ଛୋଟବେଳେ ଭାତ ଖାଇବା ପାଇଁ ଅଝଟ ହେବା ସମୟରେ ମୋ ଵୋଉ ମତେ କୋଳକୁ ନେଇ ସମସ୍ତ ନା ରେ ଗୁଣ୍ଡା ଗୁଣ୍ଡା ଖୁଆଇଦିଏ ଏଇଟା ଆଇର , ଏଇଟା ଅଜାର, ମାମୁଁର,ନାନୀର, ଦିଦିର.... କହି କହି । 🙏🙏🙏🙏🙏🙏🙏 ଡଃ ଝରଣା ଶତପଥୀ
ଦିନଯାକ ଥକା ହୋଇ ଆସିଲା ପରେ ତାର ପଣତକାନିରେ ଝାଳ ପୋଛି , ମୁଠାଏ ପଖାଳ ବାଢି ଧନ ମୋର କେତେ କଳାକାଠ ପଡିଗଲାଣି କହିବା ଲୋକ ମା' ଛଡା ଆଉ କେହି ନୁହଁ। 🙏🙏🙏🙏🙏🙏🙏 ଡଃ ଝରଣା ଶତପଥୀ
ସବୁ ମା'ର ହୃଦୟ ଏକ ପ୍ରକାର। ଅନ୍ତର ଭିତରେ ଭରପୁର ଥାଏ ନିଃସ୍ବାର୍ଥପର ପ୍ରେମ,ସ୍ନେହ,ଆଦର ସହ ବାତ୍ସଲ୍ୟ ମମତା । ଡଃ ଝରଣା ଶତପଥୀ