ପିତାମାତା ପରେ ଯଦି କୌଣସି ନିବିଡ଼ ସମ୍ପର୍କ ଥାଏ, ସେ ହେଉଛି ଭାଇ ଭଉଣୀର ସମ୍ପର୍କ। ଏ ସମ୍ପର୍କରେ ଆବିଳତା ଓ ସ୍ବାର୍ଥ ନଥାଏ। ଗୋଟିଏ ଭଉଣୀ ସର୍ବଦା ଅପେକ୍ଷାରେ ଥାଏ କି ତା ଭାଇର ପାଦ ତା ଘରେ ପଡୁ। ବିଶେଷକରି ରାକ୍ଷୀ ଦିନ ଯେ ପର୍ଯ୍ୟନ୍ତ ଭାଇ ନ ଆସିଛି ସେତେବେଳ ଯାଏ ତାକୁ ସବୁ ଜିନିଷ ବିଷ ଭଳି ଲାଗେ।
ସମ୍ପର୍କ ଗୋଟିଏ ଏମିତିଆ ଶବ୍ଦ ଯେଉଁଟା ବିଶ୍ବାସରେ ବନ୍ଧା ଓ ଆପଣାର ଭାବନା ଜାଗ୍ରତ ହୋଇଥାଏ। ଏହି ସମ୍ପର୍କ ବିଷଯୁକ୍ତ ହେଲେ ମନୁଷ୍ୟ ବିଶ୍ବାସ ହରାଇଥାଏ ଓ ଚିରଦିନ ପାଇଁ ସମ୍ପର୍କ ନଷ୍ଟ ହୋଇଯାଏ।
ମନୁଷ୍ୟ ତାର ଜୀବନଧାରା ମଧ୍ୟରେ ବହୁତ କିଛି ଭୁଲ୍ କର୍ମ କରିଥାଏ। ଭୁଲକୁ ବୁଝିଲାପରେ ଯଦି ପଶ୍ଚାତ୍ତାପ ନ କରେ, ତାହେଲେ ସେ ଭୁଲ୍ କର୍ମର ସମାଧାନ ହୁଏନା। ତାକୁ ପର ମୁହୂର୍ତ୍ତରେ କର୍ମଫଳ ଭୋଗିବାକୁ ହୋଇଥାଏ ।
ପ୍ରେମ, କାମ, ସ୍ବାର୍ଥ, ନିଃସ୍ବାର୍ଥ ଓ କପଟ ଏହି ପାଞ୍ଚୋଟିକୁ ନେଇ ସମ୍ପର୍କ ସୃଷ୍ଟି ହୋଇଥାଏ। ପ୍ରେମ ଓ ନିଃସ୍ବାର୍ଥରେ ବନ୍ଧା ସମ୍ପର୍କ ସର୍ବଦା ଶାଶ୍ବତ, ଦୃଢ ଓ ଚିରନ୍ତନ ହୋଇଥାଏ। କାମ, ସ୍ବାର୍ଥ ଓ କପଟକୁ ନେଇ ଯେଉଁ ସମ୍ପର୍କ ଗଢାଯାଏ, ତାହା କ୍ଷଣସ୍ଥାୟୀ ହୋଇଥାଏ।