କିଛି ଲୋକ ଆମକୁ ସାହାଯ୍ୟ କରି, ଉପକାର ବୋଝ ଆମ ଉପରେ ଏମିତି ଭାବରେ ଲଦି ଦିଅନ୍ତି ଯେ ଦ୍ୱିତୀୟ ଥର ସାହାଯ୍ୟ ମାଗିବାକୁ ମନ କରେନା।
-Laxmipriya
ମନ ଦର୍ପଣରେ ଝଲସି ଉଠିଲା ଅତୀତର ଝାପ୍ସା ଚିତ୍ର
ଉଜ୍ଜୀବିତ ହେଲେ ସ୍ମୃତି ସବୁ ଯେତେ
ଅଶ୍ରୁସିକ୍ତ ହେଲା ନେତ୍ର।
-Laxmipriya
ଅଶାନ୍ତ ହୃଦୟର କୋହ କେବେ କେବେ ଆଖିର ଲୁହ ହୋଇ ବହିଯାଏ।
-laxmipriya
ଯେତେବେଳେ ହୃଦୟର କଥା ପ୍ରକାଶ କରିବାକୁ ଶବ୍ଦ ହିଁ ନଥାଏ; ସେତେବେଳେ ଓଠ ନୀରବ ଥାଏ ଓ ହୃଦୟ ଅଶାନ୍ତ।
-laxmipriya
ପଥ କୌଣସି ବି ହେଉନା କାହିଁକି ସେତିକି ଦୂର ଚାଲିବା ଉଚିତ ଯେଉଁଠାରୁ ପଛକୁ ଫେରିହେବ
ଏତେ ଆଗକୁ ଯିବା ଉଚିତ୍ ନୁହେଁ ଯେଉଁ ଠାରୁ ନା ଆଗକୁ ଯାଇ ହେବ ନା ପଛକୁ ଫେରି ହେବ।
-laxmipriya
ଠିକ୍ ସମୟରେ ଭଲ ର ମୂଲ୍ୟ ନ ବୁଝିଲେ ବାଧ୍ୟହୋଇ ଖରାପ କୁ ଆପଣାଇବାକୁ ପଡ଼ିଥାଏ।
-laxmipriya
ବଡ଼ କଠିନ ଏ ଜୀବନର ପଥ
ଚାଲି ଚାଲି ଥାଏ ଥକି
କର୍ତ୍ତବ୍ୟ ଆଦରି ତଥାପି ଚାଲିଛି ପଥ ଯେତେ ଅଛି ବାକି।
-laxmipriya
ଘନ କୁହୁଡିରେ ଅସ୍ପଷ୍ଟ ଦିଶୁଛି ଚିହ୍ନା ଚିହ୍ନା କାହା ମୁହଁ।
ବିଦାୟ ମାଗୁଛି ସ୍ମୃତି ଠୁ କର୍ତ୍ତବ୍ୟ;
ସ୍ମୃତି କହେ ଟିକେ ରୁହ।
-laxmipriya
କେହି କେହି କହନ୍ତି ଯେ ଆମେ କରିଥିବା ଛୋଟ ଭୁଲ ପାଇଁ ଲୋକେ ଆମେ କରିଥିବା ସବୁ ଭଲକାମ କୁ ଭୁଲିଯାନ୍ତି।
ଏହାର କାରଣ ହେଉଛି ଭଲ ଠୁ ଖରାପ ର ପ୍ରଭାବ ସର୍ବଦା ଅଧିକ ହୋଇଥାଏ।
ଯେପରି ବିଷର ଗୋଟିଏ ବୁନ୍ଦା ମଧ୍ୟ ଜୀବନ ପାଇଁ କ୍ଷତିକାରକ ହୋଇଥାଏ ସେହିପରି, ଆମର ଗୋଟିଏ ଭୁଲ କେବେ କେବେ ସଂପର୍କ ଓ ଜୀବନକୁ ସଂପୂର୍ଣ୍ଣ ବଦଳାଇ ଦିଏ।
-laxmipriya