ଜଳ ଠାରୁ ପତଳା ଜ୍ଞାନ ଭୂମି ଠାରୁ ଓଜନ ପାପ ଅଗ୍ନୀ ଠାରୁ ତେଜ କ୍ରୋଧ କାଜଲ ଠାରୁ କଳା କଳଙ୍କ
ନିଜ ଲୁହରେ ନିଜକୁ ଅଭିଷିକ୍ତ ହିଁ ଶ୍ରେଷ୍ଠ ଗୌରବମୟ ବିଜୟ
ଯେଉଁ ସାହିତ୍ୟ ମନୁଷ୍ୟକୁ
ଆତ୍ମାନୁଭୂତି କରାଏ ତାହା ପ୍ରକୃତ ସାହିତ୍ୟ
ଯେଉଁଠାରେ ଗୁଣ ନଥାଏ କାମନା ନଥାଏ କେଵଳ ସୁକ୍ଷ୍ମତର ଅନୁଭବ ଥାଏ
ତାହା ହେଉଛି ପ୍ରେମ
ଈଶ୍ୱରୀୟପ୍ରେମ
ସରକାରୀ ବିଦ୍ୟାଳୟରେ ପାଠ ପଢ଼ିଲେ ଡାକ୍ତର ଇଞ୍ଜିନିଅର ପାଇଁ ସ୍ଥାନ ସଂରକ୍ଷିତ ଏପଟେ ପ୍ରଥମ ରୁ ଅଷ୍ଟମ ସମସ୍ତେ ପାସ
ମନ ସ୍ଥିର ରଖି ଶରୀର ଚଞ୍ଚଳ ରଖିଲେ କାର୍ଯ୍ୟ ସଫଳ ହୋଇଥାଏ
କେହି କିଛି ପାଇଗଲେ ତାହା ଜିତିବା ନୁହେଁ କି କେହି କିଛି ହରାଇଦେଲେ ତାହା ହାରିବା ନୁହେଁ ତାହା ସମୟର ସ୍ରୋତ
ଜୀବନରେ ସୁଖ କଥା ଚିନ୍ତା ନ କରି ନିଜ କର୍ତ୍ତବ୍ୟ କରିଚାଲିଲେ ସୁଖ ଅନାୟାସରେ ମିଳିଥାଏ
ନଦୀ ତାର ସମସ୍ତ କଳୁଷ ଆବର୍ଜନା ସମୁଦ୍ରକୁ ସର୍ମପଣ
କଲାପରି ମନୁଷ୍ୟ ତାର ସମସ୍ତ
ଦୁଃଖ କଷ୍ଟ କର୍ମ କୁ
ପରମାତ୍ମାଙ୍କୁ ସମର୍ପଣ କରିବା ଉଚିତ