କେତେ ଅଭିନୟ କରିବି ହେ ମହାବାହୁ, ମୁଁ ଯେ ଜାଣେନା;
ତୁମେ ମାନିନିଅ ଈଶ୍ୱର ତାଳି ଆଉ ଗାଳି ର ଋତୁ ରେ ପରଦା ଟାଣି ଯାଏ ଏତକ କିମ୍ପାଇଁ ମଣିଷ ବୁଝେନା!!
ଜୀବନ ତ ଏଠି ଯମୁନା କୂଳର ଅପେକ୍ଷାରତ ବଂଶୀସ୍ୱନ;
ସରୁଛି ଆୟୁଷ, ମାଗୁଛି ବୟସ ତୁମ ଚରଣ ରେ ବିତିଯାଉ ଜୀବନ!!
ହେ ମହାବାହୁ ଶେଷ ଥର ପାଇଁ ଶରଣ ଟିକେ ଦିଅ, କର ଟିକେ ଦୟା;
ତୁମରି ସେବାରେ କଟୁ ସାରା ଜୀବନ ମହାମାରୀ ଠୁ ମୁକ୍ତି ମିଳୁ ପବିତ୍ର ହଉ କାୟା!!
ତୁମ ଅପେକ୍ଷାରେ ଝରିଗଲା କେତେ ଶୁଖା ପତ୍ର;
ଋତୁ ସବୁ ବାହୁଡ଼ି ଗଲେଣି ଆସିଲାନି ଏଯାଏଁ ତୁମ ନିଖୋଜ ସର୍ତ୍ତ!!
କ୍ଷମତା ର ଲୋଭ ରେ ଜଳିଗଲା ଏଠି ପ୍ରାପ୍ତି ର ଦିନ ସବୁ;
ଶୂନ୍ୟତା ର ସ୍ରୋତରେ ଝରିଗଲା ଆଖି ଲୁହ ପୁରୁଣା କଥା ଭାବୁ ଭାବୁ!!
ଦେଖରେ! ଭେଣ୍ଡିଆ କଉ ଖଣ୍ଡିଆ ସ୍ୱାଧୀନତା ପଛେ ଆଜି ତୁମେଧାଉଁଛ;
ଏକତା କୁ ଅଣ୍ଟି ରେ ଖୋସି ଆସ ଆଉ ଥରେ ଲଢ଼ିବା କି ଅବା ଭାବୁଛ!!
କାମନା, ଗୋଟେ ଲମ୍ବା ଭାଷଣ; ଆଉ• କାମୁକ, ତା'କୁ ଶୁଣୁଥିବା ଗୋଟେ ନିଷ୍ଠାପର ଓ ସଚ୍ଚୋଟ ଶ୍ରୋତା
କିଛି ସ୍ୱପ୍ନ ରହିଗଲା କଲେଜ କାନ୍ଥ ର ପୃଷ୍ଠା ରେ;
ଆଜି ବି ଦେଖୁଛି ସେଦିନ ଲେଖୁଛି ଆଉ କିଏ ବହିର ମଲାଟରେ!!
ଜାଳିଦେଇ ଆସିଛି ମୁଁ ତୋ ପାଇଁ ଲେଖିଥିବା ସବୁ ପ୍ରଣୟ ର ଚିଠି;
ପାଉଁଶ ତଳୁ ଖୋଜିନବୁ ପ୍ରିୟା ଥିବି ତୋ ଲାଗି ମୁଁ ସେଇଠି!!