ତୁମେ ନିଶାର୍ଦ୍ଧ ରେ ଗୁଞ୍ଜରିତ
ମାଳ ମାଳ ଶବ୍ଦ ପୁଞ୍ଜ
ହାତରେ ଲେଖନୀ ଧରି
ଲେଖୁଛି ମୁଁ ଫର୍ଦ୍ଦ ଫର୍ଦ୍ଦ
ତୁ ନିଦ ଭରା ରାତି ମୁଁ ସ୍ବପ୍ନିଳ
ଆଖି
ତୁ ମତୁଆଲା ସୁରା ମୁଁ ଗୋଲାପି
ଓଠ ଟି
ତୁ ଫୁଲେ ମକରନ୍ଦ ମୁଁ ରାଣୀ
ମହୁମାଛି
ପ୍ରଚଣ୍ଡ ଗ୍ରୀଷ୍ମ ରେ ତୁମେ ଦିବାକର
ଢାଳି ଵ ଯଦି ପୀୟୂଷ
ପଙ୍କଜ ହୋଇ ମୁଁ ଖୋଲିବି ପାଖୁଡ଼ା କରିବି ଆକଣ୍ଠ ଗ୍ରାସ
ଗୋଧୂଳି ବେଳା ର ସଂଜ ଦୀପ
ତୁହି ମୁଁ ତୋର ଘିଅ ବଳିତା
ବାହୁ ଲଗ୍ନା ହୋଇ ନିତି ଜଳୁଥିବା
ଆସୁ ଯେତେ ଝଡ଼ ଝଞା
ପଉଷ ରାତି ର କଣ୍ଟକ ଶଯ୍ୟା ରେ
ତୁମେ ଗୋଲାପ ର କଢି
ପ୍ରୀତି ସିକ୍ତ ମୁହିଁ ଶିଶିର ର ଟୋପା
ତୁମ ବକ୍ଷେ ଯିବି ପଡି
ହୃଦ କନ୍ଦ ରେ ତୋଳିଛି ମନ୍ଦିର
ଶବ୍ଦ ତୂଳୀ ରେ ଆଙ୍କିଛି ରୂପ
ବେଦନା ରେ ଭରା ପୂଜା ଥାଳି
ମୋର ଲୁହ ର ଘୃତ ରେ ଜଳୁଛି
ଦୀପ