ନିଜକୁ ନିଜେ ତୁ ସଜାଇ ପାରିଲେ ଦୁଃଖ ଏଠି କିଛି ନାହିଁ !!

ବୁଜି ଦେଲେ ଆଖି ଅଢ଼େଇ ଦିନରେ ହୋଇଯିବେ ସବୁ ପର, ଆପଣା ସ୍ବଧର୍ମେ ଚଳି ଯିବେ ସବୁ ମିଛେ ହେଉ ମୋର ମୋର ।।


ಫೀಡ್

ಲೈಬ್ರರಿ

ಬರೆಯಿರಿ

ಅಧಿಸೂಚನೆ
ಪ್ರೊಫೈಲ್