Laxmi Priya
Literary Captain
58
పోస్ట్లు
0
అనుచరులు
0
అనుసరిస్తున్నారు

I'm Laxmi and I love to read StoryMirror contents.

స్నేహితులతో పంచుకోండి
Earned badges
See all

କିଛି ଲୋକ ଆମକୁ ସାହାଯ୍ୟ କରି, ଉପକାର ବୋଝ ଆମ ଉପରେ ଏମିତି ଭାବରେ ଲଦି ଦିଅନ୍ତି ଯେ ଦ୍ୱିତୀୟ ଥର ସାହାଯ୍ୟ ମାଗିବାକୁ ମନ କରେନା। -Laxmipriya

ମନ ଦର୍ପଣରେ ଝଲସି ଉଠିଲା ଅତୀତର ଝାପ୍ସା ଚିତ୍ର ଉଜ୍ଜୀବିତ ହେଲେ ସ୍ମୃତି ସବୁ ଯେତେ ଅଶ୍ରୁସିକ୍ତ ହେଲା ନେତ୍ର। -Laxmipriya

ଅଶାନ୍ତ ହୃଦୟର କୋହ କେବେ କେବେ ଆଖିର ଲୁହ ହୋଇ ବହିଯାଏ। -laxmipriya

ଯେତେବେଳେ ହୃଦୟର କଥା ପ୍ରକାଶ କରିବାକୁ ଶବ୍ଦ ହିଁ ନଥାଏ; ସେତେବେଳେ ଓଠ ନୀରବ ଥାଏ ଓ ହୃଦୟ ଅଶାନ୍ତ। -laxmipriya

ପଥ କୌଣସି ବି ହେଉନା କାହିଁକି ସେତିକି ଦୂର ଚାଲିବା ଉଚିତ ଯେଉଁଠାରୁ ପଛକୁ ଫେରିହେବ ଏତେ ଆଗକୁ ଯିବା ଉଚିତ୍ ନୁହେଁ ଯେଉଁ ଠାରୁ ନା ଆଗକୁ ଯାଇ ହେବ ନା ପଛକୁ ଫେରି ହେବ। -laxmipriya

ଠିକ୍ ସମୟରେ ଭଲ ର ମୂଲ୍ୟ ନ ବୁଝିଲେ ବାଧ୍ୟହୋଇ ଖରାପ କୁ ଆପଣାଇବାକୁ ପଡ଼ିଥାଏ। -laxmipriya

ବଡ଼ କଠିନ ଏ ଜୀବନର ପଥ ଚାଲି ଚାଲି ଥାଏ ଥକି କର୍ତ୍ତବ୍ୟ ଆଦରି ତଥାପି ଚାଲିଛି ପଥ ଯେତେ ଅଛି ବାକି। -laxmipriya

ଘନ କୁହୁଡିରେ ଅସ୍ପଷ୍ଟ ଦିଶୁଛି ଚିହ୍ନା ଚିହ୍ନା କାହା ମୁହଁ। ବିଦାୟ ମାଗୁଛି ସ୍ମୃତି ଠୁ କର୍ତ୍ତବ୍ୟ; ସ୍ମୃତି କହେ ଟିକେ ରୁହ। -laxmipriya

କେହି କେହି କହନ୍ତି ଯେ ଆମେ କରିଥିବା ଛୋଟ ଭୁଲ ପାଇଁ ଲୋକେ ଆମେ କରିଥିବା ସବୁ ଭଲକାମ କୁ ଭୁଲିଯାନ୍ତି। ଏହାର କାରଣ ହେଉଛି ଭଲ ଠୁ ଖରାପ ର ପ୍ରଭାବ ସର୍ବଦା ଅଧିକ ହୋଇଥାଏ। ଯେପରି ବିଷର ଗୋଟିଏ ବୁନ୍ଦା ମଧ୍ୟ ଜୀବନ ପାଇଁ କ୍ଷତିକାରକ ହୋଇଥାଏ ସେହିପରି, ଆମର ଗୋଟିଏ ଭୁଲ କେବେ କେବେ ସଂପର୍କ ଓ ଜୀବନକୁ ସଂପୂର୍ଣ୍ଣ ବଦଳାଇ ଦିଏ। -laxmipriya


ఫీడ్

గ్రంథాలయం

వ్రాయండి

నోటిఫికేషన్
ప్రొఫైల్