କବି ଲେଖକ ଓ କଳାକାର ମାନଙ୍କ ସଫଳତା ପାଇଁ ପ୍ରୋତ୍ସାହନ ନିଆଁରେ ଘିଅ ଭଳି କାମକରେ।
ବିନା ପରିଶ୍ରମ ଏବଂ ଏକାଗ୍ରତା ପୂର୍ଣ୍ଣ ଉଦ୍ୟମ ବିନା
ସ୍ବପ୍ନ ଦିବାସ୍ବପ୍ନରେ ପରିଣତ ହୁଏ।
ପ୍ରତିବଦ୍ଧତା ନଥିଲେ ସ୍ଵପ୍ନ ବାସ୍ତବତାରେ ପରିଣତ ହୁଏନାହିଁ।
ହେ ଈଶ୍ବର !
ତୁମେ ପରିଚୟ ତୁମ ନିଜର
ଈଶ୍ବର ଅବିନଶ୍ବର, ଏହି ମହାନ ସତ୍ୟ ସନାତନ ଧର୍ମର ମୂଳମନ୍ତ୍ର।
ଗୋଟିଏ ଭଲ ପୁସ୍ତକ ଏକ ରତ୍ନଭଣ୍ଡାର ସହିତ ସମାନ।
ବିଦ୍ୟା କେବଳ ପୁସ୍ତକରେ ଲେଖାହୋଇ ରହିଲେ ଜ୍ଞାନ ବର୍ଦ୍ଧକ ହୁଏନାହିଁ;ତାର ଉପଯୁକ୍ତ ବିତରଣ ହେବା ଆବଶ୍ୟକ।
ପୃଥିବୀ ସର୍ବଂସହା,ତା ଅର୍ଥ ନୁହେଁ ଯେ ପରମାଣୁ ପରୀକ୍ଷା ନିରୀକ୍ଷା କରି ତାର ସହନ ଶକ୍ତିର ପରୀକ୍ଷା ନେବା ଏବଂ ନିଜପାଦରେ କୁରାଢି ମାରିବା।
ଧରିତ୍ରୀ, ପୃଥିବୀ, ବସୁନ୍ଧରା ସବୁ ଏଇ ମାଟିର ନାମ/ଶସ୍ୟ ରୂପରେ ସୁନା, ହୀରା, ମୋତି ଉପୁଜାଇବା ତା' କାମ।