@s2kpaku4

PRANATI MAHAPATRA
Literary Colonel

277
Posts
151
Followers
1
Following

ସର୍ବଦା ସତ୍ୟର ମୁକାବିଲା କରିବା ଉଚିତ।

Share with friends

Submitted on 02 Mar, 2020 at 12:06 PM

ଧନ,ଜନ,ଅବା ରତ୍ନ ସମ୍ପତ୍ତି ନାହିଁ ମୋ ପାଖରେ ଦେଇନାହିଁ ମୁଁ କାହାକୁ, ଅମୂଲ୍ୟ ସମ୍ପଦ ଗଛିତ ଯାହା ମୋ ଦେଇ କରିଥିଲି ନିଜର ମୁଁ ଯାହାକୁ। ଛାତି ଚିରି ଯଦି ଦେଖାଇ ହୁଅନ୍ତା ମମତା ଜ୍ଵାଳାରେ ଜଳୁଛି କେମିତି ଦେଖ, ଏକା ଏକା ସହେ କହେନି କାହାକୁ ସେ ଦୁଃଖ କୁ ପିଇ ଭୁଲି ଗଲିଣି ମୋ ଶୋଷ ଭୋକ।ପ୍ରଣତିମହାପାତ୍ର

Submitted on 22 Feb, 2020 at 14:15 PM

କେବେ ସତ ଅବା ବାସ୍ତବ ହେଲେ କର୍ମପଥେ ଧାଇଁ ଯିବା ଯାହା ହେବ ହେବ।

Submitted on 19 Feb, 2020 at 12:21 PM

ସରଗଠୁ ବଡ଼ ଆମ ପରିବାର ପିତାମାତା ଦେବାଦେବୀ, ପୂଜାରୀ ମୁଁ ତାଙ୍କ ଚରଣରେ ନିତ୍ୟ ସେବାପୂଜା କରୁଥିବି, ଜୀବନ ଧନ୍ୟ ହୋଇଛି ମୋହର ତାଙ୍କୁ ମୋ ଜୀବନେ ପାଇ, ଚଳନ୍ତି ଦେବତା ପାଶେ ଥାଉ ଥାଉ ଆନକୁ ପୂଜିବି କାହିଁ। ପ୍ରଣତି ମହାପାତ୍ର ବାଲେଶ୍ବର

Submitted on 13 Feb, 2020 at 18:47 PM

ଆହାଃ ତୋ ଓଠ ମୋ ଗାଲ ଛୁଇଁଲା ଯେ ଦିନ ସରଗ ସୁଖ ପାଇଲି, ସେ ପରଶ ମୋତେ ଶିଖାଇଣ ଦେଲା ମୁଁ ତୋତେ ମାଆ ବୋଲି ଡାକିଦେଲି।

Submitted on 13 Feb, 2020 at 18:43 PM

ପ୍ରଥମ ଚୁମ୍ବନ ସେନେହ ମମତା ମାଆ ଠୁ ପାଇଲି ମୁହି, ସତରେ ଲୋ ମାଆ ସେ ଚୁମ୍ବନ ଜମା ଖୋଜି ଖୋଜି ପାଉନାହିଁ।

Submitted on 13 Feb, 2020 at 18:40 PM

ମଧୁର ପରଶ ମମତାର ସ୍ନେହ ମନରେ ଅଲିଭା ସ୍ମୃତି, ମାଆ ସିଏ ପରା ମମତାର ଧାରା ମୁଁ ରଖିଛି କରି ସମ୍ପତ୍ତି। ପ୍ରଣତି ମହାପାତ୍ର

Submitted on 07 Feb, 2020 at 14:13 PM

ସଦ୍ୟ ପ୍ରସ୍ଫୁଟିତ ରକ୍ତ ଗୋଲାପ ପରି ତୋ ହୃଦୟ ସାଥୀ, ସେଥିପାଇଁ ରକ୍ତ ଗୋଲାପ ଦିଏ ମୁଁ ତୋ ପାଇଁ ତ ନିତି ନିତି।

Submitted on 02 Feb, 2020 at 12:41 PM

ଭ୍ରମର ପରିକା ମଧୁର ସଂଗୀତ , ପ୍ରଜାତିର ରୂପ, ମଲ୍ଲୀଫୁଲର ବାସ ଚହଟାଇ, ଦେଖାଅ ତ ମନମୋହନିଆ ରୂପ।

Submitted on 02 Feb, 2020 at 12:36 PM

ଏତେ ଅହଙ୍କାର କାହିଁକି, କଣ ପାଇଁ, ତୁମର କଣ ଯେ ନିଜର। ଯାହା ନିଜର ତାକୁ ଆପଣାର କର। ଶେଷ ସମୟର ହୁଏତ ପତନ ମୁଖରୁ ବଞ୍ଚେଇ ଦେବ।

Submitted on 02 Feb, 2020 at 12:33 PM

ଯୁଦ୍ଧ ତ କାଲି ଥିଲା, ଆଜି ଅଛି, ଆଉ କାଲି ବି ରହିବ।ଟିକେ ତରିକା ବଦଳାଇ ଦେଲେ ଅସୁବିଧା କଣ।ହୁଏତ ରକ୍ତପାତ ଆଉ ହିଂସାବାଦକୁ କିଛି ପରିମାଣରେ ରୋକା ଯାଇ ପାରନ୍ତା।

Submitted on 01 Feb, 2020 at 14:53 PM

ଅସ୍ଥିର ତ ପବନ ନୁହେଁ, ସ୍ଥିର ହେଉନାହିଁ ଏ ମନ, ନିତ୍ୟ ନୈମିତିକ ଚାଲିଛନ୍ତି ସର୍ବେ ମନ କିଆଁ ମୋ ଉଛନ୍ନ।

Submitted on 01 Feb, 2020 at 09:56 AM

ଫଟାକାନ୍ଥରେ ଯେତେ କାଦୁଅ ନେସିଲେ ସେ କି ଆଉ ଯୋଡିହେବ ଆଗଭଳି ।

Submitted on 01 Feb, 2020 at 09:54 AM

ନଈ ନ ଦେଖୁଣୁ ଲଙ୍ଗଳା

Submitted on 01 Feb, 2020 at 09:52 AM

ଗୋଦରା କୋଡେ ଯେତେ ମାଡେ ସେତେ। ପ୍ରଣତି

Submitted on 19 Jan, 2020 at 17:23 PM

ନିଜ ଭିତରେ ସାଇତି ରଖିଛେ ପାପ ଓ ପୂଣ୍ୟ ଦୁଇ, ଷଢରିପୁ ଠାରୁ ଦୂରେଇ ରହିଲେ ପୂଣ୍ୟବନ୍ତ ଯିବା ହୋଇ।

Submitted on 31 Dec, 2019 at 10:26 AM

ଶେଷ ଇଚ୍ଛା ଅସରନ୍ତି ଆଶା ଅସରନ୍ତି ଇଚ୍ଛା ଏ ମନରେ ଆସେ ବାରବାର, ତଥାପି କାଳିଆ କାଣିଚାଏ ଦୟା କରି ପାଦେ ସ୍ଥାନ ଦେଉ ତାହାର। ଦେବଦାସୀ ଟିଏ ହୋଇ ତା ପାଖରେ ଗାଇ ତା ମନ ଜିଣିବି, ହୃଦେ ତା ରୂପକୁ ତୁଣ୍ଡେ ତା ନାମକୁ ଧରି ମୋ ଦିନ କାଟିବି। ପ୍ରଣତି ମହାପାତ୍ର ବାଲେଶ୍ଵର

Submitted on 31 Dec, 2019 at 10:24 AM

ଅସରନ୍ତି ଆଶା ଅସରନ୍ତି ଇଚ୍ଛା ଏ ମନରେ ଆସେ ବାରବାର ତଥାପି କାଳିଆ କାଣିଚାଏ ଦୟା କରି ପାଦେ ସ୍ଥାନ ଦେଉ ତାହାର। ଦେବଦାସୀ ଟିଏ ହୋଇ ତା ପାଖରେ ଗାଇ ତା ମନ ଜିଣିବି, ହୃଦେ ତା ରୂପକୁ ତୁଣ୍ଡେ ତା ନାମକୁ ଧରି ମୋ ଦିନ କାଟିବି।

Submitted on 30 Dec, 2019 at 11:06 AM

ଉତ୍ତମ ସ୍ଵାସ୍ଥ୍ୟ ସୁସ୍ଥତା ପାଇଁ ମନ ପ୍ରଫୁଲ୍ଲିତ ହୁଏ ଜୀବନ ଚଳଣୀ ମଧୁମୟ ଆଉ ମଧୁର ବି ହୋଇଥାଏ।

Submitted on 29 Dec, 2019 at 18:33 PM

ପୁସ୍ତକ ଆମର ଏକମାତ୍ର ବନ୍ଧୁ ଦୁର୍ଦ୍ଦିନ ହେଉ ସୁଦିନେ, ସାହିତ୍ୟ ହେଉଛି ଗର୍ବ ଗୌରବ ଏକଥା ହେଜୁଥା ମନେ।

Submitted on 29 Dec, 2019 at 18:29 PM

ନିଜ ମାତୃଭାଷା ଭଲ ପାଉଥିଲେ ସାହିତ୍ୟ କୁ ଆଦରିବା, ଯେତେ ଯା ସୁବିଧା ଆପଣା କରୁଥା ପୁସ୍ତକକୁ ଭୁଲି ନ ଯିବା।

Submitted on 28 Dec, 2019 at 15:19 PM

ତୁମ ସାଥେ ମୋର ଯେତେ ଅନୁଭୂତି ଭାବିଲେ ମୁଁ କ୍ଷତାକ୍ତ ହୁଏ, ଭୁଲି ବାକୁ ଯେତେ ଚେଷ୍ଟା କରିଲେ ବି ବାରବାର ମନେ ପଡୁଥାଏ।

Submitted on 28 Dec, 2019 at 15:09 PM

ଦୁଃଖ ସୁଖ ମିଶି କେତେ ଅନୁଭୂତି ସାଉଁଟିଛି ଏ ଜୀବନେ, ଶିଖିଛି ବୁଝିଲି ଜାଣିଲି ଚିହ୍ନିଲି ସାଇତିଛି କେତେ କଥା ମୋ ମନେ।

Submitted on 27 Dec, 2019 at 09:44 AM

ଜୀବନର ବଡ଼ ଶତୃ ନାମେ ଗଣା ଅଟେ କ୍ରୋଧ କ୍ରୋଧ ବଶବର୍ତ୍ତୀ ହେଲେ କରେ ଅପରାଧ। ନାନା ପ୍ରକାର ଅନ୍ୟାୟ ଅକର୍ମ କରେ କ୍ରୋଧ ବଳେ ଆୟତ୍ତ କରିଲେ ଭଲରେ ଏ ସଂସାର ଚଳେ।

Submitted on 26 Dec, 2019 at 10:05 AM

ବଡ଼ ହେବା ଆଉ ଭଲ ମଣିଷ ଟେ ହୋଇବା ନିଶ୍ଚେ ଆମେ ଖରାପ ଅଭ୍ୟାସ ମନରୁ କାଢି ସୁପଥେ ଚାଲିବା ଆମେ

Submitted on 26 Dec, 2019 at 10:01 AM

ମିଥ୍ୟା କହିବା ଚୋରି କରିବା ସବୁଠୁ ଖରାପ ଅଭ୍ୟାସ ଅନ୍ୟାୟ ଅଧର୍ମ ପାଖେ ମୁଣ୍ଡ ନ ନୋଇଁ ସତ୍ୟ କହିବା ଆସ।

Submitted on 25 Dec, 2019 at 17:49 PM

ଆସୁ ଯେତେ ଝଡ଼ ବିପଦ କି ଦୁଃଖ ସତ୍ୟ ପାଇଁ କର ନାହିଁ ଭୟ ସତପଥେ ଥିଲେ ନିଶ୍ଚୟ ସୁଫଳ ପାଇବୁ କରିବୁ ଜୟ।

Submitted on 25 Dec, 2019 at 17:45 PM

ଉଚିତ କଥାରେ ଭୟ କରିବୁନି ରଖିବୁ ନଜର ଚଉଦିଗ ଗୁରୁଗୁରୁଜନେ ସମ୍ମାନ ଦେବୁ କଥାକାମେ ଥିବ ବାଗ। ଭୁଲ୍ ଥିଲେ ପଛେ ସମ୍ପକୀୟ ପାଖେ ଭୟ ନ କରି କହିବୁ ଘରୁ ଖାଅ ପଛେ ଦଶ ଗୋଇଠା ତୁ ବାହାରେ ଜୟ ଲଭିବୁ।

Submitted on 24 Dec, 2019 at 17:51 PM

ସବୁବେଳେ ନ ଥାଏ ଦୁଃସମୟ କି ବିଫଳର ମୂହୁର୍ତ୍ତ ସଂଘର୍ଷ କରିଚାଲିଲେ ନିଶ୍ଚୟ ଆସିବ ସଫଳର ପଥ

Submitted on 24 Dec, 2019 at 17:48 PM

କର୍ମରେ ସଫଳ ହେବା ପାଇଁ ଇଚ୍ଛା ଥାଏ ତ ସଭିଙ୍କର ବିଫଳତା ପରେ ଖୋଲି ଯାଏ ରାସ୍ତା ନିଶ୍ଚିତ ସଫଳର। ବିଫଳ ପାଇଁ ନ ହୋଇବା କେବେ ଶୋକାକୂଳ କି ଦୁଃଖିତ ବିଫଳତା ଆମ ଖୋଲିଦିଏ ଆଖି ମନ ହୁଏ ମଜବୁତ।

Submitted on 23 Dec, 2019 at 12:42 PM

ଜୀବନସାରା ପଡିଅଛି ରାସ୍ତା କିଛି କରିବା ଶିଖିବା ପାଇଁ ବୟସ ହଟିଲା ନ କହି ଧାଇଁବା ଅତି ବିଳମ୍ବ ତ ହୋଇନାହିଁ।

Submitted on 23 Dec, 2019 at 12:39 PM

ସରିଗଲା ବୋଲି କହିଦେଇ କେବେ ନୀରବେ ବସିବା ନାହିଁ ଏବେବି ରହିଛି ଆହୁରି ସମୟ ଅତି ବିଳମ୍ବ ହୋଇନାହିଁ

Submitted on 22 Dec, 2019 at 10:40 AM

ଅସତର ପଥ ଛାଡିଦେବା ଆସ ରାଗ ହିଂସା ପଥ ଛାଡ଼ି ଛାଡିଦେବା ସଦା ଅନ୍ୟାୟର ପଥ ସତ୍ୟଧର୍ମେ ଯିବା ମାଡ଼ି।

Submitted on 21 Dec, 2019 at 12:11 PM

ଭଲ ମଣିଷର ଅନୁସନ୍ଧାନରେ କରୁଛି ମୁଁ ଦେଶ ଭ୍ରମଣ ନିଶାମୁକ୍ତ ସହ ସ୍ଵଛ ସମାଜଟେ ଗଢିବି ଶପଥ ଜାଣ।

Submitted on 20 Dec, 2019 at 18:00 PM

ଆଉ ନାହିଁ ସେ ଆଗ କାଳର ବାଗୁଡି ଡୁ ଡୁ ଖେଳ ଆଜି କାଲିର ପିଲାମାନଙ୍କ ମୋବାଇଲରେ କଟେ ବେଳ। ଆଗକାଳର ଖେଳ ଖେଳିକି ନିରୋଗ ଥିଲେ ପିଲା ଏବେ କାଳର ଖେଳକୁ ଖେଳି ଡାକ୍ତରଖାନାରେ ମେଳା।

Submitted on 19 Dec, 2019 at 09:04 AM

ଜଗତରେ ଶ୍ରେଷ୍ଠ ଧନ ଅଟଇ ତ ବିଦ୍ୟା ନିର୍ଭୟରେ ଥାଉ କେହି କରନ୍ତିନି ଲୋଭ ତାହା ଏହି ଧନ ବଳେ ବଳିୟାନ କେତେ ମୁନି ଜନ ଲିପିବଦ୍ଧ ଅଛି ସାକ୍ଷୀ ଇତିହାସ ଜାଣ।

Submitted on 18 Dec, 2019 at 12:44 PM

ଶିକ୍ଷାର ଆରମ୍ଭ ଜନ୍ମଦାତ୍ରୀ ଠାରୁ ପୁଣି ଜନ୍ମଦାତା, ପଡୋଶୀ, ପରିବେଶ ଓ ଗୁରୁ, ଏମାନେ ଦିଅନ୍ତି ଉତ୍ତମ ସଂସ୍କାର ସହ ଶିକ୍ଷା ଗ୍ରହଣ କରି କରେ ସଦା ସିଏ ସମାଜର ସୁରକ୍ଷା।

Submitted on 17 Dec, 2019 at 02:11 AM

ଖାଦ୍ୟ ଖାଇ ଖାଇ ବଞ୍ଚୁଛି ତ କିଏ ବଞ୍ଚିବା ପାଇଁ କେ ଖାଉଛି ଖାଦ୍ୟ, ସୁଖାଦ୍ୟ ଭୋଜନ ହୋଇଲାଣି ସ୍ଵପ୍ନ ଜହରରେ ପୂର୍ଣ୍ଣ ଏଠି ତ ଖାଦ୍ୟ। କେମିତି ବଞ୍ଚିବ ମଣିଷ ତ ଏଠି ଜହର ଭର୍ତ୍ତି ତ ଭାଇ, କୋଢିଆ ପଣ ରେ ଜହର ଖାଇଲେ ବିନାଶ ଅବଶ୍ୟ ଭାଇ।

Submitted on 16 Dec, 2019 at 04:04 AM

💦ଏକା ଏକା💦 ବୋଧହୁଏ ସେ ଏକା।କେତେବେଳେ ଦେହ ଖରାପ ହେଲେ କଷ୍ଟେ ମଷ୍ଟେ ଟାଣି ଘୋଷାଡି ହୋଇ ଡାକ୍ତରଖାନା ଯାଏ ତ,ନ ହେଲେ ଏକା ଏକା ପଡିଥାଏ। ପାରିଲେ ଚୁଲିରୁ ଧୂଆଁ ଉଠେ ନହେଲେ ଉପବାସ।ନିଜ କଷ୍ଟ ପାଇଁ ଘରକୋଣରେ ସମସ୍ତଙ୍କ ଅଲକ୍ଷ୍ୟରେ ଲୁଚେଇ ଲୁଚେଇ କାନ୍ଦେ।ନା ତା କଷ୍ଟରେ କେହି ଆହାଃ କହେ ।।

Submitted on 16 Dec, 2019 at 03:58 AM

💦ଏକା ଏକା💦 ବୋଧହୁଏ ସେ ଏକା।କେତେବେଳେ ଦେହ ଖରାପ ହେଲେ କଷ୍ଟେ ମଷ୍ଟେ ଟାଣି ଘୋଷାଡି ହୋଇ ଡାକ୍ତରଖାନା ଯାଏ ତ,ନ ହେଲେ ଏକା ଏକା ପଡିଥାଏ। ପାରିଲେ ଚୁଲିରୁ ଧୂଆଁ ଉଠେ ନହେଲେ ଉପବାସ।ନିଜ କଷ୍ଟ ପାଇଁ ଘରକୋଣରେ ସମସ୍ତଙ୍କ ଅଲକ୍ଷ୍ୟରେ ଲୁଚେଇ ଲୁଚେଇ କାନ୍ଦେ।ନା ତା କଷ୍ଟରେ କେହି ଆହାଃ କହେ ।

Submitted on 16 Dec, 2019 at 03:56 AM

ସମାଜରେ ରହି ସାମାଜିକ ପ୍ରାଣୀ ମଣିଷ ଏ ସମାଜରେ ସାମାଜିକ ମାଧ୍ୟମ ତା ପାଇଁ ଯେ ସଦା ଉପହାସ କରେ।

Submitted on 15 Dec, 2019 at 13:28 PM

ଜୀବନ ସଂଗୀତ ବଡ଼ ବିଷମୟ ଗାଇବି କା ଆଗେ ମୁହିଁ, ପୁତ୍ରକନ୍ୟା ଭାଇ ପଡୋଶୀ ତ ବ୍ୟସ୍ତ ଶୁଣିବାକୁ କାହା ତର ନାହିଁ। ପ୍ରଣତି ମହାପାତ୍ର ବାଲେଶ୍ଵର

Submitted on 15 Dec, 2019 at 13:25 PM

ମଣିଷ ଜୀବନ ସାତସୁରେ ବନ୍ଧା ଜଣେ ଆନ ତାରେ ଛନ୍ଦା, ସାମାଜିକ ପ୍ରାଣୀ ସମାଜ ନିୟମେ ମଣିଷ ତ ଏଠି ବନ୍ଧା।

Submitted on 14 Dec, 2019 at 09:50 AM

ମାଆ କୋଳ ଅଟେ ଶାନ୍ତି ପାରାବାର ଲୋଡେନି ଶିଶୁ ଯେ ଆନ, ମାଆ କୋଳେ ଥାଇ ଲଭୁଥାଏ ଶାନ୍ତି ଦେଖି ମାଆର ପ୍ରଶାନ୍ତ ଆନନ।

Submitted on 14 Dec, 2019 at 09:48 AM

ମାଆ କୋଳ ଅଟେ ଶାନ୍ତି ପାରାବାର ଲୋଡେନି ଶିଶୁ ଯେ ଆନ, ମାଆ କୋଳେ ଥାଇ ଲଭୁଥାଏ ଶାନ୍ତି ଦେଖି ମାଆର ପ୍ରଶାନ୍ତ ଆନନ।

Submitted on 14 Dec, 2019 at 09:43 AM

ସାରା ଭୁବନର ଶୋଭା ଦେଖୁଥାଏ ତୋ ମନ୍ଦିରେ ବସି ମୁହିଁ, ଜଗତ ଯାକର ଅଶାନ୍ତି ହଟେ ରେ ତୋ ମୁହଁକୁ ଦେଲେ ଚାହିଁ। ସବୁ ସୁଖ ଶାନ୍ତି ତୋ ପାଖେ ମିଳଇ କିଆଁ ଯିବି କାହା ପାଶେ, ଧନ ଦୌଲତ ଚାହେଁ ନା କାଳିଆ କେବଳ କରୁଣା ଆଶେ।

Submitted on 12 Dec, 2019 at 11:09 AM

ଚନ୍ଦ୍ର ସୂର୍ଯ୍ୟ ଦିନ ରାତି ଭଳ ମନ୍ଦ ସତ୍ୟ ଜନ୍ମ ମୃତ୍ୟୁ ପାପ ପୂଣ୍ୟ ଧର୍ମ ଅଧର୍ମ ପିତା ମାତା ଭାଇ ଭଗ୍ନୀ ସମ୍ପର୍କ ଧରାର ସତ୍ୟ ଅଟେ ମହାବାହୁ ସୃଷ୍ଟି କର୍ତ୍ତା ୟାର।

Submitted on 12 Dec, 2019 at 10:58 AM

ସୃଜନଶୀଳ ପଥର ପଥିକ ତୁମେରେ ଆମରି ଭବିଷ୍ୟତ, ସତଦୀକ୍ଷା ଆମେ ତୁମକୁ ନିଶ୍ଚେ ଦେବୁ କରିବ କର୍ମ ମହତ।

Submitted on 11 Dec, 2019 at 12:05 PM

ରାତିରେ ସପନେ ଦେଖିଲି କାଳିଆ ବାସ ଚନ୍ଦନରେ ମହମହ ଖାଲି ବାସୁଛି, ଛଳେଇ କହିଲା ମୋ ବାସରେ ଲୋଭ ନ ରଖି ସେଠୁ ଯା ଆଣ ରହିଛି। ଅଭିମାନ ଭରା କଣ୍ଠରେ ତା ପାଖୁ କଟିକରି ଚାଲି ଆସିଲି, କହିଲା ସକାଳେ ବନ୍ଧୁ ତୋର ଏକ ଆଣିଦେବ ତୋତେ ଯାଆନି ଚାଲି।

Submitted on 11 Dec, 2019 at 11:58 AM

ସୁନ୍ଦର ଏ ଧରା ହେବ ରାମରାଜ୍ୟ ଦେଖିଥିଲେ ଦିନେ ବାପୁ ଆମର, ଆମାଜନ ପରି ହୁତୁହୁତୁ ଜଳେ ସପନେ କହିଲେ ଚିତ୍ତ ସୁଧାର।

Submitted on 10 Dec, 2019 at 11:06 AM

କର୍ମ ଅନୁଯାୟୀ ଫଳ ଭୋଗ କରେ ଏ ମଣିଷ ସତକର୍ମେ ଭଲ ଅସତ୍ୟେ ମନ୍ଦ ଫଳେ ଭୋଗକରେ ବିଷ। ପ୍ରାରବ୍ଧ କରମେ ଅବଶ୍ୟ ଭଲମନ୍ଦ ସେ ଭୋଗେ, ତଥାପି ପ୍ରକୃତି ଯାହାର ଯେମନ୍ତ ଆସେ ଆଗେ।

Submitted on 09 Dec, 2019 at 12:24 PM

କ୍ଷମତାର ମୋହ ଟାଣି ଆଣୁଅଛି ଅପଥେ ଅବୋଲକରା, କ୍ଷମତା ରହିଲେ ଏ ମଣିଷ ସଦା ଧରାକୁ ମଣିବ ସରା।

Submitted on 09 Dec, 2019 at 12:21 PM

ଧର୍ମର ସଂସାରେ ସତ୍ୟ ନ୍ୟାୟ ପଥେ ସତକର୍ମ କର ସବୁ, ନିଜ କ୍ଷମତାର ଅପବ୍ୟବହାର କର ନାହିଁ କେବେ ବାବୁ ।

Submitted on 07 Dec, 2019 at 11:15 AM

ହେ ଇଶ୍ଵର, ତୁମେ ବିଶ୍ୱର, ତୁମେ ଧନୀକର ତୁମେ ନିଶ୍ୱର, ତୁମେ ସର୍ବଶ୍ରେଷ୍ଠ ଏ ଧରାଧାମରେ ସବୁବେଳେ ଆପଣାର।

Submitted on 07 Dec, 2019 at 09:52 AM

ସ୍ନେହ ଶ୍ରଦ୍ଧା ର ଅତୁଟ ବନ୍ଧନ ଦେଖିବାକୁ ମିଳେ ଏ ଜଗତେ ଭାଇ ଭଉଣୀର ଅମୁଲ୍ୟ ସମ୍ପର୍କ ଜଣେ ଆନ ସୁଖେ ଦୁଃଖେ।

Submitted on 06 Dec, 2019 at 11:04 AM

ରାଷ୍ଟ୍ର ନାୟକ ରାଷ୍ଟ୍ର ନିର୍ମାତା ରାଷ୍ଟ୍ରର ଗୁଣଗ୍ରାହୀ, ଦେଇ ବଳୀଦାନ ଏକତା ମନ୍ତ୍ରେ ଗଢି ଚାଲିଗଲ ଅମର ଦେଇ।

Submitted on 06 Dec, 2019 at 10:55 AM

ମହାତ୍ମା ଗଣଙ୍କ ପଦାଙ୍କ ଅନୁସରି ନିଶ୍ଚେ ହେବା ଦିନେ ମହାନାୟକ, ଧ୍ଵଂସାଭିମୁଖୀ ଜଗତ ଉଦ୍ଧାର ିିବାକୁ ଆସ ହେବା ଜଣେ ବୀର ସୈନିକ।

Submitted on 05 Dec, 2019 at 10:51 AM

ଅନ୍ଧାରୁ ଆଲୋକ ଦେଇଥାନ୍ତି ଯିଏ ସେ ଆମ ନମସ୍ୟ ଦେବ, ଅପଥରୁ ହାତ ବଢେଇ ସୁପଥେ କଢେଇ ନିଅନ୍ତି ସେ ଆମ ତ୍ରିଦେବ।

Submitted on 05 Dec, 2019 at 10:47 AM

ମଣିଷ ତିଆରି କାରଖାନା କରି ନିସ୍ଵାର୍ଥେ କରନ୍ତି ସେବା, ଉତ୍ପନ୍ନ ହୁଅଇ କେତ ଯେ ସଜ୍ଜନ କହନ୍ତି ଆମେ ତ ଦେଶକୁ ଆଗକୁ ନେବା।

Submitted on 05 Dec, 2019 at 10:43 AM

ଶିକ୍ଷାଦାନ ଭଳି ମହତ ଦାନରେ ବ୍ରତୀ ହୋଇ କରେ ସତ୍ କର୍ମ, ଅନ୍ୟାୟ ଅଧର୍ମ ପଥୁ ନିବର୍ତ୍ତାଇ ଗଢିବି ଅମୂଲ୍ୟ ମୂର୍ତ୍ତି ମାନ। ଦେଖି ଏ ଦୁନିଆଁ ଗୁରୁ ସମାଜକୁ କରୁଥିବ ମଥାନତ, ମଣିଷ ତିଆରି କାରଖାନା ଗୁରୁ ବାଣ୍ଟୁଥିବେ ଦାନ ଦେଶ ହୋଇବ ଶିକ୍ଷିତ।

Submitted on 05 Dec, 2019 at 10:29 AM

ଗୋଟିଏ ସୂତାର ମାଳଟିଏ ଆମେ ଆମ ଘରେ ଭାଇ ଓ ଭଉଣୀ, ନ ଥାଏ ଆମର ମନୋମାଳିନ୍ୟ ଆମେ ସବୁ ସ୍ନେହ ରଙ୍କୁଣା ରଙ୍କୁଣୀ।

Submitted on 05 Dec, 2019 at 10:25 AM

ପବିତ୍ର ବନ୍ଧନ ମଧୁର ସମ୍ପର୍କ ଭାଇଭଉଣୀଙ୍କ ନିଦର୍ଶନ ବଡ଼ଦେଉଳ, ସୁଖଦୁଃଖ ଭଲମନ୍ଦ ଅବା ଆପଦେବିପଦେ ଥାନ୍ତି ନ କରି ଗୋଳ। ଏଇତ ଦୁନିଆଁ ରକ୍ତର ବନ୍ଧନ ନୁହେଁ ରେ ନୂଆ। ପ୍ରଣତି ମହାପାତ୍ର ବାଲେଶ୍ଵର

Submitted on 04 Dec, 2019 at 07:56 AM

ପ୍ରେମ ଜାଳିଦେଲା ପ୍ରେମ ନେଇଗଲା କରିଦେଲା ମୋତେ ନିଃସ୍ଵ, ବାଟବଣା ହୋଇ ଖୋଜେ ଏଣେତେଣେ ପାଇବି କାଳେ ସର୍ବସ୍ଵ। ପ୍ରଣତି ମହାପାତ୍ର ବାଲେଶ୍ଵର

Submitted on 03 Dec, 2019 at 02:36 AM

ସୁଖରେ ଦୁଃଖରେ ଭଲରେ ମନ୍ଦରେ ସତ ଉପଦେଶ ଦିଅ, ଅବାଟରେ ଗଲେ ହାତ ଧରି ତୁମେ ସୁପଥରେ ଆଣିଥାଅ। ତୁମେ ଆଉ କେହି ନୁହଁ ମୋ ବନ୍ଧୁ ସଖା ହୋଇ ମୋ ପାଖେ ପାଖେ ସଦାବେଳେ ରହିଥାଅ।

Submitted on 02 Dec, 2019 at 03:31 AM

ଆମପାଇଁ ସିଏ ଶିକ୍ଷା ଦାନ କରିଥାନ୍ତି ଯେଉଁ ଜନ ହୋଇଥାନ୍ତି ଶିକ୍ଷକ, ସତଜ୍ଞାନ ସତପଥ ସେ ଦେଖାଇ ଦିଅନ୍ତି ଧର୍ମ ଆଲୋକ। ଜୀବନର ଚଲାପଥେ କେତେ କେତେ ସତଶିକ୍ଷା ମିଳିଥାଏ, ବନ୍ଧୁ ପରିଜନ ଅବା ଗୁରୁଜନ ଆମ ପାଇଁ ଗୁରୁ ସିଏ। ପ୍ରଣତି ମହାପାତ୍ର ବାଲେଶ୍ଵର

Submitted on 02 Dec, 2019 at 03:31 AM

ଆମପାଇଁ ସିଏ ଶିକ୍ଷା ଦାନ କରିଥାନ୍ତି ଯେଉଁ ଜନ ହୋଇଥାନ୍ତି ଶିକ୍ଷକ, ସତଜ୍ଞାନ ସତପଥ ସେ ଦେଖାଇ ଦିଅନ୍ତି ଧର୍ମ ଆଲୋକ। ଜୀବନର ଚଲାପଥେ କେତେ କେତେ ସତଶିକ୍ଷା ମିଳିଥାଏ, ବନ୍ଧୁ ପରିଜନ ଅବା ଗୁରୁଜନ ଆମ ପାଇଁ ଗୁରୁ ସିଏ। ପ୍ରଣତି ମହାପାତ୍ର ବାଲେଶ୍ଵର

Submitted on 02 Dec, 2019 at 03:26 AM

ଆମ ପାଇଁ ସିଏ ଶିକ୍ଷା ଦାନ କରିଥାନ୍ତି ଯେଉଁ ଜନ ହୋଇଥାନ୍ତି ଶିକ୍ଷକ, ସତଜ୍ଞାନ ସତପଥ ସେ ଦେଖାଇ ଦିଅନ୍ତି ଧର୍ମ ଆଲୋକ। ଜୀବନର ଚଲାପଥେ କେତେ କେତେ ସତଶିକ୍ଷା ମିଳିଥାଏ, ବନ୍ଧୁ ପରିଜନ ଅବା ଗୁରୁଜନ ଆମ ପାଇଁ ଗୁରୁ ସିଏ। ପ୍ରଣତି ମହାପାତ୍ର ବାଲେଶ୍ଵର

Submitted on 01 Dec, 2019 at 10:37 AM

ଅଳିକ ଜଗତେ କ୍ଷଣିକେ ରହି ତୁ ଦେଖାଉ କେତେ ବଡେଇ, ହୃଦେ ହାତ ଥୋଇ କହିକି ପାରିବୁ ଏ ଜୀବନ ରହିବକି ଚିର ନିଜର ହୋଇ।

Submitted on 01 Dec, 2019 at 10:37 AM

ଅଳିକ ଜଗତେ କ୍ଷଣିକେ ରହି ତୁ ଦେଖାଉ କେତେ ବଡେଇ, ହୃଦେ ହାତ ଥୋଇ କହିକି ପାରିବୁ ଏ ଜୀବନ ରହିବକି ଚିର ନିଜର ହୋଇ।

Submitted on 01 Dec, 2019 at 10:37 AM

ଅଳିକ ଜଗତେ କ୍ଷଣିକେ ରହି ତୁ ଦେଖାଉ କେତେ ବଡେଇ, ହୃଦେ ହାତ ଥୋଇ କହିକି ପାରିବୁ ଏ ଜୀବନ ରହିବକି ଚିର ନିଜର ହୋଇ।

Submitted on 01 Dec, 2019 at 10:27 AM

ଜୀବନ ମୋର ମୋର ବୋଲି ମୋର ଜୀବନକୁ କରୁଛି କେତେ ନିଜର, ହାଏ ରେ ଜୀବନ ପାଣି ଫୋଟକାରେ ଚାଲିଯାଇ କରୁ ପର। ପ୍ରଣତି ମହାପାତ୍ର ବାଲେଶ୍ଵର

Submitted on 02 Oct, 2019 at 03:53 AM

ମାଆ-ନାରୀ ମମତମୟୀ, ସ୍ନେହମୟୀ, କରୁଣାମୟୀ।ନିଜ ହାତେ ଗଢିଦିଏ ଅସଜଡା ସଂସାର। ମାଆ-ନାରୀ ନାରାୟଣୀ, ଭୈରବୀ, ଚଣ୍ଡୀ, ଦୁର୍ଗା, କାଳୀରୂପ ଧାରଣ କରି ଥାଏ ସେତେବେଳେ ଯେତେବେଳେ ସଂସାରରେ ଅରାଜକତା ଦେଖାଦିଏ।

Submitted on 02 Oct, 2019 at 03:42 AM

ଖୁବ୍ ସହଜରେ ମାଆ, ବାବା, ଭାଇ,ଭଉଣୀ ସମ୍ବୋଧନ କରି ,ସମ୍ପର୍କର ଦ୍ଵାହିରେ କାର୍ଯ୍ୟ ହାସଲ କରି, ସେହି ପବିତ୍ର ସମ୍ପର୍କକୁ କଳଙ୍କିତ କରୁଥିବା ବ୍ୟକ୍ତି ଆତଙ୍କବାଦୀ ଠାରୁ ଆହୁରି ମାରାତ୍ମକ।

Submitted on 02 Oct, 2019 at 03:36 AM

ଖୁବ୍ ସହଜରେ ମାଆ, ବାବା, ଭାଇ,ଭଉଣୀ ସମ୍ବୋଧନ କରି ,ସମ୍ପର୍କର ଦ୍ଵାହିରେ କାର୍ଯ୍ୟ ହାସଲ କରି, ସେହି ପବିତ୍ର ସମ୍ପର୍କକୁ କଳଙ୍କିତ କରୁଥିବା ବ୍ୟକ୍ତି ଆତଙ୍କବାଦୀ ଠାରୁ ଆହୁରି ମାରାତ୍ମକ।

Submitted on 02 Oct, 2019 at 03:31 AM

ଯେଉଁ କଲମରେ ଜଣକର ଭାଗ୍ୟ ନିର୍ଦ୍ଧାରଣ ହୋଇଥାଏ, ସେଇ କଲମର ଟିକିଏ ସ୍ୟାହିରେ ବିରାଟ ଭୂଖଣ୍ଡ ଧ୍ଵସ୍ତବିଧ୍ଵସ୍ତ ବି ହୋଇଯିବ।କାରଣ ବଲମ ଠାରୁ କଲମର ଶକ୍ତି ଅଧିକ।

Submitted on 02 Oct, 2019 at 03:27 AM

ପ୍ରଶଂସା ନ କରିଲ ନାହିଁ, କିନ୍ତୁ ନିନ୍ଦା କରନାହିଁ।

Submitted on 02 Oct, 2019 at 03:22 AM

ଉପକାରୀର ଉପକାର ଭୁଲିବା କୃତଘ୍ନତା ସହ ସମାନ।

Submitted on 15 Jul, 2019 at 18:55 PM

ଭାଇ,ବନ୍ଧୁ କୁଟୁମ୍ବ ନେଇ ଆସେ ପାଖକୁ ପଛକୁ ନ ହଟି ପେଲିଦେବା ଆମେ ଦୁରକୁ।

Submitted on 15 Jul, 2019 at 18:51 PM

ଡରିଗଲେ ଡରକୁ ,ଡର ମାଡିବସେ ଆମକୁ ମୁକାବିଲା କରିଲେ ଡ଼ର ଡ଼ରେ ଆମକୁ।

Submitted on 13 Jul, 2019 at 08:38 AM

ଓଡ଼ିଆ ଟେ ହୋଇ ରହିବାକୁ ଜମା ଲାଜନାହିଁ ମୋର ଲାଜନାହିଁ, ଅନ୍ୟର ଗୋଲାମୀ,ଲାଞ୍ଚ ନୀତି ଧରି ଗୋଲାମଟେ କା'ର ହେବି ନାହିଁ, ମାଆ ମାଟି ସେବା କରି କରି ମୋର ଜୀବନକୁ ବଳି ଦେଇ, ଗରବେ ବଞ୍ଚିବି ସରବେ କହିବି ଓଡିଶା ମାଟିର ସନ୍ତାନ ମୁହିଁ।

Submitted on 13 Jul, 2019 at 07:04 AM

ବିଶ୍ବାସ, ସମ୍ପର୍କ ଭୁଲି ଏ ମଣିଷ ନିତି ପିଏ ଅସହିଷ୍ଣୁତାର ବିଷ। ଅହମିକାରେ ବୁଡି ରହି ନିଜକୁ ନିଜେ ଧ୍ଵଂସ କରଇ।

Submitted on 11 Jul, 2019 at 12:58 PM

ଆସିଛୁ ଧରାଧାମକୁ କେତେ ଭାଗ୍ୟବଳେ, କରିବୁ ମହତ କର୍ମ ଥିବ ଚିର କାଳେ। ଅଧର୍ମେ ରହି ଗରବେ ଅର୍ଜିଲେ ତୁ ଧନ ସାଥି ହେବ ନାହିଁ ଗଲେ ତୋହରି ଜୀବନ।

Submitted on 09 Jul, 2019 at 13:47 PM

ସୁଷମ ଆହାର,ପୁଷ୍ଟିକର ଖାଦ୍ୟ ଶରୀର ପାଇଁ ଜରୁରୀ, ସବୁ ଖାଦ୍ୟ ସାର ଶରୀରେ ରହିଲେ ରୋଗ ଯିବ ନିଶ୍ଚେ ଡ଼ରି।

Submitted on 09 Jul, 2019 at 13:42 PM

ଭୋକ ମନର ନା ପେଟର ଲାଳସା ଜିହ୍ଵାର ନା ନାସାର।

Submitted on 09 Jul, 2019 at 13:36 PM

ବାଣ୍ଟିକୁଣ୍ଟି ଯଦି ଖାଇବାରେ ଖାଦ୍ୟ ଦ୍ଵିଗୁଣା ବଢିବ ତାହାର ସ୍ଵାଦ, କାହାକୁ ନ ଦେଇ ଜିହ୍ଵା ଲାଳସାରେ ଲଭିବ ନିଶ୍ଚେ ପ୍ରମାଦ।

Submitted on 09 Jul, 2019 at 13:32 PM

ପେଟ ପାଇଁ ଏଠି କେତେ ନାଟହୁଏ ଆମରି ଆଖି ଆଗରେ, ହଣାକଟା ପୁଣି ଚୋରି ଡ଼କାୟତି କେ ପୁଣି ଥାଏ ସତ୍ୟରେ।

Submitted on 09 Jul, 2019 at 13:28 PM

ବଞ୍ଚିବାକୁ କିଏ ଖାଦ୍ୟ ଖାଏ ପୁଣି ଖାଇବା ପାଇଁ କେ ବଞ୍ଚେ, ଖାଇବା ବଞ୍ଚିବା ଏକା କଥା ନୁହେଁ ବଞ୍ଚିବା ଲୋକ ହିଁ ସତ୍ୟେ ପହଞ୍ଚେ।

Submitted on 07 Jul, 2019 at 11:01 AM

ବନ୍ଧୁତା ସମ୍ମାନ ପ୍ରେମର ମହତ୍ତ୍ଵ ଅନ୍ତରେ ବୁଝିଛି ଯିଏ, ଯେତେ ଝଡ଼ଝଞ୍ଜା ଆସୁ ଜୀବନରେ ଭାଙ୍ଗି ପଡେନାହିଁ ସିଏ। ଏଇତ ମଣିଷ

Submitted on 06 Jul, 2019 at 18:08 PM

ଗୋଟିଏ ପାହାଚ ଚଢି ନ ପାରିଲେ ବାଇଶି ପାହାଚ ଯିବ କିପରି, ସେବା ଭକ୍ତି ସହିଷ୍ଣୁତା ପାଥେୟ ରେ ସବୁ ପାହାଚ ଯିବା ଥିରି ଥିରି।

Submitted on 06 Jul, 2019 at 18:06 PM

ପିତୃ ମାତୃ ସେବା ଜୀବନର ବ୍ରତ ଆନ ବେକାର ଦିଶିବ, ପୁତ୍ର କନ୍ୟା ଭଗ୍ନି ସ୍ନେହାଶିଷ ବ୍ରତ ବ୍ରତ କିଆଁ ହସ୍ତେ ବାନ୍ଧିବ। ବ୍ରତ ପାଳନରେ ହୁଅଇ ସାର୍ଥକ ବ୍ରତେ ବ୍ରତୀ ଯେବେ ହୋଇବ, ସରସ ସୁନ୍ଦର ମଧୁମୟ ହୋଇ ବୈକୁଣ୍ଠ ଯେ ପାଲଟିବ।

Submitted on 06 Jul, 2019 at 18:01 PM

ଅନ୍ଧ ଭାବେ ନ ଧାଇଁ ଆଖି ଟିକେ ଖୋଲିବ, ତମସା ହଟାଇ ବାଳ ସୂର୍ଯ୍ୟ ନିଶ୍ଚେ ଆସିବ।

Submitted on 06 Jul, 2019 at 17:58 PM

ହୃଦୟର କେଉଁ ନିଭୃତ କୋଣରେ ତୁମ ପାଇଁ ଅଛି ଜାଗାଟିଏ, ବନ୍ୟା ବାତ୍ୟା ଝଡ଼ କାହାକୁ ଖାତିରି ନ କରି ସାଇତେ ସ୍ମୃତି ଟିଏ।

Submitted on 06 Jul, 2019 at 17:54 PM

ତୁମ ବିନା ବନ୍ଧୁ ଏଇ ଦୁନିଆଁ ଟା ଲାଗେ ମୋତେ ଫିକା ଫିକା, ତୁମେ ନାହଁ ବୋଲି ସବୁଆଡେ ଖାଲି ଲାଗେ ମୋତେ ଏକା ଏକା।

Submitted on 06 Jul, 2019 at 17:52 PM

ବନ୍ଧୁତା ସମ୍ମାନ ପ୍ରେମର ମହତ୍ତ୍ଵ ଅନ୍ତରେ ବୁଝିଛି ଯିଏ, ଯେତେ ଝଡ଼ଝଞ୍ଜା ଆସୁ ଜୀବନରେ ଭାଙ୍ଗି ପଡେନାହିଁ ସିଏ।

Submitted on 06 Jul, 2019 at 17:49 PM

ଆଖି ଲୁହ ପିଇ ସୁଖ ବାଣ୍ଟି ଥାଏ ମାଗେ ନାହିଁ କେବେ କିଛି, ମାଆର ମମତା କେ ବର୍ଣ୍ଣି ପାରିବ ଆଜି ବି ସେ ମାଆ ଅଛି।

Submitted on 06 Jul, 2019 at 17:46 PM

ଓଠ ଚାହୁଁଥାଏ କହିବାକୁ କିଛି ମନ କହିପାରେ ନାହିଁ, ମନ ଯଦି କେବେ କହିଦିଏ ବ୍ୟଥା ସମ୍ପର୍କ ଯାଏ ଦୂରେଇ।

Submitted on 06 Jul, 2019 at 17:44 PM

ମାନସ ପଟରେ ତୁମେ ଥାଅ ବୋଲି ଆଙ୍କିଚାଲେ ତୁମ ଚିତ୍ର, ସତରେ ନ ହେଉ ସପନରେ ଥରେ ତୁମେ ମୋ ପାଖକୁ ଆସ, ମନ ଅଗଣାରେ ବସିଅଛ ଭାବି କେତେ ସମ୍ଭାଷଣ କରେ, ତନ୍ଦ୍ରା ତୁଟିଗଲେ ମନ ଝୁରି ଥାଏ ଆତ୍ମା ତ ବିଳାପ ମରେ।

Submitted on 06 Jul, 2019 at 17:40 PM

ସଜଫୁଟା ଏଇ ଗୋଲାପ ଉପରେ ପରଜା ପତିଙ୍କ ଭିଡ଼, ନ ଦିଏ କାହାକୁ ବିନ୍ଦୁଏ ତ ସୁଧା କରିଥାଏ ସବୁ ଆଡ଼, ରଖେ ସେ ସାଇତି ରହିଛି ଅନାଇଁ କେବେ ପ୍ରିୟ ତାର ଆସିବ, ସୁନ୍ଦର ଗୋଲାପ ତା ସ୍ନେହ ପରଶେ ଆତ୍ମତୃପ୍ତି ପାଇଯିବ।

Submitted on 06 Jul, 2019 at 17:37 PM

ବିପଦ ଆସିଲେ ଡ଼ରେ ନାହିଁ ଯିଏ ଧରିଥାଏ ଧୈର୍ଯ୍ୟ ଅସ୍ତ୍ର, ଜୀଇଁବାର କଳା ଅଛି ତା ପାଖରେ ଜାଣେ ସେ ବଞ୍ଚିବା ମନ୍ତ୍ର। ଏଇତ ଜୀବନ ଜୀବନ ତ ଏଇ

Submitted on 05 Jul, 2019 at 12:23 PM

ଶୈଶବ କୈଶୋର ଯୌବନ ବାର୍ଦ୍ଧକ୍ୟ ଚାରି ପର୍ଯ୍ୟାୟେ ଶରୀର, ସତକର୍ମ ଚାରି ପର୍ଯ୍ୟାୟେ ରହିଲେ ଆତ୍ମା ହୋଇବ ଅମର।

Submitted on 05 Jul, 2019 at 12:10 PM

ଆତ୍ମା ତ ମରେନି ସମୟ ରହେନି କର୍ମ ତ ଅମର କରେ, ଲିପିବଦ୍ଧ ହୋଇ ଜୀବନ୍ତ କରଇ ମାନବ ସମାଜ ଝୁରେ।

Submitted on 04 Jul, 2019 at 19:07 PM

ଗୋଟିଏ ଆତ୍ମା ଅନେକ ବିଶ୍ୱାସ କେତେ ସ୍ନେହ ଶ୍ରଦ୍ଧା ଫୁଲ, ଗୋଟିଏ ସୁତ୍ରେ ଛନ୍ଦାଛନ୍ଦି ହୋଇ ରହିଥାଉ ହୋଇ ଭଲ, ତା ମୂଲ ଅମୂଲ ମୂଲ ଘର ନାମେ ସେହି ଅତି ପରିଚିତ ନିରିଭୟେ କଟେ ବେଳ।

Submitted on 04 Jul, 2019 at 19:02 PM

ସତ୍ୟ ଶାନ୍ତି ଦୟା କ୍ଷମା ରହିଥାଏ ଯେଉଁଠି ସେହି ତ ଘର, ଆନ ସୁଖେ ଦୁଃଖେ ହୋଇ ଭାଗୀଦାର କରିଥାଉ ଆପଣାର। ସେହି ପରା ଆମ ଘର।

Submitted on 04 Jul, 2019 at 18:56 PM

ଜନମ ମରଣ ଏନ୍ତୁଡିରୁ ଯୁଇ ଯାଏ ନର ଯେଉଁ ଠାରୁ, ସେ ସ୍ଥାନ ପବିତ୍ର ବୈକୁଣ୍ଠ ଧାମ ସତ୍ ଶିକ୍ଷା ସେ ଧାମରୁ।

Submitted on 01 Jul, 2019 at 10:15 AM

ଫଟା କାନ୍ଥରେ ଯେତେ କାଦୁଅ ନେସିଲେ ବି ପୁଣି ସେଇଠୁ ଫାଟି ଯାଏ। ଅସତ୍ୟ ଉପରେ ଯେତେ ବି ସତ୍ୟର ପ୍ରଲେପ ଦେଲେ ଫୁଟି ବାହାରି ଥାଏ। ପାପୀ ନିଜକୁ ଯେତେ ସଫେଦ ବସ୍ତ୍ରର ଆଭୁଷଣରେ ଢାଙ୍କିଲେ ବି ପାପ କେବେ ଲୁଚି ରହି ନ ଥାଏ।

Submitted on 01 Jul, 2019 at 09:45 AM

ବିହାୟସେ ଖଣ୍ଡ ଖଣ୍ଡ କଳାହାଣ୍ଡିଆ ବାଦଲ, ହୃଦୟର ନିଭୃତ କୋଣେ ବି ପ୍ରଶ୍ନର ଜୀମୁତ, ନା ଦେଖି ପାରୁଛି ନା ଦେଖେଇ ପାରୁଛି। ପ୍ରଶ୍ନର ନିଦାଘରେ ଜର୍ଜରିତ ମୋର ଏ ଜୀଅନ୍ତା ଶବ।

Submitted on 01 Jul, 2019 at 09:37 AM

(୧)ତୁଛାକୁ ଏତେ ମୁଦି ନାହିଁ ଗୋଡ଼ କଚାଡୁ କେତେ। (୨) ଲୁଚିଛି ନା ଗୋଡ଼ ଦୁଇଟି ଦିଶୁଛି। (୩) ସେତିକି ରହ ତୁ ଭଲା ସେ ରଙ୍ଗ ରହିଲେ ହେଲା। (୪)ଆରେ ଢ଼ମଣା ତୁ ବୁଲିବାଲି କରି ସେଇ ଅଗଣା। (୫)କାନ ଥିଲେ ନଡ଼କା ନାହିଁ, ନଡକା ଥିଲେ କାନ ନାହିଁ।

Submitted on 01 Jul, 2019 at 09:31 AM

ଜୀବନର ପ୍ରତ୍ୟେକ ପୃଷ୍ଠା ସବୁଦିନେ ଅବିସ୍ମରଣୀୟ, ଭୁଲି ହୁଏନା କି ଭୁଲେଇ ହୁଏନା ସେ ସମୟ।

Submitted on 28 Jun, 2019 at 09:41 AM

ଭରିଦିଅ ହୃଦେ ସ୍ନେହ ପ୍ରେମ ସୁଧା ଝଲସି ଉଠୁ ଜୀବନ, ଦୟା କ୍ଷମା ଗୁଣେ ସବୁରି ଅନ୍ତରେ ପାଉଥାଏ ମୁହିଁ ସ୍ଥାନ। କରି ମୋ କରମ ରଖିଯିବି ନାମ ମୁଁ ମୋ ପିତା ମାତାର, ଦୁନିଆଁ କହିବ ସୁଯୋଗ୍ୟ ଦାୟାଦ ଆମ ଏହି ଉତ୍କଳର।

Submitted on 28 Jun, 2019 at 04:51 AM

ଭରିଦିଅ ହୃଦେ ସ୍ନେହ ପ୍ରେମ ସୁଧା ଝଲସି ଉଠୁ ଜୀବନ, ଦୟା କ୍ଷମା ଗୁଣେ ସବୁରି ଅନ୍ତରେ ପାଉଥାଏ ମୁହିଁ ସ୍ଥାନ। କରି ମୋ କରମ ରଖିଯିବି ନାମ ମୁଁ ମୋ ପିତା ମାତାର, ଦୁନିଆଁ କହିବ ସୁଯୋଗ୍ୟ ଦାୟାଦ ଆମ ଏହି ଉତ୍କଳର ।

Submitted on 25 Jun, 2019 at 18:27 PM

ହିଂସା, ଦ୍ଵେଷ, ରାଗ ଭୁଲି, ପରଷ୍ପର ପରଷ୍ପରକୁ ପ୍ରେମ ସ୍ନେହ ରେ ଆଲିଙ୍ଗନ କରି , ସମସ୍ତେ ଗୋଟିଏ ସୂତାରେ ଗୁନ୍ଥା ଗୁନ୍ଥି ହୋଇଗଲେ ,ସୁନ୍ଦର ମାଳା ଟିଏ ହୋଇଯିବା।

Submitted on 25 Jun, 2019 at 18:23 PM

ଦୁଃଖ ମଣିଷକୁ କନ୍ଦାଏନି, କନ୍ଦାଇଥାଏ ସୁଖ ଯିଏ ଜୀବନକୁ ଆସେ,ଦେଇଯାଏ ଅଭୁଲା ସ୍ମୃତି ର ମୂହୁର୍ତ୍ତ,କ୍ଷତାକ୍ତ ଲୋଭ। ଯାହା ସାରା ଜୀବନ କୋରିକୋରି ଖାଉଥାଏ।

Submitted on 25 Jun, 2019 at 12:17 PM

ସମୟ ନଈରେ ସୁଅ ସାଥେ ମିଶି ପହଁରା ଶିଖିଣ ଗଲେ, ଜୀବନ ଯୁଦ୍ଧରେ କେବେବି ଆମେ ତ ପଛେ ନ ପଡିବୁ ଭଲେ।

Submitted on 25 Jun, 2019 at 12:07 PM

ଜୀବନ ରହିଲେ ଜଞ୍ଜାଳ ରହିବ ସମସ୍ୟା ରହିବ କିଛି, ସମାଧାନ ପାଇଁ ସଂଗ୍ରାମ କରିଲେ ଅବଶ୍ୟ ପାରିବା ବଞ୍ଚି।

Submitted on 25 Jun, 2019 at 09:47 AM

ସବୁଜ ସୁନ୍ଦର ସତ୍ୟ ସଂସାରରେ ଅଧର୍ମ ବିନାଶ କରି ଗଢିଦେବା ଏକ ଧର୍ମର ପ୍ରାସାଦ ପାପ ଚାଲିଯିବ ଡ଼ରି।

Submitted on 25 Jun, 2019 at 02:52 AM

ପ୍ରେମ ସତ୍ୟ,ପ୍ରେମ ସୁନ୍ଦର, ଚିର ଶାଶ୍ଵତ।

Submitted on 25 Jun, 2019 at 02:51 AM

ଅନ୍ୟାୟ ଅଧର୍ମ ଅସତ୍ୟ ବିରୁଦ୍ଧରେ ଲଢେଇ କରି ଧର୍ମ ସଂସ୍ଥାପନେ ନିଜକୁ ସମ୍ପୂର୍ଣ୍ଣ ଭାବେ ଉତ୍ସର୍ଗ କରିବା।

Submitted on 25 Jun, 2019 at 02:48 AM

ଆଚରଣରେ ସ୍ଵଛତା,ଆନ୍ଦୋଳନ ଓ ବିକାଶ ର ଧାରା ନ ବୁହାଇ ଉଚ୍ଚାରଣଗତ କରି କାର୍ଯ୍ୟ କାରୀ କଲେ ସଫଳତା ଆପେଆପେ ମିଳିବ।

Submitted on 25 Jun, 2019 at 02:46 AM

ସର୍ବଦା ସତ୍ୟର ମୁକାବିଲା କରିବା ଉଚିତ


Feed

Library

Write

Notification

Profile